ସକଳ ତୀର୍ଥ ତୋ ଚରଣେ

ଇଂ. ରୌଶନ୍‌ ଖାନ୍‌

 

ଇସ୍‌ଲାମ ଧର୍ମର ପାଞ୍ଚୋଟି ମୌଳିକ ନୀତି ମଧ୍ୟରେ ହଜ୍‌ ହେଉଛି ଶେଷ କର୍ମଭିତ୍ତିକ ଉପାସନା। ଏହା ମୁସଲିମ କ୍ୟାଲେଣ୍ଡରର ଶେଷମାସ ‘ଜିଲ୍‌ ହଜ୍‌’ର ୮, ୯ ଓ ୧୦ ତାରିଖ ତିନିଦିନ ଧରି ଆରବର ମକ୍କା ସହରରେ ଔପଚାରିକ କାର୍ଯ୍ୟବିଧି ଅନୁସାରେ ସଂପାଦନ କରାଯାଏ। ହଜ୍‌ ପାଳନର ତୃତୀୟ ଦିବସକୁ ‘ଇଦ୍‌-ଉଲ୍‌-ଜୁହା’ ବା ବଳିଦାନର ପର୍ବ ରୂପେ ଚଳିତ ଜୁଲାଇ ୨୧ ଦିନ ସର୍ବତ୍ର ପାଳିତ ହେଉଛି। ତେବେ ହଜ୍‌ ଶବ୍ଦର ତାତ୍ପର୍ଯ୍ୟ ହେଉଛି ‘କୌଣସି ପବିତ୍ର ପୀଠ ଅଭିମୁଖେ ଯାତ୍ରା କରିବା’। ଏହା ମୁସଲମାନମାନଙ୍କ ନିଷ୍ଠାପର ସାଧନାର ପ୍ରତୀକ ହୋଇଥିବାରୁ ଯାତ୍ରା ନିରାପଦ ଓ ସମ୍ବଳ ଥିଲେ ଜୀବଦ୍ଦଶାରେ ଅନ୍ତତଃ ଥରେ ହେଲେ ହଜ୍‌ କରିବା ପାଇଁ ପବିତ୍ର କୋରାନ ନିର୍ଦ୍ଦେଶ ଦେଇଛି (ଆଲେ-ଇମ୍ରାନ୍‌ ୯୮)। ପ୍ରତି ବର୍ଷ ପ୍ରାୟ ୪୦ ଲକ୍ଷ ହାଜି ମକ୍କା ଯାଇଥାଆନ୍ତି, ତନ୍ମଧ୍ୟରୁ ୧ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ରହି ଥାଆନ୍ତି। ତେବେ ଦୁର୍ଭାଗ୍ୟବଶତଃ ଗତ ଦୁଇବର୍ଷ ହେଲା କରୋନା ମହାମାରୀ ଯୋଗୁ ମୁସଲମାନମାନେ ହଜ୍‌ ଯାତ୍ରାରୁ ବଞ୍ଚିତ ହୋଇ ରହିଛନ୍ତି।
ତେବେ ହଜ୍‌ ଏକ ସ୍ବଚ୍ଛ ଓ ଶୁଦ୍ଧପୂତ ଉପାସନା ଏବଂ ମକ୍କା ଏକ ଆନ୍ତର୍ଜାତିକ ତୀର୍ଥଭୂମି – ଏଥିରେ ସନ୍ଦେହ ନାହିଁ। ପବିତ୍ର ଖାନା କା’ବା ଅଲ୍ଲାଃଙ୍କ ପାଇଁ ସର୍ବ ପ୍ରଥମ ଗୃହ, ଯାହାର ନିର୍ମାଣ ହଜରତ ଆଦମ୍‌ ଭାରତର ପଶ୍ଚିମରେ ସ୍ଥିତ ଶରଣ ଦ୍ୱୀପରୁ ଯାଇ ପ୍ରଥମେ କରିଥିଲେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। କାଳକ୍ରମେ ତାହାର ଭଗ୍ନାବଶେଷ ଉପରେ ଏକାଧିକ ବାର ପୁନଃନିର୍ମାଣ କରାଯାଇଛି। ତାହା ୧୫.୨୫ ମିଟର ଉଚ୍ଚତା ବିଶିଷ୍ଟ ଏକ ବର୍ଗାକାର କ୍ଷେତ୍ର ସ୍ବରୂପ ପୁରାତନ କାଳରୁ ରହିଆସିଛି। ତେବେ ମୁସଲ୍‌ମାନମାନଙ୍କ ମଧ୍ୟରେ ଆନ୍ତର୍ଜାତିକ ଭ୍ରାତୃଭାବ ସୃଷ୍ଟି କରିବା ଏବଂ ତୀର୍ଥଯାତ୍ରୀମାନଙ୍କ ମନରେ ଏକ ପରମବ୍ରହ୍ମ ଅଲ୍ଲାଃଙ୍କୁ ଜୀବନର କେନ୍ଦ୍ରବିନ୍ଦୁ ରୂପେ ଅଙ୍କିତ କରିବା ହେଉଛି ଏହି ହଜ୍‌ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ।
ମୃତ ଶବାଧାର ଉପରେ କଫିନ୍‌ ଗୁଡ଼ାଇ ହେବା ପରି ଦୁଇଟି ବିନା ସିଲାଇର ଧଳା କପଡ଼ାରେ ଫୁଙ୍ଗୁଳା ଶରୀରକୁ ସେମାନେ ଏପରି ଆଚ୍ଛାଦିତ କରିଥାନ୍ତି, ଲାଗୁଥାଏ ସତେ ଯେମିତି ହାଜିମାନେ ମୃତ୍ୟୁଲୋକରୁ ଉଠି ଆସିଛନ୍ତି। ସଂସାରର ମୋହମାୟା ଛାଡ଼ି ମସ୍ତକ ମୁଣ୍ଡନ କରି ଏପରି ବେଶ ଧାରଣ କରିବାରୁ ଅନ୍ୟ ଅର୍ଥରେ ‘ଏହରାମ୍‌’ କୁହାଯାଏ।
ପବିତ୍ର କୋରାନ ଅନୁଯାୟୀ ଆଜିକୁ ପ୍ରାୟ ୪୦୦୦ବର୍ଷ ପୂର୍ବେ ଅବତାରମାନଙ୍କ ପିତୃପିତାମହ ହଜରତ ଇବ୍ରାହିମ, ପନତ୍ୀ ହାଜରା ଓ ବାଳୁତ ପୁଅ ଇସ୍‌ମାଇଲ ଈଶ୍ୱରଙ୍କ ଇଚ୍ଛାକୁ କାର୍ଯ୍ୟକାରୀ କରିବା ପାଇଁ ତ୍ୟାଗ ଓ ବଳିଦାନର ଯେଉଁ ଅପୂର୍ବ ନିଦର୍ଶନ ଦେଖାଇ ଯାଇଛନ୍ତି, ତାହା ମାନବ ଇତିହାସରେ ଏକ ବିରଳ ଘଟଣା। ସାତ ତପସ୍ୟା କରି ବୃଦ୍ଧାବସ୍ଥାରେ ପାଇଥିବା ସେହି ଅଲିଅଳ ପୁଅକୁ ନିଜ ଚକ୍ଷୁ ସମ୍ମୁଖରେ ସ୍ବହସ୍ତରେ ବଳି ପକାଉଥିବାର ଏକ ରୋମାଞ୍ଚକର ସ୍ବପ୍ନାନୁଭୂତିକୁ ସାର୍ଥକ କରିବା ପାଇଁ ପିତା ଇବ୍ରାହିମ ଈଶ୍ୱରଙ୍କ ଆଜ୍ଞା ପାଇ ସୁଦୂର ସିରିଆ(ଶାମ)ଦେଶରୁ ନିଜ ପନତ୍ୀ ଓ କୋଳାଗ୍ରତ ଶିଶୁପୁତ୍ରକୁ ସାଙ୍ଗରେ ଧରି ଏକ ଅନାବାଦି ଶୁଷ୍କ ମରୁଅଞ୍ଚଳ -ମକ୍ସାରେ ଆଣି ଅତି ଅସହାୟ ଅବସ୍ଥାରେ ଛାଡ଼ି ଚାଲି ଯାଇଥିଲେ, ଯାହା ମୃତ୍ୟୁମୁଖକୁ ଠେଲି ଦେବା ସହିତ ସମାନ ଥିଲା(ଇବ୍ରାହିମ୍‌:୩୮)। ‘ତୁମେ ନିଶ୍ଚିତ ରୂପେ ନିଜ ସ୍ବପ୍ନକୁ ସାବ୍ୟସ୍ତ କରିଛ’ (ଅଲ-ସାଫ୍‌ଫାତ ୧୦୩-୧୦୬) ସେହି ମହାନ୍‌ ଅଗ୍ନି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଭକ୍ତର ଆମତ୍ ନିବେଦନକୁ ମନେ ପକାଇ ପ୍ରଭୁଙ୍କ କୃପା ଅନ୍ବେଷଣ କରିବା ହେଉଛି ହଜ୍‌ ଯାତ୍ରାର ମୁଖ୍ୟ ଆକର୍ଷଣ।
ଯେପରି କାବା ଉପାସନା ଗୃହ ତୀର୍ଥ ଯାତ୍ରାର କେନ୍ଦ୍ରବିନ୍ଦୁ, ସେହିପରି ମକ୍କା ସହର ଠାରୁ ୧୧ କି.ମି. ଦୂରରେ ଅବସ୍ଥିତ ମୀନାଠାରେ ହଜ୍‌ର ଅୟମାରମ୍ଭ ହୋଇଥାଏ ା ମୀନାଠାରୁ ଆସି ଖାନା କା’ବା ଏବଂ ସଫା ମରୁଆ ନାମକ ଦୁଇଟି ପାହାଡ଼ ମଧ୍ୟରେ ସାତ ଥର ପରିକ୍ରମା କରାଯାଏ। କିମ୍ବଦନ୍ତୀ ଅନୁଯାୟୀ ସେହି ନିର୍ଜନ ବାଲୁକାମୟ ସ୍ଥାନରେ ମାତାପୁତ୍ରଙ୍କ ଦୁଇଟି ତୃଷାର୍ତ୍ତ ପ୍ରାଣ ପାଣି ଟୋପାଏ ପିଇବା ପାଇଁ ଛଟପଟ ହେଉଥିଲା ଓ ବାତ୍ସଲ୍ୟମୟୀ ମାତା ପାଣି ସନ୍ଧାନରେ ଡହଳ ବିକଳ ହୋଇ ସେହି ପାହାଡ଼ ଦ୍ୱୟ ଉପରେ ଦୌଡୁଥିଲେ। କିନ୍ତୁ ପ୍ରଭୁଙ୍କର ଏ କି ଅଦ୍ଭୁତ ଲୀଳା ! ସେ ନିରାଶ ହୋଇ ଶିଶୁ ପୁତ୍ର ପାଖକୁ ଫେରି ଆସନ୍ତେ ‘ଆବ୍‌ ଜମ୍‌ ଜମ୍‌’ (ଏ ପାଣି ତୁ ରହିଯା)ର ଶାନ୍ତ ଶୀତଳ ମଧୁର ଜଳର କ୍ଷୁଦ୍ର ଝରଣାଟିଏ ପୁଅର ନରମ ପାଦ ତଳୁ ସୃଷ୍ଟି ହୋଇ ଈଶ୍ୱରଙ୍କ ଅଲୌକିକ ମହିମାକୁ ଉଦ୍‌ଭାସିତ କରୁଥିଲା। ଯେଉଁଠାରେ ଦିନେ ଦୂବଟିଏ କଅଁଳୁ ନ ଥିଲା ସେଠାରେ ଆଜି ମକ୍କା ସହର ଗଢ଼ି ଉଠିଛି। ଏହାକୁ ‘ଉମ୍ମୁଲ କୀରା’ କୁହାଯାଉଛି । ହାଜିମାନେ ସେହି ରୋମାଞ୍ଚକର ଘଟଣାର ସ୍ମୃତିଚାରଣ କରି ଏହା ଚାରିପଟେ ସାତଥର ‘ତୌଆଫ’ କରନ୍ତି। ଏକ କୋଣରେ ଖଞ୍ଜା ହୋଇଥିବା କୃଷ୍ଣକାୟ ପଥର ‘ହଜରେ ଅଶୱଦ’କୁ ଚୁମ୍ବନ ବା ସ୍ବର୍ଶ କରିଥାନ୍ତି। ଏହା ଯୁଗ ଯୁଗ ଧରି ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ବିଦ୍ୟମାନ ଥାଇ ଏକ ବ୍ରହ୍ମଙ୍କ ଅସ୍ତିତ୍ୱର ଜ୍ୱଳନ୍ତ ସ୍ବାକ୍ଷର ବହନ କରିଥାଏ। ସେହିପରି ‘ବୈତୁଲ୍ଲାଃ’ ର ଦର୍ଶନ ଲାଭ କଲେ ଶାନ୍ତି ଓ ନିରାପତ୍ତା ବଳୟ ମଧ୍ୟରେ ରହିବାର ପ୍ରତିଶ୍ରୁତି ଦେଇ ପବିତ୍ର କୋରାନ ମକ୍କା ସହରର ସୁରକ୍ଷା ଘୋଷଣା କରୁଅଛି (ଆଲେ ଇମ୍ରାନ ୯୭) ଏହା ପୃଥିବୀର ଏକମାତ୍ର ସ୍ଥାନ; ଯେଉଁଠାରେ ଦିନରାତି ୨୪ଘଣ୍ଟା ଅଲ୍ଲାଃଙ୍କ ଉପାସନା କରାଯାଉଛି। ପୁଣି ହାଜିମାନେ ମକ୍କାରୁ ୧୫ କି.ମି. ଦୂରବର୍ତ୍ତୀ ‘ଅରଫାତ୍‌’ ନାମକ ବିଶାଳ ମଇଦାନରେ ରୁଣ୍ଡ ହୋଇ ଏକାଗ୍ର ଚିତ୍ତରେ ପ୍ରାର୍ଥନା କରିଥାନ୍ତି ଓ ସେଠାରୁ ‘ମୁଜ୍ୟଲଫା’କୁ ପ୍ରତ୍ୟାବର୍ତ୍ତନ କରନ୍ତି ଏବଂ ଶେଷରେ ମୀନାଠାରେ କୁର୍ବାନି ଦେଇ ହଜ ବିଧି ସମ୍ପନ୍ନ ହୋଇଥାଏ।
ଉତ୍ସର୍ଗୀକୃତ ତ୍ୟାଗର ଭାବନା ଆଗରେ ଜୀବନର ମୂଲ୍ୟ କିଛି ନୁହେଁ, ଏହା ପ୍ରତ୍ୟେକ ହାଜି ନିଜ ଜୀବନରେ ପ୍ରତିଫଳିତ କରିଥାନ୍ତି। ଅର୍ଥାତ୍‌ ମଣିଷ ପ୍ରାଣ ଭରି ଭଲ ପାଉଥିବା ନିଜର ଧନ, ଜୀବନ, ସମ୍ମାନ ଏପରି କି ସମୟ ଆସିଲେ ନିଜ ସନ୍ତାନଙ୍କୁ ମଧ୍ୟ ଈଶ୍ୱରଙ୍କ ମାର୍ଗରେ ଉତ୍ସର୍ଗ କରିବା ପାଇଁ ଦୃଢ଼ ମାନସିକତା ସୃଷ୍ଟି କରିପାରିବେ। ବାହ୍ୟ ଉପଚାର ସ୍ବରୂପ କେବଳ କୁର୍ବାନୀ (ଜୀବ ବଳି) ଦେଇ ଦେଲେ ହଜ୍‌ର ଅସଲ ଉଦ୍ଦେଶ୍ୟ ସାଧିତ ହୁଏ ନାହିଁ। ଯେପର୍ଯ୍ୟନ୍ତ ମଣିଷ ମଣିଷକୁ ଭଲ ପାଇବା, ଭାଇଚାରା, ମୈତ୍ରୀ ଓ ଅହିଂସାର ପଥ ଅବଲମ୍ବନ କରା ନ ଯାଇଛି ଏବଂ ଆମତ୍ ବଳିଦାନର ସମର୍ପିତ ଭାବନା ହୃଦୟରେ ସୃଷ୍ଟି ନ ହୋଇଛ। ଯେତେବେଳେ ମନୁଷ୍ୟ ଜାତି ବର୍ଣ୍ଣ ସ୍ଥାନ ନିର୍ବିଶେଷରେ ହଜ୍‌ ପରି ଏହି ତ୍ୟାଗପୂତ ଉପାସନାକୁ କର୍ମଭିତ୍ତିକ ନ କରିଛି, ହଜ୍‌ ଯାତ୍ରାର ଲକ୍ଷ୍ୟ ସାଧନ ହେବ ନାହିଁ। ପତି, ପନତ୍ୀଙ୍କ ମହାନ୍‌ କର୍ତ୍ତବ୍ୟ ଆଗରେ ପୁଅର ମୋହ ତୁଚ୍ଛ ହୋଇ ରହିଗଲା । ସେମାନେ ଆମେତ୍ାତ୍ସର୍ଗର ଯେଉଁ ଆଧ୍ୟାମତ୍ିକ ଦିଗ୍‌ଦର୍ଶନ ପୃଥିବୀକୁ ଦେଖାଇ ଗଲେ, ଏହାର ଫଳ ସ୍ବରୂପ ତାଙ୍କ ବଂଶରେ ଷଷ୍ଠ ଶତାବ୍ଦୀ ବେଳକୁ ଇସ୍‌ଲାମ ଧର୍ମର ପ୍ରାଣ ପ୍ରତିଷ୍ଠାତା ହଜରତ ମହମ୍ମଦ ଧରାପୃଷ୍ଠକୁ ଓହ୍ଲାଇ ଆସିଥିଲେ। ସେ ଅବତାରବାଦର ଶ୍ରେଷ୍ଠତ୍ୱ ପ୍ରତିପାଦନ କରି ମାନବ ଜଗତକୁ ପ୍ରେମ, ଶାନ୍ତି ଓ ତ୍ୟାଗର ଏକ ସମ୍ପୂର୍ଣ୍ଣ ମାନବାଦର୍ଶର ଗୌରବମୟ ଶିକ୍ଷା ଦେଇ ଯାଇଛନ୍ତି । ହଜ୍‌ ପାଳନ ଶେଷରେ ତାଙ୍କର ସମାଧି ପୀଠ ମଦିନାସ୍ଥିତ ‘ମସ୍‌ଜିଦ ନବଓି୍ବ’ ଦର୍ଶନ କଲା ପରେ ହଜ୍‌ କାର୍ଯ୍ୟ ସମାପ୍ତ ହୁଏ। ଆସନ୍ତୁ ଆମେ ସର୍ବେ କରୋନାର ମହାବ୍ୟାଧି କବଳରୁ ମାନବ ସମାଜ ଉଦ୍ଧାର ପାଇବା ପାଇଁ ଏହି ପବିତ୍ର ଅବସରରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନ କରିବା।
ସହକାରୀ ନିର୍ବାହୀ ଯନ୍ତ୍ରୀ, କେରଙ୍ଗ, ଖୋର୍ଦ୍ଧା, ମୋ-୯୪୩୭୬୮୪୮୫୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?