ପୁଣି କରୋନା ଗ୍ରାଫ୍‌ ଉପରମୁହାଁ: ଗତ ୨୪ଘଣ୍ଟାରେ ୪୦ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ,୩୯୯୮ ମୃତ

ନୂଆଦିଲ୍ଲୀ,୨୧।୭: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିିଛି। ଗତ ୧୨୫ ଦିନ ପରେ ମଙ୍ଗଳବାର ଦେଶରେ ୩୦ହଜାର ୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭୪ଜଣଙ୍କର ମୃତ୍ୟୁ ଘଟିଥିଲା। ହେଲେ ବୁଧବାର ଏହି ସଂଖ୍ୟାରେ ବୃଦ୍ଧି ଘଟି ୪୦ହଜାରରୁ ଊର୍ଦ୍ଧ୍ୱ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୪୨,୦୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୯୯୮ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଗତ ୨୪ଘଣ୍ଟାରେ ୩୬,୯୭୭ଜଣ ଆକ୍ରାନ୍ତ କରୋନାରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଏପର୍ଯ୍ୟନ୍ତ ମୋଟ ୩କୋଟି ୧୨ଲକ୍ଷ ୧୪ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ଲକ୍ଷ ୧୮ହଜାର ୪୮୦ଲୋକଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ୪ଲକ୍ଷ ୭ହଜାର ଆକ୍ଟିଭ କେସ୍‌ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ’ର ନୂଆ ଅର୍ଥ ବୁଝାଇଲେ ଥରୁର

ନୂଆଦିଲ୍ଲୀ,୭ା୯: ଦେଶର ନାମକୁ ନେଇ ରାଜନୈତିକ ବିବାଦ ମୁଣ୍ଡ ଟେକିଥିବାବେଳେ କଂଗ୍ରେସ ନେତା ଶଶୀ ଥରୁର ‘ଭାରତ’ର ନୂଆ ଫୁଲ୍‌ ଫର୍ମ ବାହାର କରିଛନ୍ତି। ଜି୨୦...

ମୋଦିଙ୍କ ମିଶନ ସଫଳ କରାଇଲେ ଶାହ

ନୂଆଦିଲ୍ଲୀ,୬ା୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇବା ସହ ଏହାକୁ ଦୁଇଭାଗ କରିବା ଲାଗି ଜୁନ୍‌ ତୃତୀୟ ସପ୍ତାହରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅବଗଣନା ଆରମ୍ଭ କରିଥିଲେ।...

ଭାଜପାକୁ ଘେରିଲେ ମମତା, ମଧ୍ୟପ୍ରଦେଶ ଶିକ୍ଷାମନ୍ତ୍ରୀଙ୍କୁ କାହିଁକି କରାଯାଇନି ଗିରଫ…

କୋଲକାତା, ୧୦।୯ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କେନ୍ଦ୍ରରେ ଭାଜପା ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରାଯାଇଥିବାବେଳେ...

ପୁଣି ରେକର୍ଡ ଭାଙ୍ଗିଲା କରୋନା: ଗୋଟିଏ ଦିନରେ ୮୩ ହଜାରରୁ ଅଧିକ ନୂଆ ଆକ୍ରାନ୍ତ, ୧୦୯୬ ମୃତ

ନୂଆଦିଲ୍ଲୀ,୪।୯: ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ୮୩ ହଜାର ୩୪୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ...

‘ନୂଆ ଜୀବନ ମିଳିଲା’

ଡେରାଡୁନ,୮।୨: ଉତ୍ତରାଖଣ୍ଡର ଚାମୋଲି ଜିଲାରେ ରବିବାର ହିମ ସ୍ଖଳନ ଘଟିବା ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି ତାପୋଭାନ...

କର୍ନାଟକ ରାଜନୀତି ପୁଣି ସରଗରମ: ୧୪ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କଲେ ବାଚସ୍ପତି

ବେଙ୍ଗାଲୁର୍‌,୨୮।୭: କର୍ନାଟକ ରାଜନୀତିରେ ଘଡ଼ିକେ ଘୋଡ଼ାଛୁଟୁଛି। ଏଚ୍‌.ଡି କୁମାରସ୍ବାମୀଙ୍କ ରାଜନୀତି ଦୌଡ଼ରେ ପଛାର ପକାଇ ବି.ଏସ୍‌.ୟେଦୁରପ୍ପା କ୍ଷମତା ଦଖଲ କରିଥିଲେ। ଏହାପରେ ବାଚସ୍ପତି ଆର୍‌. ରମେଶ...

ମୋଦି ସରକାରଙ୍କ ଶହେ ଦିନର ବଡ଼ ଯୋଜନା: ୧୬୭ କାର୍ଯ୍ୟକୁ ଗୁୁରୁତ୍ୱ; ୩ ଲକ୍ଷ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୧୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସ୍‌ର ପ୍ରଥମ ଶହେ ଦିନ ପାଇଁ ବଡ଼ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି କ୍ରମରେ ସରକାର ୧୬୭...

ପ୍ରକାଶ ପାଇଲା ସିବିଏସ୍‌ଇ ଦଶମ, ଦ୍ୱାଦଶ ବୋର୍ଡ ପରୀକ୍ଷାର ସୂଚୀ

ନୂଆଦିଲ୍ଲୀ,୨।୨- ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ମଙ୍ଗଳବାର ପ୍ରକାଶ ପାଇଛି ବୋର୍ଡ ପରୀକ୍ଷାର ସୂଚୀ। ଆସନ୍ତା ମେ’୪ରୁ ଜୁନ୍‌ ୧୧ ତାରିଖ...

Advertisement
Archives

Model This Week