ଏଇ ଭାରତରେ

ଚାକିରିରୁ ଅବସର ନେବା ପରେ ସମୟର କିଭଳି ସଦୁପଯୋଗ କରାଯାଏ ସେ କ୍ଷେତ୍ରରେ ଜଣେ ସେନା ଅଧିକାରୀଙ୍କ ପ୍ରୟାସ ବେଶ୍‌ ପ୍ରଶଂସନୀୟ। ଏହି ଅଧିକାରୀ ଜଣକ ହେଉଛନ୍ତି କଲୋନେଲ୍‌ ସୁବାସ ଦେଶ୍‌ଓ୍ବାଲ। ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲା ସିକନ୍ଦରାବାଦ ଗାଁରେ ତାଙ୍କ ଘର। ଦୀର୍ଘ ୨୧ ବର୍ଷ ଭାରତୀୟ ସେନାରେ ଚାକିରି କରି ଅବସର ନେବା ପରେ ନିଜ ଗାଁରେ ଇଂଲିଶ ଗାଜର ଚାଷ କରୁଛନ୍ତି। ଏହି ଗାଜର ଉତ୍ପାଦନରେ ସେ ଏବେ ଦେଶରେ ସବୁଠୁ ଆଗରେ। ସେଥିପାଇଁ କଲୋନେଲ୍‌ ଦେଶ୍‌ଓ୍ବାଲ କ୍ୟାରୋଟ କିଙ୍ଗ୍‌ ବା ଗାଜର ରାଜା ଭାବେ ଜଣାଶୁଣା। ଚାଷରେ ସାମିଲ ହୋଇଛନ୍ତି ତାଙ୍କ ସାଙ୍ଗ ଲାଲକୃଷ୍ଣ ଯାଦବ। ଏମାନଙ୍କ ପାଖରେ ପ୍ରଥମେ ଜମି ନ ଥିଲା। ସିକନ୍ଦରାବାଦର ଜଣେ କୃଷକଙ୍କଠାରୁ ୨ ଏକର ଜମି ଲିଜ୍‌ରେ ଆଣି ବିଭିନ୍ନ ପ୍ରକାର ଚାଷ ଆରମ୍ଭ କରିଥିଲେ। ପରେ ୨୦୦୬ରେ ସେ ସନ୍‌ସାଇନ ଭେଜିଟେବଲ ପ୍ରାଇଭେଟ ଲିମିଟେଡ୍‌ ପ୍ରତିଷ୍ଠା କରି କେବଳ ଇଂଲିଶ ଗାଜର ଚାଷ ଆରମ୍ଭ କରି ସେମାନଙ୍କ ସହ ସ୍ଥାନୀୟ ଚାଷୀମାନଙ୍କୁ ସାମିଲ କରିଛନ୍ତି। ଦେଶ୍‌ଓ୍ବାଲ ତାଙ୍କ କମ୍ପାନୀ ସହ ୧୦୦ ଜଣ କୃଷକଙ୍କୁ ସାମିଲ କରିବା ସହ ୯୦୦ ଶ୍ରମିକଙ୍କୁ ଚାଷ କାର୍ଯ୍ୟରେ ଲଗାଇଛନ୍ତି। ଜମି ଅନୁସାରେ କୃଷକମାନଙ୍କୁ ଲାଭାଂଶ ପ୍ରଦାନ କରୁଛନ୍ତି। ପ୍ରତିବର୍ଷ ୨୦,୦୦୦ ମେଟ୍ରିକ ଟନ୍‌ ଗାଜର ଉପତ୍ାଦନ କରି ଦେଶର ବିଭିନ୍ନ ସ୍ଥାନକୁ ପଠାଉଛନ୍ତି। ଉତ୍ପାଦନ ସମୟରେ ସେଥିରୁ ସେମାନେ ଅଧା ବିକ୍ରି କରି ଆଉ ଅଧା ଗଚ୍ଛିତ କରି ରଖୁଛନ୍ତି। ବର୍ଷର ବିଭିନ୍ନ ସମୟରେ ଚାହିଦା ଦେଖି ବଜାରକୁ ପଠାନ୍ତି। ସିକନ୍ଦରାବାଦ ଗାଁର ଚାଷକୁ ଦେଖି ବୁଲନ୍ଦସହର ଜିଲାର ୫୦୦ କୃଷକ ଇଂଲିଶ ଗାଜର ଚାଷ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri