ଏଇ ଭାରତରେ

ପରିବେଶ ତଥା ଜୀବଜନ୍ତୁଙ୍କ ସୁରକ୍ଷା ବହୁ ସମୟରେ ଅନେକଙ୍କ ନିଶା ପାଲଟିଯାଏ, ଯାହା ଘଟିଛି ଅରବିନ୍ଦ ମିଶ୍ରାଙ୍କ ଜୀବନରେ। ବିହାରର ଭାଗଲପୁର ଜିଲା ନିବାସୀ ଅରବିନ୍ଦ ବିଲୁପ୍ତର ଦ୍ୱାରଦେଶରେ ଥିବା ଗ୍ରେଟର ଆଡ୍‌ଜୁଣ୍ଟାଣ୍ଟ ଷ୍ଟୋର୍କ (ଏକ ପ୍ରକାର ବୃହତ୍‌ ବଗ)ଙ୍କ ସୁରକ୍ଷାରେ ଲାଗିଛନ୍ତି। ଏହି ପକ୍ଷୀଙ୍କ ଉଚ୍ଚତା ୧.୫ ମିଟର ଏବଂ ଦେଖିବାକୁ ଭାରି ସୁନ୍ଦର। ଉକ୍ତ ପକ୍ଷୀକୁ ସ୍ଥାନୀୟ ଅଞ୍ଚଳରେ ଲୋକେ ଗରୁଡ଼ କୁହନ୍ତି। ଅରବିନ୍ଦ ଦୀର୍ଘ ୧୩ ବର୍ଷ ଧରି ଏମାନଙ୍କ ବଂଶ ରକ୍ଷା କରିଆସୁଛନ୍ତି। ୨୦୦୬ରୁ ଭାଗଲପୁର ଜିଲାକୁ ଏହି ପ୍ରଜାତିର ପକ୍ଷୀ ପ୍ରଥମେ ଆସିବାର ତାଙ୍କ ବନ୍ଧୁ ତଥା ବନ୍ୟଜନ୍ତୁ ବିଶେଷଜ୍ଞ ଜୈନ ନାରାୟଣଙ୍କଠାରୁ ଖବର ପାଇ ଗଙ୍ଗା ଡାଇରା ଅଞ୍ଚଳରେ ପହଞ୍ଚି ପ୍ରଥମେ ସେ ଏକ ଯୋଡ଼ା ଏହି ପ୍ରଜାତିର ପକ୍ଷୀ ଦେଖିବାକୁ ପାଇଥିଲେ। ଏମାନେ ଶିମିଳି ଗଛରେ ବସା ବାନ୍ଧିଥିଲେ। ୨୦୦୭ରେ ସେହି ଅଞ୍ଚଳରେ ତଥା ବିହାରର ଅନ୍ୟ ଭାଗରେ ଗଣନା ପରେ ଏମାନଙ୍କ ସଂଖ୍ୟା ଥିଲା ୭୮। ତେବେ ଅରବିନ୍ଦଙ୍କ ପ୍ରଚେଷ୍ଟାରେ ଏବେ ଏହି ପକ୍ଷୀଙ୍କ ସଂଖ୍ୟା ୬୦୦ରେ ପହଞ୍ଚତ୍ଛି। ଜଣଙ୍କ ଦ୍ୱାରା ଏହି କାର୍ଯ୍ୟ ସମ୍ଭବ ନୁହେଁ ବୋଲି ଅରବିନ୍ଦ ଅନୁଭବ କରିବା ପରେ ୨୦୧୯ରେ ଏକ ଏନ୍‌ଜିଓ ମନ୍ଦାର ନେଚର କ୍ଲବ ପ୍ରତିଷ୍ଠା କରି ସେଥିରେ ବହୁ ଯୁବକଙ୍କୁ ସାମିଲ କରିଛନ୍ତି। ୨୦୧୫ରେ ରାଜ୍ୟ ସରକାରଙ୍କ ସହଯୋଗରେ ଏକ ପକ୍ଷୀ ପୁନରୁଦ୍ଧାର କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି। ଆହତ ପକ୍ଷୀମାନଙ୍କୁ ଉଦ୍ଧାର କରି ସେଠାରେ ଚିକିତ୍ସା କରୁଛନ୍ତି ଓ ସୁସ୍ଥ ହେବା ପରେ ସେମାନଙ୍କ ବାସସ୍ଥଳୀରେ ଛାଡ଼ି ଦେଉଛନ୍ତି। ଏବେ ଭାରତର ଆସାମ, ବିହାର ଏବଂ କାମ୍ବୋଡ଼ିଆରେ କେବଳ ଏହି ପକ୍ଷୀ ଦେଖାଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?