ଏଇ ଭାରତରେ

ପରିବେଶ ତଥା ଜୀବଜନ୍ତୁଙ୍କ ସୁରକ୍ଷା ବହୁ ସମୟରେ ଅନେକଙ୍କ ନିଶା ପାଲଟିଯାଏ, ଯାହା ଘଟିଛି ଅରବିନ୍ଦ ମିଶ୍ରାଙ୍କ ଜୀବନରେ। ବିହାରର ଭାଗଲପୁର ଜିଲା ନିବାସୀ ଅରବିନ୍ଦ ବିଲୁପ୍ତର ଦ୍ୱାରଦେଶରେ ଥିବା ଗ୍ରେଟର ଆଡ୍‌ଜୁଣ୍ଟାଣ୍ଟ ଷ୍ଟୋର୍କ (ଏକ ପ୍ରକାର ବୃହତ୍‌ ବଗ)ଙ୍କ ସୁରକ୍ଷାରେ ଲାଗିଛନ୍ତି। ଏହି ପକ୍ଷୀଙ୍କ ଉଚ୍ଚତା ୧.୫ ମିଟର ଏବଂ ଦେଖିବାକୁ ଭାରି ସୁନ୍ଦର। ଉକ୍ତ ପକ୍ଷୀକୁ ସ୍ଥାନୀୟ ଅଞ୍ଚଳରେ ଲୋକେ ଗରୁଡ଼ କୁହନ୍ତି। ଅରବିନ୍ଦ ଦୀର୍ଘ ୧୩ ବର୍ଷ ଧରି ଏମାନଙ୍କ ବଂଶ ରକ୍ଷା କରିଆସୁଛନ୍ତି। ୨୦୦୬ରୁ ଭାଗଲପୁର ଜିଲାକୁ ଏହି ପ୍ରଜାତିର ପକ୍ଷୀ ପ୍ରଥମେ ଆସିବାର ତାଙ୍କ ବନ୍ଧୁ ତଥା ବନ୍ୟଜନ୍ତୁ ବିଶେଷଜ୍ଞ ଜୈନ ନାରାୟଣଙ୍କଠାରୁ ଖବର ପାଇ ଗଙ୍ଗା ଡାଇରା ଅଞ୍ଚଳରେ ପହଞ୍ଚି ପ୍ରଥମେ ସେ ଏକ ଯୋଡ଼ା ଏହି ପ୍ରଜାତିର ପକ୍ଷୀ ଦେଖିବାକୁ ପାଇଥିଲେ। ଏମାନେ ଶିମିଳି ଗଛରେ ବସା ବାନ୍ଧିଥିଲେ। ୨୦୦୭ରେ ସେହି ଅଞ୍ଚଳରେ ତଥା ବିହାରର ଅନ୍ୟ ଭାଗରେ ଗଣନା ପରେ ଏମାନଙ୍କ ସଂଖ୍ୟା ଥିଲା ୭୮। ତେବେ ଅରବିନ୍ଦଙ୍କ ପ୍ରଚେଷ୍ଟାରେ ଏବେ ଏହି ପକ୍ଷୀଙ୍କ ସଂଖ୍ୟା ୬୦୦ରେ ପହଞ୍ଚତ୍ଛି। ଜଣଙ୍କ ଦ୍ୱାରା ଏହି କାର୍ଯ୍ୟ ସମ୍ଭବ ନୁହେଁ ବୋଲି ଅରବିନ୍ଦ ଅନୁଭବ କରିବା ପରେ ୨୦୧୯ରେ ଏକ ଏନ୍‌ଜିଓ ମନ୍ଦାର ନେଚର କ୍ଲବ ପ୍ରତିଷ୍ଠା କରି ସେଥିରେ ବହୁ ଯୁବକଙ୍କୁ ସାମିଲ କରିଛନ୍ତି। ୨୦୧୫ରେ ରାଜ୍ୟ ସରକାରଙ୍କ ସହଯୋଗରେ ଏକ ପକ୍ଷୀ ପୁନରୁଦ୍ଧାର କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି। ଆହତ ପକ୍ଷୀମାନଙ୍କୁ ଉଦ୍ଧାର କରି ସେଠାରେ ଚିକିତ୍ସା କରୁଛନ୍ତି ଓ ସୁସ୍ଥ ହେବା ପରେ ସେମାନଙ୍କ ବାସସ୍ଥଳୀରେ ଛାଡ଼ି ଦେଉଛନ୍ତି। ଏବେ ଭାରତର ଆସାମ, ବିହାର ଏବଂ କାମ୍ବୋଡ଼ିଆରେ କେବଳ ଏହି ପକ୍ଷୀ ଦେଖାଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri