Posted inଜାତୀୟ

ହଜିଛି ନିଯୁକ୍ତି ଚାବି:ଆଶାୟୀଙ୍କ ସ୍ବପ୍ନକୁ ଧୂଳିସାତ୍‌ କରିଛି ବଜେଟ

ନୂଆଦିଲ୍ଲୀ,୫ା୨କୋଭିଡ୍‌-୧୯ ଭୂତାଣୁର ମୁକାବିଲା ପାଇଁ ଗତ ମାର୍ଚ୍ଚ ମାସରୁ ଲଗାତର ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଭଳି କଠୋର ପଦକ୍ଷେପ ନିଆଯାଇଥିଲା। ଏହି ତାଲାବନ୍ଦୀ ଯୋଗୁ ଦୋକାନ ବଜାର କଳକାରଖାନା ଆଦି ବନ୍ଦ ହୋଇଯିବା ପରେ କୋଟି କୋଟି ଲୋକ ଜୀବିକା ହରାଇ ବେକାର ହୋଇଗଲେ। ଆଶା କରାଯାଉଥିଲା କେନ୍ଦ୍ର ସରକାର ଏଥର ବଜେଟରେ ଜୀବିକା ଓ ନିଯୁକ୍ତି ଆଶାୟୀଙ୍କ ପାଇଁ ବଡ଼ ପ୍ୟାକେଜ୍‌ ଘୋଷଣା କରିବେ। ହେଲେ ଆଶାରେ ହିଁ ରହିଗଲା ସେମାନଙ୍କ ଆଶା। କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ବା ସରକାରୀ ସ୍ତରରେ ନୂଆ ନିଯୁକ୍ତି ପ୍ରଦାନ ନେଇ କୌଣସି ଆଖିଦୃଶିଆ ଘୋଷଣା କରାଯାଇନାହିଁ ଫେବୃୟାରୀ ୧ରେ ଉପସ୍ଥାପିତ ୩୪.୮୩ ଲକ୍ଷ କୋଟି ଟଙ୍କିଆ ବଜେଟରେ। ଫଳରେ ସେମାନଙ୍କ ନିଯୁକ୍ତି ଚାବିକୁ କେନ୍ଦ୍ର ସରକାର କେଉଁଠି ହଜାଇ ଦେଇଛନ୍ତି ବୋଲି ବେକାରମାନେ ଏବେ ଧୈର୍ଯ୍ୟହରା।

୨୦୨୧-୨୨ ଆର୍ଥିକ ବର୍ଷର ବଜେଟରେ ଭାରତର ବେରୋଜଗାର ସଙ୍କଟ ଦୂର ଲାଗି ବିଶେଷ କିଛି ବ୍ୟବସ୍ଥା କରାଯାଇ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଗ୍ରାମାଞ୍ଚଳରେ ନିଯୁକ୍ତି କାର୍ଯ୍ୟକ୍ରମ ପାଇଁ ଆବଣ୍ଟିତ ଅର୍ଥ ପୂର୍ବବର୍ଷର ସଂଶୋଧିତ ଆକଳନଠାରୁ ୩୫% କମ୍‌। ୨୦୨୦-୨୧ କେନ୍ଦ୍ରୀୟ ବଜେଟରେ ୪.୧୨ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା। ୨୦୨୧-୨୨ ବଜେଟରେ ଏଥିରେ ୩୪% ବୃଦ୍ଧି କରାଯିବାକୁ ପ୍ରତିଶ୍ରୁତି ଦିଆଯାଇଛି, ଯାହାକି କରୋନା ମହାମାରୀଜନିତ ଲକ୍‌ଡାଉନ୍‌ ଯୋଗୁ ସୃଷ୍ଟି ହୋଇଥିବା ବେକାର ସଙ୍କଟର ସମାଧାନ ଦିଗରେ ସହାୟକ ହୋଇପାରିବ ନାହିଁ ବୋଲି ବିଶ୍ଳେଷଣରୁ ସ୍ପଷ୍ଟ ହୋଇଛି। ବଡ଼ ଭିତ୍ତିଭୂମି ପ୍ରକଳ୍ପ ଏକ ଉଚିତ ପଦକ୍ଷେପ ହୋଇଥିଲେ ହେଁ ଏଗୁଡ଼ିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ନାହିଁ ବୋଲି ଅର୍ଥନୀତିଜ୍ଞମାନେ କହିଛନ୍ତି। ସେମାନଙ୍କ ମତରେ ଏହି ବଜେଟରେ କେବଳ ୨୦୧୯ ଓ ୨୦୨୦ରେ ପାର୍ଲାମେଣ୍ଟରେ ସାମାଜିକ ସୁରକ୍ଷା ଏବଂ ସାର୍ବଜନୀନ ସର୍ବନିମ୍ନ ମଜୁରି ଉପରେ ଗୃହୀତ ଲେବର କୋଡ୍‌ର ନିୟମଗୁଡ଼ିକୁ ଦୋହରାଯାଇଛି।
ଚଳିତ ବଜେଟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ଅର୍ଥକୁ ହ୍ରାସ କରିଦିଆଯାଇଛି। ଭାରତର ଗାଁଗୁଡ଼ିକରେ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଉଦ୍ଦିଷ୍ଟ ତଥା ଲକ୍‌ଡାଉନ୍‌ ଯୋଗୁ ସହରରେ ଜୀବିକା ହରାଇ ଘରକୁ ଫେରିଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ଜୀବନରେଖା କୁହାଯାଉଥିବା ଏହି ଯୋଜନାକୁ ଧକ୍କା ଲାଗିଛି। ଏପରି କି ସହରାଞ୍ଚଳରେ ନିଯୁକ୍ତି ସୃଷ୍ଟି ପାଇଁ ମଧ୍ୟ କୌଣସି ନୂଆ ପଦକ୍ଷେପ ନିଆଯାଇ ନାହିଁ, ଯାହାକୁ ମହାମାରୀ ପରବର୍ତ୍ତୀ ଆର୍ଥିକ ଅନଟନ ସମୟରେ ଅତି ଜରୁରୀ ବୋଲି କୁହାଯାଉଥିଲା। ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟକୁ ୧୩,୩୦୬.୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏହି ପରିମାଣ ୨୦୨୦-୨୧ ବଜେଟର ସଂଶୋଧିତ ଆକଳନଠାରୁ ୪୧୩ କୋଟି ଟଙ୍କା କମ୍‌। ଏହାସହ ଶ୍ରମିକମାନଙ୍କ ପାଇଁ ପ୍ରଚଳିତ ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକର ଆବଣ୍ଟନ ଅର୍ଥକୁ ୩.୪% ଅର୍ଥାତ୍‌ ୧୧,୧୦୪ କୋଟି ଟଙ୍କାକୁ ଖସାଇ ଦିଆଯାଇଛି।
ଲକ୍‌ଡାଉନ୍‌ର ୪ ମାସ ପୂର୍ବରୁ ଅର୍ଥାତ୍‌ ୨୦୧୯ ଡିସେମ୍ବରରେ ଭାରତର ଶ୍ରମଶକ୍ତିର ପ୍ରାୟ ୪୮% ଥିଲା ଆମତ୍ନିଯୁକ୍ତି। ୨୦୨୦ ଅଗଷ୍ଟ ବେଳକୁ ଏହି ହାର ୬୪%କୁ ବୃଦ୍ଧି ପାଇଥିଲା। କର୍ମନିଯୁକ୍ତି ହ୍ରାସ ପାଉଥିବା ବିଷୟ ଏଥିରୁ ସ୍ପଷ୍ଟ ହେଉଛି ବୋଲି ୨୦୨୧ ଜାନୁୟାରୀରେ କେତେକ ରେଟିଂ ସଂସ୍ଥା ସୂଚାଇଥିଲେ। ତେଣୁ ଫେବୃୟାରୀ ୧ରେ ଅଣାଯାଇଥିବା ବଜେଟରେ ଗ୍ରାମ୍ୟ ଓ ସହରୀ ଭାରତର ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟିକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଆଶା କରାଯାଉଥିଲା। କିନ୍ତୁ ବଜେଟରେ ଏହି କ୍ଷେତ୍ରଗୁଡ଼ିକୁ ଆବଣ୍ଟିତ ଅର୍ଥ ନିଯୁକ୍ତି ଆଶାୟୀଙ୍କ ସ୍ବପ୍ନକୁ ଧୂଳିସାତ୍‌ କରିଛି।

ଏମ୍‌ଏସ୍‌ଏମ୍‌ଇ ଅର୍ଥ ପର୍ଯ୍ୟାପ୍ତ ନୁହେଁ
ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) କ୍ଷେତ୍ର ଦେଶର ପ୍ରାୟ ୪୦% ଋତୁକାଳୀନ ଓ ଠିକା ଶ୍ରମିକଙ୍କୁ ନିଯୁକ୍ତି ଦେଇଥାଏ। ଲକ୍‌ଡାଉନ୍‌ ଯୋଗୁ ଅନେକ ଛୋଟ ୟୁନିଟ୍‌ ଦେବାଳିଆ ହୋଇଯାଇଥିବାବେଳେ ଏହି ସେକ୍ଟରକୁ ମଧ୍ୟ ବଜେଟରେ ପର୍ଯ୍ୟାପ୍ତ ଅର୍ଥ ଦିଆଯାଇ ନ ଥିବା ବିଶେଷଜ୍ଞମାନେ କହିଛନ୍ତି। ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ପାଇଁ ପୂର୍ବ ଆର୍ଥିକ ବର୍ଷ (୭,୫୭୨ କୋଟି) ତୁଳନାରେ ପ୍ରାୟ ଦୁଇଗୁଣ (୧୫,୭୦୦ କୋଟି) ଅର୍ଥ ଆବଣ୍ଟନ କରାଯାଇଛି। ତେବେ ଏହି ଅର୍ଥର ୬୪% ଗ୍ୟାରେଣ୍ଟି ଏମର୍ଜେନ୍ସି କ୍ରେଡିଟ୍‌ ଲାଇନ୍‌ ସୁବିଧା ପାଇଁ ଉଦ୍ଦିଷ୍ଟ। ଏମ୍‌ଏସ୍‌ଏମ୍‌ଇକୁ ନଗଦ ସୁବିଧା ଓ ଋଣ ଗ୍ୟାରେଣ୍ଟି ଭାବେ ଅଧିକ ସହାୟତା ଦିଆଯାଇଛି। ତେବେ ଏହି କ୍ଷେତ୍ରର ଅଧିକାଂଶ କମ୍ପାନୀ ଅସଙ୍ଗଠିତ ଓ ଅଣପଞ୍ଜୀକୃତ ହୋଇଥିବାରୁ ଉପରୋକ୍ତ ସୁବିଧା ପାଇପାରୁ ନାହାନ୍ତି।

ସହରାଞ୍ଚଳ ପାଇଁ ସୁଯୋଗ ନାହିଁ
ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଧାରାରେ ଓଡ଼ିଶା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ ଓ କେରଳ ଭଳି କେତେକ ରାଜ୍ୟରେ ସହରାଞ୍ଚଳ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ ହେଉଛି। କିନ୍ତୁ କରୋନା କାଳରେ ସେଗୁଡ଼ିକର ଅବସ୍ଥା ଖରାପ ହୋଇଯାଇଛି। କୃଷି ଉପରେ ଲୋକଙ୍କ ନିର୍ଭରଶୀଳତା ବୃଦ୍ଧି ପାଇବା ସହରାଞ୍ଚଳରେ ଅଣକୃଷି ନିଯୁକ୍ତିର ସୀମିତ ପରିସରକୁ ଦର୍ଶାଉଥିବା ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମିର ୨୦୨୧ ଜାନୁୟାରୀ ବିଶ୍ଳେଷଣରୁ ଜଣାପଡ଼ିଛି।

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌: ଆକଳନଠୁ କମ୍‌

ଗ୍ରାମାଞ୍ଚଳର ପ୍ରତ୍ୟେକ ଘରକୁ ବାର୍ଷିକ ୧୦୦ ଦିନର କାମ ଯୋଗାଇଦେବା ପାଇଁ ଉଦ୍ଦିଷ୍ଟ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ଅଧୀନରେ ଦେଶର ୧୩୩ ନିୟୁତ ସକ୍ରିୟ ଶ୍ରମିକ ଆସୁଛନ୍ତି। ଲକ୍‌ଡାଉନ୍‌ ବେଳେ ଜୀବିକା ହରାଇ ଘରକୁ ଫେରିଥିବା ପ୍ରବାସୀ ଶ୍ରମିକମାନେ ଏହି ଯୋଜନାରେ ଆବେଦନ କରିଥିଲେ। କିନ୍ତୁ କାମ ଖୋଜୁଥିବା ୯.୭ ନିୟୁତ ପରିବାରକୁ ନିରାଶ ହେବାକୁ ପଡ଼ିଛି। ୨୦୨୦ ଜୁନ୍‌ରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ୨୦୨୦-୨୧ ପାଇଁ ୬୧,୫୦୦ କୋଟି ଟଙ୍କା ଓ ମହାମାରୀଜନିତ ନିଯୁକ୍ତି ସଙ୍କଟ ଦୂର କରିବା ଲାଗି ଅତିରିକ୍ତ ୪୦,୦୦୦ କୋଟି ଟଙ୍କା ଦେବାକୁ ଯୋଜନା ହୋଇଥିଲା। ୨୦୨୧-୨୨ ପାଇଁ ୭୩,୦୦୦ କୋଟି ଟଙ୍କାର ବର୍ଦ୍ଧିତ ଆବଣ୍ଟନ କରାଯାଇଥିଲେ ସୁଦ୍ଧା ଉପଲବ୍ଧ କରାଯାଇଥିବା ରାଶି ସଂଶୋଧିତ ଆକଳନର ୩୫%ରୁ କମ୍‌। କୋଭିଡ୍‌ ସଙ୍କଟ ସରି ନ ଥିବାରୁ ଶ୍ରମ ବଜାରଗୁଡ଼ିକ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି। ଦେଶରେ ଆର୍ଥିକ ଅସମାନତା ବଢ଼ିବାରେ ଲାଗିଥିବାରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌କୁ ଅଧିକ ଦୃଷ୍ଟି ଦେବା ଜରୁରୀ ଥିଲା ବୋଲି ଅର୍ଥନୀତିଜ୍ଞମାନେ ମତ ଦେଇଛନ୍ତି।

ମାସକରେ ୧୨ କୋଟି ବେକାର

ମହାମାରୀ କରୋନା କୋଟି କୋଟି ଭାରତୀୟଙ୍କ ଚାକିରି ଛଡ଼ାଇନେଇଛି। ବର୍ତ୍ତମାନ ଭୂତାଣୁ ସଂକ୍ରମଣ କମିଥିଲେ ବି ବହୁ ସଂଖ୍ୟକ ଲୋକ ବିନା ଦରମା ବା ଅଧା ଦରମାରେ ମଧ୍ୟ କାମ କରିବାକୁ ବାଧ୍ୟ ହେଉଛନ୍ତି। ଘରୋଇ କ୍ଷେତ୍ରର ଥିଙ୍କଟ୍ୟାଙ୍କ ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମି ଅନୁସାରେ କେବଳ ୨୦୨୦ ଏପ୍ରିଲରେ ୧୨.୨ କୋଟି ଭାରତୀୟ ନିଯୁକ୍ତି ହରାଇଥିଲେ। ଅନ୍ୟପକ୍ଷେ ଅସଙ୍ଗଠିତ କ୍ଷେତ୍ରର କେତେ ଲୋକ ଜୀବନ ବା ଜୀବିକା ହରାଇଛନ୍ତି ସେନେଇ କୌଣସି ତଥ୍ୟ ନ ଥିବା ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ(ସେପ୍ଟେମ୍ବର ୧୪)ରେ ସ୍ବୀକାର କରିଥିଲେ କେନ୍ଦ୍ର ସରକାର।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ଘର ଘର ବୁଲି କ୍ଷୀର ବିକୁଥିଲେ ନିତେଶ: ଏବେ ୬୪ ବର୍ଷର ଇତିହାସ ବଦଳାଇଦେଲେ ନିତେଶ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ କୁସ୍ତି ପାଇଁ ଆସିଛି ଐତିହାସିକ ସଫଳତା। ଗ୍ରୀକୋ-ରୋମାନ କୁସ୍ତିର ୯୭+ କିଲୋଗ୍ରାମ ବର୍ଗରେ ଭାରତର ନିତେଶ ସିୱାଚ ରୌପ୍ୟ ପଦକ…

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍‌

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସିଆନ ଗେମ୍ସରେ ଭାରତ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ତୀରନ୍ଦାଜୀର ମହିଳା ରିକର୍ଭ ଟିମ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୫-୩ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?