Posted inଜାତୀୟ

ଦିଲ୍ଲୀ ପୋଲିସ ମାମଲା ଦାଏର କରିବା ପରେ ଗ୍ରେଟା କହିଲେ କିଛି ଭୟ ନାହିଁ

ନୂଆଦିଲ୍ଲୀ, ୫ା୨:ନଭେମ୍ବର ୨୬ରୁ ଦିଲ୍ଲୀର ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମାରେ ଲକ୍ଷାଧିକ ଚାଷୀ କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଡ଼ିବସିଛନ୍ତି। କୃଷକଙ୍କୁ ଦମନ କରିବାକୁ ଯାଇ ଦିଲ୍ଲୀ ପୋଲିସ କଣ୍ଟାର ତାରବାଡ଼ ଦେଇ ସିମେଣ୍ଟ କଂକ୍ରିଟ୍‌ରେ ଆନ୍ଦୋଳନସ୍ଥଳକୁ ଆବଦ୍ଧ କରିଛି। ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଥିବା ଅନ୍ନଦାତାଙ୍କ ପ୍ରତି ପୋଲିସ ପ୍ରଶାସନର ଏପରି ବର୍ବର ବ୍ୟବହାରର ଚିତ୍ର ଅନ୍ତର୍ଜାତୀୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛି। ଏହାକୁ ଦେଖି ବୁଧବାର ଅନ୍ତର୍ଜାତୀୟ ସ୍ତରରେ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆମେରିକୀୟ ପପ୍‌ ଷ୍ଟାର ରିହାନାଙ୍କ ପରେ ସେହି ଦେଶର ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ଭାଣିଜୀ ତଥା ଓକିଲ ମୀନା ହାରିସ୍‌ ଓ ପର୍ନ ଷ୍ଟାର ମିଆ ଖଲିଫାଙ୍କ ସମେତ ଅନେକ ସେଲିବ୍ରିଟି ଚାଷୀ ଆନ୍ଦୋଳନ ସମର୍ଥନରେ ମତାମତ ଦେଇଥିଲେ। ଫଳରେ କଥା ଆଉ ଭାରତ ଭିତରେ ସୀମିତ ନ ରହି ଦରିଆପାରିକୁ ଗଲା। ଏପରି କି ବହିର୍ବ୍ୟାପାର ମନ୍ତ୍ରଣାଳୟକୁ ମଧ୍ୟ ଏଥିଲାଗି ସ୍ପଷ୍ଟୀକରଣ ଦେବାକୁ ପଡ଼ିଲା। ଫଳରେ ଗୁରୁବାର ଦିଲ୍ଲୀ ପୋଲିସ ଗ୍ରେଟାଙ୍କ ବିରୋଧରେ ଲୋକଙ୍କ ମଧ୍ୟରେ ଶତ୍ରୁତା ବଢ଼ାଇବା ଓ ଆପରାଧିକ ଷଡ଼ଯନ୍ତ୍ର କରିବା ଭଳି ଅଭିଯୋଗ ଆଣି ମାମଲା ରୁଜୁ କରିଛି। ଏହା ପରେ ମଧ୍ୟ ଗ୍ରେଟା ଆନ୍ଦୋଳନରତ ଚାଷୀଙ୍କ ପ୍ରତି ନିଜ ସମର୍ଥନ ଦୋହରାଇଛନ୍ତି। ସେ ଟୁଇଟ୍‌ କରି ଲେଖିଛନ୍ତି, ‘ମୁଁ ଏବେ ବି କୃଷକଙ୍କ ସହ ଅଛି ଏବଂ ସେମାନଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ସମର୍ଥନ କରୁଛି। ଘୃଣା, ବିରୋଧ ବା କୌଣସି ମାନବାଧିକାର ଉଲ୍ଲଂଘନ କାର୍ଯ୍ୟ ଏହାକୁ ବଦଳାଇପାରିବ ନାହିଁ’। କିନ୍ତୁ ମାମଲାରେ ଗ୍ରେଟାଙ୍କ ନାଁ ଉଲ୍ଲେଖ କରାଯାଇ ନ ଥିବା ଏବଂ କେବଳ ‘ଟୁଲ୍‌କିଟ୍‌’ ବିରୋଧରେ କେସ୍‌ ହୋଇଥିବା ଦିଲ୍ଲୀ ପୋଲିସ କହିଛି। ଅନ୍ତର୍ଜାତୀୟସ୍ତରରେ ଚାଷୀଙ୍କ ସମର୍ଥନରେ ବିଭିନ୍ନ ସେଲିବ୍ରିଟି ମତ ରଖୁଥିବାବେଳେ ଏହାକୁ ଭାଜପା ସମେତ ଭାରତୀୟ ସେଲିବ୍ରିଟିମାନେ ନିନ୍ଦା କରିବାରେ ଲାଗିଛନ୍ତି। ଅକ୍ଷୟ କୁମାର, ଅଜୟ ଦେବଗନ, କରନ ଜୋହର, କ୍ରିକେଟର ସଚିନ ତେନ୍ଦୁଲକର, ବିରାଟ କୋହଲି ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ସରକାରଙ୍କ ସପକ୍ଷରେ ସେମାନଙ୍କ ସ୍ବର ଉତ୍ତୋଳନ କରିଛନ୍ତି। ଏଥିସହ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଲେଖିଛନ୍ତି, ମିଥ୍ୟା ପ୍ରଚାର ପ୍ରସାର ଭାରତର ଭାଗ୍ୟ ସ୍ଥିର କରିପାରିବନି, କେବଳ ‘ପ୍ରଗତି’ ପାରିବ। ପ୍ରଗତି ହାସଲ ପାଇଁ ଭାରତ ଏକଜୁଟ ହେବ। ଅନ୍ୟପକ୍ଷରେ ଗ୍ରେଟାଙ୍କୁ ସମାଲୋଚନା କରି ଭାଜପା ଏମ୍‌ପି ମୀନାକ୍ଷୀ ଲେଖୀ କହିଛନ୍ତି, ‘ଗ୍ରେଟା ଥନବର୍ଗ ଜଣେ ପିଲା। ମୋ ହାତରେ ଥିଲେ ମୁଁ ନୋବେଲ ପୁରସ୍କାର ନୋମିନି ତାଲିକାରୁ ତାଙ୍କ ନାଁ ହଟାଇ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ବାଲ୍‌ ପୁରସ୍କାର ଧରେଇଥାନ୍ତି’।


Enter your email to get our daily news in your inbox.

All Right Reserved By Dharitri.Com

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

ଖୁଣ୍ଟରେ ଚଢ଼ି ମରାମତି ବେଳେ ଲାଗିଲା ବିଦ୍ୟୁତ ଝଟକା, ତାପରେ ହଠାତ୍….

ଦେବଗଡ଼,୧୬।୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା କଲା ଗ୍ରାମରେ ଅଘଟଣ । ବିଦ୍ୟୁତ ସ୍ପର୍ଶରେ ଆସି ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri