Posted inTrending, ଖେଳ

ଘର ଘର ବୁଲି କ୍ଷୀର ବିକୁଥିଲେ ନିତେଶ: ଏବେ ୬୪ ବର୍ଷର ଇତିହାସ ବଦଳାଇଦେଲେ ନିତେଶ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ କୁସ୍ତି ପାଇଁ ଆସିଛି ଐତିହାସିକ ସଫଳତା। ଗ୍ରୀକୋ-ରୋମାନ କୁସ୍ତିର ୯୭+ କିଲୋଗ୍ରାମ ବର୍ଗରେ ଭାରତର ନିତେଶ ସିୱାଚ ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି। ଫାଇନାଲରେ ଜାପାନର ୟୁରି ନକାଜାତୋଙ୍କ ବିପକ୍ଷରେ କଡ଼ା ସଂଘର୍ଷ ପରେ ନିତେଶଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲେ ମଧ୍ୟ ତାଙ୍କ ରୌପ୍ୟ ପଦକ ଭାରତୀୟ କୁସ୍ତି ଇତିହାସରେ ଏକ ବଡ଼ ଅଧ୍ୟାୟ ଯୋଡ଼ିଛି।

୧୯୬୨ ମସିହାର ଜାକର୍ତ୍ତା ଏସିଆନ ଗେମ୍ସ ପରେ ଗ୍ରୀକୋ-ରୋମାନ କୁସ୍ତିର ଏହି ବର୍ଗରେ ଭାରତର କୌଣସି ଖେଳାଳି ଫାଇନାଲରେ ପହଞ୍ଚିପାରି ନ ଥିଲେ। ଦୀର୍ଘ ୬୪ ବର୍ଷ ପରେ ନିତେଶ ସିୱାଚ ଏହି ଧାରାକୁ ଭାଙ୍ଗିଛନ୍ତି। ୧୯୬୨ ଏସିଆଡ୍‌ରେ ଭାରତର ମହାନ କୁସ୍ତିଯୋଦ୍ଧା ଗଣପତ ଅନ୍ଦଲକର ଏହି ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ। ନିତେଶଙ୍କ ଏସିଆନ ଗେମ୍ସ ଅଭିଯାନ ଆରମ୍ଭରୁ ହିଁ ଦମଦାର ରହିଥିଲା। କ୍ୱାର୍ଟର ଫାଇନାଲରେ ସେ ତୁର୍କମେନିସ୍ତାନର ଅମାନବର୍ଦି ଆଗାମମେଦୋଭଙ୍କୁ ୭-୧ରେ ପରାସ୍ତ କରିଥିଲେ।

୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍‌

ଏହାପରେ ସେମିଫାଇନାଲରେ ମଙ୍ଗୋଲିଆର ଗନ୍ଖୁୟାଗ ଗନବାତାରଙ୍କ ବିପକ୍ଷରେ ଆହୁରି ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ। ମ୍ୟାଚ୍‌ର ପ୍ରଥମ ତିନି ମିନିଟ ମଧ୍ୟରେ ୯-୦ରେ ବିଜୟ ହାସଲ କରି ନିତେଶ ଫାଇନାଲରେ ସ୍ଥାନ ପକ୍କା କରିଥିଲେ। ଏହା ସହ ୧୯୬୨ ପରେ ଏହି ବର୍ଗରେ ଏସିଆନ ଗେମ୍ସ ଫାଇନାଲରେ ପହଞ୍ଚିଥିବା ପ୍ରଥମ ଭାରତୀୟ ହୋଇଥିଲେ।
ନିତେଶ ସିୱାଚ ହରିୟାଣାର ସୋନିପତ ଜିଲାର ଜଗସୀ ଗାଁର ବାସିନ୍ଦା। ତାଙ୍କ ବାପା ଆନନ୍ଦ ସିୱାଚ ଛୋଟ ଦୁଗ୍ଧ ବା କ୍ଷୀର ବ୍ୟବସାୟ କରନ୍ତି। ଛୋଟବେଳେ ନିତେଶ କ୍ରିକେଟ ଖେଳୁଥିଲେ। ପରେ ପ୍ରତାପ ସ୍ପୋର୍ଟସ ସ୍କୁଲରେ କୋଚ ଓମ ପ୍ରକାଶ ଦହିଆଙ୍କ ନିର୍ଦ୍ଦେଶନାରେ କୁସ୍ତିରେ ପାଦ ରଖିଥିଲେ।

ତେବେ କ୍ୟାରିୟରର ପ୍ରାରମ୍ଭିକ ସମୟରେ ଗୁରୁତର ଆଣ୍ଠୁ ଆଘାତ ତାଙ୍କୁ କୁସ୍ତିଠାରୁ ଦୂରେଇ ଦେଇଥିଲା। ଏପରିକି ପରିବାରକୁ ସାହାଯ୍ୟ କରିବା ପାଇଁ ସେ ଘର ଘର ବୁଲି କ୍ଷୀର ପହଞ୍ଚାଇବା କାମ ମଧ୍ୟ କରିଥିଲେ। ହେଲେ ହାର ମାନି ନ ଥିଲେ ନିତେଶ। ଆଘାତରୁ ସୁସ୍ଥ ହେବା ପରେ ପୁଣି ମ୍ୟାଚକୁ ଫେରିଥିଲେ ଏବଂ ଆଜି ଏସିଆନ ଗେମ୍ସ ପୋଡିୟଡ୍‌ରେ ଦେଶର ଗୌରବ ବଢ଼ାଇଛନ୍ତି।

ନିତେଶଙ୍କ କ୍ୟାରିୟର
– ୨୦୧୯: କ୍ୟାଡେଟ ଏସିଆନ ଚାମ୍ପିଅନଶିପ ରୌପ୍ୟ
-୨୦୨୨:ଅଣ୍ଡର-୨୩ ବିଶ୍ୱ ଚାମ୍ପିଅନଶିପ ବ୍ରୋଞ୍ଜ
-୨୦୨୫:ସିନିୟର ଏସିଆନ ଚାମ୍ପିଅନଶିପ ବ୍ରୋଞ୍ଜ
-୨୦୨୬: ଏସିଆନ ଚାମ୍ପିଅନଶିପ ରୌପ୍ୟ
– ୨୦୨୬:ଏସିଆନ ଗେମ୍ସ ଐତିହାସିକ ରୌପ୍ୟ

ନିତେଶଙ୍କ ଏହି ସଫଳତା କେବଳ ଗୋଟିଏ ପଦକ ନୁହେଁ, ବରଂ ଦୀର୍ଘ ୬୪ ବର୍ଷ ପରେ ଭାରତୀୟ ଗ୍ରୀକୋ-ରୋମାନ କୁସ୍ତିର ଏକ ଐତିହାସିକ ପ୍ରତ୍ୟାବର୍ତ୍ତନ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍‌

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସିଆନ ଗେମ୍ସରେ ଭାରତ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ତୀରନ୍ଦାଜୀର ମହିଳା ରିକର୍ଭ ଟିମ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୫-୩ରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ୍, ନିରପେକ୍ଷ ରହିବା….

ମସ୍କୋ,୨।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ମୋଦିଙ୍କୁ ବିଶ୍ୱର ସେହି ନେତାମାନଙ୍କ ମଧ୍ୟରେ ପୁଟିନ୍‌ ସାମିଲ କରିଛନ୍ତି,…

ବିନା ଛାତ୍ରରେ ଚାଲିଛି ବିଦ୍ୟାଳୟ: ସ୍କୁଲ ଜଗି ରହିଛନ୍ତି ଭାରପ୍ରାପ୍ତ ହେଡ୍‌ ପଣ୍ଡିତ

ବଲାଙ୍ଗୀର,୨ା୧୦(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ସହର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଭୂଷଣ ସଂସ୍କୃତ ପ୍ରଥମା-ମଧ୍ୟମା ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏକଦା ଏହି ବିଦ୍ୟାଳୟରେ ୧୦୦ରୁ…

ମୋହନ ସରକାରଙ୍କ ବଡ଼ ଘୋଷଣା: ୫.୧୨ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର,୨।୧୦ (ରବିନାରାୟଣ ଜେନା):ଦୀର୍ଘଦିନ ଧରି ସରକାରଙ୍କୁ ଭତ୍ତା ଗଣ୍ଡିଏ ପାଇବା ପାଇଁ ଚାହିଁ ରହିଥିବା ବୃଦ୍ଧା/ବୃଦ୍ଧ ଓ ଅନ୍ୟାନ୍ୟ ବର୍ଗଙ୍କ ଅପେକ୍ଷାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ…

ଆଜି ଇଣ୍ଡିଆ ମେଣ୍ଟର ‘ଗଣତନ୍ତ୍ର ବଞ୍ଚାଓ’ ପଦଯାତ୍ରା, ଫର୍ମ-୬ ପରିବର୍ତ୍ତନକୁ ନେଇ ରାହୁଲ କହିଲେ…

ନୂଆଦିଲ୍ଲୀ,୨।୧୦(ପି.ଟି.): ନୂତନ ଭୋଟର ପଞ୍ଜୀକରଣ ପାଇଁ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ବ୍ୟବହୃତ ଅନ୍‌ଲାଇନ୍‌ ‘ଫର୍ମ-୬’ରେ ବେଆଇନ ଭାବେ ପରିବର୍ତ୍ତନ ପାଇଁ ଟାଟା କନ୍ସଲଟାନ୍ସି ସର୍ଭିସେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?