ଫିକା ପଡ଼ିଛି ସୁନା

ବିଶ୍ୱ ଅର୍ଥବ୍ୟବସ୍ଥାର ଇତିହାସରେ ସୁନା ସବୁବେଳେ ଆଶଙ୍କାର ଏକ ସମ୍ବେଦନଶୀଳ ମାପଦଣ୍ଡ ରହିଆସିଥିବା ଯେ କେହି ସ୍ପଷ୍ଟ ଭାବେ ଉପଲବ୍ଧି କରିଥିବେ। ଲୋକଙ୍କ ଆଶଙ୍କା ବା ଭୟ ଯେଉଁ ଅନୁପାତରେ ବଢ଼େ ସେହି ହାରରେ ସୁନାର ଦର ସବୁବେଳେ ବଢ଼ିଥାଏ। ଦେଢ ଦଶନ୍ଧିରୁ ଅଧିକ ସମୟ ଧରି ବିଶ୍ୱରେ ଉତ୍ତେଜନା ଏବଂ ସଂଘର୍ଷ ମଧ୍ୟରେ ସୁନା ଦରରେ ଦ୍ରୁତ ବୃଦ୍ଧି ଘଟିଆସିଛି। ଏପରି କି ଗତ ୧୫ ବର୍ଷ ମଧ୍ୟରେ ସୁନା ଦର ୧୦ ଗୁଣରୁ ଅଧିକ ବୃଦ୍ଧି ଘଟିଛି। ସାମ୍ପ୍ରତିକ ସମୟରେ ବିଶ୍ୱରେ ସଂଘର୍ଷ ଏବଂ ସଙ୍କଟ ବଢିଯାଇଛି, ଯାହାଦ୍ୱାରା ବିଶ୍ୱରେ ଅସ୍ଥିରତା ବୃଦ୍ଧିପାଇଛି। ସଂନ୍ତ୍ରାସବାଦ,ଆର୍ଥିକସଙ୍କଟ, ଦେଶ ଦେଶ ମଧ୍ୟରେ ଉତ୍ତେଜନା, ଆଣବିକ ଅସ୍ତ୍ରର ଧମକ ଏବଂ ସାମ୍ପ୍ରଦାୟିକ ହିଂସା ଏହି ସମୟରେ ବିଶ୍ୱକୁ ସଙ୍କଟ ମଧ୍ୟକୁ ଠେଲିିଦେଇଛି। ଅନ୍ତଃରାଷ୍ଟ୍ରୀୟ ବାଣିଜ୍ୟ ବହୁତ ତଳକୁ ଖସିଛି। କୋଭିଡ-୧୯ ମହାମାରୀରେ ଉଭୟ ଉପତ୍ାଦନ ଓ ଚାହିଦା କମିଯାଇଛି। ପ୍ରତ୍ୟେକଙ୍କ ଜୀବନର ସୁଖ ଚାଲିଯାଇଛି। ସବୁଆଡେ କେବଳ ହତାଶାର ଛାୟା ଖେଳିଯାଇଛି। ତେବେ ଏବକାର ମହାମାରୀଠାରୁ ଅଧିକ ଦୁର୍ଦ୍ଦିନର ସମୟ ଲୋକେ କେବେ ଦେଖି ନ ଥିଲେ। ଏବେ ଦେଖା ଦେଇଥିବା ସୁନା ଦରବୃଦ୍ଧି ଆଶଙ୍କା ଏବଂ ଅନିଶ୍ଚିତ ଆଗାମୀର ଏକ ସଙ୍କେତ । ପାରମ୍ପରିକ ଗହଣାରେ ନିିବେଶ କରିବା ଉପରେ ଏହି ମୂଲ୍ୟବୃଦ୍ଧି ଚିନ୍ତା ବଢାଇଦେିଛି। କେବଳ ଚାଇନା ସହ ସୀମା ଓ ରାଜନୈତିକ ସଂଘର୍ଷ ନୁହେଁ, ବରଂ ଆମେରିକା ଓ ଇରାନ ବିବାଦ ସମୟରେ ବି ସୁନା ଦର ବଢିଛି। ବିଶ୍ୱରେ କୋଭିଡ୍‌ ମହାମାରୀକୁ ନିୟନ୍ତ୍ରଣ କରିବାରେ ବୈଜ୍ଞାନିକମାନଙ୍କ ବିଫଳତା ଯୋଗୁ ସୁନା ଦର ଲଗାତର ଦ୍ରୁତଗତିରେ ବୃଦ୍ଧି ପାଇଚାଲିଛି। ବର୍ଷକରୁ ସମାନ୍ୟ ଅଧିତ୍କ ସମୟ ମଧ୍ୟରେ ସୁନା ଦରରେ ୪୦%ରୁ ଅଧିକ ବୃଦ୍ଧି ଘଟିଛି। କେବଳ ଏହି ବର୍ଷ ଏହାର ଦର ପାଖାପାଖି ୩୦% ବୃଦ୍ଧିପାଇଛି। ମହାମାରୀରୁ ମୁକ୍ତି ପାଇବା ଲାଗି ମାକେର୍ଟରେ ଟିକା ଉପଲବ୍ଧ ହେବା ଯାଏ ଏହି ଧାରା ଲାଗି ରହିବାର ସମ୍ଭାବନା ରହିଛି। ଦୁଖରବିଷୟ, ଏହି ଟିକା ପାଇବାର ଆଶା କ୍ଷୀଣ। ଏଣୁ ଏହିପରି ସୁନଦର ବଢ଼ିଚାଲିବ। ଅନ୍ୟ କୌଣସିଥିରେ ନିବେଶ କରିବାର ବିକଳ୍ପ ନ ଥିବାରୁ ଲୋକେ ସୁନାରେ ନିବେଶ କରିବାକୁ ଆଗଭର ହେବେ। ନିକଟରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ସୁନା କିଣିବାକୁ ବାହାରିଛି। ମହାମାରୀ ମଧ୍ୟରେ ଆର୍‌ବିଆଇ ସେପ୍ଟେମ୍ବର ତ୍ରୈମାସିକରେ ୬.୮ ଟନ୍‌ ସୁନା କିଣିଛି। ଆର୍‌ବିଆଇ ଛୋଟ ଛୋଟ ଭାଗରେ ସୁନା ଗଚ୍ଛିତ ବଢ଼ାଉଥିବାବେଳେ ସରକାର ସ୍ବତନ୍ତ୍ର ସୁନା ବଣ୍ଡ ୍‌ଦେଉଛନ୍ତି।
କୋଭିଡ-୧୯ ମହାମାରୀର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଏବେ ଅନେକ ଦେଶକୁ ଲକ୍‌ଡାଉନ ଲାଗୁ କରିବା ପାଇଁ ବାଧ୍ୟ କରିଛି। ଯଦିଓ ଭାରତରେ ଏହା ଲାଗୁ କରାଯାଇ ନାହିଁ, ତଥାପି ଏବେ ଦୈନିକ ଯେଭଳି ସଂକ୍ରମଣ ବଢୁଛି ତାହା ନିବେଶକୁ ପୁଣି ମାନ୍ଦା ପକାଇ ଦେବ। ଏଭଳି ଅନିଶ୍ଚିତ ଅର୍ଥ ବ୍ୟବସ୍ଥାରେ ସୁନା ଦର ବୃଦ୍ଧି ହେଉଥିବା କାରଣରୁ ସୁନା ବିକ୍ରି ଆସନ୍ତା ଧନତେରସ ଓ ଦୀପାବଳିରେ କମିବ। କେବଳ ପର୍ବପର୍ବାଣି ବ୍ୟତୀତ ଅନ୍ୟ କୌଣସିଥିରେ ଲେକେ ସୁନା କିଣିବାରୁ ଦୂରେଇ ରହିବେ। ତେବେ ଅନ୍ୟ ନିବେଶ ବନ୍ଦ ହୋଇ ଯାଇଥିବା ବେଳେ ସୁନା ନିବେଶର ଏକ ବିକଳ୍ପ ଭାବେ ଆଶା ସଞ୍ଚାର କରିଛି। ୧୦ଗ୍ରାମ୍‌ ସୁନାକୁ ୫୦,୦୦୦ ଟଙ୍କାରେ କିଣିବା ବ୍ୟୟବହୁଳ। କିନ୍ତୁ ଏକ ଦଶନ୍ଧି ପରେ ଏହା ଏକ ଲାଭ ଜନକ ନିବେଶ ଭାବେ ଉଭା ହେବ। କିନ୍ତୁ ଏବେ ଲୋକଙ୍କ ପାଖରେ ସୁନା କିଣିବାକୁ ପାଣ୍ଠି ନ ଥିବାରୁ ସୁନା ବିକ୍ରି ମାନ୍ଦା ପଡିଯାଇଛି ଓ ଆଗକୁ ବି ପଡିବ। ଏଯାବତ ସୁନାକୁ ନିବେଶର ଏକ ବିକଳ୍ପ ଭାବେ ଲୋକେ ପସନ୍ଦ କରୁଛନ୍ତ। ସେମାନେ ସ୍ବତନ୍ତ୍ର ଗୋଲ୍ଡବଣ୍ଡ୍‌ କିମ୍ବା ଏକ୍ସଚେଞ୍ଜ ଟ୍ରେଡ ଫଣ୍ଡରେ ନିବେଶ କରିବାକୁ ଚାହଁୁଛନ୍ତି। ମ୍ୟୁଚୁଆଲ ଫଣ୍ଡ ଦ୍ୱାରା ଏକ୍ସଚେଞ୍ଜ ଟ୍ରେଡ ଫଣ୍ଡ ଚାଲୁ ହୋଇଛି। ସେମାନେ ବି ସୁନାଦର ବୃଦ୍ଧି ସହ କ୍ୟାପିଟାଲ ରିଟର୍ନ ଅଫର କରୁଛନ୍ତି। ତେବେ ଉପଲବ୍ଧ ଏହି ସବୁ ବିକଳ୍ପ ସୁନା କିମ୍ବା ଗହଣା ବିକ୍ରି ଉପରେ ଏକ ନକାରାମତ୍କ ପ୍ରଭାବ ପକାଇଛି। ଏହା ଯୋଗୁ ଆଗକୁ ପର୍ବପର୍ବାଣିରେ ସୁନା ବିକ୍ରି ଫିକା ପଡିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?