Posted inଖେଳ

ମହିଳା ଟି୨୦ ଚ୍ୟାଲେଞ୍ଜ: ଟ୍ରେଲବ୍ଲେଜର୍ସର ସହଜ ବିଜୟ

ଶାରଜା: ମହିଳା ଟି୨୦ ଚ୍ୟାଲେଞ୍ଜ କ୍ରିକେଟ ପ୍ରତିଯୋଗିତାର ପ୍ରଥମ ମ୍ୟାଚରେ ସୁପରନୋଭାସକୁ ୫ ଉଇକେଟରେ ହରାଇଥିବା ଭେଲୋସିଟି ଗୁରୁବାର ଦ୍ୱିତୀୟ ମ୍ୟାଚରେ ଟ୍ରେଲବ୍ଲେଜର୍ସଠାରୁ ଶୋଚନୀୟ ପରାଜୟ ବରଣ କରିଛି। କେବଳ ସେତିକି ନୁହେଁ ମାତ୍ର ୪୭ ରନରେ ଅଲଆଉଟ ହୋଇଥିବାରୁ ଭେଲୋସିଟିର ରନହାର ମଧ୍ୟ କମିଯାଇଛି। ଅନ୍ୟପକ୍ଷରେ ସହଜ ବିଜୟ ସହ ଟ୍ରେଲ୍‌ବ୍ଲେଜର୍ସ ଫାଇନାଲ ଖେଳିବା ଆଶା ଉଜ୍ଜୀବିତ କରିଛି। ବିଜୟ ଲକ୍ଷ୍ୟକୁ ସ୍ମୃତି ମାନ୍ଧାନାଙ୍କ ଦଳ ୭.୫ ଓଭରରେ ମାତ୍ର ୧ ଉଇକେଟ ହରାଇ ଅତିକ୍ରମ କରି ଯାଇଥିଲା। ଅଧିନାୟିକା ସ୍ମୃତି ୬ ରନ କରି ଆଉଟ ହୋଇଥିବାବେଳେ ଡିଣ୍ଡ୍ରା ଡୋଟିନ ୨୯ ଓ ରିଚା ଘୋଷ ୧୩ ରନରେ ଅପରାଜିତ ରହିଥିଲେ। ଭେଲୋସିଟିର ଲେଗ୍‌ କାସ୍ପେରେକ୍‌ ଏକମାତ୍ର ଉଇକେଟଟି ପାଇଥିଲେ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭେଲୋସିଟି ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୫.୧ ଓଭରରେ ୪୭ ରନରେ ଅଲଆଉଟ ହୋଇଥିଲା। ଦଳ ପକ୍ଷରୁ ଶେଫାଳି ବର୍ମା ସର୍ବାଧିକ ୧୩ ରନ କରିଥିବାବେଳେ ଅଧିନାୟିକା ମିଥାଲି ରାଜଙ୍କ ସମେତ ୮ ଜଣ ବ୍ୟାଟ୍ସଓମ୍ୟାନ ଦୁଇଅଙ୍କ ସ୍ପର୍ଶ କରିପାରି ନ ଥିଲେ। ଇଂଲଣ୍ଡ ସ୍ପିନର ସୋଫି ଏକ୍‌ଲେଷ୍ଟୋନ୍‌ ଚମତ୍କାର ବୋଲିଂ କରି ୩.୧ ଓଭରରେ ଗୋଟିଏ ମେଡେନ ନେବାସହ ମାତ୍ର ୯ ରନ ଦେଇ ୪ଟି ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଝୁଲଣ ଗୋସ୍ବାମୀ ଓ ରାଜେଶ୍ୱରୀ ଗାଏକ୍ୱାଡ୍‌ ୨ଟି ଲେଖାଏ ଏବଂ ଦୀପ୍ତି ଶର୍ମା ଗୋଟିଏ ଉଇକେଟ ନେଇଥିଲେ। ଭେଲୋସିଟି ପକ୍ଷରୁ ଓଡ଼ିଶାର ସୁଶ୍ରୀ ଦିବ୍ୟଦର୍ଶିନୀ ଏହି ମ୍ୟାଚରେ ପ୍ରତିନିଧିତ୍ୱ କରିଥିଲେ। ବ୍ୟାଟିଂ ସମୟରେ ସେ ମାତ୍ର ଗୋଟିଏ ବଲ୍‌ ଖେଳି ଗାଏକ୍ୱାଡ୍‌ଙ୍କ ବଲ୍‌ରେ ଏଲବିଡବ୍ଲ୍ୟୁ ହୋଇ ଯାଇଥିବାବେଳେ ବୋଲିଂରେ ୧ ଓଭର ବୋଲିଂ ସୁଯୋଗ ପାଇ ୯ ରନ ବ୍ୟୟ କରିଥିଲେ। ପ୍ରଭାବୀ ବୋଲିଂ ପାଇଁ ଏକ୍‌ଲେଷ୍ଟୋନ୍‌ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର
ଭେଲୋସିଟି ୧୫.୧ ଓଭରରେ ୪୭/ଅଲଆଉଟ(ଶେଫାଳି-୧୩, ଏକ୍‌ଲେଷ୍ଟୋନ୍‌-୪/୯, ଝୁଲଣ-୨/୧୩, ଗାଏକ୍ୱାଡ-୨/୧୩, ଦୀପ୍ତି-୧/୮)। ଟ୍ରେଲବ୍ଲେଜର୍ସ ୭.୫ ଓଭରରେ ୪୯/୧(ଡୋଟିନ-୨୯*, ରିଚା-୧୩*, କାସ୍ପେରେକ୍‌-୧/୫)।


Enter your email to get our daily news in your inbox.

All Right Reserved By Dharitri.Com

ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ…

କନ୍ଧମାଳ ସମସ୍ୟା ନେଇ ‘ବିଚାର ମନ୍ଥନ’, ସରକାରଙ୍କ ନିକଟରେ ଦାବି ରଖିବାକୁ ନିଷ୍ପତ୍ତି

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହନୁମାନ ମନ୍ଦିର ପ୍ରାଙ୍ଗଣସ୍ଥିତ ସଭାଗୃହରେ ସୋମବାର ‘ବିଚାର ମନ୍ଥନ’ ନାମରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲାର…

ସ୍କୁଲ ବସ୍‌ ଧକ୍କାରେ ଚାଲିଗଲା ଜୀବନ: ଜଣେ ମୃତ, ଜଣେ ଗୁରୁତର

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ କୁଲୁଥିପାଲି ଗାଁ ନିକଟ ରାସ୍ତାରେ ସୋମବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି।…

୧୭ରେ ମୋଦିଙ୍କ ଜନ୍ମଦିନ, ଆଶୀର୍ବାଦର ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର,୧୪।୯: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ‘ଆଶୀର୍ବାଦର ଦୀପ’ ଜାଳିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?