ଗୀତା ମେହେଟ୍ଟାଙ୍କ ପରାମର୍ଶରେ ଚାଲିଛି କରୋନା ମୁକାବିଲା: ବିକ୍ରମ ଆରୁଖ

ଭଞ୍ଜନଗର,୧୯।୧୨(ଡି.ଏନ.ଏ.): କରୋନାର ସଫଳ ମୁକାବିଲା କରିବାରେ ରାଜ୍ୟ ସରକାର ସଫଳ ହୋଇଛନ୍ତି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ କମୁଛି। ଆଗାମୀ ଦିନରେ ଓଡ଼ିଶା କରୋନା ମୁକ୍ତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାର ଭୟାବହତା ସମ୍ପର୍କରେ ଆମେରିକାରେ ରହୁଥିବା ତାଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କଠାରୁ ଜାଣିବାକୁ ପାଇଥିଲେ। ମେହେଟ୍ଟାଙ୍କ ପରାମର୍ଶ ଅନୁଯାୟୀ ମୁଖ୍ୟମନ୍ତ୍ରୀ ରାଜ୍ୟରେ କରୋନା ମୁକାବିଲା ପାଇଁ ପଦକ୍ଷେପ ନେଇଥିବା ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି। ଭଞ୍ଜନଗର ବ୍ଲକ ଦଦରାଲୁଣ୍ଡାଠାରେ ଶୁକ୍ରବାର ଆୟୋଜିତ ସ୍ବଚ୍ଛତା ଓ ପରିବେଶ ସଚେତନତା ସଭାରେ ମନ୍ତ୍ରୀ ଆରୁଖ ଏହି କଥା କହିଛନ୍ତି। କନ୍ଧମାଳ ଏମ୍‌ପି ଅଚ୍ୟୁତ ସାମନ୍ତ ସମ୍ମାନିତ ଅତିଥି ଭାବେ ସଭାରେ ଯୋଗଦେଇ, ସ୍ବଚ୍ଛତା ରଖିଲେ ହିଁ ସ୍ବାସ୍ଥ୍ୟ କ୍ଷେତ୍ରରେ ସୁରକ୍ଷିତ ରହିପାରିବା ବୋଲି କହିଥିଲେ। ରାଜ୍ୟର ସମସ୍ତ ଜିଲାରେ କିସ୍‌ର ଶାଖା ଖୋଲାଯିବ। ଗଞ୍ଜାମ ଜିଲାରେ ମଧ୍ୟ ଶାଖା ଖୋଲାଯିବ, ଏନେଇ ଜମି ଅଧିଗ୍ରହଣ ସରିଛି ବୋଲି ସେ କହିଥିଲେ।
ମନ୍ତ୍ରୀ ଆରୁଖ ଶୁକ୍ରବାର ଭଞ୍ଜନଗର ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉଦ୍‌ଘାଟନ କରିଥିଲେ। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସ୍ବଚ୍ଛତା ଓ ପରିବେଶ ସଚେତନତା ରଥକୁ ମନ୍ତ୍ରୀ ଆରୁଖ ଓ ଏମ୍‌ପି ସାମନ୍ତ ଦୁର୍ଗାପ୍ରସାଦଠାରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହାପରେ ଦୁର୍ଗାପ୍ରସାଦ ଗ୍ରାମରେ ସଫେଇ କାର୍ଯ୍ୟକ୍ରମରେ ଯୋଗଦେବା ସହ ଅଙ୍ଗନୱାଡ଼ି କେନ୍ଦ୍ର, ଦଦରାଲୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଚାରାରୋପଣ, ଅଙ୍ଗନୱାଡ଼ି କେନ୍ଦ୍ରର ନୂତନ କୋଠାକୁ ମନ୍ତ୍ରୀ ଉଦ୍‌ଘାଟନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri