Posted inଜାତୀୟ

ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୧୯ା୧୨: ସମଗ୍ର ଉତ୍ତର ଭାରତକୁ ଥରାଇ ଦେଇଛି ଶୀତ। ହିମାଳୟର ଥଣ୍ଡା ପବନ ରାଜସ୍ଥାନର ମାଉଣ୍ଟ ଆବୁରେ ତାପମାତ୍ରାକୁ ନିମ୍ନଗାମୀ କରିବାରେ ଲାଗିଛି। ଆରାବଳୀ ପର୍ବତମାଳାର ଏହି ହିଲ୍‌ ଷ୍ଟେଶନରେ ଶୁକ୍ରବାର ତାପମାତ୍ରା ବିଯୁକ୍ତ ୧ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ସେହିପରି ଚୁରୁରେ ପାରା ମାଇନସ୍‌ ୦.୩ ଓ ସିକାରରେ ବିଯୁକ୍ତ ୦.୫ ଡିଗ୍ରୀ ସେଲସିୟସ୍‌କୁ ଖସିଥିବା ଭାରତର ପାଣିପାଗ ବିଭାଗ (ଆଇଏମ୍‌ଡି) କହିଛି। ସେହିପରି ଦିଲ୍ଲୀକୁ ମଧ୍ୟ ଉତ୍ତରା ପବନ ଥଣ୍ଡା କରିଦେଇଛି। ଜାତୀୟ ରାଜଧାନୀରେ ମହାମାରୀ କରୋନା କାଳରେ ପ୍ରବଳ ଶୀତ ସାଙ୍ଗକୁ ବାୟୁ ପ୍ରଦୂଷଣ ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଇଛି। ସଫଦରଜଙ୍ଗ ଅବ୍‌ଜର୍ଭେଟୋରିରେ ଶୁକ୍ରବାର ସର୍ବନିମ୍ନ ତାପମାତ୍ରା ୪.୪ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି, ଯାହାକି ସ୍ବାଭାବିକ ପାରାଠାରୁ ୩ ଡିଗ୍ରୀ କମ୍‌। ପାଲମ୍‌ ଓ୍ବେଦର ଷ୍ଟେଶନରେ ତାପମାତ୍ରା ୩.୪ ଡିଗ୍ରୀ ସେଲସିୟସ୍‌ ମାପ କରାଯାଇଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ଡିସେମ୍ବର ୨୧ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ। ପଶ୍ଚିମ ହିମାଳୟରୁ ବହୁଥିବା ତୁଷାର ବହୁଳ ପବନକୁ ଏଥିପାଇଁ ଦାୟୀ କରାଯାଇଛି। ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୨୩୫ ରହିଛି, ଯାହାକୁ ‘ଖରାପ’ ଭାବେ ବର୍ଗୀକୃତ କରାଯାଇଛି। ଅନୁରୂପ ଭାବେ ଉତ୍ତର ପ୍ରଦେଶର କେତେକ ସ୍ଥାନରେ ଗୁରୁବାର ବର୍ଷା ହୋଇଥିଲା। ଏଥିଯୋଗୁ ବରେଲି ୩.୩ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ସହ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଥିଲା। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଗୋରଖପୁରରେ ୨୪.୬ ଡିଗ୍ରୀ ଥିଲା। ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଓ ଉତ୍ତର ରାଜସ୍ଥାନରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଛି।
ଅନ୍ୟପକ୍ଷେ ଦିଲ୍ଲୀ ସମେତ ରାଜଧାନୀ ସଂଲଗ୍ନ ସିଙ୍ଘୁ, ଟିକ୍ରି, ଗାଜିପୁର ଓ ଗାଜିଆବାଦ ସୀମାରେ କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଦାବିରେ ଲକ୍ଷ ଲକ୍ଷ ଚାଷୀ ଏକତ୍ରିତ ହୋଇ ଆନ୍ଦୋଳନ କରୁଛନ୍ତି। ସରକାର ସେମାନଙ୍କ କଥା ଶୁଣୁ ନ ଥିବାରୁ ଡିସେମ୍ବର ୨୧ରୁ ଅଲ୍‌ ଇଣ୍ଡିଆ କିଷାନ ସଭା ନାସିକରୁ ଦିଲ୍ଲୀ ଯାଇ ଆନ୍ଦୋଳନରେ ସାମିଲ ହେବ ବୋଲି ନିଷ୍ପତ୍ତି ନେଇଛି। ଇତିମଧ୍ୟରେ ଆମେରିକାରୁ ଆସିଥିବା ୨୦ ଜଣିଆ ଭାରତୀୟ ଡାକ୍ତରୀ ଟିମ୍‌ ଟିକ୍ରି ବର୍ଡରକୁ ଯାଇ ଆନ୍ଦୋଳନରତ କୃଷକଙ୍କୁ ସେବା ଯୋଗାଇବ ବୋଲି ଘୋଷଣା କରିଛି। ଏସବୁ ଭିତରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ବର୍ଷ ଶେଷ ସୁଦ୍ଧା ସମାଧାନର ବାଟ ବାହାରିଯିବ ବୋଲି ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ରନ୍‌ଓ୍ବେରେ ୨ ବିମାନ ମୁହାଁମୁହିଁ, ଗୋଟିଏ କଲ୍‌ ପରେ…

ମୁମ୍ବାଇ,୮ା୭: ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗୋଟିଏ ରନଓ୍ବେରେ ଏୟାର ଇଣ୍ଡିଆର ଏକ ବିମାନ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ ମୁହାଁମୁହିଁ ହେବା ପରେ…

ଚାରନାଳିଆରେ ବଢୁଛି ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଆଲୋକ ବ୍ୟବସ୍ଥା ଦାବି କରି…

ବଞ୍ଚୋ,୮ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଚାରନାଳିଆ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଜଅଁରା଼…

ଦୁର୍ଘଟଣାଗ୍ରସ୍ତ ହେଲା ନା ଅନ୍ୟ କିଛି? କରାଚୀ ନିକଟରେ ମଝି ଆକାଶରେ ନିଖୋଜ ହୋଇଗଲା ପାକିସ୍ତାନୀ ବିମାନ

କରାଚୀ,୮।୭: ଏକ ପାକିସ୍ତାନୀ ମାଲବାହୀ ବିମାନ ମଙ୍ଗଳବାର (୭ ଜୁଲାଇ) ଦିନ ମଧ୍ୟ ଆକାଶରେ ନିଖୋଜ ହୋଇଗଲା। ମାଲବାହୀ କମ୍ପାନୀ K2 ଏୟାରୱେଜ ଦ୍ୱାରା ପରିଚାଳିତ ଏହି…

ମୁଁ ମେଲୋନିଙ୍କୁ ପସନ୍ଦ କରେ: କହୁ କହୁ ଏମିତି କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୮।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ପ୍ରଶଂସା କରିଛନ୍ତି। ଆଙ୍କାରା ଗସ୍ତ ସମୟରେ ଆମେରିକା ରାଷ୍ଟ୍ରପତି ଇଟାଲୀ ନେତାଙ୍କୁ ଜଣେ ‘ଭଲ…

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୨ ଗିରଫ, ଏକାଧିକ ଚମ୍ପଟ

ଦାରିଙ୍ଗବାଡି, ୮।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ପଞ୍ଚାୟତ ଆଡକି ଜଙ୍ଗଲରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ…

କେସିଙ୍ଗା ଏନଏସିରୁ ବାଦ ପଡିଲେ ୧୪୩୨ ଭୋଟର: ସୂଚନା ଦେଲେ ଅଧିକାରୀ

କେସିଙ୍ଗା,୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାରେ ସ୍ବତନ୍ତ୍ର ସଘନ ସଂଶୋଧନ-୨୦୨୬ର ଭୋଟର୍ସଙ୍କ ତାଲିକା ଲିଷ୍ଟ ଇତି ମଧ୍ୟରେ ପ୍ରକାଶ ପାଇଛି। କେସିଙ୍ଗା ଏନଏସିର ସର୍ବମୋଟ ୧୪ହଜାର୮୬୮ ଜଣ ଭୋଟର…

୫ କେଜି ସିଲିଣ୍ଡର ବ୍ୟବହାରକାରୀ ସାବଧାନ! ଏବେ ରିଫିଲ କଲେ ପକେଟ୍‌ରୁ କଟିବ ଏତିକି ଟଙ୍କା ଏକ୍ସଟ୍ରା

ନୂଆଦିଲ୍ଲୀ, ୮।୭: ୫ କିଲୋଗ୍ରାମ ବିଶିଷ୍ଟ ‘ଛୋଟୁ’ ଏଲପିଜି ସିଲିଣ୍ଡର ଏବେ ଗ୍ରାହକଙ୍କ ପକେଟ ଉପରେ ଭାରି ପଡ଼ିବ। ତୈଳ କମ୍ପାନୀଗୁଡ଼ିକର ନୂଆ ନିୟମ ଅନୁଯାୟୀ, ଏହି…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri