ଆବାସ ନାହିଁ କି ରୋଜଗାର ନାହିଁ, ଆମେ ବଞ୍ଚିବୁ କେମିତି?’ ବାତ୍ୟା ଆଶ୍ରୟସ୍ଥଳୀରେ ଜିଲାପାଳଙ୍କୁ ଗୁହାରି କଲେ ଜନଜାତି

ମହାକାଳପଡ଼ା,୨୧ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ବାତ୍ୟା ଅକ୍ୱାନ ପ୍ରଭାବରେ ପ୍ରଶାସନ ପକ୍ଷରୁ ଆଶ୍ରୟସ୍ଥଳୀରେ ବିପନ୍ନମାନଙ୍କୁ ଥଇଥାନ କରାଯାଇଛି। ଏ ନେଇ ପେଟଛେଲା ପଞ୍ଚାୟତ ସ୍ଥାନୀୟ ଜଙ୍ଗଲ ଘେରି ଜନଜାତି ବିପନ୍ନମାନଙ୍କୁ ଦୁଇ କିମି ଦୂର ରାମଚଣ୍ଡୀ ମନ୍ଦିର କମ୍ୟୁନିଟି ସେଣ୍ଟରରେ ଅଢ଼େଇ ଶହରୁ ଅଧିକ ଥଇଥାନ କରାଯାଇଛି। ବାତ୍ୟା ବେଳେ ଏମାନଙ୍କୁ ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ଭେଟି ଦୁଃଖସୁଖ ବୁଝିଥିଲେ। ପରେ ପୂର୍ବତନ ବାଚସ୍ପତି ପ୍ରଦୀପ ଅମାତ ଓ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏହି ଜନଜାତିମାନଙ୍କୁ ଭେଟିଥିଲେ। ତିନିଦିନ ହେବ ଆଶ୍ରୟ ନେଇଥିବା ଜନଜାତି ବିପନ୍ନମାନଙ୍କୁ ଜିଲାପାଳ ରଘୁନାଥ ଆର୍‌ ଆୟାର ରାମଚଣ୍ଡୀ କମ୍ୟୁନିଟି ସେଣ୍ଟରରେ ଭେଟି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

ଆବାସ ଗୃହ ନାହିଁ, ଏକ କମ୍ୟୁନିଟି ସେଣ୍ଟର ନାହିଁ, ଅଙ୍ଗନଓ୍ବାଡ଼ି କେନ୍ଦ୍ର ନାହିଁ, ଜମି ନାହିଁ , ରୋଜଗାର ନାହିଁ ଆମେ କିପରି ବଞ୍ଚିବୁ ବୋଲି ଜନଜାତିମାନେ ଜିଲାପାଳଙ୍କୁ ପ୍ରଶ୍ନ କରି ଏକ ଅଭିଯୋଗପତ୍ର ପ୍ରଦାନ କରିଥିଲେ। ଜନଜାତି ମହିଳାମାନଙ୍କଠାରୁ ଜିଲାପାଳ ଅଭିଯୋଗ ପତ୍ର ପାଇ କିପରି ସମସ୍ୟା ସମାଧାନ ହେବ ବିଡିଓଙ୍କ ସହିତ ଆଲୋଚନା କରିଥିଲେ। ଆଶ୍ରୟସ୍ଥଳୀରେ ଜନଜାତିମାନଙ୍କ ପରସା ଯାଉଥିବା ଭୋଜନ ଦେଖିଥିଲେ।

ଜିଲାପାଳଙ୍କ ସହିତ ବିଡିଓ ମନୋଜ କୁମାର ନାୟକ, ବ୍ଲକ ଜରୁରୀକାଳିନ ଅଧିକାରୀ ଦୀପକ କୁମାର ପରିଡ଼ା , କନିଷ୍ଠ ଯନ୍ତ୍ରୀ ଅଭିଷେକ ବିଶୋଇ , ରାଜସ୍ବ ନିରୀକ୍ଷକ ବିଜୟ କୁମାର ବେହେରା , ସରପଞ୍ଚ ପ୍ରସନ୍ନ ବେହେରା , ରାମନଗର ସରପଞ୍ଚ ମିଲନ ଦେବନାଥ, ନିର୍ବାହୀ ଅଧିକାରୀ ହୃଷୀକେଶ ସେଠୀ, ବିଜୟ କୁମାର ସେଠୀ , ରମେଶ ଭକ୍ତା, ଲକ୍ଷ୍ମୀକାନ୍ତ ସ୍ବାଇଁଙ୍କ ସମେତ ଦୁଇ ଶହରୁ ଅଧିକ ଜନଜାତି ଲୋକମାନେ ଉପସ୍ଥିତ ଥିଲେ। ପରେ ମା’ ରାମଚଣ୍ଡୀଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ ଜିଲାପାଳ। ପରେ ଏହି ଜନଜାତି ସମସ୍ତ ପରିବାରକୁ ପଲିଥିନ ବଣ୍ଟନ କରାଯାଇଥିଲା। ଏହି ଜଙ୍ଗଲ ଘେରିରେ ୪୦ରୁ ଅଧିକ ପରିବାର ବସବାସ କରନ୍ତି। ଏହା ପୂର୍ବରୁ ଜିଲାପାଳ ଏହି ବ୍ଲକ ଅଞ୍ଚଳର ଚାଷୀଙ୍କ ପନିପରିବା ଫସଲ ନଷ୍ଟ , ଉଦ୍ୟାନ କୃଷି , ମାଛ ଚାଷୀ ଓ କୁକୁଡ଼ା ଫାର୍ମ ପରିଦର୍ଶନ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଆପଣ ସମସ୍ତଙ୍କୁ ଖୁସି କରିପାରିବେ ନାହିଁ’: ମହମ୍ମଦ ସିରାଜଙ୍କୁ ବାଦ ଦିଆଯିବା କାହିଁକି ଏମିତି କହିଲେ କପିଲ ଦେବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦିଆଯିବାକୁ ନେଇ ବେଶ ହଟଚମଟ ସୃଷ୍ଟି…

ଦଶାହ କାର୍ଯ୍ୟରେ ଯୋଗଦେବାକୁ ଯାଉଥିଲେ ମହିଳା, ନଦୀରେ ବୁଡ଼ିଗଲା ଡଙ୍ଗା, ଚାଲିଗଲା ଜୀବନ

ମାଲକାନଗିରି,୨୧ା୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ରାଣିଗୁଡ଼ା ଘାଟ ନିକଟ ସାବେରୀ ନଦୀରେ ଏକ ଦେଶୀ ଡଙ୍ଗା। ବୁଡ଼ି ଯିବାର ଜଣେ ମହିଳାଙ୍କ ମୃତ୍ୟୁ…

୨୦ହଜାର ଟଙ୍କା କମିଲା ସୁନା! ଏକ୍ସପର୍ଟ କହିଦେଲେ କେବେ ଲକ୍ଷେ ତଳକୁ ଖସିବ?

ନୂଆଦିଲ୍ଲୀ,୨୧।୧୧: ଅନ୍ତର୍ଜାତୀୟ ବଜାରରେ ସୁନା ଏବଂ ରୁପା ଦରରେ ହ୍ରାସ ଥମିବାର ନାଁ ନେଉନାହିଁ। ସାଧାରଣତଃ ଯେତେବେଳେ ଶେୟାର ବଜାର ଖସେ, ସେତେବେଳେ ସୁନା ଦର ବଢ଼ିଥାଏ,…

ଚିକିତ୍ସା ପାଇଁ ଟ୍ରେନ୍‌ରେ ରାୟପୁର ଯାଇ ଘରକୁ ଫେରିନାହାନ୍ତି ବୃଦ୍ଧ, ୫ ଦିନ ପରେ ବି ମିଳୁନି ପତ୍ତା

ଥୁଆମୂଳ ରାମପୁର,୨୧ା୧୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କାଠକୁରା ଗ୍ରାମର ବୃଦ୍ଧ ଲାଚଣ ପରାଭୋଇ ଆଖି ଅପରେଶନ ପାଇଁ ରାୟପୁର ଯାଉଥିବା ବେଳେ ଟ୍ରେନ୍‌ରୁ…

ଗାଡ଼ିରେ ଜାତି ଷ୍ଟିକର ଲଗାଉଥିଲେ ସାବଧାନ! ସରକାର ଜାରି କଲେ କଟକଣା, ଏବେ ଆକ୍ସନ ନେବ RTO

ନୂଆଦିଲ୍ଲୀ,୨୧।୧୧: ଯଦି ଆପଣ ନିଜ କାର୍‌ କିମ୍ୱା ବାଇକ୍‌ରେ ଜାତି ସହ ଜଡ଼ିତ କୌଣସି ଶବ୍ଦ, ନାମ କିମ୍ୱା ଚିହ୍ନ ଲେଖାଇ ଚଳାଉଛନ୍ତି, ତେବେ ଏବେ ଏପରି…

ଭିଜିଲାନ୍ସ ଜାଲରେ ଏମ୍‌ଆଇଏସ୍‌, ଆବାସ ଯୋଜନା ବିଲ୍‌ କରାଇବାକୁ ନେଉଥିଲେ ଏତିକି ଟଙ୍କା ଲାଞ୍ଚ

ଜୁନାଗଡ଼,୨୧ା୧୧(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶେଷ ବିଲ କରାଇଦେବା ପାଇଁ ଜଣେ…

ପାକିସ୍ତାନ ଗସ୍ତ ପାଇଁ ମୋଦିଙ୍କୁ ନିମନ୍ତ୍ରଣ, ପ୍ରଧାନମନ୍ତ୍ରୀଙ୍କ ଯୋଜନାର ପ୍ରଶଂସା କଲେ ମୁସାଦିକ ମଲିକ

ନୂଆଦିଲ୍ଲୀ/ଇସଲାମାବାଦ,୨୧।୧୧: ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତ ସମ୍ପର୍କ ଲାଗି ରହିଥିବା ବେଳେ, ଦିଲ୍ଲୀରେ ଦିଆଯାଇଥିବା ଏକ ବିବୃତ୍ତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ‘ଏସସିଓ ସିଭିଲାଇଜେସନାଲ…

ଲକ୍ଷ୍ମୀନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ସାକ୍ଷୀଗୋପାଳ

ସାକ୍ଷୀଗୋପାଳ,୨୧ା୧୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): କାର୍ତ୍ତିକ ମାସ ଶୁକ୍ଲପକ୍ଷ ବଡ଼ ଏକାଦଶୀ ତଥା ଦେବ ଉତ୍ଥାପନ ଏକାଦଶୀ ତିଥିରେ ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରରେ ଠାକୁରଙ୍କ ଲକ୍ଷ୍ମୀନାରାୟଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?