ଏସ୍‌ପିଙ୍କ ଅଫିସ ଆଗରେ ସପରିବାର ଆତ୍ମାହୁତି ଚେତାବନୀ

ଛତ୍ରପୁର, ୨୧।୧୧(ଦିଲୀପ ସାମଲ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ କଳାଯମୁନା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ମାରଣାନ୍ତକ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ଏଯାଏ ଗିରଫ କରିପାରିନାହିଁ। ଘଟଣାକୁ ୧୪ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ହାତ ଖାଲି ରହିଛି। ଏପରି ସ୍ଥଳେ ବାହାରେ ଆରାମରେ ବୁଲୁଥିବା ଅଭିଯୁକ୍ତମାନେ ପରିବାର ଲୋକଙ୍କୁ ହତ୍ୟା ଧମକ ଦେଉଛନ୍ତି। ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରା ନ ଗଲେ ସପରିବାର ଏସ୍‌ପି ଅଫିସ ସମ୍ମୁଖରେ ଆତ୍ମହୂତି ଦେବୁ ବୋଲି ଆକ୍ରମଣର ଶିକାର ହୋଇଥିବା ବସନ୍ତ ମାଳୀଙ୍କ ସ୍ତ୍ରୀ ଶିବାନୀ ମଳୀ ଚେତାବନୀ ଦେଇଛନ୍ତି।

ଖବରରୁ ପ୍ରକାଶ, ଗତ ୮ ତାରିଖ ରାତିରେ ରମ୍ଭା ଥାନା ଅନ୍ତର୍ଗତ କଳାଯମୁନା ଗ୍ରାମର ବସନ୍ତ ବୁଲେଟ୍‌ରେ ଘରକୁ ଫେରୁଥିଲେ। ଏହି ସମୟରେ ଗାଁ ଛକରେ ତାଙ୍କ ଗାଡ଼ି ଖରାପ ହୋଇଯାଇଥିଲା। ସେ ଗାଡ଼ି ଷ୍ଟାର୍ଟ କରିବାକୁ ଉଦ୍ୟମ କରୁଥିବା ବେଳେ ରିତେଶ ମାଳି, ରାଜା ମାଳି ଓ ପବିତ୍ର ସାହୁ ତାଙ୍କୁ ପୂର୍ବ ଶତ୍ରୁତାକୁ ନେଇ ମରଣାନ୍ତକ ଆକ୍ରମଣ କରିଥିଲେ। ବସନ୍ତଙ୍କ ମୁଣ୍ଡରେ ରିତେଶଙ୍କ ଖଣ୍ଡା ଚୋଟ ଯୋଗୁ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।

ବର୍ତ୍ତମାନ ସୁଦ୍ଧା ବସନ୍ତ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଜଣେ ହୋମଗାର୍ଡ ଅଭିଯୁକ୍ତଙ୍କ ସମ୍ପର୍କୀୟ ହୋଇଥିବାରୁ ତଦନ୍ତକୁ ପ୍ରଭାବିତ କରୁଥିବା ଶିବାନୀ କହିଛନ୍ତି। ତେବେ ଏ ସମ୍ପର୍କରେ ଥାନା ଅଧିକାରୀ କୁମାର ମୁଦୁଲି କହିଛନ୍ତି ଯେ, ଏନେଇ ଅଭିଯୋଗ ପରେ ରମ୍ଭା ଥାନାରେ ନଂ. ୭୯୦/୨୬ରେ ମାମଲା ରୁଜୁ ହୋଇଛି।

ହୁମା ଫାଣ୍ଡି ଅଧିକାରୀ ଏସ୍‌ଆଇ ବିନୟ ଦାସ ଏହାର ତଦନ୍ତ କରୁଛନ୍ତି। ଅନ୍ୟପକ୍ଷରେ ଏହି ଆକ୍ରମଣର ସିସିଟିଭି ଫୁଟେଜ ଏବେ ଭାଇରାଲ ହେଉଛି। ଘଟଣାକୁ ୧୬ ଦିନ ବିତି ଯାଇଥିଲେ ସୁଦ୍ଧା ଅଭିଯୁକ୍ତମାନେ ଗିରଫ ହୋଇନାହାନ୍ତି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ଦାବିରେ ଶିବାନୀ ଗଞ୍ଜାମ ଏସ୍‌ପିଙ୍କୁ ଭେଟିଛନ୍ତି। ଅଭିଯୁକ୍ତମାନେ ବାହାରେ ବୁଲିବା ସହ ତାଙ୍କ ପରିବାରକୁ ହତ୍ୟା ଧମକ ଦେଉଛନ୍ତି ବୋଲି ଶିବାନୀ ଅଭିଯୋଗ କରିଛନ୍ତି।

ପରିବାରକୁ ତୁରନ୍ତ ନ୍ୟାୟ ନ ମିଳିଲେ ସେ ପରିବାର ସହ ଏସ୍‌ପି ଅଫିସ ସମ୍ମୁଖରେ ଆତ୍ମହୁତି ଦେବେ ବୋଲି ସେ ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ, ଏହା ପୂର୍ବରୁ ନଭେମ୍ବର ୧୧ ତାରିଖରେ ଶିବାନୀ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ। ସେତେବେଳେ ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ତାଙ୍କୁ ପ୍ରତିଶ୍ରୁତି ମିଳିଥିଲା। ମାତ୍ର ଏପର୍ଯ୍ୟନ୍ତ କୌଣସି ଅଭିଯୁକ୍ତ ଗିରଫ ହୋଇ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାରୀଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

ବ୍ରହ୍ମପୁର,୨୧ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ତାରସିଂ ଥାନା ଅଞ୍ଚଳର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଫାଷ୍ଟ ଟ୍ରାକ୍‌ ପୋକ୍‌ସୋ ଜଜ୍‌ ରୋହିତ ଲାଲ…

ଷ୍ଟ୍ରିଟଲାଇଟ୍‌ ନାଁରେ ୭.୨୪ ଲକ୍ଷ ହଡ଼ପ, ବନ୍ଧାହେଲେ ପୂର୍ବତନ ପିଇଓ, ଜେଇ, ଠିକାଦାର

ବ୍ରହ୍ମପୁର,୨୧ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକର ବାଲ୍ୟସରା ଗ୍ରାମପଞ୍ଚାୟତରେ ଷ୍ଟ୍ରିଟ ଲାଇଟ୍‌ ସ୍ଥାପନ ଓ ରକ୍ଷଣାବେକ୍ଷଣ ନାଁରେ ସରକାରୀ ଅର୍ଥ ହଡ଼ପ ମାମଲାରେ ଭିଜିଲାନ୍ସ…

ଗୁଡାରି ବଂଶଧାରା ବିଜୁ ସେତୁ ରାସ୍ତାର ହେବ ନବକଳେବର; ମଞ୍ଜୁର ହେଲା ୨.୯୬ ଲକ୍ଷ ଟଙ୍କା

ଗୁଡାରି,୨୧।୧୧(ପ୍ରମୋଦ କୁମାର ପତି ): ଗୁଡାରି ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ଗୁଡାରି ସହର ନିକଟସ୍ଥ ବାଦିଗୁଡା ଛକଠାରୁ ବଂଶଧାରା ବିଜୁ ସେତୁ ପର୍ଯ୍ୟନ୍ତ…

ପୁଣିଥରେ ସୁନା ନ କିଣିବାକୁ ଦେଶବାସୀଙ୍କୁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ; କହିଲେ- ଆଉ ଗୋଟିଏ ବର୍ଷ ସୁନାଠାରୁ…

ଲକ୍ଷ୍ନୌ,୨୧।୧୧: ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଆୟୋଜିତ ‘କୌଶଳ ଦୀକ୍ଷାନ୍ତ ସମାରୋହ’ରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ସୁନା ନ କିଣିବା ପ୍ରସଙ୍ଗ ଉଠାଇଛନ୍ତି। ଲୋକମାନେ ତାଙ୍କ କଥା…

ମତ୍ସ୍ୟଜୀବୀଙ୍କୁ ସହାୟତାର ହାତ

ଗଞ୍ଜାମ,୨୧।୧୧(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ନେତୃତ୍ୱରେ ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୁରୁଣା ପୋଡ଼ମ ପେଟା କଣ୍ଟିଆଗଡ଼ ନିକଟସ୍ଥ…

ଜିଲାପାଳଙ୍କ ବାତ୍ୟା ବାତ୍ୟା ସମୀକ୍ଷା: ରାଶନ କାର୍ଡ ନ ଥିଲେ ବି ମିଳିବ ରିଲିଫ ସହାୟତା

ଛତ୍ରପୁର,୨୧।୧୧(ଦିଲ୍ଲୀପି ସାମଲ): ବାତ୍ୟା ‘ଅକ୍ୱାନ’ର ବିପଦ ଟଳିବା ପରେ ଏବେ କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟକୁ ଗଞ୍ଜାମ ଜିଲା ପ୍ରଶାସନ ପ୍ରାଥମିକତା ଦେଇଛି। ଏନେଇ ଶନିବାର…

‘ଆପଣ ସମସ୍ତଙ୍କୁ ଖୁସି କରିପାରିବେ ନାହିଁ’: ମହମ୍ମଦ ସିରାଜଙ୍କୁ ବାଦ ଦିଆଯିବା କାହିଁକି ଏମିତି କହିଲେ କପିଲ ଦେବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦିଆଯିବାକୁ ନେଇ ବେଶ ହଟଚମଟ ସୃଷ୍ଟି…

ଆବାସ ନାହିଁ କି ରୋଜଗାର ନାହିଁ, ଆମେ ବଞ୍ଚିବୁ କେମିତି?’ ବାତ୍ୟା ଆଶ୍ରୟସ୍ଥଳୀରେ ଜିଲାପାଳଙ୍କୁ ଗୁହାରି କଲେ ଜନଜାତି

ମହାକାଳପଡ଼ା,୨୧ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ବାତ୍ୟା ଅକ୍ୱାନ ପ୍ରଭାବରେ ପ୍ରଶାସନ ପକ୍ଷରୁ ଆଶ୍ରୟସ୍ଥଳୀରେ ବିପନ୍ନମାନଙ୍କୁ ଥଇଥାନ କରାଯାଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?