ଏହି ପତ୍ରକୁ ମେଥି ଶାଗ ଭାବି ଖାଇବା ପରେ ବେହୋସ୍‌ ପରିବାର ଲୋକେ

କନୌଜ,୩୦।୬: ପରିବାର ଲୋକ ହୁଅନ୍ତୁ କି ସାଙ୍ଗ କିମ୍ବା ସର୍ମ୍ପକୀୟଙ୍କ ସହ ବେଳେବେଳେ ଆମେ ମଜାକରେ କିଛି ଏଭଳି କରିଥାଉ, ଯାହା ପରବର୍ତ୍ତୀ ସମୟରେ ସେମାନଙ୍କୁ ଦୁଃଖ ଦେବା ସହିତ ତାଙ୍କୁ କ୍ଷତି ପହଞ୍ଚାଇଥାଏ। ଆଉ ଯେତେବେଳେ ଏହି କାର୍ଯ୍ୟକୁ ନେଇ ଆମେ ଅବଶୋଷ କରିଥାଉ ସେତେବେଳେ ଆଉ କିଛି ନ ଥାଏ। କିଛି ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ କନୌଜରେ। ଉକ୍ତ ସହରରେ ଜଣେ ପରିବାର ଗଞ୍ଜେଇକୁ ମେଥି ଶାଗ ଭାବି ଖାଇବା ପରେ ପରିବାରର ସମସ୍ତ ସଦସ୍ୟ ଅଚେତ ହୋଇପଡ଼ିଛନ୍ତି। ଏହାପରେ ସେମାନଙ୍କୁ ଅଚେତ୍‌ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ସହରର ମିୟାଗଞ୍ଜ ଗାଁରେ ରହୁଥିବା ନବଲ କିଶୋର ନାମକ ଜଣେ ବ୍ୟକ୍ତି ସେହି ଗାଁର ଓମ୍‌ପ୍ରକାଶଙ୍କ ପୁଅ ନିତେଶଙ୍କୁ ମଜାକରେ ଗଞ୍ଜେଇକୁ ଶୁଖା ମେଥି ଶାଗ କହି ଦେଇଥିଲେ। ନିତେଶ ଉକ୍ତ ଗଞ୍ଜେଇକୁ ନେଇ ତାଙ୍କ ଭାଉଜଙ୍କୁ ଦେଇଥିଲେ। ସେ ମଧ୍ୟ ଏହାକୁ ଶୁଖିଲା ମେଥି ଭାବି ରୋଷେଇ କରିଦେଇଥିଲେ। କିଛି ସମୟ ପରେ ଘରର ସଦସ୍ୟ ଏହାକୁ ଖାଇବା ପରେ ଅଚାନକ ବେହୋସ୍‌ ହୋଇଯାଇଥିଲେ। ସେମାନଙ୍କ ଏଭଳି ଅବସ୍ଥା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ି ପୋଲିସକୁ ଖବର ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସେମାନଙ୍କୁ ଅଚେତ୍‌ ଅବସ୍ଥାରେ ଉଦ୍ଧାର କରି ଜିଲା ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏହାସହ ରନ୍ଧା ଓ ଶୁଖିଲା ଗଞ୍ଜେଇକୁ ଜବତ କରି ନବଲ କିଶୋରଙ୍କୁ ପୋଲିସ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶକୁ କଖାରୁ ଭିତରେ ମାଛ ଜାଆଁଳ ଚୋରା ଚାଲାଣ ରାକେଟ: ପର୍ଦ୍ଦାଫାଶ୍‌ କଲା ବିଏସ୍‌ଏଫ୍‌

କୋଲକାତା,୮।୬: ଭାରତରୁ ବାଂଲାଦେଶକୁ କଖାରୁ ଭିତରେ ମାଛ ଜାଆଁଳ ଚୋରା ଚାଲାଣ କାରବାରର ପର୍ଦ୍ଦାଫାଶ୍‌ ହୋଇଛି। ବିଏସ୍‌ଏଫ୍‌ ପକ୍ଷରୁ ଦକ୍ଷିଣ ପଶ୍ଚିମବଙ୍ଗ କରିଡୋରରେ ଚଢ଼ାଉ କରି...

ପାଇପ୍‌ରେ କ୍ଷୀର ଯୋଗାଣ

ନୂଆଦିଲ୍ଲୀ: କରୋନା ପାଇଁ ଏବେ ସମସ୍ତେ ସାମାଜିକ ଦୂରତା ଅବଲମ୍ବନ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି। ତେବେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ବେଳେବେଳେ...

କାନ୍ଥରେ ଆତଙ୍କାବାଦୀଙ୍କ ଯୋଜନା ଦେଖି ଚିନ୍ତାରେ ପୋଲିସ

ମୁମ୍ବାଇ,୪।୬: ନଭି ମୁମ୍ବାଇ ଓରଣର ଏକ ବ୍ରିଜ୍‌ର କାନ୍ଥରୁ ଆତଙ୍କବାଦୀଙ୍କ ସହ ଜଡିତ ଥିବା ଏକ ବାର୍ତ୍ତା ପୋଲିସକୁ ମିଳିଛି। ଏହି ବାର୍ତ୍ତାରେ ଆତଙ୍କବାଦୀ ସଂଗଠନ...

ହରିୟାଣା କଂଗ୍ରେସରେ ସିଦ୍ଧୁଙ୍କ ବିରୋଧରେ ବିଦ୍ରୋହ

ଚଣ୍ଡିଗଡ଼,୩।୧୦: ପଞ୍ଜାବର ପୂର୍ବ କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ସ୍ବର ଉତ୍ତୋଳନ ତେଜିବାରେ ଲାଗିଛି। ହରିୟାଣା କଂଗ୍ରେସର ବହୁ ତୁଙ୍ଗ ନେତା ସିଦ୍ଧୁ...

ସରକାରଙ୍କୁ ଚେତାବନୀ ଦେଲେ ରଘୁରାମ ରାଜନ

ନୂଆଦିଲ୍ଲୀ,୭।୯: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ଚଳିତ ଆର୍ଥିକ ବର୍ଷର ପ୍ରଥମ(ଏପ୍ରିଲ-ଜୁନ)ରେ ମୋଟ ଘରୋଇ ଉତ୍ପାଦନ(ଜିଡିପି)ରେ ୨୩.୯ ପ୍ରତିଶତ କମ୍‌କୁ ଚିନ୍ତାଜନକ...

‘ଲିଲି ବବ୍‌’ ମୃତ୍ୟୁରେ ନାସାର ଶ୍ରଦ୍ଧାଞ୍ଜଳି: ୬୭ ଲକ୍ଷ ଫଲୋଅର୍ସ ଥିଲେ

ଓ୍ବାଶିଂଟନ: ସୋସିଆଲ ମିଡିଆରେ ପ୍ରଶଂସା ସାଉଣ୍ଟୁଥିବା ଚର୍ଚ୍ଚିତ ବିଲେଇ ‘ଲିଲି ବବ୍‌’ର ରବିବାର ମୃତ୍ୟୁ ହୋଇଯାଇଛି। ୮ବର୍ଷୀୟ ଏହି ବିଲେଇର ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ, ଟୁଇଟର ଏବଂ...

ଭାରତରେ ୧୧ହଜାରରୁ ଊର୍ଦ୍ଧ୍ୱ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୫।୪: ଦେଶରେ ଲକ୍‌ଡାଉନ୍‌ର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ୧୧ହଜାରରୁ ଉର୍ଦ୍ଧ୍ୱ ଟପିଛି। ଭାରତରେ ଏପର୍ଯ୍ୟନ୍ତ କରୋନାରେ ସଂକ୍ରମିତ ହୋଇ...

ଗୁରୁବାର ସାବରିମାଲା ଓ ରାଫାଲର ଚୂଡ଼ାନ୍ତ ରାୟ

ନୂଆଦିଲ୍ଲୀ,୧୩।୧୧: ସୁପ୍ରିମ୍‌କୋର୍ଟ ଗୁରୁବାର ସାବରିମାଲା ଓ ରାଫାଲର ଚୂଡ଼ାନ୍ତ ରାୟ ଦେବେ। ଏହି ଦୁଇ ମାମଲାର ପୁନର୍ବିଚାର ପାଇଁ ଆବେଦନ ଦାଖଲ କରାଯାଇଥିଲା। ପ୍ରଧାନ ବିଚାରପତି...

Play 250+ Trending Games
Archives

Model This Week

Why Dharitri