ପ୍ରଯୋଜିକା ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ରିୟା

ଫିଲ୍ମ ପ୍ରଯୋଜିକା ତଥା ବଲିଉଡ୍‌ ଅଭିନେତା ଅନିଲ କପୁରଙ୍କ ସାନ ଝିଅ ରିୟା କପୁର। ମୁମ୍ବାଇରେ ଜନ୍ମିତ ରିୟା ଜଣେ ଫିଲ୍ମ ନିର୍ମାତା ସାଙ୍ଗକୁ ଫ୍ୟାଶନ ଷ୍ଟାଇଲିଷ୍ଟ।
ନ୍ୟୁୟର୍କରେ ପାଠପଢ଼ା ଶେଷ କରିବା ପରେ ରିୟା ପ୍ରଯୋଜିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ ଥିଲା ୨୦୧୦ରେ ରିଲିଜ୍‌ ହୋଇଥିବା ରୋମାଣ୍ଟିକ୍‌ କମେଡି ‘ଆୟଶା’ । ଏଥିରେ ଭଉଣୀ ସୋନମ ପ୍ରମୁଖ ଚରିତ୍ରରେ ଅଭିନୟ କରିଥିଲେ। ମାତ୍ର ଏହା ବକ୍ସ ଅଫିସରେ ସେତେଟା ଭଲ ବ୍ୟବସାୟ କରିପାରି ନ ଥିଲା। ୨୦୧୪ରେ ତାଙ୍କର ଦ୍ୱିତୀୟ ଫିଲ୍ମ ‘ଖୁବ୍‌ସୁରତ୍‌’ ରିଲିଜ୍‌ ହେଲା। ଏଥିରେ ମଧ୍ୟ ସୋନମ ପ୍ରମୁଖ ଚରିତ୍ରରେ ଅଭିନୟ କରିଥିବା ବେଳେ ଏହା ସେତେଟା ସଫଳତା ପାଇପାରିଲା ନାହିଁ। ପରେ ଫିଲ୍ମ ‘ଭିର୍‌ ଦି ଓ୍ବେଡିଂ’ ନିର୍ମାଣ କରିଥିଲେ। ଏଥିରେ ସୋନମ, କରୀନା କପୁର, ସ୍ବରା ଭାସ୍କର ଏବଂ ଶିଖା ତଲସାନିୟାଙ୍କୁ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିଥିଲା। ବୋଲ୍ଡ କାହାଣୀ ପାଇଁ ଫିଲ୍ମଟି ବିବାଦୀୟ ହୋଇଥିଲା। ମାତ୍ର ଏହା ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା। ରିୟା କରଣ କୁଲାନୀଙ୍କୁ ଡେଟ୍‌ କରୁଛନ୍ତି। ସେମାନଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଘୁରିବୁଲୁଛି। ମୋଟାମୋଟି ଭାବେ କହିବାକୁ ଗଲେ ରିୟା ନିଜର ଚୁଲ୍‌ବୁଲି ଏବଂ ବୋଲ୍ଡ ଅନ୍ଦାଜ ପାଇଁ ପ୍ରଶଂସକଙ୍କ ପ୍ରିୟ ହୋଇପାରିଛନ୍ତି।


All Right Reserved By Dharitri.Com

ସୁପର୍‌ଷ୍ଟାରଙ୍କୁ ପଛରେ ପକାଇ ରଣବୀରଙ୍କ ୩ ଫିଲ୍ମ ଆୟ କରିଛି ୭ଶହ କୋଟି

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର ସିଂ ଏବେ ଲାଇମ୍‌ ଲାଇଟ୍‌ରେ ଗତ କିଛିଦିନ ମଧ୍ୟରେ ସେ ଅଭିନୟ କରିଥିବା ୩ଟି ଫିଲ୍ମ ବକ୍ସ ଅଫିସରେ ହିଟ୍‌...

ସମ୍ମୁଖକୁ ଆସିଲା ‘ଗୁଲାବୋ ସିତାବୋ’ର ଅମିତାଭ୍‌ଙ୍କ ପ୍ରଥମ ଲୁକ୍‌

ବିଗ୍‌ ବି ଅମିତାଭ ବଚ୍ଚନ ବର୍ତ୍ତମାନ ତାଙ୍କର ଆଗାମୀ ସିନେମା ‘ଗୁଲାବୋ ସିତାବୋ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ସୁଜିତ୍‌ ସରକାରଙ୍କ ନିର୍ଦ୍ଦେଶିତ ଏହା ଏକ କମେଡି...

ଚୁଟ୍‌କିଙ୍କ ଲେଉଟାଣି

ଥରେ ମନେପକାନ୍ତୁ ନା ସେହି ଚୁଟ୍‌କି ଚରିତ୍ରକୁ। ସୁପରହିଟ୍‌ ଓଡ଼ିଆ ସିନେମା ‘ଆକାଶେ କି ରଙ୍ଗ ଲାଗିଲା’ରେ ଏହି ଭୂମିକା ତାଙ୍କୁ କେତେ ମାଇଲେଜ୍‌ ଦେଇଥିଲା,...

ମତୁଆଲା କଲା ନୋରାଙ୍କ ଡ୍ୟାନ୍ସ

ମୁମ୍ବାଇ: ନିଜର ଧମାକେଦାର ଡ୍ୟାନ୍ସ ପାଇଁ ବଲିଉଡ୍‌ରେ ବେଶ୍‌ ଲୋକପ୍ରିୟ ହୋଇଛନ୍ତି ନୋରା ଫତେହି। ଏବେ ଫ୍ୟାନ୍‌ମାନଙ୍କୁ ମତୁଆଲା କରିବା ପାଇଁ ନୋରା ପୁଣିଥରେ ଏକ...

ଭଲ ବ୍ୟବସାୟ କରୁଛି ଭାଇଜାନ୍‌ଙ୍କ ‘ଭାରତ’, ଖୁବ୍‌ଶୀଘ୍ର ସାମିଲ ହେବ ୨ଶହ କୋଟି କ୍ଲବରେ

ମୁମ୍ବାଇ: ଇଦ୍‌ରେ ପରଦାକୁ ଆସିଥିବା ସଲ୍‌ମାନ-କଟ୍ରିନା ଅଭୀନିତ ‘ଭାରତ’କୁ ଦର୍ଶକଙ୍କ ଭରପୂର ଭଲପାଇବା ମିଳୁଛି। ଏହାର ପ୍ରମାଣ ହେଉଛି ଫିଲ୍ମର ବ୍ୟବସାୟ। ରିଲିଜ୍‌ର ପ୍ରଥମ ସପ୍ତାହରେ...

ଭର୍ସାଟାଇଲ ଆକ୍ଟର ରଣବୀର

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର ସିଂଙ୍କୁ ବହୁମୁଖୀ ପ୍ରତିଭାର କଳାକର ବୋଲି କୁହାଯାଇଥାଏ। କାରଣ ସେ ଭିନ୍ନ ଭିନ୍ନ ଚରିତ୍ରରେ ଭଲ ଅଭିନୟ କରିପାରନ୍ତି। ନିକଟରେ...

ଘରେ ଗଣେଶ ଚତୁର୍ଥୀ ପାଳନ କରି ଭାବୁକ ହେଲେ ସୋନାଲି

ମୁମ୍ବାଇ: ସାରା ଦେଶରେ ଗଣେଶ ଚତୁର୍ଥୀ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଥିବା ବେଳେ ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଗଣପତି ବାପ୍ପାଙ୍କୁ ଖୁବ୍‌ ଆଗ୍ରହ ସହକାରେ ନିଜ...

ମକରକୁ ଆସିବ ଯାତ୍ରା ଜ୍ୟୋତିମହଲ

ଓଡ଼ିଶା ଏକ କଳାର ରାଜ୍ୟ। ପ୍ରଯୁକ୍ତିବିଦ୍ୟା ଯେତେବାଟ ଆଗଉନା କାହିଁକି ଲୋକମାନେ ପାରମ୍ପରିକ କଳାକୁ ଆଗରୁ ଯେମିତି ଗୁରୁତ୍ୱ ଦେଉଥିଲେ ଏବେ ମଧ୍ୟ ସେମିତି ଗୁରୁତ୍ୱ...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *