ପବଜୀ ମୋବାଇଲ ଗେମ୍‌ କାହିଁକି ହେଲାନି ବ୍ୟାନ୍‌ ଜାଣନ୍ତୁ

ସୋମବାର ଭାରତରେ ୫୯ଟି ଲୋକପ୍ରିୟ ଚାଇନିଜ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଥିରେ ଟିକ୍‌ଟକ୍‌, ୟୁସି ବ୍ରାଉଜର, ହେଲୋ ଆପ ଏବଂ ଶେୟାରଇଟ ସହିତ ଅନେକ ଲୋକପ୍ରିୟ ଆପ୍‌ ଅନ୍ତର୍ଭୁକ୍ତ ରହିଛି ଯେଉଁଥିରେ ଭାରତରେ କୋଟି କୋଟି ଉପଭୋକ୍ତା ଥିଲେ। ତେବେ, ରୋଚକ ବିଷୟ ହେଉଛି ଯେ ତାଲିକାରେ ପବଜୀ, ଏବଂ ଜୁମ୍‌ ଭଳି ଲୋକପ୍ରିୟ ଆପ୍‌ଗୁଡିକ ନାହିଁ। ତାଲିକା ଦେଖିବା ପରେ ବହୁ ସଂଖ୍ୟକ ଲୋକ ପ୍ରଶ୍ନ ପଚାରୁଛନ୍ତି ଯେ, ଯେତେବେଳେ ଏତେ ଲୋକପ୍ରିୟ ଆପ ନିଷେଧ ହୋଇଛି, ଏହି ଦୁଇଟି ଆପ୍‌କୁ କାହିଁକି ଛାଡିଦିଆଗଲା।
ପବଜୀ ପ୍ରକୃତରେ ଏକ ଚାଇନିଜ ଆପ କି?
PlayerUnknown’s Battlegrounds(PubG) ଏକ ଲୋକପ୍ରିୟ ଆକ୍ସନ ଗେମ। ଏହା ଦକ୍ଷିଣ କୋରିଆର ଭିଡିଓ ଗେମ କମ୍ପାନୀ ବ୍ଲୁହୋଲର ସହାୟକ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଛି। ୨୦୦୦ରେ ରିଲିଜ୍‌ ହୋଇଥିବା ଜାପାନୀ ଚଳଚ୍ଚିତ୍ର ବ୍ୟାଟଲ୍‌ ରୋୟେଲ ଦ୍ୱାରା ଅନୁପ୍ରାଣିତ ହୋଇ ଏହାକୁ ପ୍ରସ୍ତୁତ କରାଯାଇଥିଲା। ଦୁନିଆର ସବୁଠୁ ବଡ ଗେମ୍‌ କମ୍ପାନୀ ମଧ୍ୟରୁ ଅନ୍ୟତମ ଟେନସେଣ୍ଟ ଗେମ୍ସ ଏକ ଚାଇନା କମ୍ପାନୀ। ଟେନସେଣ୍ଟ ଗେମ୍ସ ଚାଇନାରେ ପବଜୀ ଲଞ୍ଚ୍‌ କରିବାକୁ ପ୍ରସ୍ତାବ ଦେଇଥିଲା ଏବଂ କିଛି ଅଂଶ ମଧ୍ୟ କିଣିଥିଲା। ଯଦିଓ ଚାଇନାରେ ପବଜୀ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ପରେ ଏହାକୁ ଏକ ନୂଆ ନାମରେ ଚାଇନାକୁ ଅଣାଯାଇଥିଲା। ଏବେ ମଧ୍ୟ ପ୍ଲେ ଷ୍ଟୋରରେ ଏହାର ପ୍ରକାଶକ ଟେନସେଣ୍ଟ ଗେମ୍ସ ଅଛି। ଏହିପରି, ପବଜୀର ମାଲିକାନା ମିକ୍ସ ଅଛି। ସେହିପରି ଜୁମ କମୁନିକେଶନ ହେଉଛି ଏକ ଆମେରିକୀୟ କମ୍ପାନୀ। ଏହାର ପ୍ରତିଷ୍ଠାତା ହେଉଛନ୍ତି ଏରିକ ୟୁଆନ। ଯିଏ କି ଚାଇନାରେ ଜନ୍ମ ହୋଇଥିଲେ, କିନ୍ତୁ ଜଣେ ଆମେରିକୀୟ ନାଗରିକ।


Enter your email to get our daily news in your inbox.

All Right Reserved By Dharitri.Com

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri