ରକ୍ତ ଝୁଣୁଛନ୍ତି

ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ମୁଦ୍ରାନୀତି କମିଟି(ଏମ୍‌ପିସି) ନିକଟରେ ରେପୋ ରେଟ୍‌ ୪୦ ବେସିସ୍‌ ପଏଣ୍ଟ ବୃଦ୍ଧି କରିଛି। ଫଳରେ ଏହା ୪.୪ ପ୍ରତିଶତରେ ପହଞ୍ଚିଛି। ଉଲ୍ଲେଖଯୋଗ୍ୟ, ରେପୋ ରେଟ୍‌ ହେଉଛି ଏକ ହାର, ଯେଉଁଥିରେ ଆର୍‌ବିଆଇ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକୁ ପାଣ୍ଠିରେ ନିଅଣ୍ଟ ଥିଲେ ଉଧାର ଦେଇଥାଏ। ଏହା ଇନ୍‌ଫ୍ଲେଶନ ବା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରେ ବୋଲି କୁହାଯାଇଥାଏ। ପରିସଂଖ୍ୟାନ ଦେଖିଲେ ଗତ ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ୬.୯୫ ପ୍ରତିଶତ ରହିଥିଲା। ଖାଦ୍ୟସାମଗ୍ରୀ ଦର ବହୁମାତ୍ରାରେ ବଢ଼ିଯିବାରୁ ଏଭଳି ସ୍ଥିତି ଉପୁଜିଛି। ତେବେ ରେପୋ ରେଟ୍‌ ବଢ଼ିଯିବା ପରେ ବ୍ୟକ୍ତିଗତ ଓ ଗୃହ ଋଣ ବୃଦ୍ଧି ପାଇବା ସ୍ବାଭାବିକ। ଏଭଳି ସ୍ଥଳେ ୭ ମେ ୨୦୨୨ରେ ତୈଳ ବିପଣନ କମ୍ପାନୀ ବା ଅଏଲ୍‌ ମାର୍କେଟିଂ କମ୍ପାନିଜ୍‌ ( ଓଏମ୍‌ସି) ରନ୍ଧନ ଗ୍ୟାସ୍‌ ଏଲ୍‌ପିଜି ସିଲିଣ୍ଡର ପିଛା ଦର ୫୦ ଟଙ୍କା ବୃଦ୍ଧି କରିଛନ୍ତି। ଫଳରେ ୧୪.୨ କେଜିର ଗୋଟିଏ ସିଲିଣ୍ଡର ଭୁବନେଶ୍ୱରରେ ୧,୦୨୬ ଟଙ୍କାରୁ ଅଧିକ ହୋଇଥିବା ବେଳେ ମାଲକାନଗିରିରେ ୧,୦୫୦ ଟଙ୍କା ଛୁଇଁଛି। ୨୦୨୧ ଏପ୍ରିଲ ପରେ ଗୋଟିଏ ବର୍ଷ ମଧ୍ୟରେ ସିଲିଣ୍ଡର ପିଛା ୧୯୦ ଟଙ୍କା ବଢ଼ିଛି। ନିଶ୍ଚିତ ଭାବେ ଏହା ପ୍ରତି ପରିବାର ଉପରେ ଆର୍ଥିକ ବୋଝ ଲଦି ଦେଇଛି।
ଏକ ଜନମଙ୍ଗଳ ରାଷ୍ଟ୍ରରେ ଲୋକ କଲ୍ୟାଣ ହେବା କଥା ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। କିନ୍ତୁ ନୀତି ପ୍ରଣୟନକାରୀଙ୍କ ମନୋଭାବ ଦେଖିଲେ ମନେହେଉଛି ଯେପରି ତୈଳ ବିପଣନ କମ୍ପାନୀଗୁଡ଼ିକର ଲାଭ ପାଇଁ ସବୁକିଛି କରାଯାଉଛି। କୁହାଯାଇପାରେ ଯେତେବେଳେ ଶାସକ ଦଳକୁ ଭୋଟ ଲୋଡ଼ା ହେଉନାହିଁ, ସେତେବେଳେ ପ୍ରତ୍ୟେକ ସାମଗ୍ରୀର ଅହେତୁକ ଦରବୃଦ୍ଧି କରିଦିଆଯାଉଛି। ସେହି ସମୟରେ କୌଣସି ଏକ କ୍ଷୁଦ୍ର ବିଷୟକୁ ନେଇ ଜାତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି କରିବା ସକାଶେ ସବୁ ଶକ୍ତି ବ୍ୟବହାର କରି ଜନସାଧାରଣଙ୍କ ଦୃଷ୍ଟି ବାସ୍ତବ ସମସ୍ୟାଠାରୁ ଦୂରେଇ ଦିଆଯାଉଛି। ଆଗକୁ ନିର୍ବାଚନ ଥିଲେ କେନ୍ଦ୍ରରେ ଶାସିତ ସରକାର ପେଟ୍ରୋଲ, ଡିଜେଲ ଓ ଏଲ୍‌ପିଜିର ମୂଲ୍ୟକୁ ସ୍ଥିର ରଖିଥାଆନ୍ତି। ଏହିସବୁ ସାମଗ୍ରୀର ଦାମ୍‌ ଯେତେବେଳେ ବଢ଼ୁଛି ସେତେବେଳେ ସରକାରଙ୍କୁ ପ୍ରଶ୍ନ କରାଗଲେ ଉତ୍ତର ମିଳୁଛି ଯେ, ସ୍ବୟଂକ୍ରିୟ ବ୍ୟବସ୍ଥାରେ ମୂଲ୍ୟ ବୃଦ୍ଧି କିମ୍ବା ହ୍ରାସ ହୋଇଥାଏ।
ଭାରତର ଅର୍ଥନୀତି କେତେ ଦୁର୍ବଳ ହୋଇଗଲାଣି ତାହାର ଦୃଷ୍ଟାନ୍ତ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ୭୭ ଟଙ୍କାରେ ପହଞ୍ଚତ୍ବାରୁ ବୁଝିହେଉଛି। ଏଥିପାଇଁ ଅନ୍ତର୍ଜାତୀୟ ସ୍ଥିତିକୁ ଦୋଷ ଦିଆଯାଉଛି। କିନ୍ତୁ ୨୦୧୪ରୁ ଅଦ୍ୟାବଧି ଦେଖିଲେ ବୁଝାପଡ଼ୁଛି ଯେ, ସବୁବେଳେ ନିର୍ବାଚନରେ ଜିତିବା ପାଇଁ ଅତ୍ୟଧିକ ମାତ୍ରାର ମନ୍ଦ ଉଦ୍ଦେଶ୍ୟ ରଖାଯାଇ ବିଭିନ୍ନ ଅର୍ଥନୈତିକ ନିଷ୍ପତ୍ତି ନିଆଯାଉଛି। ଏହା ପରେ ପ୍ରବଳ ଅର୍ଥ ଖର୍ଚ୍ଚ କରି ବିଜ୍ଞାପନ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ଅନେକ ଅସତ୍ୟ ପ୍ରଚାର କରାଯାଉଛି। କୁହାଯାଉଛି, ଯେଉଁ ଅସୁବିଧା ବା ଦରବୃଦ୍ଧି ଘଟୁଛି ତାହା ସାଧାରଣ ନାଗରିକର ଦେଶ ଗଠନ ପାଇଁ ଅବଦାନସ୍ବରୂପ। ଫଳରେ ଅର୍ଥନୀତିକୁ ମାଡ଼ କରି ରାଜନୈତିକ ଲାଭ ଉଠାଯାଉଛି। ଏହାଦ୍ୱାରା ଦେଶ ଖୁବ୍‌ ଶୀଘ୍ର ଶ୍ରୀଲଙ୍କା ଭଳି ପରିସ୍ଥିତିକୁ ଯିବ ବୋଲି ଅର୍ଥନୀତିଜ୍ଞମାନେ କହିବାକୁ ଆରମ୍ଭ କଲେଣି।
ବାରମ୍ବାର ଏହି ସ୍ତମ୍ଭରେ କହିଆସିଛୁ ଯେ, ସାମଗ୍ରୀର ଦରଦାମକୁ ନିୟନ୍ତ୍ରଣରେ ରଖାଯାଇପାରିବ, ଯଦ୍ଦ୍ବାରା ଜନସାଧାରଣଙ୍କ ଉପରେ ଆର୍ଥିକ ବୋଝ ପଡ଼ିବ ନାହିଁ। ସେଥିପାଇଁ ପ୍ରଥମେ ପେଟ୍ରୋଲିୟମ୍‌ଜାତ ପଦାର୍ଥକୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଅନ୍ତର୍ଭୁକ୍ତ କରାଯାଇପାରନ୍ତା। କିନ୍ତୁ ଆଜିର ସରକାର ମାନିବାକୁ ପ୍ରସ୍ତୁତ ନୁହେଁ। ସେହି ଗୋଟିଏ ଚାବିରେ ସମସ୍ତଙ୍କ ରକ୍ତ ଝୁଣୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?