ଚାଷ ପ୍ରତି ଭାଗଚାଷୀ ବିମୁଖ

କେନ୍ଦ୍ରାପଡ଼ା ଅଫିସ,୯ା୫: ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ସରକାରଙ୍କ କୃଷି, କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ରାଜ୍ୟର ୪୦ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ଯୋଜନା ମାଧ୍ୟମରେ ୮୦୪ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷକ ଯୋଜନା, ଓଡ଼ିଶା ପଣସ ମିଶନ, ଓଡ଼ିଶା ମିଲେଟ ମିଶନ ଆଦିରେ ଅର୍ଥ ବ୍ୟୟ ବରାଦ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ କୃଷିଭିତ୍ତିକ କେନ୍ଦ୍ରାପଡ଼ା ଜିଲାରେ ଭାଗଚାଷୀଙ୍କ ନିକଟରେ ପହଞ୍ଚତ୍ପାରୁନାହିଁ। ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ୱେ ଦୃଢ଼ ମନୋଭାବ ନେଇ ଚାଷକାର୍ଯ୍ୟକୁ ଆଗେଇ ନେଉଥିବା ଭାଗଚାଷୀ ଚଳିତ ବର୍ଷର ଚାଷ ପାଇଁ ବିମୁଖ ହେଉଛନ୍ତି। ଜମି ମାଲିକମାନେ ନିଜକୁ ଚାଷୀ ଦର୍ଶାଇ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଓ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ହାତେଇ ନେଉଥିବା ଅଭିଯୋଗ ହେଉଛି। ସେହିପରି ଭାଗଚାଷୀଙ୍କୁ ବ୍ୟାଙ୍କ ଋଣ ଦେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଖରିଫ ଅଥବା ଡାଳୁଅ ଧାନ ବିକ୍ରିରେ ଅସୁବିଧା ସୃଷ୍ଟି ହେଉଛି। ନିଜ ନାମରେ ଜମି ନ ଥିବାରୁ ଅଭାବୀ ବିକ୍ରିର ଶିକାର ହେଉଥିବା ଭାଗଚାଷୀମାନେ ମତ ଦେଇଛନ୍ତି।
କୃଷକ ନେତା ବିଜୟ କୁମାର ପରିଡ଼ା କହିଛନ୍ତ, କେନ୍ଦ୍ରାପଡ଼ା ଜିଲାର ୩ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କ ଜମି ମଧ୍ୟରୁ ୭୦ ପ୍ରତିଶତ ଭାଗଚାଷ ଦ୍ୱାରା ହୋଇଥାଏ। ଭାଗଚାଷୀ ମାଲିକଙ୍କ ନିକଟରୁ ବର୍ଷକ ପାଇଁ ଚାଷଜମି ଲିଜ୍‌ରେ ନେଇଥାନ୍ତି। ଏଥିପାଇଁ ଧାନ ଫସଲରୁ ଅଧା ଓ ରବି ଫସଲର ଦୁଇ ପଞ୍ଚମାଂଶ ଜମି ମାଲିକଙ୍କୁ ଦେବାକୁ ପଡ଼ିଥାଏ। ଏହି ଲିଜ୍‌ ନେଇଥିବା ଭାଗଚାଷୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟଠାରୁ ଆରମ୍ଭ କରି ଅଭାବୀ ବିକ୍ରି ପର୍ଯ୍ୟନ୍ତ ଜମି ମାଲିକଙ୍କ କୌଣସି ସହଯୋଗ ନ ଥାଏ। ଫଳରେ ବ୍ୟାଙ୍କ ଋଣ, ଧାନ ବିକ୍ରି ନେଇ ଭାଗଚାଷୀ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏ ସମ୍ପର୍କରେ କୃଷକ ବିକାଶ ସମବାୟ ସମିତି ସଭାପତି ପ୍ରମୋଦ କୁମାର ସାହୁ କୁହନ୍ତି, ଜିଲାର ମୋଟ୍‌ ୧୫ ପ୍ରତିଶତ ନାମମାତ୍ର ଓ କ୍ଷୁଦ୍ରଚାଷୀ ନିଜ କ୍ଷେତରେ ଚାଷ କରୁଥିବା ବେଳେ ଅବଶିଷ୍ଟ ଭାଗଚାଷୀଙ୍କ ଦ୍ୱାରା ସମ୍ପନ୍ନ ହେଉଛି। ଏହି ଭାଗଚାଷୀଙ୍କ ଚିହ୍ନଟୀକରଣ ଅଦ୍ୟାବଧି ହୋଇପାରିନାହିଁ। ଫଳରେ ବ୍ୟାଙ୍କ ଋଣ, ଫସଲ ବୀମାଠାରୁ ଆରମ୍ଭ କରି କୃଷକ ଉନ୍ନୟନ ଯୋଜନାରେ ସେମାନେ ସାମିଲ ହୋଇପାରୁନାହାନ୍ତି। ଏଥିପାଇଁ ପ୍ରଥମେ ଭାଗଚାଷୀ ଚିହ୍ନଟର ଆବଶ୍ୟକତା ଅଛି। କେନ୍ଦ୍ରାପଡ଼ା ଜିଲା ଚାଷୀ ଓ ଶ୍ରମିକ ସଂଘ ସଭାପତି ଗୟାଧର ଧଳ କୁହନ୍ତି, ୨୦୧୫ରେ ଭାଗଚାଷୀ ଚିହ୍ନଟୀକରଣ ପାଇଁ ରାଜ୍ୟ ସରକାର ଏକ ବୈଠକ କରିଥିଲେ। ଏଥିରେ ଜିଲାସ୍ତରୀୟ କୃଷି ଯୋଜନା ସହ ଅନ୍ୟ ସାମାଜିକ ସୁରକ୍ଷା ଯୋଜନାରେ ଭାଗଚାଷୀଙ୍କ ଭାଗୀଦାରି ରହିବା ସମ୍ପର୍କରେ ଆଲୋଚନା ହୋଇଥିଲା। ଇତିମଧ୍ୟରେ ୭ ବର୍ଷ ବିତିଥିଲେ ମଧ୍ୟ ଏନେଇ କୌଣସି ଅଗ୍ରଗତି ହୋଇନାହିଁ। କେନ୍ଦ୍ରାପଡ଼ା ବ୍ଲକ ଇନ୍ଦୁପୁରର ଜମି ମାଲିକ ତ୍ରିଲୋଚନ ଜେନା କୁହନ୍ତି, ଭାଗଚାଷୀଙ୍କୁ ଆଇନଗତ ସ୍ବୀକୃତି ଦେବା ପାଇଁ କେତେକ ପ୍ରତିବନ୍ଧକ ରହିଛି। ଚୁକ୍ତିପତ୍ର କେତେବର୍ଷ ପାଇଁ ହେବ, ଜମି ମାଲିକ ହିସାବରେ ଟଙ୍କା ଅଥବା ଫସଲର କେତେ ଭାଗ ପାଇବେ ଆଦିର ତର୍ଜମା ହେବା ଆବଶ୍ୟକ। ଭାଗଚାଷୀ ଆଇନ ଆସିଲେ କୃଷି ପ୍ରତି ଲୋକଙ୍କ ଆଗ୍ରହ ବଢ଼ିବ। ତେବେ ଜମିର ସ୍ବତ୍ତ୍ୱ ସୁରକ୍ଷା ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହେବ ବୋଲି ସେ ପ୍ରକାଶ କରିଛନ୍ତି। ମହାକାଳପଡ଼ାର ଚାଷୀ ସତ୍ୟବ୍ରତ ସେନାପତି କୁହନ୍ତି, ଜମି ହେଉଛି ପାରିବାରିକ ସମ୍ପତ୍ତି। ଆପଦ ବିପଦର ସାହା ଭରସା। ଏଥିପାଇଁ ଜମି ଖର୍ଦ୍ଦି କରାଯାଇଥାଏ। ଭାଗଚାଷୀଙ୍କୁ ଆଇନଗତ ଭାବେ ଲିଜ୍‌ ଦେବା ପରେ ଆବଶ୍ୟକ ସମୟରେ ବିକ୍ରି ଓ ପାରିବାରିକ ଭାଗରେ ସମସ୍ୟା ସୃଷ୍ଟି ହେବ। ମାର୍ଶାଘାଇ ବ୍ଲକ ଦୁମୁକା ଗଁାର ଅମିୟ ବେହେରା କହିଛନ୍ତି, ଅଭାବୀ ବିକ୍ରି, ପ୍ରାକୃତିକ ବିପର୍ଯ୍ୟୟରେ ସହାୟତା, ସରକାରୀ ପ୍ରୋତ୍ସାହନ ନ ମିଳିବାରୁ ଭାଗଚାଷୀ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଶାଘାଇରେ ଚାଞ୍ଚଲ୍ୟ: ଘର ଆଗରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ, ପୋଲିସ ଜବତ କରି…

ମାର୍ଶାଘାଇ,୨୯ା୮(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁହାଁ ପଞ୍ଚାୟତର ହଳଦିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ ଅଶୋକ ଦାସଙ୍କ ପୁଅ…

ମାଛଧରା ବନ୍ଦର ପୋତାଶ୍ରୟରେ ଅଘଟଣ: ନିଆଁ ଲାଗି ପୋଡ଼ିଗଲା ମାଛଧରା ଟ୍ରଲର

ପାରାଦୀପ, ୨୮।୮ (ଶରତ ରାଉତ): ପାରାଦୀପ ମାଛଧରା ବନ୍ଦର ପୋତାଶ୍ରୟରେ ଥିବା ଏକ ମାଛଧରା ଟ୍ରଲରରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଟ୍ରଲରଟି ସମ୍ପୂର୍ଣ୍ଣ…

କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗାଡ଼ି

ବ୍ରହ୍ମପୁର,୨୯ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉପକଣ୍ଠ ହଳଦିଆ ପଦର ବସ୍‌ ଟର୍ମିନାଲ୍‌ସ ନିକଟରେ ଥିବା ଏକ କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଶୋ’ରୁମ୍‌ ଭିତରେ…

ସରକାରୀ ନିର୍ଦ୍ଦେଶ ପରେ ବି ହେଉନି ପଦବୀ ପୂରଣ: ୧୨ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ, ତୁରନ୍ତ ନିଯୁକ୍ତି ଦାବି କରି…

ଅମରପାଲି,୨୯ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ୧୨ଟି ପ୍ରାଥମିକ ବିଦ୍ୟାଳୟରେ ଏବେ ବି ଜଣେ ଲେଖାଏ ଶିକ୍ଷକ ବାଲ୍‌ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀର…

୧ ସେପ୍ଟେମ୍ୱରରୁ ବଦଳିଯିବ LPG ଗ୍ୟାସ ସିଲିଣ୍ଡରର ୭ ବଡ଼ ନିୟମ! Indane, HP ଓ Bharat Gas ଗ୍ରାହକ ସାବଧାନ; କଟିଯିବ ଗ୍ୟାସ କନେକ୍ସନ…

ନୂଆଦିଲ୍ଲୀ,୨୯।୮: ମାସର ପ୍ରଥମ ଦିନ ରୋଷେଇ ଏବଂ ପକେଟ ବଜେଟ ପାଇଁ ବହୁତ ଖାସ ହୋଇଥାଏ। ୧ ସେପ୍ଟେମ୍ୱର ୨୦୨୬ ରୁ ଏଲପିଜି (LPG) ଏବଂ ପିଏନଜିି…

ଏମିତି ଫିଲ୍ମ କରିବାକୁ ଚାହୁଁଛନ୍ତି ତାପସୀ

ଅଭିନେତ୍ରୀ ତାପସୀ ପନ୍ନୁ ପ୍ରତିବର୍ଷ କମ ଫିଲ୍ମ କରନ୍ତି। କିନ୍ତୁ ତାଙ୍କ ଫିଲ୍ମକୁ ସବୁବେଳେ ସକାରାତ୍ମକ ପ୍ରତିକ୍ରିୟା ମିଳେ। ବକ୍ସ ଅଫିସରେ ଫିଲ୍ମଗୁଡ଼ିକ ଭଲ ପ୍ରଦର୍ଶନ ନ…

ବନ୍ୟା ପରେ ନେପାଳକୁ ମାଡିଆସୁଛି ଆଉ ଏକ ବଡ଼ ବିପଦ! ଚାଇନା ଦେଲା ଭୟଙ୍କର ଚେତାବନୀ, ଯେକୌଣସି ସମୟରେ…

କାଠମାଣ୍ଡୁ, ୨୯।୮: ନେପାଳରେ ଭୟଙ୍କର ବନ୍ୟା ଏବଂ ଫ୍ଲାସ ଫ୍ଲଡ ଯୋଗୁ ବିପୁଳ କ୍ଷୟକ୍ଷତି ମଧ୍ୟରେ ଏବେ ଆଉ ଏକ ବଡ଼ ବିପଦର ଆଶଙ୍କା ଦେଖାଦେଇଛି। ଚାଇନା…

କ୍ରିକେଟରୁ ସନ୍ନ୍ୟାସ ପରେ ବି ମାସକୁ କେତେ ଟଙ୍କା କମାନ୍ତି ଧୋନୀ? ଆୟ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୯।୮: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ। ତେବେ କ୍ରିକେଟରୁ ଦୂରେଇବା ପରେ ମଧ୍ୟ ତାଙ୍କ ରୋଜଗାରରେ କୌଣସି ବ୍ରେକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri