ଚାଷ ପ୍ରତି ଭାଗଚାଷୀ ବିମୁଖ

କେନ୍ଦ୍ରାପଡ଼ା ଅଫିସ,୯ା୫: ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ସରକାରଙ୍କ କୃଷି, କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ରାଜ୍ୟର ୪୦ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ଯୋଜନା ମାଧ୍ୟମରେ ୮୦୪ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷକ ଯୋଜନା, ଓଡ଼ିଶା ପଣସ ମିଶନ, ଓଡ଼ିଶା ମିଲେଟ ମିଶନ ଆଦିରେ ଅର୍ଥ ବ୍ୟୟ ବରାଦ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ କୃଷିଭିତ୍ତିକ କେନ୍ଦ୍ରାପଡ଼ା ଜିଲାରେ ଭାଗଚାଷୀଙ୍କ ନିକଟରେ ପହଞ୍ଚତ୍ପାରୁନାହିଁ। ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ୱେ ଦୃଢ଼ ମନୋଭାବ ନେଇ ଚାଷକାର୍ଯ୍ୟକୁ ଆଗେଇ ନେଉଥିବା ଭାଗଚାଷୀ ଚଳିତ ବର୍ଷର ଚାଷ ପାଇଁ ବିମୁଖ ହେଉଛନ୍ତି। ଜମି ମାଲିକମାନେ ନିଜକୁ ଚାଷୀ ଦର୍ଶାଇ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଓ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ହାତେଇ ନେଉଥିବା ଅଭିଯୋଗ ହେଉଛି। ସେହିପରି ଭାଗଚାଷୀଙ୍କୁ ବ୍ୟାଙ୍କ ଋଣ ଦେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଖରିଫ ଅଥବା ଡାଳୁଅ ଧାନ ବିକ୍ରିରେ ଅସୁବିଧା ସୃଷ୍ଟି ହେଉଛି। ନିଜ ନାମରେ ଜମି ନ ଥିବାରୁ ଅଭାବୀ ବିକ୍ରିର ଶିକାର ହେଉଥିବା ଭାଗଚାଷୀମାନେ ମତ ଦେଇଛନ୍ତି।
କୃଷକ ନେତା ବିଜୟ କୁମାର ପରିଡ଼ା କହିଛନ୍ତ, କେନ୍ଦ୍ରାପଡ଼ା ଜିଲାର ୩ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କ ଜମି ମଧ୍ୟରୁ ୭୦ ପ୍ରତିଶତ ଭାଗଚାଷ ଦ୍ୱାରା ହୋଇଥାଏ। ଭାଗଚାଷୀ ମାଲିକଙ୍କ ନିକଟରୁ ବର୍ଷକ ପାଇଁ ଚାଷଜମି ଲିଜ୍‌ରେ ନେଇଥାନ୍ତି। ଏଥିପାଇଁ ଧାନ ଫସଲରୁ ଅଧା ଓ ରବି ଫସଲର ଦୁଇ ପଞ୍ଚମାଂଶ ଜମି ମାଲିକଙ୍କୁ ଦେବାକୁ ପଡ଼ିଥାଏ। ଏହି ଲିଜ୍‌ ନେଇଥିବା ଭାଗଚାଷୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟଠାରୁ ଆରମ୍ଭ କରି ଅଭାବୀ ବିକ୍ରି ପର୍ଯ୍ୟନ୍ତ ଜମି ମାଲିକଙ୍କ କୌଣସି ସହଯୋଗ ନ ଥାଏ। ଫଳରେ ବ୍ୟାଙ୍କ ଋଣ, ଧାନ ବିକ୍ରି ନେଇ ଭାଗଚାଷୀ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏ ସମ୍ପର୍କରେ କୃଷକ ବିକାଶ ସମବାୟ ସମିତି ସଭାପତି ପ୍ରମୋଦ କୁମାର ସାହୁ କୁହନ୍ତି, ଜିଲାର ମୋଟ୍‌ ୧୫ ପ୍ରତିଶତ ନାମମାତ୍ର ଓ କ୍ଷୁଦ୍ରଚାଷୀ ନିଜ କ୍ଷେତରେ ଚାଷ କରୁଥିବା ବେଳେ ଅବଶିଷ୍ଟ ଭାଗଚାଷୀଙ୍କ ଦ୍ୱାରା ସମ୍ପନ୍ନ ହେଉଛି। ଏହି ଭାଗଚାଷୀଙ୍କ ଚିହ୍ନଟୀକରଣ ଅଦ୍ୟାବଧି ହୋଇପାରିନାହିଁ। ଫଳରେ ବ୍ୟାଙ୍କ ଋଣ, ଫସଲ ବୀମାଠାରୁ ଆରମ୍ଭ କରି କୃଷକ ଉନ୍ନୟନ ଯୋଜନାରେ ସେମାନେ ସାମିଲ ହୋଇପାରୁନାହାନ୍ତି। ଏଥିପାଇଁ ପ୍ରଥମେ ଭାଗଚାଷୀ ଚିହ୍ନଟର ଆବଶ୍ୟକତା ଅଛି। କେନ୍ଦ୍ରାପଡ଼ା ଜିଲା ଚାଷୀ ଓ ଶ୍ରମିକ ସଂଘ ସଭାପତି ଗୟାଧର ଧଳ କୁହନ୍ତି, ୨୦୧୫ରେ ଭାଗଚାଷୀ ଚିହ୍ନଟୀକରଣ ପାଇଁ ରାଜ୍ୟ ସରକାର ଏକ ବୈଠକ କରିଥିଲେ। ଏଥିରେ ଜିଲାସ୍ତରୀୟ କୃଷି ଯୋଜନା ସହ ଅନ୍ୟ ସାମାଜିକ ସୁରକ୍ଷା ଯୋଜନାରେ ଭାଗଚାଷୀଙ୍କ ଭାଗୀଦାରି ରହିବା ସମ୍ପର୍କରେ ଆଲୋଚନା ହୋଇଥିଲା। ଇତିମଧ୍ୟରେ ୭ ବର୍ଷ ବିତିଥିଲେ ମଧ୍ୟ ଏନେଇ କୌଣସି ଅଗ୍ରଗତି ହୋଇନାହିଁ। କେନ୍ଦ୍ରାପଡ଼ା ବ୍ଲକ ଇନ୍ଦୁପୁରର ଜମି ମାଲିକ ତ୍ରିଲୋଚନ ଜେନା କୁହନ୍ତି, ଭାଗଚାଷୀଙ୍କୁ ଆଇନଗତ ସ୍ବୀକୃତି ଦେବା ପାଇଁ କେତେକ ପ୍ରତିବନ୍ଧକ ରହିଛି। ଚୁକ୍ତିପତ୍ର କେତେବର୍ଷ ପାଇଁ ହେବ, ଜମି ମାଲିକ ହିସାବରେ ଟଙ୍କା ଅଥବା ଫସଲର କେତେ ଭାଗ ପାଇବେ ଆଦିର ତର୍ଜମା ହେବା ଆବଶ୍ୟକ। ଭାଗଚାଷୀ ଆଇନ ଆସିଲେ କୃଷି ପ୍ରତି ଲୋକଙ୍କ ଆଗ୍ରହ ବଢ଼ିବ। ତେବେ ଜମିର ସ୍ବତ୍ତ୍ୱ ସୁରକ୍ଷା ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହେବ ବୋଲି ସେ ପ୍ରକାଶ କରିଛନ୍ତି। ମହାକାଳପଡ଼ାର ଚାଷୀ ସତ୍ୟବ୍ରତ ସେନାପତି କୁହନ୍ତି, ଜମି ହେଉଛି ପାରିବାରିକ ସମ୍ପତ୍ତି। ଆପଦ ବିପଦର ସାହା ଭରସା। ଏଥିପାଇଁ ଜମି ଖର୍ଦ୍ଦି କରାଯାଇଥାଏ। ଭାଗଚାଷୀଙ୍କୁ ଆଇନଗତ ଭାବେ ଲିଜ୍‌ ଦେବା ପରେ ଆବଶ୍ୟକ ସମୟରେ ବିକ୍ରି ଓ ପାରିବାରିକ ଭାଗରେ ସମସ୍ୟା ସୃଷ୍ଟି ହେବ। ମାର୍ଶାଘାଇ ବ୍ଲକ ଦୁମୁକା ଗଁାର ଅମିୟ ବେହେରା କହିଛନ୍ତି, ଅଭାବୀ ବିକ୍ରି, ପ୍ରାକୃତିକ ବିପର୍ଯ୍ୟୟରେ ସହାୟତା, ସରକାରୀ ପ୍ରୋତ୍ସାହନ ନ ମିଳିବାରୁ ଭାଗଚାଷୀ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?