ପେଟ ପାଇଁ ମଞ୍ଜିତ୍‌ କରୁଛନ୍ତି ସଂଘର୍ଷ

ମହାକାଳପଡ଼ା,୯ା୫(ଡି .ଏନ୍‌ .ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ରାମନଗର ଗ୍ରାମ ଉତ୍ତରପଡ଼ାରେ ମଞ୍ଜିତ୍‌ ମଣ୍ଡଳ (୧୦)ଙ୍କ ଘର। ସେ ପେଟକୁ ଦାନା ସଂଗ୍ରହ ପାଇଁ ସଂଘର୍ଶ କରୁଥିବା ଜଣାପଡିଛି। ଯେଉଁ ସମୟରେ ମା’ର ପଣତ କାନିରେ ମୁଣ୍ଡ ଗୁଞ୍ଜି ଭବିଷ୍ୟତର ସୁନେଲି ସ୍ବପ୍ନ ଦେଖିବା କଥା ସେହି କଅଁଳ ବୟସରେ ଏବେ ଅଳିଆଗଦାରୁ ଜରି ସାଉଁଟୁଛନ୍ତି। ମଞ୍ଜିତ୍‌ଙ୍କ ସାଥୀମାନେ ବିଦ୍ୟାଳୟକୁ ଯାଇ ପାଠ ପଢୁଥିବା ବେଳେ ସେ ଭାଗ୍ୟକୁ ଆଦରି ପେଟ ଚାଖଣ୍ଡକ ପାଇଁ ଅବିରତ ସଂଗ୍ରାମ କରୁଛନ୍ତି । ରାତି ପାହି ସକାଳ ହେଲେ ମଞ୍ଜିତ୍‌ ଏକ ପ୍ଲାଷ୍ଟିକ ଅଖା କାନ୍ଧରେ ପକାଇ ବାହାରିପଡନ୍ତି ବଜାରର ଗଳିକନ୍ଦିକୁ। ବାହାରେ ପଡିଥିବା ପ୍ଲାଷ୍ଟିକ ସାମଗ୍ରୀଗୁଡିକୁ ଆବର୍ଜନାରୁ ବିନା ସଂକୋଚରେ ସଂଗ୍ରହ କରିଥାନ୍ତି। ଦିନରେ ସଂଗୃହୀତ ପ୍ଲାଷ୍ଟିକ ସାମଗ୍ରୀକୁ ନିକଟ ରାମନଗର ବଜାରରେ ଥିବା କବାଡିଆ ଦୋକାନରେ ବିକି ଦୈନିକ ୫୦ରୁ ୭୦ ଟଙ୍କା ପାଇଥାନ୍ତି। ସେଥିରେ ସକାଳ ଜଳଖିଆ ଖାଇ ଅବଶିଷ୍ଟ ପଇସାକୁ ଆଶ୍ରୟ ନେଇଥିବା ନିଜ ଆଈ ମା’ ପାଖରେ ଜମା ଦିଅନ୍ତି। ମଞ୍ଜିତ୍‌ଙ୍କ ପରିବାର କହିଲେ, ବାପା ପ୍ରଶାନ୍ତ, ମା’ ଉଷା ଓ ଭଉଣୀ ରଶ୍ମିତା। ଆର୍ଥିକ ଅନଟନ ଯୋଗୁ ମଞ୍ଜିତ୍‌ଙ୍କ ମା’ ଉଷା ପରିବାର ଛାଡ଼ି କେଉଁ ଆଡେ ପଳାଇ ଯିବା ପରେ ବାପା ପ୍ରଶାନ୍ତ ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ବାଧ୍ୟ ହୋଇ ଦ୍ୱିତୀୟ ବିବାହ କଲେ। କିନ୍ତୁ ଭାଗ୍ୟର ବିଡମ୍ବନା ବିବାହର କିଛିଦିନ ପରେ ମାତୃ ସ୍ନେହରୁ ଏହି ଦୁଇ ଭାଇ ଭଉଣୀ ବଞ୍ଚତ୍ତ ହେଲେ। ମଞ୍ଜିତ୍‌ଙ୍କ ଭଉଣୀ ରଶ୍ମିତା (୧୫), ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କ ଘରେ ମାସିକ ଦୁଇ ହଜାର ଟଙ୍କାରେ ବାସୀ ପାଇଟି କରୁଛନ୍ତି। ଅନ୍ୟପକ୍ଷେ ମଞ୍ଜିତ ନିଜ ମାମୁଘରେ ଆଈମା’ ବିଦୁଲତାଙ୍କ ନିକଟରେ ରହି ନିଜ ଜୀବନ ଓ ଜୀବିକା ପାଇଁ ସଂଗ୍ରାମ କରୁଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଅନୁସୂଚିତ ଜାତିଙ୍କ ପାଇଁ ଶିକ୍ଷାକ୍ଷେତ୍ରରେ ଅଗ୍ରାଧିକାର ଦେଉଛନ୍ତି। ମଞ୍ଜିତ୍‌ଙ୍କ ନିକଟରେ ଏହି ସରକାରୀ ଯୋଜନା ଅପହଞ୍ଚ ପାଲଟିଛି। ମଞ୍ଜିତ୍‌ ପଞ୍ଚମ ଶ୍ରେଣୀରେ ପଢୁଥିବା ବେଳେ ମା’ ଆପରପାରିକୁ ଚାଲିଗଲେ। ପରେ ମଞ୍ଜିତ୍‌ଙ୍କ ପାଠ ପଢ଼ାରେ ଡୋରି ବନ୍ଧା ହୋଇଛି। ଯେଉଁ ବୟସରେ ମଞ୍ଜିତ୍‌ କାନ୍ଧରେ ସ୍କୁଲ ବ୍ୟାଗ ପକାଇ ବିଦ୍ୟାଳୟ ଯିବା କଥା କିନ୍ତୁ ତାଙ୍କ କାନ୍ଧରେ ପ୍ଲାଷ୍ଟିକ ଭର୍ତ୍ତି ଅଖା। ସରକାର ଡ୍ରପ୍‌ ଆଉଟ୍‌ ଛାତ୍ରୀଛାତ୍ରମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ବିଦ୍ୟାଳୟଗୁଡ଼ିକରେ ମାଗଣାରେ ନାମ ଲେଖା, ପୋଷାକ, ପୁସ୍ତକ, ଖାଦ୍ୟ ଆଦି ବ୍ୟବସ୍ଥା କରିଛନ୍ତି। ମଞ୍ଜିତ୍‌ଙ୍କ ପାଇଁ ଏହି ଯୋଜନା ସାତସପନ ପାଲଟିଛି। ମଞ୍ଜିତ୍‌ଙ୍କ ଆଈ ବିଦୁଲତାଙ୍କ କହିବା କଥା ପର ଦୋକାନରେ ଝାଡୁ ମାରି ଚଳୁଛି। ଆଉ କେତେଦିନ ନାତିକୁ ପାଖରେ ରଖିବି। ସରକାରୀ, ବେସରକାରୀ ଅନୁଷ୍ଠାନ ମଞ୍ଜିତଙ୍କ ପଢା ଓ ଖାଇବା ଖର୍ଚ୍ଚ ଯୋଗାଇ ଦେଲେ ସେ ପଢି ପାରନ୍ତା। ଆଉ ଜରି ଗୋଟାଇବାରୁ ନିବୃତ୍ତ ରୁହନ୍ତା। ଏ ସମ୍ପର୍କରେ ମଞ୍ଜିତ୍‌ଙ୍କୁ ପଚାରିବାରେ ପଢ଼ିବା ପାଇଁ ଇଚ୍ଛା ଅଛି। ସୁବିଧା ସୁଯୋଗ ଯୋଗାଇ ଦେଲେ ନିଶ୍ଚୟ ପଢିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ବଙ୍ଗୋପସାଗରରେ ପୁଣି ଲଘୁଚାପ: ରାଜ୍ୟରେ ପ୍ରବଳ ବର୍ଷା, ୩୦ରୁ ୪୦ କିମି ବେଗରେ…

ଭୁବନେଶ୍ୱର,୧୬।୮: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ଘନୀଭୂତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri