ଟ୍ରୋଲିଂକୁ ନେଇ ରାଗରେ ନିଆଁବାଣ ହେଲେ ସୋନୁ, କହିଲେ ‘ସେ ଆମ ହିରୋ’

ବମ୍ବେ,୨୯।୩: ଆରମ୍ଭରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୭ତମ ସିଜନ ଚର୍ଚ୍ଚାରେ ରହିଆସୁଛି। ସୋସିଆଲ ମିଡିଆରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ଏବଂ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଘୃଣାର ଶିକାର ହେବାକୁ ପଡ଼ୁଛି। ରୋହିତ ଶର୍ମାଙ୍କ ସ୍ଥାନରେ ସେ ଅଧିନାୟକ ହୋଇଥିବାରୁ ପ୍ରଶଂସକମାନେ ତାଙ୍କୁ ସମାଲୋଚନା କରିବାର ମଉକା ଛାଡ଼ୁନାହାନ୍ତି। ପ୍ରତିଟି ମ୍ୟାଚ୍‌ରେ ତାଙ୍କୁ ଟ୍ରୋଲ କରାଯାଉଛି। ଏସବୁ ମଧ୍ୟରେ ବଲିଉଡ ଅଭିନେତା ସୋନୁ ସୁଡ୍‌ ତାଙ୍କ ସମର୍ଥନରେ ବାହାରିଛନ୍ତି।

ସୋନୁ କ୍ରିକେଟର ଜଣେ ବଡ଼ ପ୍ରଶଂସକ। ସେ ହାର୍ଦ୍ଦିକଙ୍କୁ ନେଇ ଚାଲିଥିବା ବିବାଦକୁ ନେଇ ରାୟ ରଖିଛନ୍ତି। ସୋସିଆଲ ମିଡିଆରେ ଟୁଇଟ୍‌ କରି ସୋନୁ କହିଛନ୍ତି, ଆମେ ନିଜର ଖେଳାଳିଙ୍କୁ ସମ୍ମାନ ଦେବା ଉଚିତ। ସେହି ଖେଳାଳି ଯିଏ ଆମକୁ ଗର୍ବ ଅନୁଭବ କରାଇଛନ୍ତି, ସେହି ଖେଳାଳି ଯିଏ ଦେଶର ଟେକ ରଖିଛନ୍ତି। ଦିନେ ଆପଣ ତାଙ୍କୁ ପ୍ରଶଂସାରେ ପୋତି ପକାନ୍ତି। ଆର ଦିନ ତାଙ୍କର ସମାଲୋଚନା କରିଥାନ୍ତି। ତେବେ ସେମାନେ ନୁହନ୍ତି, ବରଂ ଆମେ ଅସଫଳ ହୋଇଥାଉ। ମୁଁ କ୍ରିକେଟକୁ ପସନ୍ଦ କରେ। ମୁଁ ନିଜ ଦେଶ ଲାଗି ଖେଳୁଥିବା ପ୍ରତିଟି କ୍ରିକେଟରଙ୍କୁ ଭଲପାଏ ବୋଲି ସେ କହିଛନ୍ତି।

ଏହାଛଡ଼ା କ୍ରିକେଟର କେଉଁ ଦଳ ପକ୍ଷରୁ ଖେଳୁଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ସେ ଦଳର ଅଧିନାୟକ ଭାବେ ଖେଳୁ ଅଥବା ୧୫ତମ ସ୍ଥାନରେ। ସେମାନେ ଆମ ହିରୋ ବୋଲି ସୋନୁ କହିଛନ୍ତି। ସୋନୁଙ୍କ ଏଭଳି ପ୍ରତିକ୍ରିୟା ବେଶ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri