Posted inଜାତୀୟ

ମହାରାଷ୍ଟ୍ରରେ ଆରମ୍ଭ ହେଲା ସିନ୍ଧେଙ୍କ ଯୁଗ

ମୁମ୍ବାଇ,୩୦।୬: ଗତ ୧୧ଦିନରୁ ମହାରାଷ୍ଟ୍ର ରାଜନୀତିରେ ଜାରି ରହିଥିବା ସଙ୍କଟର ଗୁରୁବାର ଅନ୍ତ ଘଟିଛି। ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେ ଭାଜପା ସମର୍ଥନରେ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛନ୍ତି। ଇତିମଧ୍ୟରେ ଗୁରୁବାର ସନ୍ଧ୍ୟା ୭ଟା ୪୦ରେ ମହାରାଷ୍ଟ୍ରର ରାଜଭବନରେ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଏକନାଥଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପଦର ଗୋପନୀୟତା ପାଠ ଶପଥ କରାଇଛନ୍ତି। ଏଥିସହ ଭାଜପାର ବରିଷ୍ଠ ନେତା ଦେବେନ୍ଦ୍ର ଫଡନବିସ୍‌ଙ୍କୁ ମଧ୍ୟ ରାଜ୍ୟପାଳ ଉପମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଫଡନବିସ୍‌ ଶପଥ ପାଠ ସମୟରେ ସମର୍ଥକମାନେ ସ୍ଲୋଗାନ ଦେଇଥିଲେ। ପୂର୍ବରୁ ଫଡନବିସ୍‌ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ନାହିଁ ବୋଲି କହିଥିଲେ। କିନ୍ତୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଫଡନବିସ୍‌ଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ ହେବା ପାଇଁ କହିବା ପରେ ସେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କୁ ବାକିରେ ମିଳିବ ପେଟ୍ରୋଲ, ଡିଜେଲ୍‌: ଫସଲ ଅମଳ ପରେ ହେବ ଟଙ୍କା ପୈଠ

ଚଣ୍ଡିଗଡ଼,୩୦।୫: ପଞ୍ଜାବ ସରକାର ଚାଷୀଙ୍କ ପାଇଁ ଆଣିଛନ୍ତି ନୂଆ ଯୋଜନା। ଏହି ଯୋଜନାରେ ଚାଷୀଙ୍କୁ ବାକିରେ ଆବଶ୍ୟକ ପେଟ୍ରୋଲ ଓ ଡିଜେଲ ଯୋଗାଇ ଦିଆଯିବ। ଫସଲ...

ଉପସ୍ଥାନ ୭୫%ରୁ କମ୍‌ ହେଲେ ସିବିଏସ୍‌ଇ ବୋର୍ଡ ପରୀକ୍ଷା ମନା

ନୂଆଦିଲ୍ଲୀ,୨ା୧: ଚଳିତ ବର୍ଷ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରୀଛାତ୍ରୀଙ୍କ ଉପସ୍ଥାନ ଅନୂ୍ୟନ ୭୫ ପ୍ରତିଶତ ହେବା ଆବଶ୍ୟକ। ୨୦୨୦...

କରୋନା ଆରମ୍ଭରୁ ସୂଚନା ଦେବ ହାତ ବ୍ୟାଣ୍ଡ: ମୂଲ୍ୟ ମାତ୍ର ୩, ୫୦୦ ଟଙ୍କା

ନୂଆ ଦିଲ୍ଲୀ, ୨୫।୭: କରୋନା ବିିଷୟରେ ସୂଚନା ଦେବ ହାତ ବ୍ୟାଣ୍ଡ। ଆଇଆଇଟି ମାଡ୍ରାସ କରୋନା ଜୀବାଣୁ ସଂକ୍ରମଣ ଚିହ୍ନଟ ପାଇଁ ଏପରି ଏକ ବ୍ୟାଣ୍ଡ...

ଧାର୍ମିକ-ଭାଷାଗତ ସଂଖ୍ୟାଲଘୁ ମାନ୍ୟତା ନିଷ୍ପତ୍ତି ରାଜ୍ୟ ଅନୁସାରେ ହେବ, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୮।୮ : ଦେଶର ସର୍ବୋଚ୍ଚ ନ୍ୟାୟାଳୟ ପୁଣି ଥରେ ଦୋହରାଇଛନ୍ତି ଯେ ଧାର୍ମିକ ତଥା ଭାଷା ସଂଖ୍ୟାଲଘୁ ସମ୍ପ୍ରଦାୟର ମାନ୍ୟତା ରାଜ୍ୟ ଅନୁଯାୟୀ ନିଷ୍ପତ୍ତି...

‘ଅକ୍ସିଜେନ ଦିଅ’ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ହାତ ପାତିଲେ କେଜ୍ରିୱାଲ

ନୂଆଦିଲ୍ଲୀ,୨୪।୪: ଦିଲ୍ଲୀରେ ଅକ୍ସିଜେନ ସଙ୍କଟ ଦେଖାଯାଇଛି। ଅକ୍ସିଜେନ ଅଭାବରୁ ବିଭିନ୍ନ ହସ୍ପିଟାଲରେ ରୋଗୀଙ୍କ ମୃତ୍ୟୁ ଘଟୁଛି। ଏଭଳି ସ୍ଥିତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀବାସୀଙ୍କ...

ସଲିମ ଖାଁଙ୍କୁ ମିଳିଲା ମାଷ୍ଟର ଦିନାନାଥ ମଙ୍ଗେସକର ଆଓ୍ବାର୍ଡ

ମୁମ୍ବାଇ,୨୫।୪: ଭେଟେରାନ୍‌ ସ୍କ୍ରିନ୍‌ରାଇଟର ସଲିମ ଖାଁଙ୍କୁ ୭୭ତମ ମାଷ୍ଟର ଦିନାନାଥ ମଙ୍ଗେସକର ଆଓ୍ବାର୍ଡ ୨୦୧୯ ପ୍ରଦାନ କରାଯାଇଛି। ବୁଧବାର ମୁମ୍ବାଇଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ...

ଆର୍ଥିକ ପ୍ୟାକେଜ୍‌କୁ ରାହୁଲଙ୍କ ପ୍ରଶଂସା

ନୂଆଦିଲ୍ଲୀ,୨୭ା୩: କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ୟାକେଜ ଘୋଷଣାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଶଂସା କରିଛନ୍ତି। କରୋନା ସଂକ୍ରମଣର ମୁକାବିଲା ପାଇଁ ଚାଲିଥିବା ଲକ୍‌ଡାଉନ୍‌ ସମୟର...

ଆଜିଠୁ ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩୧।୧(ପି.ଟି.): ପାର୍ଲାମେଣ୍ଟର ବଜେଟ ଅଧିବେଶନ ମଙ୍ଗଳବାର ଆରମ୍ଭ ହେଉଛି। ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ସଦନର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ। ରାଷ୍ଟ୍ରପତିଙ୍କ...

Advertisement
Archives

Model This Week