Posted inଜାତୀୟ

ଲାଞ୍ଚ ନେବା ଘଟଣାରେ ଦୋଷୀ ସାବ୍ୟସ୍ତ ପାଇଁ ପ୍ରତ୍ୟକ୍ଷ ସାକ୍ଷ୍ୟ ଜରୁରୀ ନୁହେଁ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୫।୧୨ : ସୁପ୍ରିମକୋର୍ଟ କହିଛନ୍ତି ଯେ ଲାଞ୍ଚ ନେବା ଘଟଣାର କୌଣସି ପ୍ରତ୍ୟକ୍ଷ ପ୍ରମାଣ ନ ଥିଲେ କିମ୍ବା ଅଭିଯୋଗକାରୀ ମରିଯାଇଥିଲେ ମଧ୍ୟ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରା ଯାଇ ପାରିବ। ଏନେଇ ପ୍ରତ୍ୟକ୍ଷ ସାକ୍ଷ୍ୟ ଜରୁରୀ ନୁହେଁ। ୫ ଜଣିଆ ସମ୍ବିଧାନ ବେଞ୍ଚ ସ୍ବୀକାର କରିଛନ୍ତି ଯେ ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ସଂଗୃହିତ ଅନ୍ୟ ପ୍ରମାଣକୁ ମଧ୍ୟ ଏହି ମାମଲାରେ ଗ୍ରହଣ କରାଯାଇ ପାରିବ।

ଦୁର୍ନୀତି ନିବାରଣ ଆଇନ ସଂଶୋଧନ ବିଲ-୨୦୧୮ ରେ ଲାଞ୍ଚ ପ୍ରଦାନକାରୀଙ୍କୁ ମଧ୍ୟ ଏହାର ପରିସରକୁ ଅଣାଯାଇଛି। ଦୁର୍ନୀତିକୁ ରୋକିବା ଏବଂ ସଚ୍ଚୋଟ କର୍ମଚାରୀମାନଙ୍କୁ ସୁରକ୍ଷା ଦେବା ପାଇଁ ଏଥିରେ ବ୍ୟବସ୍ଥା ଅଛି। ସରକାରୀ କର୍ମଚାରୀଙ୍କ ବିରୋଧରେ ଦୁର୍ନୀତି ମାମଲା ଚଳାଇବା ପୂର୍ବରୁ କେନ୍ଦ୍ର ମାମଲାରେ ଲୋକପାଳରୁ ଏବଂ ରାଜ୍ୟ ମାମଲାରେ ଲୋକାୟୁକ୍ତଙ୍କଠାରୁ ଅନୁମତି ନେବାକୁ ପଡିବ। ଲାଞ୍ଚ ପ୍ରଦାନକାରୀଙ୍କୁ ତାଙ୍କ ମାମଲା ଉପସ୍ଥାପନ କରିବାକୁ ୭ ଦିନ ଦିଆଯିବ, ଯାହାକି ୧୫ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ। ଅନୁସନ୍ଧାନ ବେଳେ କେଉଁ ପରିସ୍ଥିତିରେ ଲାଞ୍ଚ ଦିଆଯାଇଥିଲା ତାହା ମଧ୍ୟ ଯାଞ୍ଚ୍‌ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟ କାନ୍ଧରେ ବନ୍ଧୁକ ରଖି ଅନ୍ନଦାତାଙ୍କ ଉପରେ ଚଳାଇଲେ ମୋଦି: ଶିବସେନା

ମୁମ୍ବାଇ,୧୪।୧: କୃଷି ଆଇନ ନେଇ ସୁପ୍ରିମ୍‌କୋର୍ଟଙ୍କ ରାୟ ଉପରେ ଶିବସେନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଆରମ୍ଭ କରିଛିି। ମୋଦି ସୁପ୍ରିମ୍‌କୋର୍ଟ କାନ୍ଧରେ ବନ୍ଧୁକ...

କାଉଡିଆ ଯାତ୍ରା ବେଳେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଆଡଭାଇଜରୀ ଜାରି କଲା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ଡେରାଡୁନ,୧୬।୭: ଶ୍ରାବଣ ମାସ ଆରମ୍ଭ ହୋଇଛି। ଗତ ୨ବର୍ଷ କରୋନା ଯୋଗୁ କାଉଡିଆ ଯାତ୍ରା ବନ୍ଦ ରହିଥିଲା। ତେବେ ଚଳିତ ବର୍ଷ ଭକ୍ତମାନଙ୍କ ପାଇଁ ବୋଲବମ୍‌...

ଶିବ ମନ୍ଦିରରେ ଝାଡୁ କଲେ ଦ୍ରୌପଦୀ…

ନୂଆଦିଲ୍ଲୀ/ମୟୂରଭଞ୍ଜ, ୨୨।୬ : ରାଷ୍ଟ୍ରପତି ନିର୍ବାଚନ ୨୦୨୨ର ଭାଜପା ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବୁଧବାର ଏକ ଶିବ ମନ୍ଦିରରେ ଝାଡୁ କରିଛନ୍ତି। ଏହାର...

‘ନିର୍ବାଚନ ପାଇଁ ପ୍ରସ୍ତୁତ ରୁହ’

ନୂଆଦିଲ୍ଲୀ, ୧୪।୮:ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ରାଜସ୍ଥାନର ଭାଜପା ବିଧାୟକମାନଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ବରିଷ୍ଠ ନେତ୍ରୀ ବସୁନ୍ଧରା ରାଜେ ପରାମର୍ଶ ଦେଇଥିବା ଜଣାପଡିଛି।...

ଭାଜପା ଜାରି କଲା ୯ ଜଣିଆ ତାଲିକା

ନୂଆଦିଲ୍ଲୀ,୧୨ା୩(ପି.ଟି.): ଆସନ୍ତା ୨୬ରେ ୧୭ ରାଜ୍ୟର ୫୫ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ହେବ। ଏଥିଲାଗି ଭାଜପା ପକ୍ଷରୁ ବୁଧବାର ସନ୍ଧ୍ୟାରେ ୯ ଜଣିଆ...

ବକେୟା ବିଦ୍ୟୁତ୍‌ ବିଲ୍‌ ଭରଣା କରିବେ ସରକାର

ଚଣ୍ଡିଗଡ଼,୨୯।୯: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନିଙ୍କ ନେତୃତ୍ୱରେ ବୁଧବାର କ୍ୟାବିନେଟ ବୈଠକ ବସିଥିଲା। ବୈଠକରେ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ୨ କିଲୋୱାଟ ପର୍ଯ୍ୟନ୍ତ ବିଜୁଳି ବିଲ୍‌...

ଲୋକ ସଭା ଉପ ବାଚସ୍ପତି ପାଇଁ ଭାବନାଙ୍କ ନାମ ସୁପାରିଶ କରିପାରେ ଶିବସେନା

ନୂଆଦିଲ୍ଲୀ,୨୫।୬: ଲୋକ ସଭାରେ ଉପ ବାଚସ୍ପତି ପଦ ପାଇଁ ଶିବସେନା ଭାବନା ଗଓ୍ବାଲିଙ୍କ ନାଁ ସୁପାରିଶ କରିପାରେ। ମହାରାଷ୍ଟ୍ରର ୟବତମାଳ-ଓ୍ବାଶିମ୍‌ର ଲୋକ ସଭା ଆସନରୁ ଭାବନା...

ଏକମାତ୍ର ପୁଅ ସିଦ୍ଧାର୍ଥ ଆଉ ଏ ଦୁନିଆରେ ନାହିଁ, ପିତା ଏପର୍ଯ୍ୟନ୍ତ ଜାଣିନାହାନ୍ତି

ବେଙ୍ଗାଲୁରୁ, ୩୧।୭:‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତଦେହ କନର୍ର୍ାଟକର ମେଙ୍ଗାଲୁରୁସ୍ଥିତ ନେତ୍ରବତୀ ନଦୀର ଏକ କୂଳରୁ ଉଦ୍ଧାର କରାଯାଇଛି।...

Advertisement
Archives

Model This Week