ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା, ବାନ୍ଧବୀ ମନଜିତ୍‌ ଟେଟେଙ୍କୁ ଜେରା

ଭୁବନେଶ୍ୱର, ୧୫।୧୨(ବ୍ୟୁରୋ): ବହୁଚର୍ଚ୍ଚିତ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ କମିଶନରେଟ ପୋଲିସ ତଦନ୍ତ ଜାରି ରଖିଛି। ଭୁବନେଶ୍ୱର ଇନ୍‌ଫୋସିଟି ଥାନାରେ ବୁଧବାର ମୃତ ଆନନ୍ଦଙ୍କ ବାନ୍ଧବୀ ମନ୍‌ଜିତ୍‌ ଟେଟେଙ୍କୁ ଜେରା କରାଯାଇଛି। ଏହାପୂର୍ବରୁ ସୋମବାର ଆନନ୍ଦଙ୍କ ପିଲାଦିନର ସାଙ୍ଗ ତଥା ଆନ୍ତର୍ଜାତିକ ହକି ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ଜେରା କରାଯାଇଥିଲା। ତେବେ ବାନ୍ଧବୀ ମନଜିତ୍‌ ତାଙ୍କ ବାପାଙ୍କ ସହ ପୂର୍ବାହ୍ନ ପ୍ରାୟ ୧୦ଟାରେ ଥାନାରେ ପହଞ୍ଚତ୍ବା ପରେ ପୋଲିସ ଅଧିକାରୀମାନେ ତାଙ୍କୁ ମାମଲା ସଂକ୍ରାନ୍ତରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଥାନାରେ ମନଜିତ୍‌ଙ୍କ ସିଆର୍‌ପିସି ୧୬୧ରେ ଓ କୋର୍ଟରେ ସିଆର୍‌ପିସି ୧୬୪ରେ ବୟାନ ରେକର୍ଡ କରାଯାଇଛି। ତେବେ ତଦନ୍ତରୁ ପୋଲିସକୁ ମାମଲା ସଂକ୍ରାନ୍ତରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ପ୍ରମାଣ ମିଳିଛି। ଆନନ୍ଦ ମୃତ୍ୟୁ ପୂର୍ବରୁ ପ୍ରାୟ ଦେଢ଼ ବର୍ଷ ଧରି ବାନ୍ଧବୀ ମନ୍‌ଜିତଙ୍କ ସହ ଲିଭ୍‌ ଇନ୍‌ରେ ଥିଲେ। ସେମାନେ ଇନ୍‌ଫୋସିଟି ଅଞ୍ଚଳର ଏକ ଫ୍ଲାଟ୍‌ରେ ଏକାଠି ରହୁଥିଲେ। ସେଠାରେ ଆଉଏକ ରୁମରେ ମଧ୍ୟ ବୀରେନ୍ଦ୍ର ରହୁଥିଲେ। ଆନନ୍ଦଙ୍କର ଅନ୍ୟତ୍ର ବିବାହ ହୋଇଯିବାପରେ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା। ବିବାହର ୧୦ ଦିନପରେ ଅର୍ଥାତ ଫେବୃୟାରୀ ୨୮ରେ ଆନନ୍ଦ ରାଉରକେଲାରୁ ଫେରି ଉକ୍ତ ଫ୍ଲାଟ୍‌କୁ ଆସିଥିଲେ। ମନଜିତଙ୍କ ସହ ସମ୍ପର୍କ ରଖିବାକୁ ଚାହିଁଥିଲେ। ଏନେଇ ମନ୍‌ଜିତ ରାଜି ନ ହେବାରୁ ଆନନ୍ଦ ତାଙ୍କ ରୁମ୍‌ରେ ଶାଢ଼ୀ ଦ୍ୱାରା ଝୁଲି ଆତ୍ମହତ୍ୟା କରିଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି। ସେହି ସମୟରେ ମଧ୍ୟ ବୀରେନ୍ଦ୍ର ଅନ୍ୟଏକ ରୁମ୍‌ରେ ଥିଲେ। କମିଶନରେଟ ପୋଲିସ ପକ୍ଷରୁ ଖବରଦାତା ସମ୍ମିଳନୀ କରାଯାଇ ମାମଲା ସକ୍ରାନ୍ତରେ ଖୁଲାସା କରାଯିବ ସୂଚନା ମିଳିଛି। ଗତ ଫେବୃୟାରୀ ୨୮ ଆନନ୍ଦଙ୍କ ମୃତ୍ୟୁ ହୋଇଥିବା ତାଙ୍କ ବାପାଙ୍କୁ ବୀରେନ୍ଦ୍ର ଜଣାଇଥିଲେ। ଏଥିସହ ଆନନ୍ଦଙ୍କୁ ସେ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଏନେଇ ବୀରେନ୍ଦ୍ର ଓ ମନ୍‌ଜିତ ଟେଟେଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଥିଲେ ଆନନ୍ଦଙ୍କ ବାପା ବନ୍ଧନ। ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତବଲା ବାଜୁଥିବା ଯାଏ ମନେରହିବେ…

ପଣ୍ଡିତ ଉମେଶ ଚନ୍ଦ୍ର କର। ତବଲା ବାଦନରେ ସେ ଥିଲେ ଅଦ୍ୱିତୀୟ। ତାଙ୍କ ତବଲା ଧ୍ୱନି ଶ୍ରୋତାଙ୍କୁ ଝୁମାଉଥିଲା। ଆଉ ନୃତ୍ୟ, ସଙ୍ଗୀତରେ ଜୀବନ ଭରୁଥିଲା।...

ତହସିଲରୁ ହଟିବେ ମଧ୍ୟସ୍ଥ, କାର୍ଯ୍ୟକାରୀ ହେବ ସ୍ମାର୍ଟ ସର୍ଭେଲାନ୍ସ ବ୍ୟବସ୍ଥା

ଭୁବନେଶ୍ୱର, ୧୬ା୨(ବ୍ୟୁରୋ): ଏଣିକି ଲୋକଙ୍କୁ ଆଉ ସରକାରୀ କାର୍ଯ୍ୟାଳୟକୁ ଧାଇଁବାକୁ ପଡ଼ିବ ନାହିଁ। ଘଣ୍ଟା ଘଣ୍ଟା ଧରି ଅପେକ୍ଷା ଯନ୍ତ୍ରଣାରୁ ମୁକ୍ତି ମିଳିବ। ସମୟ ସାଙ୍ଗକୁ...

ବିଧାୟକଙ୍କ ଘରେ ୨୩ ଘଣ୍ଟାର ରେଡ୍‌

ଭୁବନେଶ୍ୱର (ବ୍ୟୁରୋ)/ ବ୍ରହ୍ମପୁର ଅଫିସ,୧୮ା୧୦: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ରବିବାର ଭିଜିଲାନ୍ସ ବଡ଼ଧରଣର ଚଢାଉ କରିଥିଲା।...

ଗୌରହରି ଦାସ ପାଇବେ ‘ଶାରଳା ପୁରସ୍କାର’

ଭୁବନେଶ୍ୱର, ୨୦।୯ (ବ୍ୟୁରୋ):ସାହିତି୍ୟକ, ଗାଳ୍ପିକ ତଥା କଥାକାର ଗୌରହରି ଦାସଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ୪୩ତମ ‘ଶାରଳା ପୁରସ୍କାର’ ମିଳିବ। ତାଙ୍କର ସାହିତ୍ୟ କୃତି ‘ବାଘ...

ଏହି ସବୁ ଜିଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ସୋମବାର ମଧ୍ୟ କିଛି ଜିଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ...

ଖୁବ୍‌ଶୀଘ୍ର ବିଜେଡି ସାଙ୍ଗଠନିକ ଜିଲା ସଭାପତିଙ୍କ ନାଁ ଘୋଷଣା

ଭୁବନେଶ୍ୱର,୨୧।୨(ବ୍ୟୁରୋ): ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଖୁବ୍‌ଶୀଘ୍ର ୩୩ ସାଙ୍ଗଠନିକ ଜିଲା ପାଇଁ ସଭାପତି ଘୋଷଣା କରାଯିବ। ଏନେଇ ସମସ୍ତ ପ୍ରକ୍ରିୟା ସମାପ୍ତ ହୋଇଥିବା ଜଣାପଡିଛି।...

ରାଜ୍ୟପାଳଙ୍କୁ କରୋନା

ଭୁବନେଶ୍ୱର,୨ା୧୧(ବ୍ୟୁରୋ): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏବଂ ତାଙ୍କ ସ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ରାଜ୍ୟପାଳ ନିଜେ ସୋମବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି।...

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୭ ଆକ୍ରାନ୍ତ, ମୋଟ ସୁସ୍ଥଙ୍କ ସଂଖ୍ୟା ୪,୭୪୩ରେ ପହଞ୍ଚିଲା

ଭୁବନେଶ୍ୱର,୨୮।୬(ବ୍ୟୁରୋ): ରାଜ୍ୟରେ ଆଉ ୧୩୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୪ ହଜାର ୭୪୩ରେ ପହଞ୍ଚିଛି। ଏନେଇ ରାଜ୍ୟ...

Advertisement
Archives

Model This Week