ଆକର୍ଷଣୀୟ ରିହାତି ସତ୍ତ୍ୱେ ବେପାର ମାନ୍ଦା

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): କୋଭିଡ୍‌ ପରେ ରାଜ୍ୟସ୍ତରୀୟ ପୁସ୍ତକ ମେଳା ଡିସେମ୍ବର ୯ରୁ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆଠାରେ ଚାଲିଛି। ୨ବର୍ଷର ଅନ୍ତର ପରେ ପୁସ୍ତକ ମେଳା ହେଉଥିବାରୁ ବିକ୍ରେତାଙ୍କ ମନରେ ଏକ ଉତ୍ସାହ ସୃଷ୍ଟି ହୋଇଥିଲା। ହେଲେ ସେହି ଉତ୍ସାହ ଧୀରେ ଧୀରେ ମଉଳିବାରେ ଲାଗିଛି। ପ୍ରଥମ କେତେ ଦିନ ଷ୍ଟଲରେ ଯେଭଳି ଭିଡ଼ ଦେଖିବାକୁ ମିଳିଥିଲ, ସେମିତି ଆଉ ଦେଖିବାକୁ ମିଳୁନାହିଁ। ଏମିତିକି ଆକର୍ଷଣୀୟ ରିହାତିରେ ବିକ୍ରି କରୁଥିବା ପୁସ୍ତକ ମେଳାର ଷ୍ଟଲରେ ଯେଉଁ ବ୍ୟବସାୟୀମାନେ ବେପାର ଠିକ୍‌ ଚାଲୁଥିବାର ମତ ଦେଇଥିଲେ, ସେମାନେ ବୁଧବାର ବେପାର ଏତେ ଭଲ ଚାଲୁ ନ ଥିବା ପ୍ରକାଶ କରିଛନ୍ତି।

ଏଥର ରାଜ୍ୟ ପୁସ୍ତକ ମେଳାରେ ସ୍କୁଲ ଓ କଲେଜ ଛାତ୍ରୀଛାତ୍ରଙ୍କ ସହ ବୁଲି ଆସୁଥିବା ଲୋକଙ୍କୁ କୁଇଜ୍‌ ପ୍ରତିଯୋଗିତା ଟାଣି ଆଣୁଛି। ବିଭିନ୍ନ ଶିକ୍ଷାନୁଷ୍ଠାନ ଓ କୋଚିଂ ସଂସ୍ଥାଗୁଡ଼ିକ କୁଇଜ୍‌ ପ୍ରତିଯୋଗିତା ଆୟୋଜନ କରିଛନ୍ତି। ସା ହେବା ମାତ୍ରେ ଏହା ଆରମ୍ଭ ହୋଇଯାଉଛି। ଜିତୁଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ମଧ୍ୟ ପ୍ରଦାନ କରାଯାଉଛି।

ପୁସ୍ତକ ମେଳାରେ ଫଟୋ ଉଠାଇବା ପାଇଁ କେତୋଟି ସେଲ୍ଫି ଫଏଣ୍ଟ ରହିଛି। ଏହା ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରୁଛି। ଏପରି କି ଫଟୋ ଟେ ଉଠାଇବା ପାଇଁ ମଧ୍ୟ ଅପେକ୍ଷା କରିବାକୁ ପଡ଼ୁଛି। ଜ୍ୟୋତିପ୍ରଭା ବୁକ୍ସ ଷ୍ଟଲ୍‌ ପାଖରେ ବହିକୁ ଥାକ ଥାକ କରି ଏକ ସୁନ୍ଦର ସେଲ୍ଫି ପଏଣ୍ଟ ଟିଏ କରାଯାଇଥିବାବେଳେ ପେନ ଇନ୍‌ ବୁକ୍ସ ପ୍ରକାଶନୀ ଷ୍ଟଲରେ ମଧ୍ୟ ବହିର ପୃଷ୍ଠାକୁ ନେଇ ଏକ ସୁନ୍ଦର ଓ ଆକର୍ଷଣୀୟ ସେଲ୍ଫି ପଏଣ୍ଟ କରାଯାଇଛି। ଯେଉଁଠି ଲୋକମାନ ଫଟୋ ଉଠାଇ ମଜା ନେଉଛନ୍ତି।

ରାଜ୍ୟ ବାହାରୁ ଆସିଥିବା ବ୍ୟବସାୟୀଙ୍କ ମତରେ:-
କୋଲକାତାରୁ ଆସି ବିଭିନ୍ନ ପୁସ୍ତକକୁ ଆକର୍ଷଣୀୟ ଦରରେ ବିକ୍ରି କରୁଛୁ। ଛୋଟ ପିଲାଙ୍କ ପୁସ୍ତକ ୩୦, ବିଭିନ୍ନ ଉପନ୍ୟାସ, ଗଳ୍ପ ପୁସ୍ତକ ୪ଟା କୁ ୨୦୦ଟଙ୍କା, ୧୦୦ଟଙ୍କା, ୫୦ଟଙ୍କାରେ ପୁସ୍ତକ ମଧ୍ୟ ବିକ୍ରି ହେଉଛି। ପ୍ରଥମ କିଛି ଦିନ ଯୁବପିଢିଙ୍କ ଭିଡ଼ ଲାଗି ରହିଲା। ଏଥିସହ ଛୋଟ ପିଲାଙ୍କ ବହି ବିକ୍ରି ହୋଇଥିଲା। କିନ୍ତୁ ଏବେ ବେପାର ବହୁତ କମ୍‌ ହେଉଛି। ପାଖାପାଖି ୧୦ବର୍ଷ ଧରି ଓଡ଼ିଶାରେ ବେପାର କରୁଛୁ। ଏଥର ପୂର୍ବଭଳି ବେପାର ହେଉ ନାହିଁ। ଲାଗୁଛି ପୁସ୍ତକ ମେଳା ସମ୍ପର୍କରେ ଲୋକମାନେ ଠିକ୍‌ ଭାବେ ଜାଣିନାହାନ୍ତି।
– ରାଜୀବ ସିଂ, କୋଲ୍‌କାତା ବ୍ୟବସାୟୀ
ଷ୍ଟଲ୍‌ରେ ପୁସ୍ତକର ଦାମ ୫୦ରୁ ଆରମ୍ଭ ହୋଇଛି। ଦର କମ୍‌ ପାଇଁ ଲୋକ ଗହଳି ରହୁଛନ୍ତି, କିନ୍ତୁ ଭିଡ଼ ଦିନକୁ ଦିନ କମୁଛି। ଅଧିକରୁ ଅଧିକ ପ୍ରଚାର ପ୍ରସାର ହେଲେ ପାଠକ ଆସିବା ସହ ବ୍ୟବସାୟ ଭଲ ହୋଇପାରନ୍ତା।
– କରନ୍‌, ଦିଲ୍ଲୀ ବ୍ୟବସାୟୀ
କୋଲ୍‌କାତାର ସି ଓ ବୁକ୍ସ ଷ୍ଟଲରେ ୨୦ଟଙ୍କାଠୁ ନେଇ ୫୦, ୧୦୦, ୨୫୦ ଭଳି ଦରରେ ବିଭିନ୍ନ ପୁସ୍ତକ ବିକ୍ରି ହେଉଛି। ସେମାନଙ୍କ ପାଖେ ପୁରୁଣା ବହିର ସଂଗ୍ରହ ମଧ୍ୟ ରହିଛି। ଆନ୍‌ସିଏଣ୍ଟ ଇଣ୍ଡିଆ ପୁସ୍ତକ ବହୁ ପୁରୁଣା ସହ ଏହାର ଦାମ୍‌ ୨୩ ହଜାର ୫୦୦ ରହିଛି। ବହୁ ପୁସ୍ତକକୁ ପୁରୁଣା ଦରରେ ବିକ୍ରି କରାଯାଉଛି। ଏହା ସତ୍ତ୍ୱେ ଦୋକାନରେ ପୂର୍ବ ଅପେକ୍ଷା ଭିଡ଼ କମ୍‌ ରହୁଛି।
– ମହମ୍ମଦ ସାଜିଦ, ପୁସ୍ତକ ବିକ୍ରେତା


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

ଓଡ଼ିଶା ପାଇଁ ବଡ଼ ରେଲଓ୍ବେ ଭେଟି, ମୋଦି ସରକାର କଲେ ବଡ଼ ଘୋଷଣା

ଭୁବନେଶ୍ୱର,୧୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (CCEA) ବୈଠକରେ ପ୍ରାୟ ୯,୪୫୦ କୋଟି ଟଙ୍କା ବ୍ୟୟବରାଦରେ ୪ଟି…

ମାଷ୍ଟରକ୍ୟାଣ୍ଟିନରେ ଖଣ୍ଡଯୁଦ୍ଧ: ପୋଲିସକୁ ଢେଲା ପଥର ମାଡ଼, ଭାଙ୍ଗିଲେ ଆମ ବସ୍‌

ଭୁବନେଶ୍ୱର,୧୯।୮: ରଣକ୍ଷେତ୍ର ପାଲଟିଲା ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକ । ପୋଲିସ ପକ୍ଷରୁ ଲାଠି ଚାର୍ଜ । ପୋଲିସ ଉପରକୁ ମଧ୍ୟ ଢେଲା ପଥର ମାଡ ।…

ସ୍ଥାୟୀ ନୂଆ ଡିଜିପି କିଏ ହେବେ: ଧରୁଛି ଜାତୀୟସ୍ତର ରଙ୍ଗ

ଭଞ୍ଜନଗର,୧୯।୮(ବାବୁଲା ପ୍ରଧାନ):ଓଡ଼ିଶାର ସ୍ଥାୟୀ ନୂଆ ଡିଜିପି କିଏ ହେବେ ତାହା କିଛିଦିନ ହେବ ସୁପ୍ରିମକୋର୍ଟଙ୍କ ଚୂଡ଼ାନ୍ତ ରାୟ ଉପରେ ନିର୍ଭରକରୁଛି। ମଙ୍ଗଳବାର ଉଚ୍ଚ ନ୍ୟାୟାଳୟରେ ଏ ବିଷୟରେ…

ସୁପ୍ରିମକୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ ଏତେ ଅପରାଧିକ ମାମଲା

ଭୁବନେଶ୍ୱର, ୧୯।୮: ନେତାମାନଙ୍କ ବିରୋଧରେ ରହିଥିବା ଅପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ନିଖୋଜ ମା’ଙ୍କୁ ଖୋଜୁଛି ବିଜୟ: ବଜାରରୁ ଗଳିକନ୍ଦି ବୁଲି ମାରୁଛନ୍ତି ପୋଷ୍ଟର

ଭୁବନେଶ୍ୱର, ୧୯ା୮(ପ୍ରସନଜିତ୍‌ ସାହୁ):ରାଜଧାନୀ ଭୁବନେଶ୍ବରରେ ନିଖୋଜଙ୍କ ସଂଖ୍ୟା ବଢି ଚାଲୁଥିବା ବେଳେ ଉଦ୍ଧାର କରିବାରେ ବିଫଳ ହେଉଛି କମିଶନରେଟ୍‌ ପୋଲିସ। ସିସିଟିଭି ଫୁଟେଜ୍‌ ଯାଞ୍ଚ ଆଳରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri