ଆକର୍ଷଣୀୟ ରିହାତି ସତ୍ତ୍ୱେ ବେପାର ମାନ୍ଦା

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): କୋଭିଡ୍‌ ପରେ ରାଜ୍ୟସ୍ତରୀୟ ପୁସ୍ତକ ମେଳା ଡିସେମ୍ବର ୯ରୁ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆଠାରେ ଚାଲିଛି। ୨ବର୍ଷର ଅନ୍ତର ପରେ ପୁସ୍ତକ ମେଳା ହେଉଥିବାରୁ ବିକ୍ରେତାଙ୍କ ମନରେ ଏକ ଉତ୍ସାହ ସୃଷ୍ଟି ହୋଇଥିଲା। ହେଲେ ସେହି ଉତ୍ସାହ ଧୀରେ ଧୀରେ ମଉଳିବାରେ ଲାଗିଛି। ପ୍ରଥମ କେତେ ଦିନ ଷ୍ଟଲରେ ଯେଭଳି ଭିଡ଼ ଦେଖିବାକୁ ମିଳିଥିଲ, ସେମିତି ଆଉ ଦେଖିବାକୁ ମିଳୁନାହିଁ। ଏମିତିକି ଆକର୍ଷଣୀୟ ରିହାତିରେ ବିକ୍ରି କରୁଥିବା ପୁସ୍ତକ ମେଳାର ଷ୍ଟଲରେ ଯେଉଁ ବ୍ୟବସାୟୀମାନେ ବେପାର ଠିକ୍‌ ଚାଲୁଥିବାର ମତ ଦେଇଥିଲେ, ସେମାନେ ବୁଧବାର ବେପାର ଏତେ ଭଲ ଚାଲୁ ନ ଥିବା ପ୍ରକାଶ କରିଛନ୍ତି।

ଏଥର ରାଜ୍ୟ ପୁସ୍ତକ ମେଳାରେ ସ୍କୁଲ ଓ କଲେଜ ଛାତ୍ରୀଛାତ୍ରଙ୍କ ସହ ବୁଲି ଆସୁଥିବା ଲୋକଙ୍କୁ କୁଇଜ୍‌ ପ୍ରତିଯୋଗିତା ଟାଣି ଆଣୁଛି। ବିଭିନ୍ନ ଶିକ୍ଷାନୁଷ୍ଠାନ ଓ କୋଚିଂ ସଂସ୍ଥାଗୁଡ଼ିକ କୁଇଜ୍‌ ପ୍ରତିଯୋଗିତା ଆୟୋଜନ କରିଛନ୍ତି। ସା ହେବା ମାତ୍ରେ ଏହା ଆରମ୍ଭ ହୋଇଯାଉଛି। ଜିତୁଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ମଧ୍ୟ ପ୍ରଦାନ କରାଯାଉଛି।

ପୁସ୍ତକ ମେଳାରେ ଫଟୋ ଉଠାଇବା ପାଇଁ କେତୋଟି ସେଲ୍ଫି ଫଏଣ୍ଟ ରହିଛି। ଏହା ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରୁଛି। ଏପରି କି ଫଟୋ ଟେ ଉଠାଇବା ପାଇଁ ମଧ୍ୟ ଅପେକ୍ଷା କରିବାକୁ ପଡ଼ୁଛି। ଜ୍ୟୋତିପ୍ରଭା ବୁକ୍ସ ଷ୍ଟଲ୍‌ ପାଖରେ ବହିକୁ ଥାକ ଥାକ କରି ଏକ ସୁନ୍ଦର ସେଲ୍ଫି ପଏଣ୍ଟ ଟିଏ କରାଯାଇଥିବାବେଳେ ପେନ ଇନ୍‌ ବୁକ୍ସ ପ୍ରକାଶନୀ ଷ୍ଟଲରେ ମଧ୍ୟ ବହିର ପୃଷ୍ଠାକୁ ନେଇ ଏକ ସୁନ୍ଦର ଓ ଆକର୍ଷଣୀୟ ସେଲ୍ଫି ପଏଣ୍ଟ କରାଯାଇଛି। ଯେଉଁଠି ଲୋକମାନ ଫଟୋ ଉଠାଇ ମଜା ନେଉଛନ୍ତି।

ରାଜ୍ୟ ବାହାରୁ ଆସିଥିବା ବ୍ୟବସାୟୀଙ୍କ ମତରେ:-
କୋଲକାତାରୁ ଆସି ବିଭିନ୍ନ ପୁସ୍ତକକୁ ଆକର୍ଷଣୀୟ ଦରରେ ବିକ୍ରି କରୁଛୁ। ଛୋଟ ପିଲାଙ୍କ ପୁସ୍ତକ ୩୦, ବିଭିନ୍ନ ଉପନ୍ୟାସ, ଗଳ୍ପ ପୁସ୍ତକ ୪ଟା କୁ ୨୦୦ଟଙ୍କା, ୧୦୦ଟଙ୍କା, ୫୦ଟଙ୍କାରେ ପୁସ୍ତକ ମଧ୍ୟ ବିକ୍ରି ହେଉଛି। ପ୍ରଥମ କିଛି ଦିନ ଯୁବପିଢିଙ୍କ ଭିଡ଼ ଲାଗି ରହିଲା। ଏଥିସହ ଛୋଟ ପିଲାଙ୍କ ବହି ବିକ୍ରି ହୋଇଥିଲା। କିନ୍ତୁ ଏବେ ବେପାର ବହୁତ କମ୍‌ ହେଉଛି। ପାଖାପାଖି ୧୦ବର୍ଷ ଧରି ଓଡ଼ିଶାରେ ବେପାର କରୁଛୁ। ଏଥର ପୂର୍ବଭଳି ବେପାର ହେଉ ନାହିଁ। ଲାଗୁଛି ପୁସ୍ତକ ମେଳା ସମ୍ପର୍କରେ ଲୋକମାନେ ଠିକ୍‌ ଭାବେ ଜାଣିନାହାନ୍ତି।
– ରାଜୀବ ସିଂ, କୋଲ୍‌କାତା ବ୍ୟବସାୟୀ
ଷ୍ଟଲ୍‌ରେ ପୁସ୍ତକର ଦାମ ୫୦ରୁ ଆରମ୍ଭ ହୋଇଛି। ଦର କମ୍‌ ପାଇଁ ଲୋକ ଗହଳି ରହୁଛନ୍ତି, କିନ୍ତୁ ଭିଡ଼ ଦିନକୁ ଦିନ କମୁଛି। ଅଧିକରୁ ଅଧିକ ପ୍ରଚାର ପ୍ରସାର ହେଲେ ପାଠକ ଆସିବା ସହ ବ୍ୟବସାୟ ଭଲ ହୋଇପାରନ୍ତା।
– କରନ୍‌, ଦିଲ୍ଲୀ ବ୍ୟବସାୟୀ
କୋଲ୍‌କାତାର ସି ଓ ବୁକ୍ସ ଷ୍ଟଲରେ ୨୦ଟଙ୍କାଠୁ ନେଇ ୫୦, ୧୦୦, ୨୫୦ ଭଳି ଦରରେ ବିଭିନ୍ନ ପୁସ୍ତକ ବିକ୍ରି ହେଉଛି। ସେମାନଙ୍କ ପାଖେ ପୁରୁଣା ବହିର ସଂଗ୍ରହ ମଧ୍ୟ ରହିଛି। ଆନ୍‌ସିଏଣ୍ଟ ଇଣ୍ଡିଆ ପୁସ୍ତକ ବହୁ ପୁରୁଣା ସହ ଏହାର ଦାମ୍‌ ୨୩ ହଜାର ୫୦୦ ରହିଛି। ବହୁ ପୁସ୍ତକକୁ ପୁରୁଣା ଦରରେ ବିକ୍ରି କରାଯାଉଛି। ଏହା ସତ୍ତ୍ୱେ ଦୋକାନରେ ପୂର୍ବ ଅପେକ୍ଷା ଭିଡ଼ କମ୍‌ ରହୁଛି।
– ମହମ୍ମଦ ସାଜିଦ, ପୁସ୍ତକ ବିକ୍ରେତା


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri