Posted inଅପରାଧ

ଫୈସଲା ଅନ୍‌ ଦି ସ୍ପଟ୍‌: ସାଙ୍ଗକୁ ଗୁଳି ମାରି ହତ୍ୟା କଲା ନାବାଳକ

ଜୟପୁର, ୨୮।୭: ରାଜସ୍ଥାନର ଜୟପୁରରେ ଜଣେ ନାବାଳକ ତା’ର ଜଣେ ସାଙ୍ଗକୁ ଗୁଳି କରି ହତ୍ୟା କରିଛି। ଏହାପରେ ଯେତେବେଳେ ଅଭିଯୁକ୍ତ ନାବାଳକର ସୋସିଆଲ ମିଡିଆ ଆକଉଣ୍ଟ ଚେକ୍‌ କରାଯାଇଥିଲା। ଏହି ସମୟରେ ଚକିତ କଲାଭଳି କିଛି ପୋଷ୍ଟ ପୋଲିସ ଦେଖିବାକୁ ପାଇଥିଲା। ନାବାଳକ ଜଣଙ୍କ ଏଥିରେ ଲେଖିଥିଲେ, ‘କାଗଜ କଲମରେ କୋର୍ଟ ଚାଲିଥାଏ। କିନ୍ତୁ ମୁଁ ଫୈସଲା ଅନ୍‌ ଦି ସ୍ପଟ୍‌ କରିଥାଏ।’ ଏହି ଘଟଣାଟି ଭରତପୁର ପୋଲିସ ଷ୍ଟେସନ ଅନ୍ତର୍ଗତ ମଥୁରା ଗେଟ୍‌ ନିକଟରେ ଘଟିଛି। ୧୫ ବର୍ଷୀୟ ଜଣେ ନାବାଳକ ତା’ର ୧୨ ବର୍ଷୀୟ ସାଙ୍ଗକୁ ଗୁଳି କରି ହତ୍ୟା କରିଛି। ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ଯେ ଉଭୟ ନାବାଳକ ପରସ୍ପରକୁ ଜାଣିଥିଲେ। ଉଭୟ ଖେଳୁଥିବାବେଳେ ଏହି ଅଘଟଣ ଘଟିଥିଲା। ଅଭିଯୁକ୍ତ ଜଣଙ୍କ ତାଙ୍କ ଘରୁ ଏକ ଦେଶୀ ବନ୍ଧୁକ ଆଣି ତା’ର ସାଙ୍ଗକୁ ଗୁଳି କରିଥିବା ଜଣାପଡ଼ିଛି। ଗୁଳିଟି ୧୨ ବର୍ଷୀୟ ବାଳକର ମୁଣ୍ଡରେ ବାଜିଥିବାବେଳେ ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଚାଲିଯାଇଥିଲା। ପୋଲିସ ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀଙ୍କ ଦାଦାଗିରି: ସହକାରୀ ଯନ୍ତ୍ରୀଙ୍କୁ ହତ୍ୟା ଧମକ, ଥାନାରେ ମାମଲା

ଦେବଗଡ଼,୨୫ା୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବ୍ରତ କୁମାର ମାଝିଙ୍କୁ ବାରକୋଟ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାତ୍ରଙ୍କ ସ୍ବାମୀ...

ମହିଳାଙ୍କୁ ବଳାତ୍କାର ଉଦ୍ୟମ କରି ବନ୍ଧାହେଲେ ଯୁବକ

ନିରାକାରପୁର,୨୪ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ମହିଳାଙ୍କୁ ବଳାତ୍କାର ଉଦ୍ୟମ କରିବା ଅଭିଯୋଗରେ ଜଣେ ବିବାହିତ ଯୁବକଙ୍କୁ ନିରାକାରପୁର ପୋଲିସ ବୁଧବାର ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ...

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ, ଠିକାଦାରଙ୍କୁ ମାଗିଥିଲେ ୧ ଲକ୍ଷ ଲାଞ୍ଚ

ବଲାଙ୍ଗୀର,୨୪ା୭(ସୁନୀଲ କୁମାର ମହାନ୍ତି): ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଆସିଷ୍ଟାଣ୍ଟ ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର ସୁଜିତ...

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ଅଭିଯୁକ୍ତଙ୍କୁ ଅଟକ ରଖି ପୋଲିସର ପଚରାଉଚରା

ବାଲେଶ୍ୱର,୧୯ା୭(ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ଔପଦା ବ୍ଲକ ଅଘିରାପଦା ପଞ୍ଚାୟତ ଚିଞ୍ଚିଡ଼ା ସିଂହ ସାହି ଗ୍ରାମରେ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କରିଛନ୍ତି ସ୍ବାମୀ। ଔପଦା ଥାନା...

ଯୁବତୀଙ୍କ ମୁଣ୍ଡରେ ଛୁଞ୍ଚି ଫୁଟାଇଲେ ତାନ୍ତ୍ରିକ, ସାମ୍ନାକୁ ଆସିଲା ଖବର, ଆଉ ତା’ ପରେ…

ବଲାଙ୍ଗୀର,୧୮ା୭(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଇଚଗାଁରେ ଗୁଣିଗାରେଡ଼ିରେ ଜଣେ ଯୁବତୀ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଯୁବତୀଙ୍କ ବାରମ୍ବାର...

ପରିବାରରେ ଅନିଷ୍ଠ ହେବା ଭୟ ଦେଖାଇ ମହିଳାଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ସୁନା ଅଳଙ୍କାର

ଦେବଗଡ଼,୧୮ା୭(ଶଶାଙ୍କ ଶେଖର ଝାଙ୍କର): ପରିବାରରେ ଅନିଷ୍ଠ ହେବା ଭୟ ଦେଖାଇ ଜଣେ ବିବାହିତା ମହିଳାଙ୍କୁ ଅଭିନବ ଉପାୟରେ ଠକିବା ସହ ମଝି ରାସ୍ତାରୁ ସୁନା ଚୁଡି,...

ପୁତୁରାଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କଲେ ଦାଦା-ଖୁଡ଼ୀ

ବଲାଙ୍ଗୀର,୧୮ା୭: ବଲାଙ୍ଗୀର ଜିଲା ପୁଇଁତଳା ଥାନା ଅଏଁଲାସାରି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଜଣଙ୍କୁ ହତ୍ୟା କରାଯାଇଛି।...

ପ୍ରେମସମ୍ପର୍କକୁ ନେଇ ଡବଲ ମର୍ଡର

ସୁନ୍ଦରଗଡ଼,୧୫ା୭: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର କୁତ୍ରା ଥାନା ଗମାଡିହିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ପ୍ରେମସମ୍ପର୍କକୁ ନେଇ ଡବଲ ମର୍ଡର ହୋଇଛି। ଗମାଡିହିର ଜଣେ ଯୁବତୀ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri