Posted inଖେଳ

‘ଆବେ, ନିଶ୍ୱାସ ତ ନେବାକୁ ଦେ’; ସିଏସ୍‌କେର ଜାଡେଜାଙ୍କ ଉପରେ ଏଭଳି କହି କାହିଁକି ରାଗିଲେ କୋହଲି?

ନୂଆଦିଲ୍ଲୀ,୨୩।୩: ଆଇପିଏଲ୍‌ ୨୦୨୪ର ଓପନିଂ ମ୍ୟାଚ୍‌ ସିଏସ୍‌କେ ଏବଂ ଆର୍‌ସିବି ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚ୍‌ରେ ଚେନ୍ନାଇ ଟିମ୍‌ ୬ ଉଇକେଟରେ ବିଜେତା ହୋଇଛି। ହେଲେ ମ୍ୟାଚ୍‌ ସମୟରେ ଆର୍‌ସିବିର ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ସିଏସ୍‌କେ ବୋଲର୍‌ ରବିନ୍ଦ୍ର ଜାଡେଜାଙ୍କ ଉପରେ ରାଗି ଯାଇଥିଲେ। ଘଟଣା ଅନେକଙ୍କୁ ଚକିତ କରିଥିବା ବେଳେ ଏହାର ଭିଡିଓ ଭାଇରାଲ ହେଉଛି।

ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଆର୍‌ସିବି। ଦଳର ୧୧ତମ ଓଭରରେ କୋହଲିଙ୍କ ସହ କ୍ୟାମେରନ୍‌ ଗ୍ରିନ୍‌ ମଇଦାନରେ ଥିଲେ। ଉଭୟ ଆର୍‌ସିବି ପାଇଁ ରନ୍‌ କରିବାକୁ ଚାହୁଁଥିଲେ। ଠିକ୍‌ ଏହି ସମୟରେ ବୋଲିଂ କରୁଥିବା ଜାଡେଜାଙ୍କ ଉପରେ କୋହଲି ରାଗି ଯାଇଥିଲେ। ସେତେବେଳେ ସେ ଯାହା କହିଥିଲେ ତାହା ଷ୍ଟମ୍ପ ମାଇକ୍‌ରେ ରେକର୍ଡ ହୋଇଯାଇଥିଲା। ଏବେ ତାର ଭିଡିଓ ଭାଇରାଲ ହେଉଛି। ତେବେ କ’ଣ ପାଇଁ ସେ ଜାଡେଜାଙ୍କୁ ଏଭଳି କିଛି କହିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କୋହଲି ଜାଡେଜାଙ୍କୁ କହିଥିଲେ, ଆବେ, ନିଶ୍ୱାସ ତ ନେବାକୁ ଦେ। ତେବେ ଏହା ସେ ଜାଡେଜା ଶୀଘ୍ର ଓଭର ପୂରଣ କରୁଥିବା ଦେଖି କହିଥିଲେ। କାରଣ କ୍ୟାମେରନ୍‌ ଗ୍ରିନ ଭଲଭାବେ ଖେଳି ପାରୁ ନ ଥିବା ସେ ଅନୁଭବ କରିଥିଲେ। ଜାଡେଜାଙ୍କ ସହ ଘଟିଥିବା ଏହି ଘଟଣା ଆଗାମୀ ଓଭରରେ ଉଭୟଙ୍କ ଉଇକେଟ ଯାଇଥିଲା।

ଦେଖନ୍ତୁ ଭିଡିଓ:


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନର ଅଷ୍ଟମ ବିଜୟ, ସଞ୍ଜୁ ସାମସନ୍‌ଙ୍କ ଅଧିନାୟକ ପାଳି

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି...

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri