ରାଜ୍ୟରେ ପୁଣି ୧୩୭୨ ପଜିଟିଭ୍‌ ଚିହ୍ନଟ: ୩ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୭।୧୧(ବ୍ୟୁରୋ): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଛି। କିଛି ଦିନ ହେବ କରୋନା ଗ୍ରାଫ୍‌ ତଳକୁ ଖସୁଥିବା ବେଳେ ତାହା ବି ସନ୍ତୋଷଜନକ ନୁହେଁ। ଶନିବାର ରାଜ୍ୟରେ ପୁଣି ୧୩୭୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ଟପିଛି। ତେବେ ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୭୯୬ କ୍ୱାରାଣ୍ଟାଇନ୍‌ ସେଣ୍ଟର ଓ ୫୬୭ ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ରାଜ୍ୟରେ ୧୩୭୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୩୦ଟି ଜିଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୪୫, କଟକରୁ ୧୨୧ ଓ ନୂଆପଡ଼ାରୁ ୧୦୮ ଜଣ ରହିଛନ୍ତି। ସେହିପରି ଅନୁଗୋଳ ୮୧, ବାଲେଶ୍ୱର ୩୧, ବରଗଡ଼ ୪୦, ଭଦ୍ରକ ୩୧, ବଲାଙ୍ଗୀର ୪୦, ବୌଦ୍ଧ ୨, ଦେବଗଡ଼ ୮, ଢ଼େଙ୍କାନାଳ ୨୫, ଗଜପତି ୪, ଗଞ୍ଜାମ ୨୧, ଜଗତସିଂହପୁର, ୭୦, ଯାଜପୁର ୩୪, ଝାରସୁଗୁଡ଼ା ୩୩, କଳାହାଣ୍ଡି ୪୦, କନ୍ଧମାଳ ୧୧, କେନ୍ଦ୍ରାପଡ଼ା ୬୫, କେନ୍ଦୁଝର, ୪୦, କୋରାପୁଟ ୨୦, ମାଲକାନଗିରି ୨୦, ମୟୁରଭଞ୍ଜ ୭୮, ନବରଙ୍ଗପୁର ୨୬, ନୟାଗଡ଼ ୩୨, ପୁରୀ ୫୩, ରାୟଗଡ଼ା ୧୧, ସମ୍ବଲପୁର ୩୭, ସୋନପୁର ୧୯, ସୁନ୍ଦରଗଡ଼ ୯୬ ଓ ଷ୍ଟେଟ ପୁଲରୁ ୩୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୧୪୦ରେ ପହଞ୍ଚିଛି। ସେଥିମଧ୍ୟରୁ ୨,୮୫,୧୭୪ଜଣ ସୁସ୍ଥ ହୋଇଥିବା ବେଳେ ୧୩,୫୦୩ ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଅଗ୍ନିପଥ ଯୋଜନା ସୁରକ୍ଷା ପ୍ରତି ବିପଦ’

ଭୁବନେଶ୍ୱର,୮ା୭(ବ୍ୟୁରୋ): ଓଡ଼ିଶା ପ୍ରଦେଶ ଯୁବକଂଗ୍ରେସର ଏକଦିବସୀୟ ଯୁବ ଚିନ୍ତନ ବୈଠକ ଗୁରୁବାର କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ...

ସଙ୍କଟରେ ରୋଗୀସେବା, ଡିଏମ୍‌ ପାଠ୍ୟକ୍ରମ

କଟକ ଅଫିସ,୧୮ା୭: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ହେଉଛି ହେପାଟୋଲୋଜି ଏବଂ ଏଣ୍ଡୋକ୍ରାଇନୋଲୋଜି। କିନ୍ତୁ ଉଭୟ ବିଭାଗ ଏବେ ଡାକ୍ତର...

ଢେଙ୍କାନାଳରେ ରାଇସ୍‌ ମିଲ୍‌ ପାଚେରି ଭୁଶୁଡ଼ିବା ଘଟଣା: ମୃତକଙ୍କ ପରିବାରକୁ ୨୫ ହଜାର ଟଙ୍କା ସହାୟତା, ମିଲ୍‌ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ: ଜିଲାପାଳ

ଢେଙ୍କାନାଳ ଅଫିସ,୯।୬: ଢେଙ୍କାନାଳ ସହର ଅଳସୁଆ ହାଟ ନିକଟରେ ଥିବା ପରିତ୍ୟକ୍ତ ରାଇସ୍‌ ମିଲ୍‌ ପାଚେରି ଭୁଶୁଡ଼ି ପଡ଼ିବାରୁ ରବିବାର ୪ ଜଣଙ୍କ ମୃତ୍ୟୁ ଘଟିଥିଲା।...

୭୫ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ୍‌

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ଆସନ୍ତା ଜାନୁଆରୀ ମାସରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଏବଂ ସବ-ଅର୍ଡିନେଟ ଅଫିସ ଚାଲିବା ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ତଦନୁଯାୟୀ ଭୁବନେଶ୍ୱର...

ପଶ୍ଚିମବଙ୍ଗରେ ୧୫ ଅଗଷ୍ଟ ପର୍ଯ୍ୟନ୍ତ ବଢିଲା କରୋନା କଟକଣା

କୋଲକାତା,୨୯ ।୭: କରୋନା ମହାମାରୀର ଦ୍ୱିତୀୟ ଲହର କମି ଆସିଥିବା ବେଳେ ଏବେ ତୃତୀୟ ଲହରର ଚିନ୍ତା ସମସ୍ତଙ୍କୁ ଘାରିଛି । କାରଣ ବିଷେଶଜ୍ଞଙ୍କ ମତରେ...

ଉଠାଦୋକାନୀଙ୍କୁ ସ୍ବତନ୍ତ୍ର କୋଭିଡ୍‌ ସହାୟତା ପ୍ରଦାନ

ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରାଜ୍ୟର ୧୧୪ଟି ସହରାଞ୍ଚଳର ୧ ଲକ୍ଷ ୧ ହଜାର ଉଠା ଦୋକାନୀଙ୍କୁ ତୃତୀୟ ପର୍ଯ୍ୟାୟରେ ୩୦୦୦ ଟଙ୍କା...

ଆଶଙ୍କାରେ ଆ-କା-ମା-ବୈ

ଅନୁଗୋଳ ଅଫିସ, ୨୧।୧୧ – କାର୍ତ୍ତିକ ପୂର୍ଣ୍ଣମୀରେ ଡଙ୍ଗା ଭସା ସହ ଦିଅଁ ଦର୍ଶନ କରି ମାସକର ବ୍ରତ ଉଦ୍‌ଯାପନ କରନ୍ତି ବ୍ରତଧାରୀ। କିନ୍ତୁ ମହାମାରୀ...

ଇଟାଲିରେ କରୋନା ମୁକାବିଲା: ୮୦୦୦ ମେୟର ଫେସ୍‌ବୁକ୍‌ ସହିତ ଡ୍ରୋନ୍‌ ଦ୍ୱାରା ଲୋକଙ୍କୁ କରୁଥିଲେ ସଚେତନ

ରୋମ୍‌,୨୮।୪: ଇଟାଲିରେ କରୋନା ସଂକ୍ରମଣ କମିବାରେ ଳାଗିଛି। ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଲକ୍‌ଡାଉନ୍‌ ଏବେ କେତେକାଶଂରେ ବି ଜାରି ରହିଛି। ଦିନେ କରୋନା ମହାମାରୀର...

Advertisement
Archives

Model This Week