ଗୃହିଣୀଙ୍କ ଅବଦାନ

ପରିବାରରେ ଗୃହିଣୀଙ୍କ ଅବଦାନକୁ ନେଇ ଗତ ସପ୍ତାହରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ପୁରୁଷକୈନ୍ଦ୍ରିିକ ସମାଜ ପାଇଁ ଏହା ମଧ୍ୟ ଏକ ସଚେତନାତ୍ମକ ବାର୍ତ୍ତା। ସୁପ୍ରିମକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଥିଲେ ଯେ, ପରିବାରର ଜଣେ ଆଖିଦୃଶିଆ ଆୟକାରୀ ବ୍ୟକ୍ତିଙ୍କଠାରୁ ଜଣେ ଗୃହିଣୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯଦି ଜଣେ ଗୃହିଣୀଙ୍କ କାର୍ଯ୍ୟ ଓ ଅବଦାନକୁ ଗଣନା କରାଯାଏ ତାହା ଆର୍ଥିକ ମୂଲ୍ୟରେ ପରିଣତ କରିବା ଅତ୍ୟନ୍ତ କଷ୍ଟକର। ଏଥିସହିତ ଶୀର୍ଷ ଅଦାଲତ କହିଥିଲେ ଯେ, କୌଣସି ଦୁର୍ଘଟଣାଜନିତ କ୍ଷତିିପୂରଣ ଦାବିରେ ଗୃହିଣୀଙ୍କ କାର୍ଯ୍ୟ, ଶ୍ରମ ଏବଂ ତ୍ୟାଗକୁ ଆଧାର କରି ସେମାନଙ୍କ ଆନୁମାନିକ ଆୟକୁ ଟ୍ରିବ୍ୟୁନାଲ ଓ କୋର୍ଟଗୁଡ଼ିକ ହିସାବ କରିବା ଦରକାର। ଉଲ୍ଲେଖନୀୟ ଯେ, ଉତ୍ତରାଖଣ୍ଡରେ ୨୦୦୬ ମସିହାରେ ଗାଡ଼ି ଦୁର୍ଘଟଣା କାରଣରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ସ୍ବାମୀ ଓ ନାବାଳକଙ୍କୁ କ୍ଷତିପୂରଣ ବାବଦରେ ୨.୫ ଲକ୍ଷ ଟଙ୍କା ଦେବା ଲାଗି ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଅସନ୍ତୁଷ୍ଟ ପରିବାର ଅଧିକ କ୍ଷତିପୂରଣ ପାଇଁ ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ କୋର୍ଟ ତାହାକୁ ଅଗ୍ରାହ୍ୟ କରିଦେଇଥିଲେ। ପ୍ରାରମ୍ଭରୁ ମହିଳାଙ୍କ ଆନୁମାନିକ ଆୟକୁ ଜଣେ ଦିନମଜୁରିଆ ଆୟଠାରୁ କମ୍‌ କରି ବିଚାର କରିଥିଲା ଟ୍ରିବ୍ୟୁନାଲ । କିନ୍ତୁ ଟ୍ରିବ୍ୟୁନାଲ ଆଦେଶରେ କୌଣସି ତ୍ରୁଟି ନ ଥିଲା ବୋଲି ହାଇକୋର୍ଟ ଦର୍ଶାଇଥିଲେ। ହାଇକୋର୍ଟଙ୍କ ଏଭଳି ରାୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସୁପ୍ରିମକୋର୍ଟ କହିଥିଲେ ଯେ, ଜଣେ ଦିନମଜୁରିଆ ଆୟଠାରୁ ଜଣେ ଗୃହିଣୀଙ୍କ ଆୟକୁ କିଭଳି କମ୍‌ ବୋଲି ଦେଖାଯିବ। ସୁପ୍ରିମ୍‌କୋର୍ଟ ଗୃହିଣୀଙ୍କ ସମୟ ଓ ପରିବାର ପ୍ରତି ସମପର୍ତି କାର୍ଯ୍ୟଗୁଡ଼ିକୁ ସ୍ପଷ୍ଟ କରିବା ସହ ସୂଚିତ କରିଥିଲେ ଯେ,ସେସବୁକୁ ଅଣଦେଖା କରାଯିବା ଉଚିତ ନୁହେଁ । ଏହାବ୍ୟତୀତ କ୍ଷତିପୂରଣ ରାଶିକୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ସହ ୬ ସପ୍ତାହ ମଧ୍ୟରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଯୁକ୍ତିକୁ ଦେଖିଲେ ମନେହୁଏ ଯେ, ନିମ୍ନ ଅଦାଲତଗୁଡ଼ିକ ପରିବାରରେ ଗୃହିଣୀଙ୍କ ଅବଦାନକୁ ଆକଳନ କରିବାରେ ସକ୍ଷମ ହୋଇପାରୁନାହାନ୍ତି। ଦେଖିବାକୁ ଗଲେ କେବଳ ଅଦାଲତ ନୁହେଁ, ଏହି ରୋଗାକ୍ରାନ୍ତ ଚିନ୍ତାଧାରା ସମଗ୍ର ଭାରତୀୟ ସମାଜକୁ ଗ୍ରାସ କରିଥିବାରୁ ଆମ ଦେଶର ପରିସ୍ଥିତି ଆଜି ଏହିଭଳି ହୋଇଛି। ପରିବାରରେ ମହିଳାଙ୍କ ସ୍ଥିତିର ବାସ୍ତବତାକୁ ଦେଖିଲେ ଜଣାଯାଏ ଯେ, ଲିଙ୍ଗଗତ ଅସମାନତା କାରଣରୁ ସେମାନଙ୍କ କାର୍ଯ୍ୟର ମୂଲ୍ୟାୟନ ପ୍ରତି ଗୁରୁତ୍ୱ ଦିଆଯାଇପାରୁନାହିଁ।
ଜଣେ ଗୃହିଣୀ ପିଲାଙ୍କ ଯତ୍ନ ଓ ପାଠପଢ଼ା, ଘରକାମ, ରୋଷେଇ, ମାର୍କେଟିଂ କିମ୍ବା ବ୍ୟବସାୟିକ କାର୍ଯ୍ୟରେ ସହଯୋଗ କରିଥାନ୍ତି। ଏଥିସହିତ ସମଗ୍ର ପରିବାରରେ ଭାବଗତ ସମନ୍ବୟ ରକ୍ଷା କରିବାରେ ଅଧିକାଂଶ ଗୃହିଣୀଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଥାଏ। ଅନେକ ଗରିବ ପରିବାରରେ ଏସବୁ କାମ ସହ ସେମାନଙ୍କ ଉପରେ ଦୈନିକ ରୋଜଗାରର ବୋଝ ନ୍ୟସ୍ତ ଥାଏ। ଗ୍ରାମାଞ୍ଚଳରେ ମହିଳାମାନେ ଚାଷକାମରେ ଲିପ୍ତ ରୁହନ୍ତି। ଗୃହପାଳିତ ପଶୁଙ୍କ ରକ୍ଷଣାବେକ୍ଷଣ ମଧ୍ୟ ସେମାନଙ୍କର ଦାୟିତ୍ୱ। ଏହିଭଳି ହିସାବ କଲେ ଗୃହିଣୀଙ୍କ ଅସରନ୍ତି କାର୍ଯ୍ୟ ଯାହା ପାଇଁ ୨୪ ଘଣ୍ଟିଆ ଦିନ ଯଥେଷ୍ଟ ହୁଏ ନାହିଁ। କହିବାକୁ ଗଲେ ଏକ ଭଲ ପରିବାର ଓ ସମାଜ ଗଠନରେ ଗୃହିଣୀଙ୍କ ଅତୁଳନୀୟ ଅବଦାନ ରହିଛି। ଦେଶର ଅର୍ଥ ବ୍ୟବସ୍ଥାରେ ସେମାନଙ୍କ ଶ୍ରମର ଅବଦାନ ମଧ୍ୟ ରହୁଛି। ନ୍ୟାଶନାଲ ସାମ୍ପଲ ସର୍ଭେ ଅର୍ଗାନାଇଜେଶନ ତଥ୍ୟ ଅନୁଯାୟୀ ଭାରତରେ ୧୬ କୋଟି ମହିଳା ଗୃହିଣୀ ଭାବେ କାର୍ଯ୍ୟରତ। ଜଣେ ମହିଳା ଦୈନିକ ହାରାହାରି ୨୯୭ ମିନିଟ୍‌ ପରିବାର ପାଇଁ କାମ କରୁଥିବାବେଳେ ଜଣେ ପୁରୁଷ ଏଥିପାଇଁ ମାତ୍ର ୩୧ ମିନିଟ୍‌ ସମୟ ଦିଅନ୍ତିି। କିନ୍ତୁ ସବୁବେଳେ ପରିବାରରେ ପୁରୁଷମାନେ କେତେ କାମ କରୁଛନ୍ତି ତାହାର ଆକଳନ କରାଯାଉଥିବାବେଳେ ମହିଳାଙ୍କ କାର୍ଯ୍ୟକୁ ଗୌଣ ଦୃଷ୍ଟିରେ ଦେଖାଯାଇଥାଏ। କାର୍ଯ୍ୟର ଆର୍ଥିକ ଓ ସାମାଜିକ ମୂଲ୍ୟାୟନ ନ ହେବା ଯୋଗୁ ଜଣେ ଗୃହିଣୀ କିମ୍ବା ସାମଗ୍ରିକ ଭାବେ ମହିଳା ସମାଜ ପ୍ରତି ଅସମାନତା ମାନସିକତା ସୃଷ୍ଟି ହେଉଛି। ଏହା ମଧ୍ୟ ଘରୋଇ ହିଂସାର କାରଣ ପାଲଟୁଛି। ଅସମାନତା ଏତେ ମାତ୍ରାରେ ସମାଜର ଅସ୍ଥିମଜ୍ଜାଗତ ହୋଇଯାଇଛି ଯେ,ଏହାକୁ ଦୂର କରିବା କଷ୍ଟକର। କିନ୍ତୁ ସମାଧାନ ରହିଛି ଆମ ହାତରେ। ଗୃହିଣୀଙ୍କ ଅବୈତନିକ କାର୍ଯ୍ୟର ମୂଲ୍ୟାୟନ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ଏଥିପାଇଁ ପରିବାରରେ ସେମାନଙ୍କ ଅବଦାନ, ସମାଜରେ ସେମାନଙ୍କ ଅଧିକାରକୁ ସମ୍ମାନ ଜଣାଇବାକୁ ହେବ। ସାମାଜିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଓ ପୁରୁଷପ୍ରାଧାନ୍ୟ ବିଚାରଧାରାରେ ପରିବର୍ତ୍ତନ ସହ ସମାନତାକୁ ଉତ୍ସାହିତ କରୁଥିବା ଶିକ୍ଷା ବ୍ୟବସ୍ଥା ଜରୁରୀ। ଗୃହିଣୀଙ୍କ ସହନଶୀଳ ତଥା ଦୀର୍ଘ ସମୟର କଠିନ ଶ୍ରମର ମୂଲ୍ୟକୁ ବୁଝିଲେ ସମସ୍ତଙ୍କ ପାଇଁ ଏକ ସମ୍ମିଳିତ, ସମ୍ମାନଜନକ ଓ ପାତରଅନ୍ତରବିହୀନ ସମାଜ ଗଠନ ସମ୍ଭବ ହୋଇପାରିବ। ସେମାନଙ୍କ ସାମାଜିକ ଓ ଆର୍ଥିକ ଅବଦାନ ସମ୍ପର୍କରେ ଶୀର୍ଷ ଅଦାଲତଙ୍କ ଏବକାର ରାୟ ହୁଏତ ଏ ଦିଗରେ ସମାଜକୁ ପ୍ରେରିତ କରିବ ବୋଲି ଆଶା କରାଯାଏ।

ଗୃହିଣୀଙ୍କ ସହନଶୀଳ ତଥା ଦୀର୍ଘ ସମୟର କଠିନ ଶ୍ରମର ମୂଲ୍ୟକୁ ବୁଝିଲେ ସମସ୍ତଙ୍କ ପାଇଁ ଏକ ସମ୍ମିଳିତ, ସମ୍ମାନଜନକ ଓ ପାତରଅନ୍ତରବିହୀନ ସମାଜ ଗଠନ ସମ୍ଭବ ହୋଇପାରିବ। ସେମାନଙ୍କ ସାମାଜିକ ଓ ଆର୍ଥିକ ଅବଦାନ ସମ୍ପର୍କରେ ଶୀର୍ଷ ଅଦାଲତଙ୍କ ଏବକାର ରାୟ ହୁଏତ ଏ ଦିଗରେ ସମାଜକୁ ପ୍ରେରିତ କରିବ ବୋଲି ଆଶା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri