ଝିଅମାନେ ଅନ୍ୟ ଜାତିରେ ବିବାହ କରିଥିବାରୁ କାନ୍ଧ ମିଳିଲାନି

କୁଚିଣ୍ଡା,୨୦ା୨(ବିରଞ୍ଚତ୍ ଦର୍କା):ସ୍ବାଧୀନତାର ୭୭ବର୍ଷ ପରେ ବି ମଣିଷ ଅନ୍ଧବିଶ୍ୱାସରୁ ନିଜକୁ ମୁକଳାଇପାରି ନାହିଁ। ଝିଅମାନେ ଅନ୍ୟ ଜାତିରେ ବିବାହ କରିଥିବାରୁ ମା’ଙ୍କ ମୃତଦେହକୁ ଜାତିଭାଇ ଛୁଇଁଲେ ନାହିଁ କି କାନ୍ଧଦେବାକୁ ଆସିଲେନି। ଶେଷରେ ଟ୍ରଲି ରିକ୍ସାରେ ମୃତଦେହ ମଶାଣିକୁ ଗଲା। ସୋମବାର ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲା କୁଚିଣ୍ଡା ଏନ୍‌ଏସି ୱାର୍ଡ ନଂ.୫ ବଡ଼ପଡ଼ାଠାରେ।
କୁଚିଣ୍ଡା ଉପଖଣ୍ଡ ମୁଖ୍ୟାଳୟ ନିକଟରେ ଆଦିବାସୀ ଅଧ୍ୟୁଷିତ ବଡ଼ପଡ଼ା ଗ୍ରାମ ରହିଛି। ଏଠାରେ ବହୁଳ ଭାବେ ଆଦିବାସୀ କିଷାନ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି। ବୃଦ୍ଧା ଗୋମତି ଛତ୍ରିଆ (୭୦) ଏହି ବଡ଼ପଡ଼ାରେ ରୁହନ୍ତି। ଗତ କିଛିବର୍ଷ ପୂର୍ବେ ସ୍ବାମୀ ତାଙ୍କୁ ଛାଡି ଆରପାରିକୁ ଚାଲିଗଲେ। ତାଙ୍କର ପୁଅ ନ ଥିବାବେଳେ କେବଳ ୭ଝିଅ ଅଛନ୍ତି। ସେଥିମଧ୍ୟରୁ ୩ଝିଅ ନିଜ ସମ୍ପ୍ରଦାୟ ଛାଡି ଅନ୍ୟ ଜାତିରେ କୁଆଡେ ବିବାହ କରିଥିବା ଏବଂ ଗୋମତି ଝିଅମାନଙ୍କ ଘରକୁ ଯାଇ ଖିଆପିଆ କରୁଥିବା ନେଇ ସମାଜ ଚଳଣିରୁ ଜାତି ଭାଇମାନେ ଦୂରେଇ ଯାଇଥିଲେ। ଏପରିସ୍ଥିତିରେ ହଠାତ୍‌ ସୋମବାର ଅପରାହ୍ନରେ ଗୋମତିଙ୍କ ମୃତ୍ୟୁ ହୋଇଥିଲା। ଝିଅମାନେ ଜାତିଭାଇଙ୍କ ପାଖରେ ମୃତଦେହ କାନ୍ଧ ଦେବାକୁ କାକୁତିମିନତି ହୋଇଥିଲେ। ମାତ୍ର ସେମାନେ କାନ୍ଧ ଦେବାକୁ ରୋକଠୋକ ମନା କରିଦେଇଥିଲେ। କାନ୍ଧ ପାଇଁ କେହି ନ ଆସିବାରୁ ଶେଷରେ ବୃଦ୍ଧାଙ୍କ ପୁତୁରା ସୁଶାନ୍ତ ଛତ୍ରିଆ ଓ ଜ୍ବାଇଁ ଏକ ଟ୍ରଲି ରିକ୍ସା ଯୋଗାଡ କରି ମୃତଦେହ ମଶାଣିକୁ ନେଇ ଅନ୍ତିମ ସଂସ୍କାର କରିଥିଲେ। ପ୍ରଶାସନର ନାକ ତଳେ ଦେଖାଦେଇଥିବା ଏଭଳି କୁତ୍ସିତ ପରମ୍ପରା ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ମୃତାଙ୍କ ପୁତୁରା କିମ୍ବା ଝିଅ ଜ୍ୱାଇଁମାନେ ଏ ନେଇ ପୋଲିସ କିମ୍ବା ପ୍ରଶାସନକୁ ଅବଗତ କରି ନ ଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିନି ଧାନବିକ୍ରି ଟୋକନ:ଇଚ୍ଛାମୃତ୍ୟୁ ଆବେଦନ କଲେ ଚାଷୀ

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ): ଖରିଫ ଚାଷକାର୍ଯ୍ୟ ଆରମ୍ଭ ହୋଇଯାଇଛି। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀଙ୍କୁ ଗତ ରବିରେ ଅମଳ ଧାନ ବିକ୍ରି ପାଇଁ ଟୋକନ ମିଳିପାରି…

ଗଣତନ୍ତ୍ରରେ ଭୋଟର ତାଲିକା

ଭୋଟର ତାଲିକାର ସ୍ବଚ୍ଛତା ହେଉଛି ଏକ ସୁଦୃଢ଼ ଗଣତନ୍ତ୍ରର ମାନଦଣ୍ଡ। ଭାରତୀୟ ସମ୍ବିଧାନର ଧାରା ୩୨୪(୧) ଅନୁଯାୟୀ, ଦେଶରେ ନିରପେକ୍ଷ ଏବଂ ସ୍ବଚ୍ଛ ନିର୍ବାଚନ ପରିଚାଳଣା ସହ…

ସଫଳ ସାହିତ୍ୟ ସ୍ରଷ୍ଟା

ସୃଷ୍ଟିରେ ଜଣେ ସାରସତ୍ତ୍ୱ ସାଧକ ସାହସର ସହ ସମାଜର ବାସ୍ତବ ଚିତ୍ରକୁ ପ୍ରକାଶ କରିଥାଏ। ସାହିତ୍ୟରେ ଅଙ୍ଗୀକାରବଦ୍ଧତା ରହିଲେ, ତାହା ଯାବତୀୟ ସଂଶୟ ଏବଂ ଯାବତୀୟ ବାଡ଼ଠାରୁ…

ଟଙ୍କା ଦେଣନେଣ କାରବାରରୁ ହତ୍ୟା, ଧରାପଡ଼ିଲେ ଅଭିଯୁକ୍ତ

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ କେନାଲରୁ ବାହାରିଥିବା ରେଶମ ପ୍ରଶାଖା କେନାଲ ବ୍ରିଜ୍‌ ନିକଟରୁ ରବିବାର ଜବତ ହୋଇଥିବା ମୃତ ମହିଳାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ହୋଇଛି।…

ରାସ୍ତା ପାଲଟିଛି ମରଣଯନ୍ତା: ହାଇୱା ଗାଡ଼ି ଚଳାଚଳରୁ ରାସ୍ତା କ୍ଷତିଗ୍ରସ୍ତ

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ବିଭିନ୍ନ ରାସ୍ତାର ଉନ୍ନତିକରଣ ପାଇଁ ରାଜ୍ୟ ସରକାର କୋଟିକୋଟି ଟଙ୍କା ଅନୁଦାନ ଦେଉଛନ୍ତି। ଏହି ଯୋଜନାରେ ରାସ୍ତାଘାଟ ମଧ୍ୟ ନିର୍ମିତ ହେଉଛି।…

ଇରାନ ଉପରୁ କଟକଣା ହଟାଇଲା ଆମେରିକା: ଭାରତକୁ ମିଳି ନ ପାରେ ବିଶେଷ ଲାଭ

ଦୁବାଇ,୨୪ା୬: ନୂଆ ଶାନ୍ତି ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ପରେ ଆମେରିକା ଇରାନ ଉପରୁ ସମସ୍ତ ପ୍ରତିବନ୍ଧକ ୬୦ ଦିନ ପାଇଁ ହଟାଇ ଦେଇଛି। ତେବେ ଯଦି…

ତୁଟିନି ଧାନବିକ୍ରି ସମସ୍ୟା, ତାତି ଉଠିଲେ ଚାଷୀ: ଦାବି ପୂରଣ ନହେଲେ…

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ଖରିଫ ଚାଷ କାର୍ଯ୍ୟ ସମୟ ଆସି ଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଚାଷୀମାନେ ରବିରେ ଅମଳ ଧାନକୁ ବିକ୍ରି କରି ପାରି ନାହାନ୍ତି। ଟୋକନ…

ବିବାହ ପାଇଁ କଥା ଦେଇଥିବା ପ୍ରେମିକା ରଚିଲେ ହତ୍ୟା ଷଡ଼ଯନ୍ତ୍ର: ଭାବି ସ୍ବାମୀଙ୍କୁ…ପୂରା ଘଟଣା ଜାଣିଲେ ଥରିଉଠିବ ଛାତି

ପୁଣେ,୨୪ା୬: ପୁଣେର ଲୋହାଗଡ଼ ଦୁର୍ଗରେ ଗତ ୧୮ ତାରିଖରେ ୨୫ ବର୍ଷୀୟ ରିୟଲ ଇଷ୍ଟେଟ୍‌ ବ୍ୟବସାୟୀ କେତନ ବିଶାଲ ଅଗ୍ରଓ୍ବାଲଙ୍କର ମୃତ୍ୟୁ ଦୁର୍ଘଟଣାବଶତଃ ଖସିପଡ଼ି ହୋଇଥିଲା ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri