‘ଲୋକଙ୍କ ଇଚ୍ଛାରୁ ଲକ୍ଷ୍ମୀ ଯୋଜନା’: ଆଉ ୫ ଜିଲାରେ ଲକ୍ଷ୍ମୀ ବସ୍‌ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦ା୨(ଅନିଲ ଦାସ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସୋମବାର ସୁବର୍ଣ୍ଣପୁର, କଟକ, ଝାରସୁଗୁଡା, କନ୍ଧମାଳ ଏବଂ ସମ୍ବଲପୁର ଜିଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି। ଉକ୍ତ ୫ ଜିଲାର ୭୦୦ ପଞ୍ଚାୟତରେ ୨୦୫ ବସ୍‌ ଚଳାଚଳ ଆରମ୍ଭ କରିଛି। ଏହାଦ୍ୱାରା ୪୪ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗଁା ଲୋକମାନେ ଲକ୍ଷ୍ମୀ ବସ୍‌ ଜରିଆରେ ସୁବିଧାରେ ଏବଂ କମ୍‌ ଖର୍ଚ୍ଚରେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ କରିପାରିବେ। ଲକ୍ଷ୍ମୀ ବସ୍‌ ଆମ ଜୀବନ ଯାତ୍ରାକୁ ସହଜ କରିବ, ଘରେ ଘରେ ସମୃଦ୍ଧି ଆଣିବ। ଲୋକଙ୍କ ଇଚ୍ଛାକୁ ମୁଁ ସମ୍ମାନ ଦିଏ, ମୋ ସରକାରର ସବୁ କାର୍ଯ୍ୟକ୍ରମ ଲୋକମତ ଭିତ୍ତିରେ ଆଧାରିତ। ଲକ୍ଷ୍ମୀ ଯୋଜନା ମଧ୍ୟ ଲୋକଙ୍କ ଇଚ୍ଛାରୁ କାର୍ଯ୍ୟକାରୀ କରାଯାଇଛି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଭିନ୍ନ ଜିଲା ଗସ୍ତ କରିଥିଲେ। ସେହି ସମୟରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଲୋକଙ୍କ ଅସୁବିଧାକୁ ଅନୁଭବ କରିଥିଲା। ଲୋକଙ୍କ ପ୍ରସ୍ତାବକୁ ଅନୁଶୀଳନ କରି ଗଁା ଲୋକଙ୍କର ଯୋଗାଯୋଗ ସମସ୍ୟା ଦୂର କରିବା ପାଇଁ ଲକ୍ଷ୍ମୀ ବସ୍‌ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଲକ୍ଷ୍ମୀ ଯୋଜନା ଶୁଭାରମ୍ଭ ପରେ ସୁବର୍ଣ୍ଣପୁର ଜିଲାର ୧୦୨ ପଞ୍ଚାୟତରେ ୫୮ ବସ୍‌ ଚାଲିଲା। ଏଥିରେ ୫ ଲକ୍ଷ ୭୩ ହଜାର ଲୋକ ଉପକୃତ ହୋଇଥିବାବେଳେ କଟକର ୨୬୧ ପଞ୍ଚାୟତରେ ୪୮ ବସ୍‌ ଚଳାଚଳ ଯୋଗୁ ୧୮ ଲକ୍ଷ ୩୭ ହଜାର ଲୋକ ଉପକୃତ ହୋଇଛନ୍ତି। ସେହିପରି ଝାରସୁଗୁଡ଼ାର ୭୬ ପଞ୍ଚାୟତରେ ୧୬ ବସ୍‌ ଚାଲିବା ଦ୍ୱାରା ୫ ଲକ୍ଷ ୬୨ ହଜାର ଲୋକ ଉପକୃତ ହୋଇଥିବାବେଳେ କନ୍ଧମାଳର ୧୬୪ ପଞ୍ଚାୟତରେ ୫୨ ବସ୍‌ ଚାଲିବା ଦ୍ୱାରା ୭ ଲକ୍ଷ ୩ ହଜାର ଏବଂ ସମ୍ବଲପୁର ଜିଲାରେ ୯୭ ପଞ୍ଚାୟତରେ ୩୧ ବସ୍‌ ଚାଲିବା ଦ୍ୱାରା ୭ ଲକ୍ଷ ୨୮ ହଜାର ଲୋକ ଉପକୃତ ହୋଇଛନ୍ତି। ଏହି ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ବସ୍‌ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧ ହଜାରରୁ ଅଧିକ ବସ୍‌ ଚାଲିବ। ଏହି ଯୋଜନାରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଭବ ନେବା ଲାଗି ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ ସେବା ଆରମ୍ଭ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ସମ୍ବଲପୁରଠାରେ ଉପସ୍ଥିତ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ଲକ୍ଷ୍ମୀ ବସ୍‌ କେବଳ ଏକ ବସ୍‌ ସେବା ନୁହେଁ, ଗ୍ରାମାଞ୍ଚଳ ମହିଳାଙ୍କୁ ସଶକ୍ତ ଓ ସମୃଦ୍ଧ କରିବା ଦିଗରେ ମୁଖ୍ୟମନ୍ତୀଙ୍କର ଏକ ସଫଳତମ ପ୍ରଚେଷ୍ଟା। କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଧାୟକ ପଦ୍ମନାଭ ବେହେରା, କଟକରେ ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଧାୟକ ଚନ୍ଦ୍ରସାରଥି ବେହେରା, ଝାରସୁଗୁଡାରେ ବିଧାୟିକା ଦୀପାଳି ଦାସ, ବିଧାୟିକା ଅଳକା ମହାନ୍ତି, କନ୍ଧମାଳରେ ଏମ୍‌ପି ଅଚ୍ୟୁତ ସାମନ୍ତ ଏବଂ ବିଧାୟକ ଚକ୍ରମଣି କହଁର ପ୍ରମୁଖ ଯୋଗଦେଇ କହିଛନ୍ତି ଯେ, ଆଜି ରାଜ୍ୟରେ କେବଳ ଗମନାଗମନ ନୁହେଁ, ସ୍ବାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି – ସବୁ କ୍ଷେତ୍ରରେ ଅଭୁତପୂର୍ବ ପରିବର୍ତ୍ତନ ଆସିଛି। ୫-ଟି କେବଳ ଏକ ମନ୍ତ୍ର ନୁହେଁ, ମ୍ୟାଜିକ ଭାବରେ ଓଡ଼ିଶାର ରୂପାନ୍ତରରେ କାମ କରିଛି।
୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରି କହିଛନ୍ତି ଯେ, ଏକ ନମ୍ବର ସ୍ଥାନରେ ଅଧିଷ୍ଠିତ ହେବାକୁ ହେଲେ, କଠିନ ପରିଶ୍ରମ ଓ ତ୍ୟାଗ ଦରକାର। ମୁଖ୍ୟମନ୍ତ୍ରୀ ହେଉଛନ୍ତି ତା’ର ପ୍ରକୃଷ୍ଟ ଉଦାହରଣ। ଗତ ୨୪ ବର୍ଷ ଧରି ଦେଶର ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଏକ ନମ୍ବର ମୁଖ୍ୟମନ୍ତ୍ରୀ ସ୍ଥାନରେ ରହିଛନ୍ତି। ଏଥିପାଇଁ ତାଙ୍କ ପରିଶ୍ରମ ଓ ତ୍ୟାଗର ତୁଳନା ନାହିଁ। ଏଥିସହିତ ସମ୍ବଲପୁର ଜିଲାବାସୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ସମ୍ବଲପୁରରୁ ପୁରୀ ସପ୍ତାହକୁ ୨ ଦିନ ଯିବାଆସିବା କରୁଥିବା ଜଗନ୍ନାଥ ଏକ୍ସପ୍ରେସ, ଫେବୃଆରୀ ୨୫ ତାରିଖରୁ ସବୁ ଦିନ ଚାଲିବ। କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢୀ ସ୍ବାଗତ ଭାଷଣ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?