ପିପିଲିକୁ ଗଡ଼ିଲା ‘ମୋ ବସ୍‌’

ଭୁବନେଶ୍ୱର,୨୬।୬(ବ୍ୟୁରୋ)/ ପିପିଲି (ସ୍ବ.ପ୍ର.): ଦୀର୍ଘଦିନର ପ୍ରତୀକ୍ଷାପରେ ଭୁବନେଶ୍ୱରରୁ ପିପିଲିକୁ ଆରମ୍ଭ ହୋଇଛି ‘ମୋ ବସ୍‌’ ସେବା। ଗୁରୁବାର ସକାଳେ ପିପିଲିଠାରେ ବିଧାୟକ ପ୍ରଦୀପ ମହାରଥୀ ପତାକା ଦେଖାଇ ଏହି ସେବାର ଶୁଭାରମ୍ଭ କରିବା ସହ ପ୍ରଥମେ ଟିକେଟ କାଟି ସେଥିରେ ଯାତ୍ରା କରିଥିଲେ। ପିପିଲିକୁ ମୋ ବସ୍‌ ଚାଲିବା ଦ୍ୱାରା ସ୍ଥାନୀୟ ବାସିନ୍ଦାଙ୍କ ସମେତ ଛାତ୍ରୀଛାତ୍ର, ବରିଷ୍ଠ ନାଗରିକ, ସାମ୍ବାଦିକ, ଶ୍ରମିକ ଓ ପର୍ଯ୍ୟଟକ ବିଶେଷ ଉପକୃତ ହୋଇପାରିବେ ବୋଲି ସେ କହିଥିଲେ।
କ୍ରୁଟ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଭୁବନେଶ୍ୱର-ପିପିଲି ରୁଟ୍‌ ନଂ.୩୩ରେ ମୋଟ ୪ଟି ବସ୍‌ ଚଳାଚଳ ପାଇଁ ଅନୁମତି ମିଳିଛି। ମାଷ୍ଟର କ୍ୟାଣ୍ଟିନଠାରୁ ସକାଳ ୭ଟାରୁ ପ୍ରଥମ ମୋ ବସ୍‌ ବାହାରି ପିପିଲି ଅଭିମୁଖେ ଯାତ୍ରା କରିବା ସହ ଦାଣ୍ଡମୁକୁନ୍ଦପୁର ବାଇପାସ ଛକ ପର୍ଯ୍ୟନ୍ତ ଯିବ। ସେହିପରି ପିପିଲିରୁ ୭ଟା ୩୦ରୁ ବାହାରି ମାଷ୍ଟରକ୍ୟାଣ୍ଟିନ ଫେରିବ। ପ୍ରତି ୪୦ ମିନିଟ୍‌ ବ୍ୟବଧାନରେ ଗୋଟିଏ ବସ୍‌ ଚଳାଚଳ କରିବ। ପ୍ରତିଦିନ ମାଷ୍ଟରକ୍ୟାଣ୍ଟିନ ଷ୍ଟାଣ୍ଡ୍‌ରେ ବସ୍‌ଗୁଡିକୁ ସାନିଟାଇଜ୍‌ କରାଯିବା ପରେ ସେବା ଯୋଗାଇବ ବୋଲି ଡିପୋ ମ୍ୟାନେଜର ଆଶୁତୋଷ ନାୟକ କହିଛନ୍ତି। ଅନ୍ୟପକ୍ଷରେ ଯାତ୍ରୀଙ୍କ ନିମନ୍ତେ ନୋ ମାସ୍କ, ନୋ ଏଣ୍ଟ୍ରି କଟକଣା ଲାଗୁ କରାଯାଇଥିବାବେଳେ ଅନଲାଇନ୍‌ ଟିକେଟ ଫି’ ପେମେଣ୍ଟର ବ୍ୟବସ୍ଥା ରହିଥିବା ଦୀପ୍ତିମୟୀ ମହାପାତ୍ର କହିଛନ୍ତି। ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ପୁରୀକୁ ପ୍ରତିଦିନ ଶତାଧିକ ବସ୍‌ ଚାଲୁଥିଲେ ମଧ୍ୟ ଏହାଦ୍ୱାରା ପିପିଲି ଓ ଦାଣ୍ଡମୁକୁନ୍ଦପୁର ବାସିନ୍ଦା କିନ୍ତୁ ଉପକୃତ ହୋଇପାରୁ ନ ଥିଲେ। ଏବେ ବସ୍‌ ଚଳାଚଳ ଆରମ୍ଭ ହେବାପରେ ସ୍ଥାନୀୟ ବାସିନ୍ଦା ଖୁସିବ୍ୟକ୍ତ କହିଛନ୍ତି। ଶୁଭାରମ୍ଭ ଅବସରରେ ପିପିଲି ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ବାଇଁ, ଆମତ୍ା ଅଧ୍ୟକ୍ଷ ଧରଣୀଧର ସାହୁ, ଆର୍ତ୍ତବନ୍ଧୁ ସାମନ୍ତରାୟ, ସମବାୟବିତ୍‌ ସଦାଶିବ ଦାଶ, ଶ୍ରୀଧର ପ୍ରଧାନ ପ୍ରମୁଖ ବସରେ ଯାତ୍ରା କରିଥିଲେ। ଶ୍ରୀତମ ସ୍ବାଇଁ, ଟ୍ରାଭେଲ ଟାଇମର ମୁଖ୍ୟ ପରିଚାଳକ ତପନ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍‌ ଘଟିଗଲା…

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…

ଲଭ-ସେକ୍ସ-ଧୋକା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ଯୁବତୀଙ୍କୁ ଭଲ ପାଇ ବିବାହ କରିବା ପରେ ପ୍ରତାରଣା କରାଯାଇଥିବା ଅଭିଯୋଗ…

ଭାଜପାରେ ମିଶିଲେ କର୍ଲାମୁଣ୍ଡା ବ୍ଲକର ୩ ମହିଳା ସରପଞ୍ଚ

କର୍ଲାମୁଣ୍ଡା,୬ା୭ (ପ୍ରଦୀପ କୁମାର ସାହୁ): ଭବାନୀପାଟଣାଠାରେ ଭାଜପା ପକ୍ଷରୁ ଆୟୋଜିତ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜୟନ୍ତୀ ସମାରୋହ ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ…

ଚାଲୁଥିବା ବେଳେ ହଠାତ୍‌ ଜଳିଉଠିଲା ସ୍କୁଟି, ଆଉ ତା’ପରେ…

ନବରଙ୍ଗପୁର,୬।୭(ସଦାଶିବ ପ୍ରହରାଜ): ଚାଲୁଥିବା ବେଳେ ହଠାତ୍‌ ଜଳିଉଠିଲା ସ୍କୁଟି। ଅଳ୍ପକେ ବର୍ତ୍ତିଗଲେ ଶିକ୍ଷକ। ସୋମବାର ନବରଙ୍ଗପୁର-କୋଷାଗୁମୁଡା ରାସ୍ତାରେ ଥିବା ଡଲଫିନ ରିସର୍ଟ ନିକଟରେ ଏହି ଦୁର୍ଘଟଣା ଘଟିଛି।…

କ୍ରିଷ୍ଣ ମୋହନଙ୍କୁ ମିଳିଲା ଗୁରୁଦାୟିତ୍ୱ: ଜାଣନ୍ତୁ ସେ କିଏ

ନୂଆଦିଲ୍ଲୀ,୬।୭: ଅଯୋଧ୍ୟା ରାମମନ୍ଦିର ଦାନ ଅର୍ଥ ଆତ୍ମସାତ ଅଭିଯୋଗ ପରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଓ ସଦସ୍ୟ ଅନିଲ ମିଶ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri