କଲେଜ ଛାତ୍ରୀଙ୍କ ବ୍ୟାଗ ଲୁଟ ଘଟଣା, ୩ ଗିରଫ

ହିଞ୍ଜିଳିକାଟୁ, ୨୩ା୯(ଡି.ଏନ୍‌.ଏ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶିକିରିଠାରେ ଗତ ଅଗଷ୍ଟ ୨୫ରେ ଜଣେ କଲେଜ ଛାତ୍ରୀ ସାଇକେଲରେ ଯାଉଥିବା ବେଳେ ବାଇକରେ ୩ଜଣ ଯୁବକ ତାଙ୍କ ବ୍ୟାଗକୁ ଲୁଟି ନେଇଥିଲେ। ବ୍ୟାଗରେ ଛାତ୍ରୀଙ୍କ ମୋବାଇଲ ସମେତ ସ୍କୁଲ କଲେଜର ସାର୍ଟିଫିକେଟ ରହିଥିଲା। ଏହି ମାମଲାରେ ଶୁକ୍ରବାର ହିଞ୍ଜିଳି ପୋଲିସ ୩ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ପାଟପୁର ଥାନା କଙ୍କୋରଡ଼ା ଗ୍ରାମର ଅଶୋକ ବିଶୋୟୀ, ଶ୍ରୀକାନ୍ତ ଜେନା ଓ ସୁବ୍ରତ ଜେନା। ଅଭିଯୁକ୍ତମାନଙ୍କଠାରୁ ବ୍ୟାଗ ସମେତ ମୋବାଇଲ ଫୋନ, ସ୍କୁଲ କଲେଜ ସାର୍ଟିଫିକେଟ, ଆଧାର କାର୍ଡ ଆଦିକୁ ପୋଲିସ ଉଦ୍ଧାର କରି ଛାତ୍ରୀଙ୍କୁ ଫେରସ୍ତ କରିଛି। ଅନ୍ୟପକ୍ଷରେ ଏକ ବାଇକକୁ ପୋଲିସ ଅଭିଯୁକ୍ତଙ୍କଠାରୁ ଜବତ କରିଛି।
ପ୍ରକାଶ ଯେ, ହିଞ୍ଜିଳିକାଟୁ ବ୍ଲକ ବାଦିଆମ୍ବଗାଁର କଲେଜ ଛାତ୍ରୀ ସନ୍ଧ୍ୟାରାଣୀ ଜେନା ଗାଁରୁ ଅନ୍ୟସାଙ୍ଗମାନଙ୍କ ସହ ସାଇକେଲରେ କମ୍ପ୍ୟୁଟର କ୍ଲାସ ପାଇଁ ହିଞ୍ଜିଳିକାଟୁ ଆସୁଥିଲେ। ଗତ ଅଗଷ୍ଟ ୨୫ରେ ସେମାନେ ହିଞ୍ଜିଳିକାଟୁରୁ ନିଜଗାଁକୁ ମଧ୍ୟାହ୍ନରେ ଫେରୁଥିବା ବେଳେ ଶିକିରି ଗାଁ ନିକଟରେ ଗୋଟିଏ ବାଇକରେ ୩ଜଣ ପଛ ପଟୁ ଆସି ସନ୍ଧ୍ୟାରାଣୀଙ୍କ ସାଇକେଲ ବାସ୍କେଟରେ ଥିବା ବ୍ୟାଗକୁ ହଠାତ ଲୁଟି ନେଇଯାଇଥିଲେ। ଏ ନେଇ ସେ ଥାନାରେ ଅଭିଯୋଗ ପରେ ପୋଲିସ ନଂ. ୪୪୫/୨୨ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ସନ୍ଧ୍ୟାରାଣୀ କିଛି ଦିନ ପରେ ଯୁକ୍ତ ତିନିରେ ନାମଲେଖା କରିବାକୁ ଥିବାରୁ ଓରିଜିନାଲ ସାର୍ଟିଫିକେଟ ଅତ୍ୟନ୍ତ ଜରୁରୀ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଦଳୀୟ ଟିକେଟ ନ ମିଳିଲେ ସ୍ବାଧୀନରୁ ଲଢ଼ିବି’

କୋରାପୁଟ/ନାରାୟଣପାଟଣା,୨୪ା୨(ଅମିତାଭ ବେହେରା/ରାଜକିଶୋର ଜେନା): ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ନେଇ ଜିଲାର ଲକ୍ଷ୍ମୀପୁର ବିଧାନସଭା ମଣ୍ଡଳୀ ନିମନ୍ତେ ବିଧାୟକ ପ୍ରାର୍ଥୀ ହେବା ପାଇଁ ଘୋଷଣା କରିଛନ୍ତି...

ଭୋଟ୍‌ ବର୍ଜନ ପାଇଁ ଗାଁ ଗାଁରେ ବୁଲିଲା ପ୍ରଚାର ଅଟୋ

ନିରାକାରପୁର,୨୪ା୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନରଣଗଡ଼ ପଞ୍ଚାୟତବାସୀ ଦୀର୍ଘବର୍ଷ ଧରି ଭିଟାମାଟି ସମସ୍ୟା ଓ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ନେଇ ବାରମ୍ବାର ଦାବି...

ମାଟିତଳେ ବିସ୍ଫୋରକ ସାମଗ୍ରୀ ପୋତିଥିଲେ ମାଓବାଦୀ, ଦମ୍‌ ଦେଖାଇଲେ ଯବାନ

ମାଲକାନଗିରି,୨୪ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପଡ଼ିଆ ଥାନା ସିଲାକୋଟା ସଂରକ୍ଷିତ ଜଙ୍ଗଲରୁ ମାଓବାଦୀ ସାମଗ୍ରୀ ଜବତ ହୋଇଛିି। ସୂଚନାନୁଯାୟୀ, ଶନିବାର ବିଏସ୍‌ଏଫ୍‌ ୧୪୨ ବାଟାଲିୟନ ଯବାନମାନେ...

ପୁରୀ ଅଠରନଳା ବ୍ରିଜ୍ ପ୍ରତି ନାହିଁ କୌଣସି ବିପଦ: ଏଏସଆଇ

ପୁରୀ,୨୪।୨: ପୁରୀର ଐତିହାସିକ ଅଠରନଳା ବ୍ରିଜ୍ ପ୍ରତି ନାହିଁ କୌଣସି ବିପଦ। ଏନେଇ ଭାରତୀୟ ପ୍ରତ୍ନତ୍ତତ୍ୱ ବିଭାଗ ଇଞ୍ଜିନିୟର ନିଶ୍ଚିତ କରିଛନ୍ତି। ଏଏସଆଇର ଅଧୀକ୍ଷକ ଦିବିଶାଦା...

ଏନ୍‌ଏସି ମାନ୍ୟତା ପାଇଲା ରାଇକିଆ

ରାଇକିଆ,୨୪ା୨(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆକୁ ଏନ୍‌ଏସି ମାନ୍ୟତା ମିଳିଛି। ଶନିବାର ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା ହୋଇଥିବା ୩୪ଟି ନୂଆ ଏନ୍‌ଏସି...

ମାମୁ ଘରେ ଗୋଠେ ଗାଈ, ରାତି ପାହିଲେ ମୋଟେ ନାହିଁ

କେନ୍ଦୁଝର,୨୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଗୋବର୍ଦ୍ଧନ ପଞ୍ଚାୟତଠାରେ ବ୍ଲକ ପ୍ରଶାସନଙ୍କ ଦାରା ରାଶନକାର୍ଡ ହିତାଧିକାରୀଙ୍କ ନିମନ୍ତେ ୨ଟି ବ୍ୟାଗ୍‌ ଓ ୧ ହଜାର...

ଛତ୍ରପୁରକୁ ମ୍ୟୁନିସିପାଲିଟି ମାନ୍ୟତା ଦେଲେ ରାଜ୍ୟ ସରକାର, ଧନ୍ୟବାଦ ଜଣାଇଲେ ସହରବାସୀ

ଛତ୍ରପୁର,୨୪ା୨(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲାର ଛତ୍ରପୁରକୁ ମ୍ୟୁନିସିପାଲିଟି ଭାବେ ଘୋଷଣା କରିଛନ୍ତି। ଦୀର୍ଘଦିନ ପରେ ଛତ୍ରପୁରବାସୀଙ୍କ ଦାବିଙ୍କୁ ମୁଖ୍ୟମନ୍ତ୍ରୀ...

ସୋଲାର ଲାଇଟ୍‌ ଗାଡ଼ି ଅଟକାଇଲେ ମହିଳା

ଆନନ୍ଦପୁର,୨୪ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅଧୀନ କଣ୍ଟିପାଳ ପଞ୍ଚାୟତରେ ଏକ ଅଭାବନୀୟ ଘଟଣାକ୍ରମରେ ମହାପାତ୍ର ସାହିର ମହିଳାମାନେ ସୋଲାର ଲାଇଟ୍‌ ଲଗାଇବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri