ସାର୍ବଜନୀନ ହେଲା ସମ୍ପତ୍ତି ତାଲିକା: ମୁଖ୍ୟମନ୍ତ୍ରୀଙ୍କ କମିଛି; ୪ ମନ୍ତ୍ରୀଙ୍କ ୪ ଚକିଆ ଯାନ ନାହିଁ

ଭୁବନେଶ୍ୱର,୨୩ା୯(ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ନିଜର ସମ୍ପତ୍ତି ତାଲିକାକୁ ସାର୍ବଜନୀନ କରିଛନ୍ତି। ୨୦୨୧ ଡିସେମ୍ବର ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୬୪.୯୭ କୋଟି ଟଙ୍କା । ଗତ ବର୍ଷ ତୁଳନାରେ ତାଙ୍କ ସମ୍ପତ୍ତିର ମୂଲ୍ୟ ୩୦ ହଜାର ୫୪୩ ଟଙ୍କା କମିଛି।

ସେହିପରି ସାମାଜିକ କଲ୍ୟାଣ ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୬.୪୯ କୋଟି ଟଙ୍କା ଦର୍ଶାଇଥିବା ବେଳେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ତାଙ୍କ ସ୍ତ୍ରୀଙ୍କ ନାମରେ ୭୫ଟି ଗାଡ଼ି ଥିବା ସମ୍ପତ୍ତି ତାଲିକାରେ ଉଲ୍ଲେଖ କରିଛନ୍ତି। ସେସବୁ ଗାଡ଼ି ବ୍ୟବସାୟରେ ନିୟୋଜିତ ହୋଇଛି। ସେଥିରୁ ୨୦୨୧ରେ ୧୮ଟି ଗାଡ଼ି କିଣାଯାଇଛି ବୋଲି ସେ ଦର୍ଶାଇଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, ମନ୍ତ୍ରୀ ରୀତା ସାହୁ, ପ୍ରଫୁଲ୍ଲ ମଲ୍ଲିକ, ଅଶ୍ୱିନୀ ପାତ୍ର ସେମାନଙ୍କ ନାମରେ କୌଣସି ୪ ଚକିଆ ଯାନ ନ ଥିବା ସମ୍ପତ୍ତି ତାଲିକାରେ ଦର୍ଶାଇଛନ୍ତି। କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ତାଙ୍କ ନାମରେ କୌଣସି ଘର ନାହିଁ ଏବଂ ତାଙ୍କର ୨ ହଜାର ଟଙ୍କା ମୂଲ୍ୟର ଏକ ଦୁଇଚକିଆ ଯାନ ରହିଥିବା ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧ ସେପ୍ଟେମ୍ୱରରେ ଶନି-ଗୁରୁଙ୍କ ମହାମିଳନ! ୩ ରାଶିଙ୍କ ସୁନା ଭଳି ଚମକିବ କ୍ୟାରିୟର, ଆଖି ପିଛୁଳାକେ ଧନ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଏବଂ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଶୁଭ-ଅଶୁଭ ଯୋଗର ବିଶେଷ ମହତ୍ତ୍ୱ ରହିଛି। ୧ ସେପ୍ଟେମ୍ୱର ୨୦୨୬ରେ ଶନି ଏବଂ ଦେବଗୁରୁ…

ଗ୍ଲାସିୟର ହ୍ରଦ, ହିମସ୍ଖଳନ, କିମ୍ବା ଭୂମିକମ୍ପ… ହଠାତ କାହିଁକି ନେପାଳରେ ଆସିଲା ବନ୍ୟା? ବୈଜ୍ଞାନିକମାନେ କହିଲେ ପ୍ରକୃତ କାରଣ

କାଠମାଣ୍ଡୁ,୨୬।୮: ନେପାଳର ରାସୁୱା ଜିଲାର ଭୋଟେ କୋଶି ନଦୀରେ ବନ୍ୟାର ପ୍ରକୃତ କାରଣ ସ୍ଥାନୀୟ ବର୍ଷା ନୁହେଁ, ବରଂ ଏକ ବିଶାଳ ହିମସ୍ଖଳନ ହୋଇପାରେ। କାଠମାଣ୍ଡୁ ବିଶ୍ୱବିଦ୍ୟାଳୟର…

ସ୍କୁଲ ପଛ ନାଳରୁ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ସୋମବାରଠାରୁ ଥିଲେ ନିଖୋଜ

କୋରାପୁଟ,୨୬।୮(ଅମିତାଭ ବେହେରା): ବୋରିଗୁମ୍ମା ବ୍ଲକ ଗୁମୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପଛପଟ ନାଳରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତ…

ପେଟ୍ରୋଲିୟମ ମନ୍ତ୍ରାଳୟର ବଡ଼ ସୂଚନା, ୩୧ ଅଗଷ୍ଟ ପରେ ମିଳିବନି ଗ୍ୟାସ ସିଲିଣ୍ଡର? ଶୀଘ୍ର ସାରନ୍ତୁ ଏହି କାମ…

ନୂଆଦିଲ୍ଲୀ,୨୬।୮: ଯଦି ଆପଣଙ୍କ ଘରେ ମଧ୍ୟ ରୋଷେଇ ଗ୍ୟାସ ସିଲିଣ୍ଡର ବ୍ୟବହୃତ ହେଉଛି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ତେଲ କମ୍ପାନୀ ଏବଂ…

Zamatoରୁ ଅର୍ଡର କରୁଥିଲେ ସାବଧାନ! ଦିନ ଦ୍ୱିପ୍ରହରରେ ଲୁଟୁଛି କମ୍ପାନୀ

ନୂଆଦିଲ୍ଲୀ,୨୬।୮: ଆଜିକାଲି ଲୋକମାନେ ଅନଲାଇନରେ ଖାଦ୍ୟ ଅର୍ଡର କରିବାର ଅଭ୍ୟାସ ବିକଶିତ କରିଛନ୍ତି। ଏହାର ସୁଯୋଗ ନେଇ, ଖାଦ୍ୟ ବିତରଣ ସେବାଗୁଡ଼ିକ ପ୍ରାୟତଃ ଅତ୍ୟଧିକ ପରିମାଣରେ ଚାର୍ଜ…

କ’ଣ ୨୭ ଅଗଷ୍ଟରେ ବନ୍ଦ ରହିବ ସ୍କୁଲ? ଛୁଟିକୁ ନେଇ ଆସିଲା ବଡ଼ ଅପଡେଟ୍‌…

ନୂଆଦିଲ୍ଲୀ,୨୬।୮: ଦେଶର ଅନେକ ସ୍ଥାନରେ ଇଦ୍-ମିଲାଦ୍-ଉନ୍-ନବୀ ଅବସରରେ ବିଦ୍ୟାଳୟଗୁଡ଼ିକରେ ଛୁଟି ଘୋଷଣା କରାଯାଇଥିଲା। ଏହା ବ୍ୟତୀତ ପ୍ରବଳ ବର୍ଷା ଆଲର୍ଟ ଆଦି କାରଣରୁ ସ୍ଥାନୀୟ ପ୍ରଶାସନ ଦ୍ୱାରା…

ମାଟି ଅତଡ଼ା ଧସି ଯାତାୟାତ ବନ୍ଦ: ଶୁଣିଲାନି ପ୍ରଶାସନ, ନିଜେ ସଫା କଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୨୬ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡ଼େପଦର ପଞ୍ଚାୟତର ତଳ ହାଡ଼ସିଲ ଗ୍ରାମରେ ଲଗାଣ ବର୍ଷା ଯୋଗୁ ପାହାଡ଼ରୁ ମାଟି ଅତଡ଼ା ଧସି…

ଭଡ଼ା ଘରୁ ମିଳିଲା ଲୋକୋ ପାଇଲଟଙ୍କ ଝୁଲନ୍ତା ମୃତଦେହ, ମୃତ୍ୟୁର କାରଣ…

ଟିଟିଲାଗଡ଼/ବଲାଙ୍ଗୀର,୨୬।୮(ସଞ୍ଜୟ ବେହେରା/ସୁନିଲ କୁମାର ମହାନ୍ତି): ଟିଟିଲାଗଡ଼ ସହରର ମାଲଗୋଦାମ ପଡା ସ୍ଥିତ ଏକ ଭଡା ଘର ଭିତରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri