ସାର୍ବଜନୀନ ହେଲା ସମ୍ପତ୍ତି ତାଲିକା: ମୁଖ୍ୟମନ୍ତ୍ରୀଙ୍କ କମିଛି; ୪ ମନ୍ତ୍ରୀଙ୍କ ୪ ଚକିଆ ଯାନ ନାହିଁ

ଭୁବନେଶ୍ୱର,୨୩ା୯(ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ନିଜର ସମ୍ପତ୍ତି ତାଲିକାକୁ ସାର୍ବଜନୀନ କରିଛନ୍ତି। ୨୦୨୧ ଡିସେମ୍ବର ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୬୪.୯୭ କୋଟି ଟଙ୍କା । ଗତ ବର୍ଷ ତୁଳନାରେ ତାଙ୍କ ସମ୍ପତ୍ତିର ମୂଲ୍ୟ ୩୦ ହଜାର ୫୪୩ ଟଙ୍କା କମିଛି।

ସେହିପରି ସାମାଜିକ କଲ୍ୟାଣ ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୬.୪୯ କୋଟି ଟଙ୍କା ଦର୍ଶାଇଥିବା ବେଳେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ତାଙ୍କ ସ୍ତ୍ରୀଙ୍କ ନାମରେ ୭୫ଟି ଗାଡ଼ି ଥିବା ସମ୍ପତ୍ତି ତାଲିକାରେ ଉଲ୍ଲେଖ କରିଛନ୍ତି। ସେସବୁ ଗାଡ଼ି ବ୍ୟବସାୟରେ ନିୟୋଜିତ ହୋଇଛି। ସେଥିରୁ ୨୦୨୧ରେ ୧୮ଟି ଗାଡ଼ି କିଣାଯାଇଛି ବୋଲି ସେ ଦର୍ଶାଇଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, ମନ୍ତ୍ରୀ ରୀତା ସାହୁ, ପ୍ରଫୁଲ୍ଲ ମଲ୍ଲିକ, ଅଶ୍ୱିନୀ ପାତ୍ର ସେମାନଙ୍କ ନାମରେ କୌଣସି ୪ ଚକିଆ ଯାନ ନ ଥିବା ସମ୍ପତ୍ତି ତାଲିକାରେ ଦର୍ଶାଇଛନ୍ତି। କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ତାଙ୍କ ନାମରେ କୌଣସି ଘର ନାହିଁ ଏବଂ ତାଙ୍କର ୨ ହଜାର ଟଙ୍କା ମୂଲ୍ୟର ଏକ ଦୁଇଚକିଆ ଯାନ ରହିଥିବା ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଟେନ୍‌ ଫେରନ୍ତାଙ୍କୁ ୧୪ଦିନ ସଙ୍ଗରୋଧ

ଭୁବନେଶ୍ୱର,୨୩।୧୨(ବ୍ୟୁରୋ) : ବ୍ରିଟେନରେ ଆତଙ୍କ ରଚିଥିବା କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍‌ ଯେପରି ଭାରତ ପ୍ରତି ବିପଦ ସୃଷ୍ଟି ନ କରିବ ସେଥିପାଇଁ କେନ୍ଦ୍ର ସରକାର...

କଳିଙ୍ଗା ଘାଟିରେ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ଚାଳକ ସମେତ ହେଲ୍ପର ମୃତ

ଭଞ୍ଜନଗର,୧୮।୫(ଡି.ଏନ୍‌.ଏ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ଶନିବାର ସକାଳେ ପାଣି ବୋତଲ ବୋଝେଇ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଗାଡ଼ି...

ଶୁକ୍ରବାରଠାରୁ ଖୋଲିବ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶିଳ୍ପ: ଶ୍ରମିକ ପରିବହନ ନେଇ ଜିଲାପାଳ ଜାରି କରିବେ ଗାଇଡଲାଇନ

ଭୁବନେଶ୍ୱର,୩୦ା୪(ବ୍ୟୁରୋ): ଶୁକ୍ରବାରଠାରୁ ରାଜ୍ୟରେ ଥିବା ସମସ୍ତ ଅଣୁ, କ୍ଷୁଦ୍ର୍ର ଓ ମଧ୍ୟମ ଉଦ୍ୟୋଗ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଦୀର୍ଘ ଦେଢ଼ମାସ ହେବ ବନ୍ଦ...

ଶେଷ ହେଲା ମାଟ୍ରିକର ପ୍ରଥମ ଦିନ ପରୀକ୍ଷା

ଭୁବନେଶ୍ୱର,୨୯।୪(ବ୍ୟୁରୋ): ମାଟ୍ରିକର ପରୀକ୍ଷା ପ୍ରଥମ ଦିନର ଦ୍ବିତୀୟ ସମେଟିଭ ପରୀକ୍ଷା ଶେଷ ହୋଇଛି। ପ୍ରଥମ ଦିନରେ ଛାତ୍ରୀଛାତ୍ର ଇଂରାଜୀ ପରୀକ୍ଷା ଦେଇଛନ୍ତି। ଗ୍ରୀଷ୍ମପ୍ରବାହ ଓ କୋଭିଡକୁ...

ନ୍ୟୁୟର୍କରେ ଥିବା ଓଡ଼ିଆ ଡାକ୍ତରଙ୍କ ବଦାନ୍ୟତା: ଗଞ୍ଜାମକୁ ଦେଲେ ୧୫ ଲକ୍ଷ ଟଙ୍କାର ଭ୍ୟାନ୍‌

ଛତ୍ରପୁର, ୧୩।୭(ଡି.ଏନ୍‌.ଏ.): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ସବୁଠାରୁ ଅଧିକ ଚିନ୍ତାର କାରଣ ପାଲଟିଛି...

ଆଜି ରାଜ୍ୟରୁ ସୁସ୍ଥ ହେଲେ ୧୧,୩୪୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୨ା୧(ବ୍ୟୁରୋ): ଆଜି ରାଜ୍ୟରୁ ୧୧,୩୪୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୧,୧୦,୭୬୭ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ

ପୁରୁଷୋତ୍ତମପୁର,୧୮।୫(ଡି.ଏନ୍‌.ଏ.) : ମା’ ତାରାତାରିଣୀଙ୍କ  ପୀଠ ଚଳଚଞ୍ଚଳ ହୋଇଉଠିଛି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏଠାରେ ପହଂଚି ନୂଆ ସ୍ନାନ ମଣ୍ଡପ, ଦୀପ ଘର,...

CORONAVIRUS UPDATE: ଆଜି ଚିହ୍ନଟ ହେଲେ ୭୩୬ ଆକ୍ରାନ୍ତ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭ହଜାର ଟପିଲା

ଭୁବନେଶ୍ୱର,୧୯।୭(ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ରବିବାର ମୋଟ ୭୩୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୪୮୧...

Advertisement
Archives

Model This Week