ମିଳିଲାନି ଚାରିକାନ୍ଧ ବାଇକ୍‌ରେ ନେଇ ଶବଦାହ କଲେ ସ୍ବେଚ୍ଛାସେବୀ

ବରଗଡ଼ ଅଫିସ୍‌/ପଦ୍ମପୁର,୨୩।୯: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ମହୁଲପାଲି ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭିମସାର୍‌, ବୁର୍ଲାରୁ ବ୍ୟବଚ୍ଛେଦ ହୋଇ ଏକ ମୃତଦେହ ଗ୍ରାମରେ ପହଞ୍ଚତ୍ବା ପରେ ଜାତିପ୍ରଥାକୁ କେନ୍ଦ୍ର କରି ମୃତକଙ୍କୁ ଚାରିକାନ୍ଧ ମିଳି ନ ଥିଲା। ଫଳରେ ଜଣେ ସ୍ବେଚ୍ଛାସେବୀ ବାଇକ୍‌ ଯୋଗେ ମୃତଦେହକୁ ଶ୍ମଶାନକୁ ନେଇ ଦାହ କରିଥିଲେ। ଏହି ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।
ପ୍ରକାଶ ଯେ, ଗ୍ରାମର ମୁଚୁନୁ ଷଣ୍ଢ(୪୨) ଦୀର୍ଘଦିନରୁ ଯକୃତ ଜନିତ ରୋଗରେ ପୀଡ଼ିତ ଥାଇ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହୋଇଆସୁଥିଲେ। ଗୁରୁବାର ମୁଚୁନୁ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଭିମସାର୍‌, ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକେ ମୃତଦେହ ଧରି ଗ୍ରାମରେ ପହଞ୍ଚତ୍ଥିଲେ। ମାତ୍ର ଅନ୍ୟ ଜାତିର ଲୋକ ମୃତଦେହ ବ୍ୟବଚ୍ଛେଦ କରିବା ଭଳି କୁସଂସ୍କାରକୁ ବିଶ୍ୱାସ କରି କେହି ଆତ୍ମୀୟସ୍ବଜନ ସେଠାକୁ ଯାଇ ନ ଥିଲେ। ଅନ୍ୟପଟେ ରାସ୍ତା ଠିକ୍‌ ନ ଥିବାରୁ ଆମ୍ବୁଲାନ୍ସ ମଧ୍ୟ ଶ୍ମଶାନକୁ ପହଞ୍ଚତ୍ ପାରି ନ ଥିଲା। ଏଭଳି ସମୟରେ ଗ୍ରାମର ନେତାଜୀ ଯୁବକ ସଂଘ ସଭାପତି ସୁନୀଲ ବେହେରା ମାନବିକତାର ପରିଚୟ ଦେଇ ମୃତଦେହକୁ ନିଜ ବାଇକ୍‌ ଯୋଗେ ଶ୍ମଶାନକୁ ନେଇଥିଲେ। ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସହଯୋଗରେ ସେ ସେଠାରେ ମୃତଦେହ ଦାହ କରିଥିଲେ। ଏଥିରେ ଗ୍ରାମର ଅନ୍ୟ କିଛି ସ୍ବେଚ୍ଛାସେବୀ ମଧ୍ୟ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଟିଟିଲାଗଡ଼ ରେଳ ଓଭରବ୍ରିଜ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଟିଟିଲାଗଡ଼/କେସିଙ୍ଗା,୯।୪(ଡି.ଏନ୍‌.ଏ.): ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ତଥା ବ୍ୟସ୍ତବହୁଳ ରେଳ ଜଙ୍କସନ ଭାବେ ଟିଟିଲାଗଡ଼ ରେଲଓ୍ବେ ଷ୍ଟେଶନ ବେଶ୍‌ ଜଣାଶୁଣା। ଏହି ରେଳ ଓଭରବ୍ରିଜକୁ ଭିଡିଓ...

ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ଗ୍ୟାସ୍‌ ଲିକ୍‌: ଆଉ ଜଣେ ଅଧିକାରୀ ନିଲମ୍ବିତ

ରାଉରକେଲା ଅଫିସ, ୭।୧: ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ (ଆର୍‌ଏସ୍‌ପି) ଗ୍ୟାସ୍‌ ଦୁର୍ଘଟଣା ନେଇ ଗୁରୁବାର ଆଉ ଜଣେ ଆର୍‌ଏସ୍‌ପି ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ସେ ହେଉଛନ୍ତି...

ସମ୍ବଲପୁର ଗସ୍ତରେ ପୋଲିସ ଡିଜି: ଅପରାଧ ନିୟନ୍ତ୍ରଣ, ୫-ଟି କାର୍ଯ୍ୟକାରିତା ନେଇ ସମୀକ୍ଷା

ସମ୍ବଲପୁର,୬।୨(ବ୍ୟୁରୋ)-ପୋଲିସ ଡିଜି ଅଭୟ ଗୁରୁବାର ଦିନିକିଆ ସମ୍ବଲପୁର ଗସ୍ତରେ ଆସିଛନ୍ତି। ଏହି ଅବସରରେ ଉତ୍ତରାଞ୍ଚଳ ଡିଭିଜନ ଜିଲାର ଏସ୍‌ପିମାନଙ୍କୁ ନେଇ ସେ ସମୀକ୍ଷା ବୈଠକ କରିଥିଲେ।...

ଯୋଡ଼ିହେଲା ୮ ପିଜି ପାଠ୍ୟକ୍ରମ

ଢେଙ୍କାନାଳ ଅଫିସ, ୧।୧୧: ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ ୮ ନୂଆ ବିଭାଗରେ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମ ଖୋଲିବ। ଉଚ୍ଚଶିକ୍ଷା ବିଭାଗ ଚିଠି ସଂଖ୍ୟାା ୪୫୨୭୪/ତା୨୯ା୧୦ା୨୨ରିଖରେ ରାଜ୍ୟ...

ଡିବିରି ନିଆଁରୁ ଅଗ୍ନିକାଣ୍ଡ, ବାପପୁଅ ଗୁରୁତର

ତୁମୁଡ଼ିବନ୍ଧ,୨୬ା୬(ଡି.ଏନ୍‌.ଏ)-ତୁମୁଡ଼ିବନ୍ଧ ବ୍ଲକ ବେଲଘର ବଜାରସାହିରେ ସୋମବାର ରାତିରେ ଡିବିରିରୁ ନିଅଁା ବ୍ୟାପି ୨ ବଖରା ଜଳି ଯାଇଥିବାବେଳେ ବାପ ପୁଅ ଗୁରୁତର ହୋଇଛନ୍ତି। ସେମାନେ ହେଲେ...

କରୋନା ମୁକାବିଲା ପାଇଁ ଶିକ୍ଷୟତ୍ରୀ, ଶିକ୍ଷକଙ୍କୁ ତାଲିମ

ସମ୍ବଲପୁର,୧୦।୪(ବ୍ୟୁରୋ): ସମ୍ବଲପୁରର ବିଭିନ୍ନ ସ୍କୁଲର ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କୁ କରୋନା ମୁକାବିଲା ପାଇଁ ନିୟୋଜିତ କରାଯିବ । ଏ ନେଇ ଶୁକ୍ରବାର ସହରର ୧୫ଟି ସ୍କୁଲରେ ଦୁଇ...

ନୂଆ ବସ୍‌ଷ୍ଟାଣ୍ଡ ନିର୍ମାଣ ଆଶା ସଞ୍ଚାର

ଢେଙ୍କାନାଳ ଅଫିସ,୧୨ା୪: ଦୀର୍ଘବର୍ଷ ଧରି ଯୋଜନା ପରେ ଯୋଜନା ହେଉଥିଲା। କିନ୍ତୁ ଢେଙ୍କାନାଳ ସହରରେ ପ୍ରସ୍ତାବିତ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ କେବଳ ଫାଇଲ୍‌ ମଧ୍ୟରେ ରହିଯାଉଥିଲା। ବିଳମ୍ବରେ...

କାପୁଡ଼ିଆ ସମାଜ ପାଳିଲା ରକ୍ଷାବନ୍ଧନ ଉତ୍ସବ: ଶୋଭାଯାତ୍ରାରେ ଦୁଲୁକିଲା ସହର

ଭୁବନ, ୧୫।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ କାପୁଡ଼ିଆ ସମାଜ ପକ୍ଷରୁ ଗୁରୁବାର ଧୂମ୍‌ଧାମରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ସଙ୍ଗଠନର କୋଠଘରେ ଆରାଧ୍ୟ ଦେବତା...

Advertisement
Archives

Model This Week