ଜିନପିଙ୍ଗଙ୍କ ସହିତ ଚାଇନାର ଲୋକପ୍ରିୟତା ହ୍ରାସ ପାଉଛି, ରିପୋର୍ଟ…

ଓ୍ବାଶିଂଟନ/ବେଜିଂ, ୧୨।୭ : ପୃଥିବୀରେ ଚାଇନାର ଲୋକପ୍ରିୟତା କମିବାରେ ଲାଗିଛି। ସେହିପରି ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଲୋକପ୍ରିୟତାରେ ମଧ୍ୟ ହ୍ରାସ ଘଟୁଛି। ଏସମ୍ପର୍କିତ ଏକ ରିପୋର୍ଟ ଏହା ଉଲ୍ଲେଖ କରାଯାଇଛି। ଆମେରିକାର ଏକ ଗବେଷଣା କମ୍ପାନୀ ଦ୍ୱାରା ପ୍ରକାଶିତ ତଥ୍ୟରେ ଏହା ପ୍ରକାଶ ପାଇଛି। ଆମେରିକୀୟ ଅନୁସନ୍ଧାନ କମ୍ପାନୀ ପ୍ୟୁ ରିସର୍ଚ୍ଚ ସେଣ୍ଟର ଜୁନ ଶେଷରେ ଏହାର ରିପୋର୍ଟ ଉପସ୍ଥାପନ କରିଥିଲା।

ଏହି କମ୍ପାନୀ ୧୯ଟି ଦେଶର ଲୋକଙ୍କ ଅନୁସନ୍ଧାନରେ ସେମାନଙ୍କ ମତାମତ ନେଇଥିଲା। ପ୍ୟୁ ରିସର୍ଚ୍ଚ ସେଣ୍ଟର ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ଚାଇନା ଏବଂ ଏହାର ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଅପେକ୍ଷା ଲୋକମାନେ ଆମେରିକା ଏବଂ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅଧିକ ପ୍ରଭାବଶାଳୀ ଭାବେ ଦେଖନ୍ତି। ତେବେ ଚାଇନା ବିଶ୍ୱରେ ନିଜର ପ୍ରଭାବ ବଢ଼ାଇବାକୁ ଚେଷ୍ଟା ଜାରି ରଖିଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ସର୍ଭେ ସମୟରେ ଅଷ୍ଟ୍ରେଲିଆରେ ୧୪ ପ୍ରତିଶତ ଉତ୍ତରଦାତା ଚାଇନା ଉପରେ ସକାରାତ୍ମକ ଦୃଷ୍ଟି ରଖିଥିବାବେଳେ ୫୪ ପ୍ରତିଶତ ଲୋକ ଆମେରିକାକୁ ସକାରାତ୍ମକ ଢଙ୍ଗରେ ଦେଖିଛନ୍ତି। ଏଥି ସହିତ ଜାପାନର ମାତ୍ର ୧୨ ପ୍ରତିଶତ ଲୋକ ଚାଇନା ପ୍ରତି ନିଜର ସମର୍ଥନ ଜଣାଇଛନ୍ତି। ଅପରପକ୍ଷରେ ୭୦ ପ୍ରତିଶତ ଲୋକ ଆମେରିକା ପ୍ରତି ସକାରାତ୍ମକ ମନୋଭାବ ପୋଷଣ କରିଥିଲେ। ସେହିଭଳି ଦକ୍ଷିଣ କୋରିଆରେ ୧୯ ପ୍ରତିଶତ ଲୋକ ଚାଇନାକୁ ପ୍ରଶଂସା କରିଛନ୍ତି। କିନ୍ତୁ ୮୯ ପ୍ରତିଶତ ଲୋକ ଆମେରିକା ଭଲ ବୋଲି କହିଛନ୍ତି।

ତେବେ ଦକ୍ଷିଣ ପୂର୍ବ ଏସିଆ ଦେଶଗୁଡ଼ିକରେ ଚାଇନା ପ୍ରଭାବ ଆମେରିକାର ତୁଳନାରେ ଅଧିକ ରହିଛି। ଏଠାରେ ସିଙ୍ଗାପୁରରେ ୬୭ ପ୍ରତିଶତ ଲୋକ ଚାଇନାକୁ ଉନ୍ନତ ମାନ୍ୟତା ଦେଇଥିବାବେଳେ ଆମେରିକା ପାଇଁ ଏହା ୫୧ ପ୍ରତିଶତ ଥିଲା। ସେହିପରି ମାଲେସିଆରେ ୪୪ ପ୍ରତିଶତ ଆମେରିକା ଏବଂ ୬୦ପ୍ରତିଶତ ଚାଇନାକୁ ସମର୍ଥନ କରିଛନ୍ତି। ଏଥିସହ ସର୍ଭେ କରାଯାଇଥିବା ୧୯ ଟି ଦେଶର ହାରାହାରି ୬୬ ପ୍ରତିଶତ କହିଛନ୍ତି ଯେ ବିଶ୍ୱସ୍ତରରେ ଚାଇନାର ପ୍ରଭାବ ବଢୁଛି, ମାତ୍ର ୩୨ ପ୍ରତିଶତ ଆମେରିକା ବିଷୟରେ କହିଛନ୍ତି। କୌତୁହଳର ବିଷୟ ହେଉଛି, ୩୦ ବର୍ଷରୁ କମ ବୟସର ଲୋକ ୫୦ ବର୍ଷରୁ ଅଧିକ ଲୋକଙ୍କ ଅପେକ୍ଷା ଚାଇନା ଉପରେ ଅଧିକ ଅନୁକୂଳ ଦୃଷ୍ଟିକୋଣ ରଖିଛନ୍ତି। ପ୍ୟୁ ରିସର୍ଚ୍ଚ ସେଣ୍ଟର ଦ୍ୱାରା କରାଯାଇଥିବା ସର୍ବେକ୍ଷଣରୁ ଜଣାପଡିଛି ଯେ କରୋନା ମହାମାରୀର ପ୍ରସାର ପାଇଁ ଚାଇନା ଦାୟିତ୍ୱକୁ ପ୍ରତ୍ୟାଖ୍ୟାନ କରିବା ମଧ୍ୟ ବିଶ୍ୱବ୍ୟାପୀ ଏହା ପ୍ରତି ମନୋଭାବ ପରିବର୍ତ୍ତନ ଆସିବାର ଅନ୍ୟତମ କାରଣ। ଶି ଜିନପିଙ୍ଗଙ୍କୁ ଚାଇନାରେ ଏକ ଛତ୍ରବାଦୀ ଶାସକ ଭାବରେ ବିବେଚନା କରାଯାଉଛି।

ଚାଇନାରେ ଖବର କାଗଜର ପ୍ରଥମ ପୃଷ୍ଠାରେ ତାଙ୍କୁ ପ୍ରଶଂସା କରାଯାଇଛି। କିନ୍ତୁ ବିଦେଶରେ ଜିନପିଙ୍ଗଙ୍କ ପ୍ରତିଷ୍ଠା କ୍ଷୁର୍ଣ୍ଣ ହୋଇଛି। ୨୦୨୦ ଶେଷରୁ ପ୍ୟୁ ରିସର୍ଚ୍ଚ ସେଣ୍ଟର ଦ୍ୱାରା କରାଯାଇଥିବା ତଥ୍ୟରୁ ଜଣାପଡିଛି ଯେ ୧୪ ଟି ଦେଶରେ ୭୮ପ୍ରତିଶତ ଲୋକ କହିଛନ୍ତି ଯେ ଅନ୍ତର୍ଜାତୀୟ କାର୍ଯ୍ୟରେ ସଠିକ କାର୍ଯ୍ୟ କରିବା ନେଇ ଜିନପିଙ୍ଗଙ୍କ ଉପରେ ଭରସା ରଖି ନାହାନ୍ତି। ଏଥିସହ, ପ୍ରତ୍ୟେକ ଦେଶର ଦଶ ଜଣଙ୍କ ମଧ୍ୟରୁ ଅତି କମରେ ସାତଜଣ କହିଛନ୍ତି ଯେ ସେମାନେ ଜିନପିଙ୍ଗଙ୍କୁ ବିଶ୍ୱାସ କରନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

୧୬ମାସ ପରେ ଟ୍ରମ୍ପଙ୍କୁ ଭେଟିଲେ ମୋଦି, ଦେଖୁଦେଖୁ କରିଦେଲେ…

ନୂଆଦିଲ୍ଲୀ,୧୬।୬: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ G7 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଦୁଇ…

ଘର ବାରିପଟେ କ୍ରିକେଟ ଖେଳୁଥିଲେ, ଆକାଶରୁ ଖସିଲା ମୃତ୍ୟୁ; ବଜ୍ରପାତରେ ଚାଲିଗଲା ୧୭ ବର୍ଷୀୟ…

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଅନ୍ତର୍ଗତ ଦଶିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆକସ୍ମିକ ବଜ୍ରପାତ କାରଣରୁ…

ନିୟମ ବଦଳାଇଲେ କେନ୍ଦ୍ର ସରକାର, ଏଥର ବିନା ପ୍ରେସକ୍ରିପସନରେ ମିଳିବନି କଫ ସିରପ୍‌

ନୂଆଦିଲ୍ଲୀ,୧୬।୬: କାଶ ସିରପ ସମେତ ବିଭିନ୍ନ ଔଷଧୀୟ ସିରପ କିଣିବା ପାଇଁ ଏବେ ସାରା ଦେଶରେ ଡାକ୍ତରଙ୍କ ପ୍ରେସକ୍ରିପସନ ବାଧ୍ୟତାମୂଳକ ହେବ। ଔଷଧ ନିୟମ, ୧୯୪୫ ସଂଶୋଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri