ଜାଗରରେ ଝଲସିବ ଶ୍ରୀଲିଙ୍ଗରାଜ କ୍ଷେତ୍ର: ରାତି ୧୦ଟାରେ ଉଠିବ ମହାଦୀପ
ପୁରୁଣା ଭୁବନେଶ୍ୱର,୧୮।୨(ଡି.ଏନ୍.ଏ.): ଆସନ୍ତା ୨୧ତାରିଖ ତଥା ଶୁକ୍ରବାର ମହାଶିବରାତ୍ରି। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗରଯାତ୍ରା ତଥା ମହାଶିବରାତ୍ରି ଉପଲକ୍ଷେ ସୋମବାର ସନ୍ଧ୍ୟାରେ କମିଶନରେଟ ପୋଲିସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦକ୍ଷିଣେଶ୍ୱରୀ ମଣ୍ଡପଠାରେ ଥିବା ଶ୍ରୀ ଲିଙ୍ଗରାଜ ଥାନାର ନୂତନ…
ଏପ୍ରିଲ୍ ୫ରୁ ଆର୍ମି ନିଯୁକ୍ତି ମେଳା
ଭୁବନେଶ୍ୱର,୧୮।୨(ବ୍ୟୁରୋ): ଏପ୍ରିଲ ୫ରୁ ୧୬ ତାରିଖ ପର୍ଯ୍ୟନ୍ତ ପାରାଦୀପସ୍ଥିତ ଗୋପବନ୍ଧୁ ଷ୍ଟାଡିୟମ୍ଠାରେ ବିଶାଳ ଆର୍ମି ନିଯୁକ୍ତି ମେଳା ଆୟୋଜିତ ହେବ। ଏଥିରେ ମୋଟ ୧୦ ଜିଲା ଯଥା କଟକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ଖୋର୍ଦ୍ଧା, ନୟାଗଡ଼, ବାଲେଶ୍ୱର, ଯାଜପୁର, ପୁରୀ ଓ…
ଅନୁପଙ୍କ ପୁତୁରା, ଭାଇ ସମେତ ୩ଜଣଙ୍କୁ ନୋଟିସ
ଭୁବନେଶ୍ୱର,(ବ୍ୟୁରୋ)/ ବ୍ରଜରାଜନଗର, ୧୮।୨ (ଡି.ଏନ.ଏ.): ଛତିଶଗଡର ରାୟଗଡ଼ ଜିଲା ଚକ୍ରଧରନଗର ଥାନା ଅଧୀନ ହମିରପୁର ଜଙ୍ଗଲରେ କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍ଲିଙ୍କୁ ହତ୍ୟା ଘଟଣାର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି ସେଠାକାର ପୋଲିସ। ଏହି ଡବଲ ମର୍ଡର ଘଟଣାର…
ଭାଷାଗତ ଶାଳୀନତାକୁ ନେଇ ଆପତ୍ତି ଉଠାଇଲେ ଅମର
ଭୁବନେଶ୍ୱର,୧୮।୨(ବ୍ୟୁରୋ): ବାଚସ୍ପତିଙ୍କ ଭାଷାଗତ ଶାଳୀନତାକୁ ନେଇ ବରିଷ୍ଠ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଆପତ୍ତି ଉଠାଇଛନ୍ତି। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ, ଏଥିପାଇଁ ବାଚସ୍ପତି ବି କୌଣସି କଥା କହିବାବେଳେ ସଂଯମତା ରକ୍ଷା କରିବା ଦରକାର…
ରାଜ୍ୟରେ ମୁଣ୍ଡପିଛା ଋଣ ୧୮ ହଜାର: ଚଳିତବର୍ଷ ରାଜ୍ୟରେ ଋଣ ଭାର ୧ଲକ୍ଷ କୋଟିକୁ ଟପିବ ବୋଲି ଆକଳନ କରାଯାଇଛି
ଭୁବନେଶ୍ୱର,୧୮।୨(ବ୍ୟୁରୋ): ରାଜ୍ୟରେ ମୁଣ୍ଡପିଛା ଋଣ ହାର ବୃଦ୍ଧି ପାଇଚାଲିଛି। ଏହି ଭାର ୧୮ ହଜାର ୪୯୭ ଟଙ୍କାରେ ପହଞ୍ଚତ୍ଛି। ବିଜେଡି ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏହା ବ୍ୟତୀତ ରାଜ୍ୟରେ ଚଳିତ…
ନୂତନ, ସଶକ୍ତ ଓଡ଼ିଶା ଗଠନ ଆମ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୮।୨(ବ୍ୟୁରୋ): ଲୋକ କୈନ୍ଦ୍ରିକ ଶାସନ ହେଉଛି ଗଣତନ୍ତ୍ରର ମୁଖ୍ୟ ଆକର୍ଷଣ। ଓଡ଼ିଶାବାସୀଙ୍କ ଲଗାତର ଭରସା ମୋ ସରକାରକୁ ଭଲ କାମ କରିବାକୁ ପ୍ରେରଣା ଏବଂ ଶକ୍ତି ଯୋଗାଇଛି। ଏକଦା ଗରିବ ଓ ପ୍ରାକୃତିକ ଦୁର୍ବିପାକ ପ୍ରବଣ ରାଜ୍ୟ ଭାବେ ପରିଚିତ ହେଉଥିବା…
ବିଲ୍କୁ ସମର୍ଥନ, ତରବରିଆ ନିଷ୍ପତ୍ତିକୁ ନାପସନ୍ଦ
ଭୁବନେଶ୍ୱର,୧୮।୨(ବ୍ୟୁରୋ): ରାଜ୍ୟ ସରକାର ସ୍ବତନ୍ତ୍ରଭାବେ ଓଡ଼ିଶାର ପଛୁଆ ବର୍ଗଙ୍କୁ ଚିହ୍ନଟ କରିବେ। ଏ ସଂକ୍ରାନ୍ତୀୟ ବିଲ୍ ସୋମବାର ବିଧାନସଭାରେ ପାରିତ ହୋଇଛି। ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଏ ସମ୍ପର୍କିତ ବିଲ୍ ବିଧାନସଭାରେ ଆଗତ କରିବାପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଉପଦେଷ୍ଟା…
‘ପଛୁଆବର୍ଗଙ୍କ ବିକାଶ ପାଇଁ ରାଜ୍ୟ ସରକାର ବଦ୍ଧ ପରିକର’
ଭୁବନେଶ୍ୱର,୧୮।୨(ବ୍ୟୁରୋ): ରାଜ୍ୟ ସରକାର ଓଡ଼ିଶାର ପଛୁଆବର୍ଗଙ୍କୁ ଚିହ୍ନଟ କରିବେ। ଏ ସଂକ୍ରାନ୍ତୀୟ ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିଶନ(ସଂଶୋଧନ) ବିଲ୍ ୨୦୨୦ ସୋମବାର ବିଧାନସଭାରେ ଅନୁମୋଦନ ଲାଭ କରିଛି। ସରକାରଙ୍କ ନିଷ୍ପତ୍ତିକ୍ରମେ ପଛୁଆବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ କମିଶନ…
୨୦୭୭୧.୬୪ କୋଟି ସୁପାରିସ କଲେ ପଞ୍ଚମ ଅର୍ଥ କମିଶନ
ଭୁବନେଶ୍ୱର,୧୮।୨(ବ୍ୟୁରୋ): ୨୦୨୦-୨୧ରୁ ୨୦୨୪-୨୫ ପର୍ଯ୍ୟନ୍ତ ପଞ୍ଚାୟତିରାଜ ସଂସ୍ଥା ଏବଂ ପୌରସଂସ୍ଥା ପାଇଁ ରାଜ୍ୟ ସରକାରଙ୍କ ପଞ୍ଚମ ଅର୍ଥ କମିଶନ ବ୍ୟୟବରାଦ କରିଛନ୍ତି। ଏହି ସମୟରେ ଉକ୍ତ ସଂସ୍ଥାଗୁଡିକ ପାଇଁ ୫୦୨୮୨.୫୦ କୋଟି ଟଙ୍କା ଆକଳନ କରିଛନ୍ତି। ଏଥିମଧ୍ୟରୁ ୨୦୭୭୧.୬୪ କୋଟି ଟଙ୍କା…
ଆଜି ବଜେଟ
ଭୁବନେଶ୍ୱର,୧୮।୨(ବ୍ୟୁରୋ): ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର ଅପରାହ୍ନରେ ବଜେଟ୍ ଉପସ୍ଥାପନ କରିବେ। ଆସନ୍ତା ବଜେଟ୍ ୧.୫ ଲକ୍ଷ କୋଟି ଟଙ୍କା ରହିବ। ଗତ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଏହାକୁ ଅନୁମୋଦନ କରାଯାଇଛି। ଆର୍ଥିକ…
ଯୁବତୀଙ୍କୁ ଟ୍ରେନ୍ରୁ ମୃତ୍ୟୁମୁଖରୁ ବଞ୍ଚାଇବା ଘଟଣା: କଣ୍ଟିଲୋର ସୁବ୍ରତଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା
ଖଣ୍ଡପଡା,୧୮।୨(ସ୍ବ.ପ୍ର.)- ନୟାଗଡ ଜିଲା ଖଣ୍ଡପଡା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ହାଟମୁଣ୍ଡପାଟଣା ଗ୍ରାମର ସୁବ୍ରତ କୁମାର ମହାରଣା(ସିଲୁ) ତଥା ରେଲୱେ ପ୍ରୋଟେକ୍ସନ ଫୋର୍ସ(ଆରପିଏଫ) ଭୁବନେଶ୍ୱରର କନଷ୍ଟେବଳ ଶନିବାର ସନ୍ଧ୍ୟାରେ ଉପସ୍ଥିତ ବୁଦ୍ଧି ଖଟାଇ ଜଣେ ଯୁବତୀଙ୍କୁ ଯେପରି ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚାଇଲେ ତାହା…
ଦଶପଲ୍ଲାରୁ ପୁରୀ ପଠାଗଲା ୫୧ ଖଣ୍ଡ ରଥକାଠ
ନୟାଗଡ ଅଫିସ/ଦଶପଲ୍ଲା(ଡି.ଏନ.ଏ.),୧୮ା୨: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ୨ୟ ପର୍ଯ୍ୟାୟରେ ୫୧ଖଣ୍ଡ ରଥକାଠ ସୋମବାର ଦଶପଲ୍ଲା ବନାଞ୍ଚଳରୁ ଦୁଇଟି ଟ୍ରକରେ ପୁରୀ ପଠାଯାଇଛି। ଚଢ଼େୟାପଲ୍ଲୀ ସଂରକ୍ଷିତ ଜଙ୍ଗଲରୁ ୩୦ ଖଣ୍ଡ ଓ ପୋଖରୀଗୋଛା ସଂରକ୍ଷିତ ଜଙ୍ଗଲରୁ ୨୧ ଖଣ୍ଡ କାଠ ସଂଗ୍ରହ…
Archives


