ରୋଗ ବାଣ୍ଟି ଚିକିତ୍ସାରେ ଶୋଷଣ

ଯାଜପୁର ଅଫିସ,୩।୭:ଯାଜପୁର ଜିଲା କଳିଙ୍ଗନଗରରେ ଶିଳ୍ପ କାରଖାନା ଯୋଗୁ ବିସ୍ଥାପିତ ଓ ପ୍ରଭାବିତ ଲୋକମାନଙ୍କୁ ଉଚ୍ଚତର ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଡୁବୁରୀ ଛକ ନିକଟରେ ୨୦୧୫ ଅଗଷ୍ଟରେ ଟାଟା ଷ୍ଟିଲ୍‌ ମେଡିକା ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି। ବିସ୍ଥାପିତମାନଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ପୂର୍ବରୁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଏବେ ତାହା ପାଳନ କରାଯାଉନାହିଁ। ଟାଟା ଷ୍ଟିଲ କାରଖାନାର ପ୍ରଦୂଷଣରେ ପ୍ରଭାବିତ ଓ ବିସ୍ଥାପିତ ବାସିନ୍ଦା କିଡ୍‌ନୀ, ଯକ୍ଷ୍ମା ଆଦି ଧୂଳିଧୂଆଁ ଓ ଜଳବାହିତ ରୋଗରେ ଆକ୍ରାନ୍ତ ହେଉଥିବାବେଳେ ଟାଟା ଷ୍ଟିଲ୍‌ ମେଡିକା ହସ୍ପିଟାଲରେ ପରୀକ୍ଷା ଓ ଚିକିତ୍ସା ବାବଦରେ ଅର୍ଥ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି। ଏପରି କି ଶିଳ୍ପ ଦ୍ୱାରା ପ୍ରଦୂଷଣଜନିତ ରୋଗ ବାଣ୍ଟି ଚିକିତ୍ସା ନଁାରେ ଅର୍ଥ ହରିଲୁଟ ଟାଟା ଷ୍ଟିଲ୍‌ ହସ୍ପିଟାଲର ନୀତି ହୋଇଛି ବୋଲି ସ୍ଥାନୀୟ ଲୋକେ କହୁଛନ୍ତି।
କଳିଙ୍ଗନଗରରେ ଶିଳ୍ପାୟନ ପରେ ଦୂଷିତ ବାୟୁ, ଜଳ ଓ ଧୂଳିଧୂଆଁ ପ୍ରଭାବରେ କିଡ୍‌ନୀ ଓ ଯକ୍ଷ୍ମା ରୋଗ ବୃଦ୍ଧି ପାଇଛି। ଗତ ୧୫ ବର୍ଷ ମଧ୍ୟରେ କଳିଙ୍ଗନଗରର ଦୁଇଟି ଡାକ୍ତରଖାନାର ଆକଳନରୁ ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଧୂଳିଧୂଆଁ, ଜଳ ଓ ବାୟୁ ପ୍ରଦୂଷଣରେ ଆକ୍ରାନ୍ତ ହୋଇସାରିଛନ୍ତି। ଗାଡ଼ପୁର, ଢୋଲପଥର, ଗୋବରଘାଟି, ଚାନ୍ଦିଆ, ବାଲିଗୋଠ, ଟାଟା ବିସ୍ଥାପିତ କଲୋନୀ, ସାରଙ୍ଗପୁର, କୁମୁଡିସାହି, ମାନପୁର-ସୁଆଲୋ ଆଦି ଗ୍ରାମର ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ କିଡ୍‌ନୀ ଓ ଯକ୍ଷ୍ମା ରୋଗରେ ମୃତ୍ୟୁ ହୋଇସାରିଛି। ଏଭଳି ସ୍ଥିତିରେ ଟାଟା ଷ୍ଟିଲ୍‌ ମେଡିକା ହସ୍ପିଟାଲ ପ୍ରତିଷ୍ଠା ପରେ ଶିଳ୍ପାୟନ ଦ୍ୱାରା ପ୍ରଭାବିତ ଲୋକଙ୍କ ମଧ୍ୟରେ ଆରୋଗ୍ୟ ହେବାର ଆଶା ସୃଷ୍ଟି କରିଥିଲା। ଏଠାରେ ବିସ୍ଥାପିତ କିଡ୍‌ନୀ ରୋଗୀଙ୍କ ଡାଏଲିସିସ୍‌ କରାଯାଇ ବିସ୍ଥାପିତମାନଙ୍କୁ ମାଗଣାରେ ଚିକିତ୍ସା କରାଯିବ ବୋଲି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବର୍ତ୍ତମାନ କେବଳ ଡାଏଲିସିସ୍‌ ବାବଦରେ ବିସ୍ଥାପିତ ଓ ସାଧାରଣ ଲୋକଙ୍କଠାରୁ ୧୨୦୦ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ନିଆଯାଉଛି। ଏହାବାଦ ଅନ୍ୟାନ୍ୟ ପରୀକ୍ଷା ଓ ଚିକିତ୍ସା ବାବଦରେ ମାତ୍ରାଧିକ ଅର୍ଥ ନିଆଯାଉଥିବା ଅଭିଯୋଗ ହୋଇଛି। ପୂର୍ବରୁ ସୁକିନ୍ଦା ଅଞ୍ଚଳର ଜଣେ ଆଦିବାସୀ ନାବାଳିକାଙ୍କୁ ଅର୍ଥ ପାଇଁ ଚିକିତ୍ସା ନ କରି ଫେରାଇ ଦେବା ପରେ ଆନ୍ଦୋଳନ ଭଳି ପରିସ୍ଥିତି ଉପୁଜିଥିଲା। ସେହିପରି ୨୩ା୧ା୨୦୧୮ରେ ଦାନଗଦି ବ୍ଲକ ତ୍ରିଜଙ୍ଗା ଗ୍ରାମର ଜଣେ ଗରିବ ଲୋକଙ୍କ ମୃତ୍ୟୁ ପରେ ଟଙ୍କା ପାଇଁ ଟାଟା ଷ୍ଟିଲ୍‌ ମେଡିକା ହସ୍ପିଟାଲ କର୍ତ୍ତୃପକ୍ଷ ଶବକୁ ବନ୍ଧା ପକାଇବା ଭଳି ଘଟଣା ଘଟିଛି।
ବିଡ଼ମ୍ବନା ଯେ, ଏହି ଟାଟା ହସ୍ପିଟାଲରେ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନା ଏବଂ ବିଜୁ କୃଷକ କଲ୍ୟାଣ ଯୋଜନା କାର୍ଡ ସହାୟତାରେ ଚିକିତ୍ସା ହେଉ ନ ଥିବା ଅଭିଯୋଗ ହୋଇଛି। ପୂର୍ବରୁ ସରକାରଙ୍କ ତରଫରୁ ପ୍ରଦାନ କରାଯାଇଥିବା ଉପରୋକ୍ତ ଯୋଜନା ସହାୟତାରେ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ କଳିଙ୍ଗନଗରର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର ନିର୍ଦ୍ଦେଶ ଦେଇଥିଲେ ହେଁ ତାହା କାର୍ଯ୍ୟକାରୀ ହେଉନାହିଁ।
ବାଲିଗୋଠ ଗ୍ରାମର ବିସ୍ଥାପିତ ସାଧୁରାମ କାଲୁଣ୍ଡିଆ କୁହନ୍ତି, ଟାଟା ଷ୍ଟିଲ୍‌ ପ୍ରଦୂଷଣରେ ଶତାଧିକ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଟାଟା ଷ୍ଟିଲ୍‌ ମେଡିକା ହସ୍ପିଟାଲକୁ ଚିକିତ୍ସା ପାଇଁ ଗଲେ ବିଭିନ୍ନ ପରୀକ୍ଷା ବାବଦରେ ବିପୁଳ ଟଙ୍କା ଲୁଟି ନେଉଛନ୍ତି। ସେହି ପରୀକ୍ଷା ବାବଦରେ ବିଲ୍‌ ଜମା କରିବା ପରେ କମ୍ପାନୀରୁ ଟଙ୍କା ମିଳିବ ବୋଲି କହୁଛନ୍ତି। କିନ୍ତୁ ବିଲ୍‌ ଜମା କରିବା ପରେ କିଛି ମିଳୁନାହିଁ। ବିସ୍ଥାପିତ ବାବଦକୁ ବାର୍ଷିକ ପାଉଣା ମଧ୍ୟ ବୃଦ୍ଧି ହେଉନାହିଁ ବୋଲି ସେ କହିଛନ୍ତି। ବିସ୍ଥାପିତ ନେତ୍ରୀ ସିନି ସଏ କୁହନ୍ତି, ଗୁଳିକାଣ୍ଡରେ ଶହୀଦ ହୋଇଥିବା କେତେକ ପରିବାରଙ୍କୁ ଏ ଯାଏ ଠିକ୍‌ ଭାବେ ଥଇଥାନ କରାଯାଇନାହିଁ। ଟାଟା ମେଡିକା ହସ୍ପିଟାଲକୁ ଚିକିତ୍ସା ପାଇଁ ଗଲା ମାତ୍ରେ ସାଧାରଣ ରୋଗକୁ ମଧ୍ୟ କିଡ୍‌ନୀ ରୋଗ ବୋଲି କହି ଡାଏଲିସିସ ବାହାନାରେ ଟଙ୍କା ଆଦାୟ କରାଯାଉଛି।
ଏ ସଂକ୍ରାନ୍ତରେ ଟାଟା ମେଡିକାର ଇନ୍‌ଚାର୍ଜ ସୁଧାଂଶୁ ଶେଖର ସୂତାରଙ୍କୁ ପଚାରିବାରୁ ସେ କହିଛନ୍ତି, ଡାଏଲିସିସ ପାଇଁ ୧୫୦୦ ଟଙ୍କା ଏବଂ ବିପିଏଲ୍‌ ପରିବାରଙ୍କଠାରୁ ୧୨୦୦ ଟଙ୍କା ନିଆଯାଉଛି। ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନା ଏବଂ ବିଜୁ କୃଷକ କଲ୍ୟାଣ ଯୋଜନାର ପରିଚାଳନା ପାଇଁ ସରକାରଙ୍କ ପକ୍ଷରୁ ଜଣେ ସ୍ବତନ୍ତ୍ର ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଆଇନ ଅନୁଯାୟୀ ଏହି କାର୍ଡଧାରୀଙ୍କୁ ସୁବିଧା ଦିଆଯାଉଛି। ଏହାସହ ଟାଟା ଷ୍ଟିଲ୍‌ ଓ ହସ୍ପିଟାଲ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ରୋଗୀଙ୍କଠାରୁ ଅର୍ଥ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଇକିଆରେ ପତାକା ଉତ୍ତୋଳନ କଲେ ବିଡିଓ

ରାଇକିଆ,୨୬।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆଠାରେ ରବିବାର ୭୧ତମ ସାଧାରଣନ୍ତ୍ର ଦିବସ ପାଳିତ ହୋଇଯାଇଛି। ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସରେ ରାଇକିଆ ଗୋଷ୍ଠୀ ଉନ୍ନୟନ...

ମଟନ ପାଇଁ ଆସି ଔଷଧ ନେବା ଆଳ

ଖୋର୍ଦ୍ଧା ଅଫିସ,୧୮ା୪: ଲକଡାଉନ ବେଳେ ମାସ୍କ ନ ପିନ୍ଧିଲେ ଓ ବିନା କାରଣରେ ବାଇକରେ ବୁଲିଲେ କଡ଼ା କାର୍ଯ୍ୟନୁଷ୍ଠାନ ହେବ ବୋଲି ସରକାରଙ୍କ ନିର୍ଦ୍ଦେଶ ରହିଛି।...

ହିନ୍ଦୀ ଥିଓରି ଫୁଲ୍‌ ମାର୍କ ୪୦, ଛାତ୍ର ରଖିଲେ ୮୭

ଉମରକୋଟ,୨୭ା୨ (ଡି.ଏନ.ଏ): ଛାତ୍ରଙ୍କ ଭବିଷ୍ୟତ ସହ ଖେଳ। ବୋର୍ଡ କାର୍ଯ୍ୟାଳୟର ଖାମଖିଆଲ ମୂଲ୍ୟାଙ୍କନ ଯୋଗୁ ପରୀକ୍ଷାରେ ଫୁଲ ମାର୍କଠାରୁ ଅଧିକ ମାର୍କ ରଖିଛନ୍ତି ଜଣେ ଛାତ୍ର।...

ମହାନଦୀରେ ଅଘଟଣ, ମାଛ ମାରିବା ବେଳେ ବୁଡ଼ିଲା ଡଙ୍ଗା

ନରାଜ,୬।୧୧(ଡି.ଏନ୍‌.ଏ.): ମୁଣ୍ଡଳୀ ବ୍ୟାରେଜ୍‌ ମଧ୍ୟଭାଗର ମହାନଦୀରେ ବୁଧବାର ପୂର୍ବାହ୍ନ ୧୧ଟାରେ ମତ୍ସଜୀବୀମାନେ ମାଛ ମାରୁଥିବା ସମୟରେ ଅସାବଧାନତାବଶତଃ ଏକ ଡଙ୍ଗା ବୁଡ଼ିଯାଇଥିଲା। ଏହାଦେଖି ପାଖରେ ଥିବା...

ଖୋର୍ଦ୍ଧା ସାନପଦର ପଞ୍ଚାୟତର ୫ ଗାଁ ୭୨ ଘଣ୍ଟା ଶଟ୍‌ଡାଉନ

ଖୋର୍ଦ୍ଧା ଅଫିସ,୧୫।୬: ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାନପଦର ପଞ୍ଚାୟତରୁ ସୋମବାର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣଙ୍କ ଗଞ୍ଜାମ ଫେରନ୍ତା।...

ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଉଛି ସୂଚନା ଫଳକ

ପଦ୍ମପୁର, ୩୧।୮ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର-ବିରସ ରାସ୍ତାରେ ଲଗାଯାଇଥିବା ସୂଚନା ଫଳକ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଉଛି। ପୂର୍ତ୍ତ ବିଭାଗ...

୧୦ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ୮ ସୁରଟ ଫେରନ୍ତା

ଭୁବନେଶ୍ୱର,୧୦।୫(ବ୍ୟୁରୋ)-ରାଜ୍ୟରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ରବିବାର ରାଜ୍ୟରେ ଚିହ୍ନଟ ହୋଇଥିବା ୧୦ ନୂତନ ଆକ୍ରାନ୍ତଙ୍କ ବିଷୟରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର।...

ପୁରୀରେ ୮୭, ଭୁବନେଶ୍ୱରରେ ୬୩ ବର୍ଷର ରେକର୍ଡ ଭାଙ୍ଗିଲା

ଭୁବନେଶ୍ୱର,୧୪।୯(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତ(ଡିପ୍‌ ଡିପ୍ରେସନ)ରେ ପରିଣତ ହେବା ଯୋଗୁ ଗତ ଦୁଇଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ...

Advertisement
Archives

Model This Week