ପୋତି ହେଉଛି ବ୍ରାହ୍ମଣୀ ନଦୀଶଯ୍ୟା

ବରୀ,୩ା୭(ଡି.ଏନ୍‌.ଏ.): ବରୀ ବ୍ଲକ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ ଶଯ୍ୟା ଖନନ କରା ନ ଯିବା ଓ ବିଭିନ୍ନ ସ୍ଥାନରେ ବୁଦା ସୃଷ୍ଟି ହୋଇଥିବା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଚାଷ ଜମିକୁ ଜଳସେଚନରେ ସମସ୍ୟା ଉପୁଜୁଛି। ଅନ୍ୟପଟେ ବର୍ଷର ଅଧିକାଂଶ ସମୟ ନଦୀ ଶଯ୍ୟା ଶୁଖିଲା ରହୁଥିବାରୁ ଭୂତଳ ଜଳସ୍ତର ମଧ୍ୟ ହ୍ରାସ ପାଉଥିବାରୁ ନଳକୂପ ଖନନ ପାଇଁ ବହୁ ଗଭୀରକୁ ଖୋଳିବାକୁ ପଡୁଛି, ଯେଉଁଥିପାଇଁ ଅଞ୍ଚଳବାସୀ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ନଦୀ ଶଯ୍ୟାର ବିଭିନ୍ନ ସ୍ଥାନରେ ବାଲି ଚଢ଼ା ଓ ତଣ୍ଡି ବୁଦା ଭର୍ତ୍ତି ହୋଇଥିବାରୁ ନଦୀରେ ପାଣି ଆସିବାରେ ବାଧା ସୃଷ୍ଟି ହେଉଛି। ବ୍ଲକ ଅଞ୍ଚଳର ଚାଷୀ ଓ ସାଧାରଣ ଲୋକଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ନଦୀ ଖନନ ବ୍ୟବସ୍ଥା କରାଯିବା ପାଇଁ ବ୍ରାହ୍ମଣୀ ବଞ୍ଚାଅ ଅଭିଯାନର ସଦସ୍ୟମାନେ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।
ବ୍ରାହ୍ମଣୀ ନଦୀ ଯାଜପୁର ଜିଲାର ଜେନାପୁରଠାରୁ ବାହାରି ବରୀ ବ୍ଲକର କଳାମାଟିଆ ପଞ୍ଚାୟତ ନିକଟରେ ଶେଷ ହୋଇଛି। ବ୍ଲକର ଗୋଳକୁଣ୍ଡ, ସ୍ବାଇଁଖଣ୍ଡ, ଇଶାଣପୁର, ସାହୁପଡା, ବାଇଁଶିରିଆ, ଚନ୍ଦନପୁର, ମନ୍ଦାରୀ, ସେରପୁର ପଞ୍ଚାୟତ ସମେତ ୨୨ଟି ପଞ୍ଚାୟତର ଚାଷୀମାନେ କୃଷିକାର୍ଯ୍ୟ ପାଇଁ ବ୍ରାହ୍ମଣୀ ନଦୀ ଜଳ ଉପରେ ନିର୍ଭର କରିଥାନ୍ତି। ମତ୍ସ୍ୟଜୀବୀ ବ୍ରାହ୍ମଣୀରୁ ମାଛ ଧରି ପରିବାର ପ୍ରତିପୋଷଣ କରିଥାନ୍ତି। କାଳକ୍ରମେ ନଦୀ ଶଯ୍ୟା ପୋତି ହୋଇପଡୁଥିବାରୁ ଚାଷୀ ହଇରାଣ ହେଉଥିବା ବେଳେ ମତ୍ସ୍ୟଜୀବୀ ଜୀବିକା ହରାଇବା ଭଳି ପରିସ୍ଥିତି ଉପୁଜିଲାଣି। ନଦୀକୂଳ ଅଞ୍ଚଳରେ ବସବାସ କରୁଥିବା ଲୋକେ ବନ୍ୟା ଭୟରେ କାଳାତିପାତ କରୁଥିଲେ ହେଁ ଅନ୍ୟଦିନେ ନଦୀ ଶୁଖିଲା ପଡୁଥିବାରୁ କୂପ ବା ନଳକୂପ ଖୋଳିବା ସକାଶେ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଅନେକ ଚାଷୀ ଆଖୁଚାଷ ପାଇଁ ବ୍ରାହ୍ମଣୀ ଜଳ ଉପରେ ନିର୍ଭର କରିଥାନ୍ତି। ହେଲେ ଏବେ ଆଖୁ ଚାଷୀଙ୍କୁ ଚିନ୍ତା ଘାରିଛି। ପୂର୍ବରୁ ଏ ସବୁ ସମସ୍ୟାର ସମାଧାନ ସକାଶେ ଦ୍ୱୀପାଞ୍ଚଳ ଉନ୍ନୟନ ପରିଷଦ, ନବ ନିର୍ମାଣ କୃଷକ ସଂଗଠନ ଓ ବହୁ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ବ୍ରାହ୍ମଣୀ ବଞ୍ଚାଅ ଅଭିଯାନ ଆରମ୍ଭ ହୋଇଥିଲା। ନଦୀ ଖନନ ପାଇଁ ସ୍ଥାନୀୟ ପ୍ରଶାସନ ସମେତ ରାଜନେତା ଓ ବିଭାଗୀୟ ମନ୍ତ୍ରୀଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଥିଲା। ମାତ୍ର ସୁଫଳ ମିଳି ନ ଥିବାରୁ ପୁନଃ ବ୍ରାହ୍ମଣୀ ବଞ୍ଚାଅ ଅଭିଯାନ ସଦସ୍ୟମାନେ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏ ଦିଗରେ ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ବ୍ରାହ୍ମଣୀ ବଞ୍ଚାଅ ଅଭିଯାନ ପକ୍ଷରୁ ଚେତାବନୀ ଦିଆଯାଇଛି। ଦାବିପତ୍ର ପ୍ରଦାନ ବେଳେ ସଭାପତି ଲୋକନାଥ ଦାସ, ବରୀ ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷ ଗଗନ ବିହାରୀ ଜେନା, ପ୍ରାକ୍ତନ ଜିଲା ପରିଷଦ ସଭ୍ୟ ବିଷ୍ଣୁ ଚରଣ ମହାନ୍ତି, କର୍ଣ୍ଣଚନ୍ଦ୍ର ଘଡ଼ାଇ, ମୁକୁନ୍ଦ ସାମଲ, ସରୋଜକାନ୍ତ ଜେନା, ରଘୁନାଥ ଜେନା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri