୭ ଜିଲାକୁ ସୁନାମି ଭୟ

ଭୁବନେଶ୍ୱର,୩।୭(ବ୍ୟୁରୋ):ରାଜ୍ୟକୁ ବାତ୍ୟା, ବନ୍ୟା, ବଜ୍ରପାତ, ମରୁଡ଼ି ଭଳି ସୁନାମି ଆଉ ଏକ ବିପତ୍ତି ଭାବେ ଉଭାହେଲାଣି। କେଉଁ ସମୟରେ ସୁନାମି ଉପକୂଳକୁ କ୍ଷତି ପହଞ୍ଚାଇବ ତାହା ଆକଳନ କରିବା ମୁସ୍କିଲ। ତେବେ ଏହି ବିପଦରୁ ଉପକୂଳ ଅଞ୍ଚଳର ଲୋକମାନଙ୍କୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ଯୋଜନା ଆରମ୍ଭ କରିଛନ୍ତି। ୭ଟି ଜିଲାକୁ ସୁନାମିପ୍ରବଣ ଜିଲା ଭାବେ ଘୋଷଣା କରାଯାଇଛି। ସେଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, କଟକ, ପୁରୀ, ଜଗତ୍‌ସିଂହପୁର ଏବଂ କେନ୍ଦ୍ରାପଡା। ଉକ୍ତ ଜିଲାଗୁଡ଼ିକର ସମୁଦ୍ରକୁ ଲାଗି ରହିଥିବା ୩୨୮ଟି ଗ୍ରାମକୁ ସୁନାମିପ୍ରବଣ ଭାବେ ଚିହ୍ନଟ କରାଯାଇଛି।
ପ୍ରଥମ ଥର ଲାଗି ରାଜ୍ୟ ସରକାର ସୁନାମିରୁ ଲୋକମାନଙ୍କୁ ରକ୍ଷା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ହେଲେ କୋଭିଡ-୧୯ ମହାମାରୀ ଯୋଗୁ ସେ ଯୋଜନା ଅଧାବାଟରେ ଲଟକି ରହିଛି। ଲୋକମାନଙ୍କୁ ପ୍ରଶିକ୍ଷଣ ଦେଇ ସଚେତନ କରାଯାଇ ପାରୁନାହିଁ। ଯଦି ହଠାତ୍‌ କେବେ ସୁନାମି ଆସେ ତେବେ ଉପକୂଳ ଲୋକଙ୍କୁ ବଞ୍ଚାଇବା କାଠିକର ପାଠ ହୋଇଯିବ।
ସୁନାମି ପ୍ରଭାବରେ ଉପକୂଳବର୍ତ୍ତୀ ଜିଲାଗୁଡିକର ସମୁଦ୍ରକୂଳିଆ ଲୋକମାନଙ୍କ ପାଇଁ ଏକ ବିଷମ ପରିସ୍ଥିତି ସୃଷ୍ଟି ଆଶଙ୍କା ରହିଛି। ସେହି ଲୋକମାନଙ୍କୁ ସୁନାମି ଭଳି ପ୍ରାକୃତିକ ବିପତ୍ତିରୁ କିପରି ରକ୍ଷା କରାଯାଇ ପାରିବ ସେ ନେଇ ଓଡ଼ିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ(ଓସ୍‌ଡମା)ଉପକୂଳବର୍ତ୍ତୀ ୭ଟି ଜିଲାରେ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୁନାମିପ୍ରବଣ ସମସ୍ତ ଗ୍ରାମରେ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ ହେବ। ପ୍ରଥମ ପର୍ଯ୍ୟାୟରେ ୧୨୨ ଜଣ ବିଡିଓ, ଭିଏଲ୍‌ଡବ୍ଲ୍ୟୁ, ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ, ଗ୍ରାମବାସୀ, ଓ୍ବାର୍ଡମେମ୍ବର, ମହିଳା ସ୍ବୟଂସହାୟକ ଗୋଷ୍ଠୀ ଆଦିଙ୍କୁ ତାଲିମ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଖୁବ୍‌ଶ୍ରୀଘ୍ର ଏହି ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଓସ୍‌ଡମା ପକ୍ଷରୁ ସୂଚନା ଦିଆଯାଇଛି। ନିକଟରେ ୟୁନେସ୍କୋ ଏବଂ ଭାରତ ସରକାରଙ୍କ ଇଣ୍ଡିଆନ ନ୍ୟାଶନାଲ ସେଣ୍ଟର ଫର ଓସେନ ଇନଫର୍ର୍‌ମିଂ ସିଷ୍ଟମ(ଆଇଏନ୍‌ସିଓଆଇଏସ୍‌) ପକ୍ଷରୁ ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକର ବକ୍ସିପାଲି(ଭେଙ୍କଟରାୟପୁର) ଏବଂ ଜଗତ୍‌ସିଂହପୁର ଜିଲା ନୋଳିଆସାହି ପଞ୍ଚାୟତର ଗଡ଼ ହରିଶପୁର ଗ୍ରାମକୁ ସୁନାମି ପ୍ରସ୍ତୁତି ଗ୍ରାମ ଭାବେ ଚିହ୍ନଟ କରାଯାଇଛି। ଏହି ଦୁଇଟି ଗ୍ରାମରେ ତାଲିମ କାର୍ଯ୍ୟ ଶେଷ ହୋଇଛି। ଖୁବ୍‌ଶୀଘ୍ର ଏହି ଦୁଇଟି ଗ୍ରାମକୁ ୟୁନେସ୍କୋ ପକ୍ଷରୁ ସୁନମି ପ୍ରସ୍ତୁତି ଗ୍ରାମ ଭାବେ ଘୋଷଣା କରାଯିବ। ମୋବାଇଲ ଏସ୍‌ଏମ୍‌ଏସ୍‌, ଡିଜିଟାଲ ରେଡିଓ ଏବଂ ସାଇରନ୍‌ ମାଧ୍ୟମରେ ଲୋକାମାନଙ୍କୁ ସୁନାମି ଆସିବା ପୂର୍ବରୁ ସତର୍କ ସୂଚନା ଦିଆଯିବ। ଏହି ଖବର ପାଇବା ମାତ୍ରେ ଲୋକମାନେ କେଉଁ ସ୍ଥାନକୁ ଯିବେ ସେ ନେଇ ତାଲିମ ଦିଆଯାଇଛି। ଆଇଏନ୍‌ସିଓଆଇଏସ୍‌ ସୂଚନା ଦେବା ମାତ୍ରେ ସୁନାମି ଆସିବାର ୩ ଘଣ୍ଟା ପୂର୍ବରୁ ସାଇରନ ବାଜିଉଠିବ। ଏହାର ଶବ୍ଦ ପ୍ରାୟ ଦେଢ଼ କିଲୋମିଟର ଯାଏ ଶୁଣାଯିବ। ଆଇଏନ୍‌ସିଓଆଇଏସ୍‌କୁ ସୂଚନା ମିଳିବା ମାତ୍ରେ ତୁରନ୍ତ ରାଜ୍ୟ ଆଇଏମ୍‌ଡି ଆଞ୍ଚଳିକ ଶାଖାକୁ ସୂଚନା ଆସିବ। ରାଜ୍ୟ ସରକାରଙ୍କୁ ସୂଚନା ମିଳିବା ମାତ୍ରେ ତୁରନ୍ତ ସୁନାମିପ୍ରବଣ ଜିଲା, ବ୍ଲକ, ପଞ୍ଚାୟତଗୁଡିକୁ ତତ୍‌କ୍ଷଣାତ ଜଣାଇ ଦିଆଯିବ। ଏହି ଶବ୍ଦ ଶୁଣିବାମାତ୍ରେ ତାଲିମପ୍ରାପ୍ତ ଲୋକମାନେ ଅନ୍ୟ ଲୋକମାନଙ୍କୁ ସତର୍କ କରାଇ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦେବେ। କୋଭିଡ୍‌ ଯୋଗୁ ସୁନାମି ପ୍ରସ୍ତୁତି କାର୍ଯ୍ୟ ଆଗେଇ ପାରୁ ନାହିଁ ବୋଲି ଓସ୍‌ଡମାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

ରାଜ୍ୟରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ରାଜ୍ୟର ପ୍ରଥମ ପର୍ଯ୍ୟାୟ (ସମଗ୍ର ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ମେ’ ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri