ଆଜି ଅଧରପଣା

ପୁରୀ ଅଫିସ,୩।୭: ସିଂହଦ୍ୱାର ସମ୍ମୁଖରେ ଥିବା ତିନିରଥ ଉପରେ ଶୁକ୍ରବାର ଅଧରପଣା ନୀତି ସମ୍ପନ୍ନ ହେବ। ଏଥିଲାଗି ସ୍ବତନ୍ତ୍ର ହାଣ୍ଡି ତିଆରି ସରିଛି। ତାହାକୁ ଅଧରପଣା ହାଣ୍ଡି କୁହାଯାଏ। ଏହି ହାଣ୍ଡିରେ ପଣା ପ୍ରସ୍ତୁତ ହୋଇ ଦାରୁବିଗ୍ରହଙ୍କ ପାଖରେ ଲାଗି ହେବ। ପ୍ରତି ଠାକୁରଙ୍କ ପାଖରେ ୩ ହାଣ୍ଡି ଲେଖାଏ ପଣା ଲାଗି ହେବ। ଠାକୁରଙ୍କ ପାଖରେ ପଣା ଭୋଗ ହେବା ପରେ ଏହି ପଣାହାଣ୍ଡିକୁ ଭାଙ୍ଗି ଦିଆଯିବାର ବିଧି ରହିଛି। ପଣା ହାଣ୍ଡି ଭାଙ୍ଗିଲେ ପଣା ସବୁ ରଥ ତଳକୁ ବୋହିଯାଏ। ତାହାକୁ ଦେବଦେବୀ, ଭୂତପ୍ରେତ, କିନ୍ନର ଓ ରାକ୍ଷସମାନେ ପାଇଥାନ୍ତି ବୋଲି ବିଶ୍ୱାସ ରହିଛି। ରଥରେ ମଧ୍ୟାହ୍ନ ଧୂପ ନୀତି ବଢିବା ପରେ ଅଧରପଣା ନୀତି କରାଯିବ। ଏହି ନୀତିକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କ ସହ ଆଲୋଚନା ହୋଇଛି। ତେବେ ଏଥର ମହାପ୍ରଭୁଙ୍କ ଏହି ଅଧର ନୀତିକୁ କୌଣସି ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ନାହିଁ। ମହାମାରୀ କରୋନା ପାଇଁ ଏଥର ବିନା ଭକ୍ତରେ ଘୋଷଯାତ୍ରାର ସମସ୍ତ ପ୍ରକ୍ରିୟା କରାଯାଉଛି।

ନୀତି ନିର୍ଘଣ୍ଟ

୩ ରଥରେ ମଙ୍ଗଳ ଆଳତି ପ୍ରାତଃ ୬ରୁ ୬. ୩୦
ମଇଲମ, ତଡପ ଲାଗି ସକାଳ ୭ଟା
ଅବକାଶ ୮ଟା
ବେଶଶେଷ ୯ଟା
ଗୋପାଳ ବଲ୍ଲଭ ୧୦ରୁ ୧୦. ୩୦
ସକାଳଧୂପ ୧୧. ୩୦ରୁ ୧୨. ୩୦
ମଇଲମ ଅପରାହ୍ନ ୧ଟା
ମହାସ୍ନାନ ଓ ସର୍ବାଙ୍ଗ ୧. ୩୦
ବେଶ ଶେଷ ୨ଟା
ମଧ୍ୟାହ୍ନ ଧୂପ ୩. ୩୦ରୁ ୪. ୩୦
ଅଧରପଣା ନୀତି ଶେଷ ରାତ୍ର ୮ଟା
ମହାସ୍ନାନ ଶେଷ ୯ଟା
ମଇଲମ ଓ ବେଶ ୧୦ଟା
ସନ୍ଧ୍ୟା ଆଳତି ୧୦. ୩୦
ସନ୍ଧ୍ୟାଧୂପ ୧୧ରୁ ୧୨ଟା
ମଇଲମ ଓ ଚନ୍ଦନ ଲାଗି ୧୨.୩୦
ବଡସିଂହାର ବେଶ ୧ଟା
ବଡସିଂହାର ଭୋଗ ୧.୩୦
ରାତ୍ର ପହୁଡ଼ ୨ଟା


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri