ଅଧରପଣା: ପୂର୍ବେ ହେଉଥିଲା ୧୨ ହାଣ୍ଡି

ପୁରୀ ଅଫିସ,୩।୭: ପ୍ରତିବର୍ଷ ହେଉଥିବା ରଥଯାତ୍ରା ଅପେକ୍ଷା ଏଥର ଘୋଷଯାତ୍ରା ସମ୍ପୂର୍ଣ୍ଣ ସ୍ବତନ୍ତ୍ର। ମହାମାରୀ କରୋନାର ବିଭୀଷିକା ମଧ୍ୟରେ ଏଥର ରଥଯାତ୍ରା ହେବ ନା ନାହିଁ ତାକୁ ନେଇ ଶେଷ ପର୍ଯ୍ୟନ୍ତ ଅନିଶ୍ଚିତତା ଲାଗିରହିଥିଲା। ଶେଷରେ ଭକ୍ତଶୂନ୍ୟ ରଥଯାତ୍ରା ଲାଗି ସୁପ୍ରିମ୍‌କୋର୍ଟ ସର୍ତ୍ତମୂଳକ ଅନୁମତି ଦେଇଥିଲେ। ଇତିମଧ୍ୟରେ ନବଦିନାତ୍ମକ ଯାତ୍ରା ସରି ଗୁରୁବାର ରଥ ଉପରେ ମହାପ୍ରଭୁଙ୍କ ଅତ୍ୟନ୍ତ ମନୋରମ ସୁନାବେଶ ଅନୁଷ୍ଠିତ ହୋଇଛି। ଶୁକ୍ରବାର ତିନିରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ଭୋଗ। ରଥାରୂଢ ଠାକୁରମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ସ୍ବତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ହେଉଥିବା ପଣା ଭୋଗକୁ ଅଧରପଣା କୁହାଯାଏ। ତେବେ ପୂର୍ବରୁ ୧୨ ହାଣ୍ଡି ଅଧରପଣା ହେଉଥିବା ବେଳେ ଏବେ ୯ ହାଣ୍ଡି ହେଉଛି।
ଏ ସମ୍ପର୍କରେ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ପୂର୍ବେ ବାହୁଡ଼ା ଦଶମୀ ଦିନ ତିନିହାଣ୍ଡି, ଏକାଦଶୀ ତିଥିରେ ତିନିହାଣ୍ଡି, ଦ୍ୱାଦଶୀ ଦିନ ତିନିହାଣ୍ଡି ଏହିପରି ୯ ହାଣ୍ଡି ଓ ଶ୍ରୀବଳଭଦ୍ରଙ୍କ ରଥରେ ରାମ ଓ କୃଷ୍ଣଙ୍କ ଉଦ୍ଦେଶ୍ୟରେ ୨ ହାଣ୍ଡି (ସାନ) ଏବଂ ଶ୍ରୀଜଗନ୍ନାଥଙ୍କ ରଥରେ ମଦନମୋହନ ଠାକୁରଙ୍କ ପାଇଁ ୧ ହାଣ୍ଡି (ସାନ) କ୍ରମରେ ସମୁଦାୟ ୧୨ ହାଣ୍ଡି ଅଧରପଣା ଭୋଗ ହେଉଥିଲା। କିନ୍ତୁ ସମ୍ପ୍ରତି ତିନିରଥ ପାଇଁ କେବଳ ଗୋଟିଏ ଦିନରେ ସମୁଦାୟ ୯ ହାଣ୍ଡି ଅଧରପଣା ଭୋଗ ହେଉଛି। ରାଘବଦାସ ମଠ, ବଡ଼ଓଡ଼ିଆ ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ୩ଟି ଲେଖାଏ ଅଧରହାଣ୍ଡି ଓ ପଣା ସାମଗ୍ରୀ ଯୋଗାଉଛନ୍ତି। ରଥ ଉପରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅଧରପଣା ପ୍ରସ୍ତୁତି ଓ ନୀତି ଆରମ୍ଭ ହୋଇଥାଏ। ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡ଼ ଓଡ଼ିଆ ମଠ ପ୍ରଦତ୍ତ ଛେନା, ସର, କଦଳୀ, ଛାଚି, ଗୋଲମରିିଚ ଗୁଣ୍ଡ, କର୍ପୂର, ଜାଇଫଳ ପ୍ରଭୃତି ପଣା ସାମଗ୍ରୀ ପାଳିଆ ମହାସୁଆର ରଥ ଉପରେ ରଖନ୍ତି। ପ୍ରତି ଠାକୁରଙ୍କ ସମ୍ମୁଖରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁଙ୍କ ଶ୍ରୀଅଧରକୁ ପାଇବା ଭଳି ଉଚ୍ଚ ଥିବା ତୁମ୍ବାକାର ମାଟି ନିର୍ମିତ ତିନିଗୋଟି ହାଣ୍ଡି ରଖାଯାଏ। କିନ୍ତୁ ପ୍ରତ୍ୟେକ ହାଣ୍ଡି ସମାନ ମାପର ହୋଇ ନ ଥାଏ। ପୂର୍ବରୁ ପାଣିଆ ଆପଟ ସେବକମାନେ ସିଂହଦ୍ୱାର ଛାଉଣୀ ମଠ ସମ୍ମୁଖସ୍ଥ କୂପରୁ ଗରାରେ ଜଳ କାଢି ରଥ ଉପରକୁ ବୋହି ନେଇ ବଡ଼ ପିତ୍ତଳ ହଣ୍ଡାରେ ରଖିଥାନ୍ତି। କୂପରୁ ଜଳ ବୋହିବା ସମୟରେ ମନ୍ଦିର ଚର୍ଚ୍ଚା ଓ ବରକନ୍ଦାଜ କର୍ମଚାରୀମାନେ ଆଗରେ ଗୁଆ ଖୋଳପା ଧରି ଲୋକଙ୍କୁ ଆଡ଼େଇଥାନ୍ତି, ଯେପରି କେହି ପବିତ୍ର ଜଳକୁ ସ୍ପର୍ଶ କରିପାରିବେ ନାହିଁ। ଅଧରପଣା ଭୋଗ ହେବା ପୂର୍ବରୁ ମହାସୁଆରମାନେ ଥାଇ ଭିତରଚ୍ଛ, ତଳିଚ୍ଛ ଓ ପାଳିଆ ପୁଷ୍ପାଳକ ଅଧର ଆଗରେ ଖଣ୍ଡେ ନୂଆ ଗାମୁଛା ଟେରା ଧରିଥାନ୍ତି। ଅଧରପଣା ହାଣ୍ଡି ଉପରେ ଖଣ୍ଡେ ଲେଖାଏ ଧଳା କରିଆ (ଜାଲି କନା) ପକାଯାଏ। ପବିତ୍ର ଜଳକୁ ଛାଣିବା ଉଦ୍ଦେଶ୍ୟରେ ଏହା ପକାଯାଇଥାଏ। ମହାସୁଆରମାନେ ପ୍ରତି ରଥ ଉପରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥାନ୍ତି। ଏହାକୁ ପତ୍ରୀବଡୁ, ସୁଆରବଡ଼ୁ, ଗରାବଡ଼ୁ ପାଳିଆ ସେବକ ତିନିରଥ ଉପରେ ପୂଜାର୍ଚ୍ଚନା କରନ୍ତି। ଏହାପରେ ପାଳିଆ ପୂଜାପଣ୍ଡା ପଞ୍ଚୋପଚାରରେ ଭୋଗ ଲଗାଇଥାନ୍ତି। ଭୋଗ ହେବା ପରେ ଠାକୁରମାନଙ୍କ ସମ୍ମୁଖରେ ପ୍ରପାନକପୂର୍ଣ୍ଣ ଏହି ପାତ୍ରମାନଙ୍କୁ ଭାଙ୍ଗି ଦିଆଯାଏ। ଜନଶ୍ରୁତିରୁ ଜଣାଯାଏ ତିନିରଥ ଉପରେ ଠାକୁରମାନଙ୍କୁ ଅର୍ପିତ ଅଧରପଣା ଭୋଗ ରଥର ପାର୍ଶ୍ୱ ଦେବଦେବୀ, ଅନ୍ୟାନ୍ୟ ଚଣ୍ଡୀ ଚାମଣ୍ଡା ଓ ଅଶରୀରୀମାନଙ୍କ ପାଇଁ ଉଦ୍ଦିଷ୍ଟ। କାରଣ ସଚରାଚର ବିଶ୍ୱ ବ୍ରହ୍ମାଣ୍ଡର ହିତ ସାଧନ ନିମନ୍ତେ ମହାପ୍ରଭୁ ନବଦିନାତ୍ମକ ଯାତ୍ରା କରିଥାନ୍ତି। ଏହି ଚଣ୍ଡୀ ଚାମଣ୍ଡା ପ୍ରଭୃତିଙ୍କ ପାଇଁ ସମର୍ପଣର ପ୍ରଥା ନାହିଁ। ଏଣୁ ଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ସେମାନଙ୍କୁ ତୃପ୍ତ କରିବା ପାଇଁ ଏଭଳି ବିଧାନ ବହୁ ପ୍ରାଚୀନ କାଳରୁ ରହିଆସିଛି। ଏଥିପାଇଁ ଅଧରପଣା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ। ଏହି କାରଣରୁ ସାଧାରଣତଃ ଅନ୍ୟ କେହି ଏହି ଅମୃତୋପମ ପଣାକୁ ସେବନ କରି ନ ଥାନ୍ତି ବୋଲି ଡ. ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ଏଥର ବି ଝୁଲି ରହିଲା କଟକର ୨ ଆସନ

ଭୁବନେଶ୍ୱର,୧୬।୪: ଓଡ଼ିଶାରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ଭାଜପା)। ଏଥର...

ସାଙ୍ଗରେ ପ୍ରଚାର କରୁଛନ୍ତି ଅରୂପ, ରୁଦ୍ର

ପୁରୀ,୧୬।୪: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନେତାଙ୍କ ପ୍ରଚାର ମଧ୍ୟ ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ସୋମବାର ପୁରୀ ନିର୍ବାଚନମଣ୍ଡଳୀରେ ପ୍ରଚାରକୁ...

ଭାଜପା ପ୍ରାର୍ଥୀ ତାଲିକାରେ ଆଉ ୨୧ ଜଣଙ୍କ ନାଁ: ୨ଟି ସ୍ଥାନରେ ବଦଳିଲେ ପ୍ରାର୍ଥୀ

ଭୁବନେଶ୍ୱର,୧୬।୪: ମଙ୍ଗଳବାର ଭାଜପା ଆଉ ୨୧ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ୨ ବିଧାନସଭା ପ୍ରାର୍ଥୀଙ୍କୁ ଭାଜପା ବଦଳାଇଛି। ରଣପୁର ଏବଂ ପଟାଙ୍ଗୀ...

ଭାଜପା ପ୍ରାର୍ଥୀ ତାଲିକା: ରାଉଲକେଲାରୁ ଲଢିବେ ଦିଲ୍ଲୀପ ରାୟ

କରିଛି। ରାଉଲକେଲାରୁ ଭାଜପା ଦିଲ୍ଲୀପ ରାୟଙ୍କୁ ଟିକେଟ୍‌ ଦେଇଛି। ଦିଲ୍ଲୀପ ରାୟ ଭାଜପାରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ସାରଦା ପ୍ରସାଦ ନାୟକଙ୍କୁ ଟିକେଟ୍‌ ଦେଇଛି।...

ଘୋଷଣା ହେଲା ଭାଜପା ବିଧାନସଭା ପ୍ରାର୍ଥୀ ତାଲିକା, ଜାଣନ୍ତୁ କେଉଁଠୁ କିଏ ପାଇଲେ ଟିକେଟ୍‌

ଭୁବନେଶ୍ୱର,୧୬।୪: ମଙ୍ଗଳବାର ଭାଜପା ଆଉ ୨୧ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ରାଉଲକେଲାରୁ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ରାୟ। ସେହିପରି ପାଟଣାରୁ ଅଖିଲ ଚନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri