ରାଜ୍ୟ

ଭିମସାରରେ ୪ ନମୂନା ନେଗେଟିଭ୍‌

ସମ୍ବଲପୁର,୪।୪(ବ୍ୟୁରୋ): ବୁର୍ଲା ଭିମସାରେ ଭର୍ତ୍ତି ହୋଇଥିବା ୪ସନ୍ଦିଗ୍ଧଙ୍କ ରକ୍ତ ନମୂନା ପରୀକ୍ଷା ରିପୋର୍ଟ ଶନିବାର ଆସିଛି। ସମସ୍ତ ରିପୋର୍ଟ ନେଗେଟିଭ୍‌ ଆସିଥିବା ଜଣାପଡ଼ିଛି। ୪ସନ୍ଦିଗ୍ଧଙ୍କ ମଧ୍ୟରୁ ୨ଜଣ ହୀରାକୁଦ ଓ ୨ଜଣ ବୁର୍ଲା ଅଞ୍ଚଳର ବୋଲି ସୂଚନା ରହିଛି। ଦିଲ୍ଲୀ ନିଜାମୁଦ୍ଦିନରୁ…

ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳରୁ ଖସି ଆସିଥିବା ୬ ଜଣଙ୍କୁ ଧରିଲା ପୋଲିସ

ଦିଗପହଣ୍ଡି,୪|୪(ଡିଏନଏ):ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳକୁ ପୋଲିସ ପ୍ରଶାସନ ସଂପୂର୍ଣ୍ଣ ସିଲ କରିଥିବା ବେଳେ ପୂର୍ବରୁ ସେଠାରେ ରହୁଥିବା ୬ଜଣ ବ୍ୟକ୍ତି ଏକ ଡାଲା ଅଟୋରେ ତାରପୋଲିନ ଢାଙ୍କି କୌଶଳ କ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳକୁ ଚାଲି ଆସିଥିବା ଥାନା ଅଧିକାରୀ ବସନ୍ତ…

ଡାକ୍ତର, ନର୍ସଙ୍କ ପାଇଁ ବୈଧ, ସଟ୍ ଡାଉନରେ କାମ କରିବ ଲକ୍ ଡାଉନ ପାସ୍

କଟକ ଅଫିସ,୪। ୪- କଟକ ଏବଂ ଭୁବନେଶ୍ୱର ସହରରେ ସଟ୍ ଡାଉନକୁ କଡାକଡି ପାଳନ କରାଯାଉଛି। ତେବେ ଲକଡାଉନ ସମୟରେ ଯିବା ଆସିବା ପାଇଁ ପୋଲିସ ପକ୍ଷରୁ କେତେକ ସ୍ୱତନ୍ତ୍ର ପାସ ଜାରି କରାଯାଇଥିଲା। କିନ୍ତୁ ସଟ୍ ଡାଉନ ସମୟରେ ସମସ୍ତ…

ମହଙ୍ଗା ପଡ଼ିଲା ସଟ୍ ଡାଉନ ବେଳେ ବାହାରେ ବୁଲିବା : ଭୁବନେଶ୍ୱରରେ ୪୫,ଭଦ୍ରକ ରେ ୯ ଜଣଙ୍କୁ ବାଧ୍ୟତାମୂଳକ କ୍ୱାରାନଟାଇନ ରେ ପଠାଇଲା ପୋଲିସ୍, ୧୯ଙ୍କ ନାମରେ ମାମଲା

ଭୁବନେଶ୍ୱର, ୪। ୪(ବ୍ୟୁରୋ ): ସମଗ୍ର ବିଶ୍ଵରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ଇତି ମଧ୍ୟରେ ୨୦ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏଣୁ ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ସରକାର ତିନୋଟି…

୨୬୧ କୋଚରେ ଆଇସୋଲେଶନ ୱାର୍ଡ ପ୍ରସ୍ତୁତ କରୁଛି ପୂର୍ବତଟ ରେଳପଥ

ଭୁବନେଶ୍ୱର,୪।୪: କରୋନା ବିରୋଧୀ ଲଢେଇରେ ପୂର୍ବତଟ ରେଳପଥ ଏହାର ଯୋଗଦାନ ରଖିଛି। ମୋଟ ୨୬୧ କୋଚ୍ ମଧ୍ୟରୁ ରେଳପଥ ପକ୍ଷରୁ ଭୁବନେଶ୍ୱର କୋଚିଂ ଡିପୋରେ ୪୬ କୋଚକୁ ଆଇସୋଲେଶନ ୱାର୍ଡରେ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ହୋଇଛି। ସେହିଭଳି ଏହା ମାସ୍କ ଏବଂ…

ଭିକାରି ଓ ଭୋକିଲାଙ୍କୁ ରନ୍ଧା ଖାଦ୍ୟ

ଭଦ୍ରକ ଅଫିସ, ୪।୪: ୪୮ ଘଣ୍ଟିଆ ଶଟଡାଉନ ସମୟରେ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି। ପୌରପାଳିକା ପକ୍ଷରୁ ନିକଟରେ ବନ୍ତ ଛକ ବସ ଷ୍ଟାଣ୍ଡ ପୋଲ ତଳୁ ଉଦ୍ଧାର କରାଯାଇଥିବା ଭିକାରି, ଭୋକିଲା, ଅସ୍ଥାୟୀ ଶିବିର ରେ ଥିବା…

ବିଶୋଧନ ହେଲା ଭଦ୍ରକ ସହର

ଭଦ୍ରକ ଅଫିସ , ୪।୪- ଭଦ୍ରକରେ ଗତକାଲି ୨ଜଣ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେବାପରେ ଜିଲ୍ଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ରେ ପହଞ୍ଚିଛି ।ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ ଟ୍ୱିଟ୍ କରି ଜଣାଇଛନ୍ତି ଯେ, ଗତକାଲିଠାରୁ ଭଦ୍ରକ ପୌରାଞ୍ଚଳରେ…

ନିଜ୍ଜାମୁଦ୍ଦୀନ ଫେରନ୍ତା ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ: ୧୦୪ କୁ ତୁରନ୍ତ କଲ୍ କରନ୍ତୁ, ୨୪ ଘଣ୍ଟା ମଧ୍ୟରେ ଟେଷ୍ଟ ପାଇଁ ଆଗେଇ ଆସନ୍ତୁ

ଭୁବନେଶ୍ୱର, ୪। ୪(ବ୍ୟୁରୋ ): କରୋନା ମହାମାରୀ ସହ ମୁକାବିଲା କରିବାକୁ ହେଲେ ସଚେତନ ହେବା ଜରୁରୀ l ଏହାର ସଂକ୍ରମଣ କୁ ରୋକିବା ଦିଗରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ…

ହୋମ କ୍ୱାରାଣ୍ଟାଇନରେ 25266 ବିଦେଶ, ଅନ୍ୟ ରାଜ୍ୟ ଫେରନ୍ତା

ଛତ୍ରପୁର,୪।୪(ଡି.ଏନ୍‌.ଏ.)- କରୋନା ଭୂତାଣୁ ପ୍ରତିହତ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲାକୁ ବିଦେଶ ଓ ଅନ୍ୟ ରାଜ୍ୟରୁ ଫେରିଥିବା ବହିରାଗତଙ୍କ ମଧ୍ୟରୁ ବର୍ତ୍ତମାନ 25 ହଜାର 266 ଜଣ ହୋମ୍ କ୍ୱାରାଣ୍ଟାଇନରେ ଅଛନ୍ତି। ସେଥିମଧ୍ୟରେ 415 ଜଣ ବିଦେଶରୁ ଫେରିଥିବାବେଳେ 24 ହଜାର 851…

ଭୋକ ଉପାସରେ ବୁଲୁଛନ୍ତି ଅସହାୟ ବୃଦ୍ଧ

ଅତାବିରା,୪।୪(ଡିଏନଏ)- ବରଗଡ଼ ଜିଲା ଗୋଡଭଗା-ତୁରୁମ ରାସ୍ତାର ଉଦେପୁର ଛକରେ ଜଣେ ଅସହାୟ ବୃଦ୍ଧ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି। କିଛି କହିପାରୁ ନଥିବା ଯୋଗୁଁ ତାଙ୍କ ପରିଚୟ ମିଳି ପାରି ନ ଥିବାବେଳେ ସେ ଜଣେ ମାନସିକ ରୋଗୀ ହୋଇଥିବେ ବୋଲି…

ଗଞ୍ଜାମ ବ୍ଲକ କୁ ମୁସଲମାନ ପଶିଆସିଥିବା ଆଶଙ୍କା:ସୂଚନା ପାଇଲେ ପ୍ରଶାସନ କୁ ଜଣାଇବା ପାଇଁ ଅନୁରୋଧ

ଗଞ୍ଜାମ ୪ ।୪(ଡିଏନଏ )ଗତ କାଲି ଅର୍ଥାତ ଶୁକ୍ରବାର ବିଳମ୍ବିତ ରାତିରେ କିଛି ମୁସଲମାନ ସମ୍ପ୍ରଦାୟ ବ୍ୟକ୍ତି ଗଞ୍ଜାମ ବ୍ଲକ ଅଂଚଳ କୁ ପଶିଆସିଥିବା ପ୍ରଶାସନ ଅନୁମାନ କରିଛି l ଏଥିପାଇଁ ତହସିଲଦାର ଅବନୀ କୁମାର ସାହୁ ସରପଞ୍ଚ, ଅଙ୍ଗନବାଡ଼ି କର୍ମୀ…

ରିଲିଫ ପାଣ୍ଠିକୁ ୩ ମାସର ଦରମା ଦେଲେ ଜିଲା ପରିଷଦ ଅଧ୍ୟକ୍ଷା

ପାପଡ଼ାହାଣ୍ଡି,୪।୪(ଡି.ଏନ୍.ଏ.): କରୋନା ମୁକାବିଲା ଲାଗି ସହାୟତାର ହାତ ବଢ଼ାଇଛନ୍ତି ନବରଙ୍ଗପୁର ଜିଲା ପରିଷଦ ଅଧ୍ୟକ୍ଷା ଭଗବତି ଭତରା। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସେ ନିଜର ତିନି ମାସର ଦରମା ବାବଦକୁ ୨୨,୫୦୦ ଟଙ୍କା ଚେକ୍ ଆକାରରେ ନବରଙ୍ଗପୁର ଜିଲାପାଳ ଡ. ଅଜିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri