୧୭ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩।୭(ବ୍ୟୁରୋ): ଉପକୂଳ ଓଡିଶା ଏବଂ ଏହାର ଆଖପାଖ ଅଞ୍ଚଳରେ ସମୁଦ୍ରପତ୍ତନ ଠାରୁ ୩.୬ କି.ମି ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଏଥିସହିତ ଅନ୍ୟ ଏକ ଘୂର୍ଣ୍ଣିବଳୟ ପୂର୍ବ ଉତ୍ତର ପ୍ରଦେଶ ଉତ୍ତର ଏବଂ ଏହାର ଆଖପାଖ ଅଞ୍ଚଳରେ ଘେରି ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ,ରାୟଗଡା, ନବରଙ୍ଗପୁର, ଗଜପତି, ଗଞ୍ଜାମ, କନ୍ଧମାଳ, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଏବଂ ଯାଜପୁର ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ପାଣିପାଗ ବିଭାଗ ପକ୍ଷରୁ ଏଲୋଓ୍ବାର୍ଣ୍ଣିଂ ଜାରି କରାଯାଇଛି। ୬ ତାରିଖ ଯାଏ ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଗତ ୪୮ ଘଣ୍ଟା ମଧ୍ୟରେ ବାଲେଶ୍ୱରରେ ୩୨.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ତାଳଚେର ୨୭, ମାଲକାନଗିରି ୬.୪, ନୟାଗଡ ୪୩ ଏବଂ ପାରାଦୀପରେ ୭.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଜିଲାରେ ବନ୍ୟା: ୯ ବ୍ଲକର ୧,୩୩,୧୨୧ ଲୋକ ପ୍ରଭାବିତ, କଣାସ ବ୍ଲକରେ ସର୍ବାଧିକ ଘର କ୍ଷତି

ପୁରୀ ଅଫିସ/କଣାସ (ସ୍ବ.ପ୍ର.), ୬।୯: ପୁରୀ ଜିଲାରେ ବନ୍ୟା ସ୍ଥିତିରେ ସୁଧାର ଆସିଛି। ଜିଲା ମଧ୍ୟ ଦେଇ ପ୍ରବାହିତ କୁଶଭଦ୍ରା, ଭାର୍ଗବୀ, ରତ୍ନଚିରା, ଲୁଣା, ମକରା,...

ଜାନୁୟାରୀ ୨୦ରୁ ଭୁବନେଶ୍ୱର-ସୁରଟ ବିମାନ ସେବା

ଭୁବନେଶ୍ୱର, ୨୩ା୧୧(ବ୍ୟୁରୋ): ଆସନ୍ତା ବର୍ଷ ଜାନୁଆରୀ ୨୦ରୁ ଭୁବନେଶ୍ୱର-ସୁରଟ ମଧ୍ୟରେ ଏୟାର ଇଣ୍ଡିଆ ନୂଆ ବିମାନ ଚଳାଚଳ କରିବ। ଏ ନେଇ ଭୁବନେଶ୍ୱର ଏମ୍‌ପି ଅପରାଜିତା...

ଚାଷୀଙ୍କୁ ନେଇ ହରଡ଼ଘଣାରେ କୃଷିମନ୍ତ୍ରୀ: ୨୦୦୧ରୁ ୧୧ ମଧ୍ୟରେ କୃଷକ ସଂଖ୍ୟା ସରକାରଙ୍କୁ ଜଣାନାହିଁ

ଭୁବନେଶ୍ୱର,୨୬।୬(ବ୍ୟୁରୋ): କୃଷି ଓ କୃଷକକୁ ନେଇ ବୁଧବାର ବିଧାନସଭାର ପ୍ରଶ୍ନ କାଳରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କୁ ଘେରିଥିଲେ।...

ଇସ୍କନ ବିରୋଧରେ ପଦକ୍ଷେପ ନିଆଯିବ: ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର (ବ୍ୟୁରୋ)/ପୁରୀ ଅଫିସ, ୪।୨: ମୁମ୍ବାଇରେ ଅନୁଷ୍ଠିତ ଅଦିନିଆ ରଥଯାତ୍ରାକୁ ନେଇ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଶେଷକରି ମହାପ୍ରଭୁଙ୍କ ଲୀଳାସ୍ଥଳ ଶ୍ରୀକ୍ଷେତ୍ରରେ ଏହାର...

ପଡ଼ୋଶୀ ଜିଲା ଅଧୀନରେ ଯାଜପୁରର ୧୨ ରାସ୍ତା

ଯାଜପୁର ଅଫିସ୍‌, ୨୦ା୮: ଯାଜପୁର ଜିଲା ଗଠନକୁ ଇତିମଧ୍ୟରେ ୨୭ ବର୍ଷ ଅତିକ୍ରାନ୍ତ ହୋଇସାରିଛି। ରାଜନୈତିକ ମାନଚିତ୍ରରେ ଏହା ଏକ ସ୍ବତନ୍ତ୍ର ମାନ୍ୟତା ପାଇଛି। କିନ୍ତୁ...

ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ: ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଗୁରୁତ୍ୱ

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ ନିଯୁକ୍ତିର ବିପୁଳ ସୁଯୋଗ ରହିଛି। ଟୁରିଜମ୍‌ ଓ ଟ୍ରାଭେଲ ଇଣ୍ଡଷ୍ଟ୍ରିରୁ ହୋଟେଲ ଏବଂ ଆମ୍ୟୁଜମେଣ୍ଟ୍‌ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ, ସବୁକ୍ଷେତ୍ରରେ...

ପ୍ଲାନେଟାରିୟମ୍‌ରେ ୧,୮୪୯ ପର୍ଯ୍ୟଟକ: ୧୨ ଦିନରେ ସର୍ବାଧିକ ଆୟ

ଭୁବନେଶ୍ୱର, ୨ା୧ (ବ୍ୟୁରୋ): ନୂଆବର୍ଷ ପାଇଁ ପଠାଣୀ ସାମନ୍ତ ପ୍ଲାନେଟାରିୟମ୍‌କୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆସିଛନ୍ତି। ବୁଧବାର ସକାଳ ୧୦ଟାରେୁ ରାତି ୭ଟା ମଧ୍ୟରେ ମୋଟ...

ମାଟି ଅତଡ଼ା ଧସି ଶ୍ରମିକଙ୍କ ମୃତ୍ୟୁ

ପୁରୁଣା ଭୁବନେଶ୍ୱର,୨୪ା୧୨(ଡି.ଏନ୍‌.ଏ.): ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ଜେମାଦେଇପୁର ସ୍କୁଲ ନିକଟରେ ଖୋଳାଯାଇଥିବା ଗାତରେ ମାଟି ଅତଡ଼ା ଧସି ସୋମବାର ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।...

Coronavirus Update


Archives

Model This Week

Why Dharitri