ରାଜ୍ୟ

ପଦୋନ୍ନତି ପରେ ବଦଳିଲେ ୨୨ ଏଏସ୍‌ପି

କଟକ ଅଫିସ,୩୦।୭: ରାଜ୍ୟ ଗୃହ ବିଭାଗ ସୋମବାର ୨୨ଜଣ ଡିଏସ୍‌ପିଙ୍କୁ ଅତିରିକ୍ତ ଏସ୍‌ପି ର଼୍ୟାଙ୍କ୍‌କୁ ପଦୋନ୍ନତି ଦେଇଛି। ପଦୋନ୍ନତି ପରେ ଏହି ୨୨ଜଣ ଏଏସ୍‌ପିଙ୍କୁ ବଦଳି କରାଯାଇଛି। ରାଜ୍ୟ ପୋଲିସ ଏଷ୍ଟାବ୍ଲିସ୍‌ମେଣ୍ଟ ବୋର୍ଡ଼ର ଅନୁମୋଦନ ପରେ ବୁଧବାର ଏନେଇ ରାଜ୍ୟ ପୋଲିସ…

ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୩୦।୭(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଶହ ଶହ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଗୁରୁବାର ପୁଣି କାରୋନାଜନିତ ଆଉ ୧୦ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ…

CORONAVIRUS UPDATE: ରାଜ୍ୟରେ ୩୦ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର, ୩୦।୭(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ କରୋନା ଭାଇରସ୍‌ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଯାହା ଏବେ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ରାଜ୍ୟରେ ଗୁରୁବାର ପୁଣି ୧୨୦୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ…

୫ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଆଇଏସ୍‌ଓ ମାନ୍ୟତା

ଭୁବନେଶ୍ୱର, ୩୦।୭(ବ୍ୟୁରୋ): ଉଚ୍ଚ ମାନର ସମନ୍ବିତ ଅଙ୍ଗନଓ୍ବାଡ଼ି ସେବା ପ୍ରଦାନକୁ ସୁନିଶ୍ଚିତ କରିବା ଓ ଭିତ୍ତିଭୂମି ନିର୍ମାଣରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍‌ର ୫ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଆଇଏସ୍‌ଓ ୯୦୦୧:୨୦୧୫ ମାନତା ମିଳିଛି। ୩ ଆଦର୍ଶ ଅଙ୍ଗନଓ୍ବାଡି…

ମାନସୀ ବଞ୍ଚାଇଲେ ୬ ହଜାର ଶ୍ରମିକଙ୍କ ଜୀବନ

ଭୁବନେଶ୍ୱର,୩୦।୭(ବ୍ୟୁରୋ): କରୋନା କଟକଣାରେ ରାଜ୍ୟ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବା ଲାଗି ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ହେଲେ ମାଲିକ ଓ ଠିକାଦାରଙ୍କ ନିକଟରେ ଏବେ ବି ହଜାର ହଜାର ଦାଦନ ବନ୍ଧା…

‘ଜୀବନ ରକ୍ଷା ପାଇଁ ସମ୍ବଳର ଅଭାବ ନାହିଁ’

ଭୁବନେଶ୍ୱର,୩୦।୭(ବ୍ୟୁରୋ): ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା ମହାମାରୀ, ପ୍ରତ୍ୟେକଙ୍କ ଜୀବନ ରକ୍ଷା କରିବା ସରକାରଙ୍କ ପ୍ରଥମ କର୍ତ୍ତବ୍ୟ। ହେଲେ ପ୍ରତି ଘରେ କିମ୍ବା ରାସ୍ତାରେ ରହି ସବୁ ସମୟରେ ସଚେତନ କରାଇବା ସରକାରଙ୍କ ପକ୍ଷେ ସମ୍ଭବ ନୁହେଁ। ଜୀବନ ରକ୍ଷା ପାଇଁ…

ବାୟୋ ଟଏଲେଟ୍‌ଯୁକ୍ତ ହେଲା ସମସ୍ତ ଟ୍ରେନ୍‌

ଭୁବନେଶ୍ୱର,୩୦।୭(ବ୍ୟୁରୋ): ପରିବେଶ ସ୍ବଚ୍ଛତା ଦିଗରେ ପୂର୍ବତଟ ରେଳପଥ ଏକ ନୂଆ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛି। ନିଜ ଅଧୀନରେ ଥିବା ସମସ୍ତ ଟ୍ରେନ୍‌କୁ ବାୟୋ ଟଏଲେଟ୍‌ଯୁକ୍ତ କରିଛି। ପୂର୍ବତଟ ରେଳପଥରେ ମୋଟ ୩୨୪୭ଟି କୋଚ୍‌ରେ ବର୍ତ୍ତମାନ ପରିବେଶ ଅନୁକୂଳ ବାୟୋଟଏଲେଟ୍‌ଗୁଡ଼ିକ ସଂଯୋଗ କରାଯାଇଛି।…

ନାଁକୁ ବାହ୍ୟ ମଳମୁକ୍ତ ଗ୍ରାମ: ୨୫ ପରିବାରରେ ନାହିଁ ପାଇଖାନା

ଖଇରା,୩୦।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ନନ୍ଦୁର ଗ୍ରାମ ପଞ୍ଚାୟତ ଅଧୀନ ମଠନୂଆଗାଁ ଗ୍ରାମକୁ ବାହ୍ୟ ମଳମୁକ୍ତ ଗ୍ରାମ ଭାବେ ସରକାର ଘୋଷଣା କରିଛନ୍ତି। ଏଥିସହ ଜିଲା ଜଳ ପରିମଳ ମିଶନ ତରଫରୁ ଜୁଲାଇ ୨୨ ତାରିଖରେ ଗ୍ରାମରେ ସୂଚନାଫଳକ ଲଗାଇ ଦିଆଯାଇଛି।…

ଥିଲେ ଶିଶୁଶ୍ରମିକ, ମାଟ୍ରିକ୍‌ ପାସ୍‌ ପରେ ବଢ଼ିଲା ସ୍ବପ୍ନ

ବାରିପଦା ଅଫିସ, ୩୦ା୭- ଦିନେ ସେମାନେ ଶିଶୁ ଶ୍ରମିକ ଥିଲେ। ହେଲେ ବୁଧବାର ମାଟ୍ରିକ୍‌ ପାସ୍‌ କରିବା ପରେ ଏବେ ତାଙ୍କ ମନରେ ଅନେକ ସ୍ବପ୍ନ ଉଙ୍କି ମାରିଛି। କିଏ ପାଠ ପଢ଼ି ଚାକିରି କରିବ ତ ଆଉ କିଏ ନିଜକୁ…

ବ୍ୟାରିକେଡ୍‌ରେ ସାନଘାଗରା

କେନ୍ଦୁଝର, ୩୦ା୭ (ସ୍ବ.ପ୍ର.)- ମନୋରମ ପର୍ଯ୍ୟଟନସ୍ଥଳ ସାନଘାଗରା ଦୀର୍ଘ ପ୍ରାୟ ୪ ମାସ ହେଲା ତାଲା ବନ୍ଦ ରହିଛି। ବର୍ଷତମାମ ଚଳଚଞ୍ଚଳ ରହୁଥିବା ଏହି ସ୍ଥାନଟି କରୋନା ଶଟ୍‌ ଡାଉନ ଓ ଲକଡାଉନ ପାଇଁ ଏବେ ଖାଁ ଖାଁ ହୋଇ ପଡ଼ିଛି।…

ଆଦିତ୍ୟ ଦାସ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି

କଟକ ଅଫିସ,୩୦।୭: ସାମାଜିକ କର୍ମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟ। ଏନେଇ ଗୁରୁବାର ଡିଜିପି ଅଭୟ ଟୁଇଟ କରି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ଜୁଲାଇ ୭ରେ ଆଦିତ୍ୟଙ୍କ…

ଭାଜପା ନେତାଙ୍କୁ ହତ୍ୟା ଘଟଣାରେ ମୁହଁ ଖୋଲିଲେ କଣ୍ଟାମାଳ ବିଧାୟକ

ବୌଦ୍ଧ,୩୦।୭(ସ୍ବ.ପ୍ର.) ବୌଦ୍ଧ ଜିଲା ଭାଜପା ଯୁବମୋର୍ଚ୍ଚା ସମ୍ପାଦକ ତଥା କଣ୍ଟାମାଳ ବ୍ଲକର ସିଆଲଝୁଲି ଗ୍ରାମର ଲୋକନାଥ ପ୍ରଧାନଙ୍କ ହତ୍ୟା ଘଟଣା ନେଇ ରାଜନୀତି ଜୋର ଧରିଛି। ମଙ୍ଗଳବାର ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ରବି ନାରାୟଣ ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?