ମାନସୀ ବଞ୍ଚାଇଲେ ୬ ହଜାର ଶ୍ରମିକଙ୍କ ଜୀବନ

ଭୁବନେଶ୍ୱର,୩୦।୭(ବ୍ୟୁରୋ): କରୋନା କଟକଣାରେ ରାଜ୍ୟ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବା ଲାଗି ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ହେଲେ ମାଲିକ ଓ ଠିକାଦାରଙ୍କ ନିକଟରେ ଏବେ ବି ହଜାର ହଜାର ଦାଦନ ବନ୍ଧା ପଡ଼ିଛନ୍ତି। ଓଡ଼ିଶାର ଜଣେ ଆଦିବାସୀ ଯୁବତୀଙ୍କ ସାହସ ଓ ଉପସ୍ଥିତ ବୁଦ୍ଧି ପାଇଁ ତାମିଲନାଡ଼ୁର ବିଭିନ୍ନ ଇଟାଭାଟିରେ ନାନା ନିର୍ଯାତନାର ଶିକାର ୬ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ନିଜ ଭିଟାମାଟିକୁ ଫେରି ଜୀବନ ବଞ୍ଚାଇଥିବା ଜଣାପଡିଛି। ଏମାନଙ୍କ ପାଇଁ ଦେବଦୂତ ସାଜିଥିବା ଯୁବତୀ ହେଲେ ବଲାଙ୍ଗୀରର ମାନସୀ ବରିହା। ଏବେ ତାଙ୍କୁ ସାରା ଦେଶରୁ ସାବାସି ମିଳିବାରେ ଲାଗିଛି।
ମାନସୀଙ୍କ ବୟସ ୧୯ବର୍ଷ। ରୋଗରେ ତାଙ୍କ ମା’ଙ୍କର ମୃତ୍ୟୁ ଘଟିଥିଲା। ତେବେ ମା’ଙ୍କ ଚିକିତ୍ସା ପାଇଁ ବାପା ଉଦ୍ଧାର ଆଣିଥିବା ୨୮ ହଜାର ଟଙ୍କା ଶୁଝିବାକୁ ମାନସୀ କିଛିଦିନତଳେ ତାମିଲନାଡ଼ୁର ତିରୁଭାଲୁରସ୍ଥିତ ଏକ ଇଟାବାଟିକୁ କାମ କରିବାକୁ ଯାଇଥିଲେ। ମାନସୀଙ୍କ ସହ ବଲାଙ୍ଗୀର, ନୂଆପଡ଼ା ଓ କଳାହାଣ୍ଡି ଜିଲାର ପ୍ରାୟ ୩୫୫ଜଣ ଶ୍ରମିକ ଦାଦନ ଖଟୁଥିଲେ। ଇଟାଭାଟି ମାଲିକ ଆଗୁଆ ଟଙ୍କାଦେଇ ସେମାନଙ୍କୁ କିଣିନେଇଯାଇଥିବାରୁ କେବଳ ଖାଇବା ପାଇଁ ଦିନକୁ ମାତ୍ର ୩୦ଟଙ୍କା ଦେଉଥିଲେ। ହେଲେ କରୋନା ଲକ୍‌ଡାଉନ୍‌ ପରେ ସେତକ ବି ମିଳି ନ ଥିଲା। ଫଳରେ ସେମାନେ ଭୋକ ଉପାସରେ ଦିନ କାଟୁଥିଲେ। ଘରକୁ ଫେରିବାକୁ ବାହାରିବାରୁ ଭାଟି ମାଲିକ ଛାଡ଼ି ନ ଥିଲେ। ମାଲିକ ଓ ସହଯୋଗୀଙ୍କ ଆକ୍ରମଣରେ ମହିଳା ଓ ଶିଶୁଙ୍କୁ ମିଶାଇ ବହୁ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ କେତେଜଣ ଶ୍ରମିକ ଛଟପଟ ହେଉଥିବାବେଳେ ମାନସୀ ସାହସ ଜୁଟାଇ ଉପସ୍ଥିତ ବୁଦ୍ଧି ଖଟାଇ ଏକ ନିରୋଳା ସ୍ଥାନକୁ ଯାଇ ଫୋନ୍‌ରେ ଜଣେ ସମ୍ପର୍କୀୟଙ୍କୁ ଜଣାଇବା ସହ ଆହତଙ୍କ ଭିଡିଓ ଓ ଫଟୋ ହ୍ବାଟ୍‌ସଆପ୍‌ରେ ଛାଡ଼ି ଉଦ୍ଧାର ପାଇଁ ନିବେଦନ ଥିଲେ। ଏହାପରେ ଏକ ସ୍ବେଚ୍ଛାସେବୀ ସଂଗଠନ ସହାୟତାର ହାତ ବଢ଼ାଇଥିଲା। ତିରୁଭାଲୁର ପ୍ରଶାସନକୁ ଘଟଣା ସମ୍ପର୍କରେ ଜଣାଇବା ପରେ ସ୍ଥାନୀୟ ଅଧିକାରୀମାନେ ତୁରନ୍ତ ଇଟାଭାଟିରେ ପହଞ୍ଚତ୍ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏପରି କି ଇଟାଭାଟି ମାଲିକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ମଧ୍ୟ ହୋଇଥିଲା। ଏଥିସହ ନିକଟସ୍ଥ ୩୦ ଇଟାଭାଟିରେ ଚଢାଉ କରାଯାଇ ୬୭୫୦ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ସେମାନଙ୍କ ରାଜ୍ୟକୁ ପଠାଇ ଦିଆଯାଇଥିଲା। ଏମାନଙ୍କ ମଧ୍ୟରେ ବିହାର, ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶର ଶ୍ରମିକ ରହିଥିବାବେଳେ ଅଧିକାଂଶ ଓଡ଼ିଶାର ଥିଲେ। କେବଳ ମାନସୀଙ୍କ ପାଇଁ ଏହା ସମ୍ଭବ ହୋଇପାରିଥିଲା।

‘ମାନବ ଚାଲାଣ ଉପରେ ସରକାର ପଦକ୍ଷେପ ନିଅନ୍ତୁ’

ରାଜ୍ୟରେ ଅଣକୁଶଳୀ ଓ ଦାଦନ ଶ୍ରମିକମାନେ ସର୍ବାଧିକ ହ୍ୟୁମାନ ଟ୍ରାଫିକିଂ ବା ମାନବଚାଲାଣ ଶିକାର ହେଉଛନ୍ତି। ଏହା ସମଗ୍ର ଦେଶରେ ଏକ ସୁଚିନ୍ତିତ ଅପରାଧରେ ପରିଣତ ହେଲାଣି। କୋଭିଡ୍‌-୧୯ ଲକ୍‌ଡାଉନ୍‌ ଯୋଗୁ ଲୋକେ ଧାର ଉଦ୍ଧାରକରି ଗୁଜୁରାଣ ମେଣ୍ଟାଉଥିବାରୁ ଆଗାମୀ ଦିନରେ ଏହି ସମସ୍ୟା ଆହୁରି ବୃଦ୍ଧିପାଇବ। ବିଶେଷକରି ଶିଶୁ ଓ କିଶୋରମାନେ ଏଥିରେ ଅଧିକ ଶିକାର ହେବେ। ତେଣୁ ସରକାର ଏବେଠାରୁ ଏ ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ଇଣ୍ଟରନ୍ୟାଶନାଲ ଜଷ୍ଟିସ୍‌ ମିଶନର ଓଡ଼ିଶା ପ୍ରକଳ୍ପ ନିର୍ଦ୍ଦେଶକ ନୀନୁ ଥୋମାସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri