ରାଜ୍ୟ

ମେ ୧ରୁ ୧୦୬ ସହରାଞ୍ଚଳରେ ‘ଓ୍ବାନ୍‌ ନେଶନ, ଓ୍ବାନ୍‌ ରାଶନ’

ଭୁବନେଶ୍ୱର,୫ା୩(ବ୍ୟୁରୋ): ଆସନ୍ତା ମେ ପହିଲାରୁ ରାଜ୍ୟର ୧୦୬ ସହରାଞ୍ଚଳରେ ଓ୍ବାନ୍‌ ନେଶନ, ଓ୍ବାନ୍‌ ରାଶନ ବ୍ୟବସ୍ଥା ଲାଗୁ ହେବ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ(ଏନ୍‌ଏଫଏସ୍‌ଏ) ଅଧୀନରେ ରାଶନ ପାଉଥିବା ସହରାଞ୍ଚଳ ହିତାଧିକାରୀ ଯେକୌଣସି ସହରରୁ ରାଶନ କାର୍ଡ ଦେଖାଇ ଚାଉଳ ଓ…

ଅନ୍ୟ ଟ୍ୟାଙ୍କରରେ ଭରାଗଲା ଗ୍ୟାସ୍‌

ବଇଣ୍ଡା, ୫ା୩(ଡି.ଏନ.ଏ.):  ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଥାନା କମରେଇ ନିକଟ ୫୫ନଂ. ଜାତୀୟ ରାଜପଥରେ ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ଏକ ପ୍ରୋପେନ ଗ୍ୟାସ୍‌ ବୋଝେଇ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌ ନେଇ ଯେଉଁ ଆତଙ୍କ ସୃଷ୍ଟି ହୋଇଥିଲା। ବୁଧବାର ଅପରାହ୍ନରେ ତାହାର…

ଯୁବକଙ୍କ ଶରୀରରୁ ବାହାରିଲା ୧୨କେଜିର ଟ୍ୟୁମର

ଭୁବନେଶ୍ୱର,୫ା୩ (ବ୍ୟୁରୋ): ଜଣେ ୨୯ ବର୍ଷୀୟ ଯୁବକଙ୍କ ଶରୀରରୁ ବାହାରିଛି ୧୨ କିଲୋ ଗ୍ରାମର ଏକ ବିରଳ ଜେନେଟିକ୍‌ ଟ୍ୟୁମର୍‌। ଦୀର୍ଘ ୩ ଘଣ୍ଟାର ଅସ୍ତ୍ରୋପଚାର ପରେ ଚନ୍ଦ୍ରକାନ୍ତ ଶର୍ମା ନାମକ ଜଣେ ରୋଗୀଙ୍କ ଦେହରୁ ନ୍ୟୁରୋଫାଇବ୍ରୋମାଟୋସିସ୍‌ ଟାଇପ୍‌-୧ (ଏନ୍‌ଏଫ୍‌୧) ଟ୍ୟୁମର୍‌…

ଭିମ୍‌ସାରରେ ସ୍ବାଇନଫ୍ଲୁ ରୋଗୀ

ସମ୍ବଲପୁର,୫ା୩(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଭିମ୍‌ସାରରେ ସୁନ୍ଦରଗଡ଼ର ଜଣେ ସ୍ବାଇନଫ୍ଲୁ ରୋଗୀ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ସ୍ବତନ୍ତ୍ର ବିଭାଗରେ ଚିକିତ୍ସା କରାଯାଉଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୁଦର୍ଶନ ପୋଥାଳ କହିଛନ୍ତି ଯେ, ସ୍ବାଇନଫ୍ଲୁ ପାଇଁ…

ସରକାରୀ ବିଏଡ୍‌ କଲେଜ ବନ୍ଦ ନିର୍ଦ୍ଦେଶ ପରେ ତତ୍ପରତା

ଭୁବନେଶ୍ୱର,୫ା୩(ବ୍ୟୁରୋ): ରାଜ୍ୟରେ ଥିବା ୧୪ଟି ସରକାରୀ ବିଏଡ୍‌ କଲେଜ ବନ୍ଦ କରିବାଦେବା ଲାଗି ଏନ୍‌ସିଟିଇ (ନ୍ୟାଶନାଲ୍‌ କାଉନ୍‌ସିଲ ଫର୍‌ ଟିଚର ଏଜୁକେଶନ) କମିଟି ୨ ମାସ ତଳୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିସାରିଛି। ଏହି ସମସ୍ତ କଲେଜ ଆସନ୍ତା ବର୍ଷରୁ ଆଉ…

ଲୋକଙ୍କ ଆଶା ପୂରଣ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫ା୩(ବ୍ୟୁରୋ): ଗଣତନ୍ତ୍ରରେ ଲୋକମାନେ ପ୍ରକୃତ ମାଲିକ। ସେମାନେ ଭୋଟ ଦେଇ ଜନପ୍ରତିନିଧି ବାଛିଥାନ୍ତି। ତେଣୁ ସେମାନଙ୍କ ଆଶା ପୂରଣ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଲୋକ ସେବା ଭବନରେ ବୁଧବାର ଆୟୋଜିତ ‘ମୋ ସରକାର’ କାର୍ଯ୍ୟକ୍ରମ…

ଆଜି ବିଜୁ ଜୟନ୍ତୀ, ପଞ୍ଚାୟତିରାଜ ଦିବସ

ଭୁବନେଶ୍ୱର,୫ା୩(ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମଦିବସକୁ ଗୁରୁବାର ବିଜେଡି ପକ୍ଷରୁ ସମଗ୍ର ରାଜ୍ୟରେ ପାଳନ କରାଯିବ। ବିଜୁ ଜୟନ୍ତୀକୁ ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସ ଭାବେ ପାଳନ କରିଆସୁଛନ୍ତି। ଭୁବନେଶ୍ୱର ସ୍ଥିତ ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ବିଜୁ…

ମଧୁସୂଦନ ଲ’ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭୁବନେଶ୍ୱର, ୫ା୩(ବ୍ୟୁରୋ): କଟକ ମଧୁସୂଦନ ଲ’ କଲେଜ ବିଶ୍ୱବିଦ୍ୟାଳୟ ମାନ୍ୟତା ହାସଲ କରିଛି। କଲେଜ ବଦଳରେ ‘ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ’ରେ ପରିଣତ ହୋଇଥିବା ନେଇ ବୁଧବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଶ୍ୱବିଦ୍ୟାଳୟ ଅଧୀନରେ କେବଳ…

ତାଗିଦ ସତ୍ତ୍ୱେ ମାନୁନି ଇସ୍କନ: ମଥୁରାରେ ଅଦିନିଆ ରଥଯାତ୍ରା ନେଇ ଚର୍ଚ୍ଚା

ପୁରୀ ଅଫିସ,୫।୩: ବାରମ୍ବାର ତାଗିଦ ସତ୍ତ୍ୱେ ମାନୁନାହିଁ ଇସ୍କନ। ପୂର୍ବରୁ ମୁମ୍ବାଇ ଶିବାଜୀ ପାର୍କରେ ଅଦିନିଆ ରଥଯାତ୍ରା କରି ବିବାଦୀୟ ହୋଇପଡିଥିବା ଇସ୍କନ ଏବେ ନାମ ପରିବର୍ତ୍ତନ କରି ଅଦିନିଆ ରଥଯାତ୍ରା କରିବାକୁ ଯୋଜନା କରୁଥିବା ଆଶଙ୍କା କରାଯାଉଛି। ତେବେ ସୋସିଆଲ…

‘ପକ୍କାଘର ଯୋଗ୍ୟତା କାର୍ଡ’ ବଣ୍ଟନର ଶୁଭାରମ୍ଭ ଆଜି

ଭୁବନେଶ୍ୱର,୫ା୩(ବ୍ୟୁରୋ): ପକ୍କାଘର ପାଇବାକୁ ଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ରାଜ୍ୟ ସରକାର ‘ଯୋଗ୍ୟତା କାର୍ଡ’ ପ୍ରଦାନ କରିବେ। ଗୁରୁବାର ପଞ୍ଚାୟତିରାଜ ଦିବସରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଡ ବଣ୍ଟନ ଯୋଜନାର ଶୁଭାରମ୍ଭ କରିବେ। ଏହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ…

ବରଗଡ଼ରେ ଟୋକନ ସମସ୍ୟା, ଧାନ ବିକ୍ରି କରି ପାରୁନାହାନ୍ତି ଚାଷୀ: ପଦ୍ମପୁର-ନୂଆପଡ଼ା ରାସ୍ତା ଅବରୋଧ କଲେ

ବରଗଡ଼ ଅଫିସ,୫।୩- ବରଗଡ ଜିଲାରେ ଧାନବିକ୍ରିକୁ ନେଇ ଟୋକନ ସମସ୍ୟା ଦୂର ହୋଇନାହିଁ। କେତେକ ଚାଷୀଙ୍କୁ ଟୋକନ ମିଳିଥିବା ସତ୍ତ୍ବେ ଧାନ ବିକ୍ରି କରି ପାରି ନ ଥିବାବେଳେ ଅନେକ ଚାଷୀ ଟୋକନ ପାଇବାରୁ ବଞ୍ଚିତ ହୋଇ ଧାନ ବିକ୍ରି କରି…

ନିୟମିତ ହେଲେ ୪୪୯ ଚୁକ୍ତିଭିତ୍ତିକ ଶିକ୍ଷକ

ଭୁବନେଶ୍ୱର, ୫ା୩(ବ୍ୟୁରୋ): ରାଜ୍ୟରେ ହାଇସ୍କୁଲ ସ୍ତରରେ ନିଯୁକ୍ତି ପାଇଥିବା ୪୪୯ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନିୟମିତ କରାଯାଇଛି। ଏନେଇ ବୁଧବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଗତ ୨୦୧୧-୧୨ ଶିକ୍ଷାବର୍ଷରୁ ଚୁକ୍ତିଭିତ୍ତିକ ଶିକ୍ଷୟିତ୍ରୀ ଶିକ୍ଷକ ଭାବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri