ବାୟୋ ଟଏଲେଟ୍‌ଯୁକ୍ତ ହେଲା ସମସ୍ତ ଟ୍ରେନ୍‌

ଭୁବନେଶ୍ୱର,୩୦।୭(ବ୍ୟୁରୋ): ପରିବେଶ ସ୍ବଚ୍ଛତା ଦିଗରେ ପୂର୍ବତଟ ରେଳପଥ ଏକ ନୂଆ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛି। ନିଜ ଅଧୀନରେ ଥିବା ସମସ୍ତ ଟ୍ରେନ୍‌କୁ ବାୟୋ ଟଏଲେଟ୍‌ଯୁକ୍ତ କରିଛି। ପୂର୍ବତଟ ରେଳପଥରେ ମୋଟ ୩୨୪୭ଟି କୋଚ୍‌ରେ ବର୍ତ୍ତମାନ ପରିବେଶ ଅନୁକୂଳ ବାୟୋଟଏଲେଟ୍‌ଗୁଡ଼ିକ ସଂଯୋଗ କରାଯାଇଛି। ଏଥିମଧ୍ୟରୁ ୨୫୩୪ ଆଇସିଏଫ୍‌ କୋଚ୍‌ ଓ ୭୧୩ଟି ଏଲ୍‌ଏଚ୍‌ବି କୋଚ୍‌ ରହିଛି। ଏହି ବାୟୋଟଏଲେଟ୍‌ଗୁଡ଼ିକ ବ୍ୟାକ୍ଟେରିଆ ସହାୟତାରେ ମାନବ ପରିଶିଷ୍ଟକୁ ଜଳ ଓ ବାୟୋ ଗ୍ୟାସ୍‌ରେ ପରିଣତ କରିବ। ବାୟୋ ଟଏଲେଟ୍‌ର ଏହି ପ୍ରକ୍ରିୟା ରହିଯାଉଥିବା କଠିନ ଅପଶିଷ୍ଟର ପରିଚାଳନାରେ ସହାୟକ ହେବ। ଏହି ବାୟୋଟଏଲେଟ୍‌ଗୁଡ଼ିକ ଟ୍ରାକ୍‌କୁ କଳଙ୍କି ଲାଗିବାରୁ ମଧ୍ୟ ରକ୍ଷାକରିବ। ଏଥିସହ ରେଳପଥର ରକ୍ଷଣାବେକ୍ଷଣ ଖର୍ଚ୍ଚ ହ୍ରାସ କରିବା ସହ ଟ୍ରେନ୍‌ ପରିଚାଳନାରେ ନିରାପତ୍ତା ସୁଦୃଢ଼ କରିବ। ଭେଞ୍ଚୁରି ପଦ୍ଧତିରେ ନିର୍ମିତ ଏହି ଟଏଲେଟ୍‌ଗୁଡ଼ିକ ସମ୍ପୂର୍ଣ୍ଣଭାବେ ଦୂଷିତ ଗନ୍ଧମୁକ୍ତ ହେବ। ବାୟୋଟଏଲେଟ୍‌ଗୁଡ଼ିକର ଉପଯୁକ୍ତ ବ୍ୟବହାର ବିଷୟରେ ଯାତ୍ରୀମାନଙ୍କୁ ସଚେତନ କରିବା ପାଇଁ ସଚିତ୍ର ଗାଇଡ୍‌ ପ୍ରଦର୍ଶିତ ହୋଇଥିବା ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୃତିମ ସୂର୍ଯ୍ୟ ତିଆରି କରୁଛି ଚାଇନା, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମ୍ୟାଗନେଟ୍‌ର ପରୀକ୍ଷଣ ସଫଳ

ନୂଆଦିଲ୍‌ଲୀ,୨୮।୭: ପୃଥିବୀରେ ଶକ୍ତିର ସନ୍ଧାନ ମଧ୍ୟରେ ଚୀନ୍ ଏକ ବଡ଼ ସଫଳତା ହାସଲ କରିଛି। ଚୀନ୍ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍ ମ୍ୟାଗନେଟ୍ (Superconducting Fusion…

ଭଦ୍ରକରେ ବୁଧବାର ସମସ୍ତ ସ୍କୁଲ-ଅଙ୍ଗନବାଡ଼ି ଛୁଟି

ଭଦ୍ରକ,୨୮।୭: ପ୍ରବଳ ବର୍ଷା ଏବଂ ଖରାପ ପାଗକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଅର୍ଥାତ ବୁଧବାର ଜିଲାର…

ଟ୍ରେନ ଆଗକୁ ଡେଇଁ ପଡ଼ିଲେ ମହିଳା, ଆଉ ତା’ପରେ…

ବଲାଙ୍ଗୀର,୨୮।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଖୁଜେନପାଲି କବାଟପଡ଼ା ରେଳ ଲାଇନ୍‌ ନିକଟରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ରେଳବାଇ ପୋଲିସ ଉଦ୍ଧାର କରିଛି। ମହିଳାଙ୍କ ପରିଚୟ ମିଳି…

ଛାତ୍ର ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଗିରଫ ଛାତ୍ରଙ୍କୁ ମୁକ୍ତ କର…

ନୂଆଦିଲ୍‌ଲୀ,୨୮।୭: ମଙ୍ଗଳବାର, ସୁପ୍ରିମକୋର୍ଟ ଛାତ୍ର ପ୍ରଦର୍ଶନରେ ସାମିଲ ଥିବା ପ୍ରତିବାଦକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ବିଭିନ୍ନ ଆବେଦନର ଶୁଣାଣି ସମୟରେ, କୋର୍ଟ କହିଛନ୍ତି ଯେ ଦିଲ୍ଲୀର…

ବିପଦ ସଂକେତ ଉପରେ ବୁଢ଼ାବଳଙ୍ଗ: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ, ଏସ୍‌ପି

ବୈଶିଙ୍ଗା,୨୮।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ତଥା ବେତନଟୀ ବ୍ଲକ ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ପୋଲ ନିକଟରେ ମଙ୍ଗଳବାର ଦ୍ୱିପ୍ରହର ସୁଦ୍ଧା ଜଳସ୍ତର ବିପଦ…

ସଂସଦରେ ପ୍ରିୟଙ୍କାଙ୍କୁ କଟାକ୍ଷ କଲେ ରିଜିଜୁ; ‘ରାହୁଲଙ୍କ ଭାଷଣ ଚୋରି କରିଦେଲେ…

ନୂଆଦିଲ୍ଲୀ,୨୮।୭: ମଙ୍ଗଳବାର ଲୋକ ସଭାରେ ପେପର ଲିକ ବିରୋଧୀ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ କଂଗ୍ରେସ ଦଳ ପକ୍ଷରୁ ଭାଷଣ ଦେଇଥିଲେ।…

ପାଲଲହଡ଼ା-ବାଉଁଶଯୋଡ଼ା ବ୍ରିଜରେ ୫ ଫୁଟ ବନ୍ୟା ପାଣି

ଭୁବନେଶ୍ୱର,୨୮।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁ ପାଲଲହଡ଼ା-ବାଉଁଶଯୋଡ଼ା ନଦୀ ବ୍ରିଜ ଉପରେ…

ଅଚାନକ ଭାରତୀୟ କୋଚ୍‌ ଦେଲେ ଇସ୍ତଫା: କ୍ରିକେଟ ଜଗତରେ ହଇଚଇ, ଏମିତି ନିଷ୍ପତ୍ତି ନେଇ…

ମୁମ୍ବାଇ,୨୮।୭: ଅଚାନକ ଟିମ ଇଣ୍ଡିଆର ସହକାରୀ କୋଚ୍‌ ରୟାନ ଟେନ ଡୋଶେଟ (Ryan ten Doeschate) ନିଜ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁକେ (UK) ଗସ୍ତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri