‘ଜୀବନ ରକ୍ଷା ପାଇଁ ସମ୍ବଳର ଅଭାବ ନାହିଁ’

ଭୁବନେଶ୍ୱର,୩୦।୭(ବ୍ୟୁରୋ): ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା ମହାମାରୀ, ପ୍ରତ୍ୟେକଙ୍କ ଜୀବନ ରକ୍ଷା କରିବା ସରକାରଙ୍କ ପ୍ରଥମ କର୍ତ୍ତବ୍ୟ। ହେଲେ ପ୍ରତି ଘରେ କିମ୍ବା ରାସ୍ତାରେ ରହି ସବୁ ସମୟରେ ସଚେତନ କରାଇବା ସରକାରଙ୍କ ପକ୍ଷେ ସମ୍ଭବ ନୁହେଁ। ଜୀବନ ରକ୍ଷା ପାଇଁ ସମ୍ବଳର ଅଭାବ ନାହିଁ। ଏକାଠି ହୋଇ ମହାମାରୀ ବିରୋଧରେ ଲଢ଼ିବା ସମସ୍ତଙ୍କ ବ୍ୟକ୍ତିଗତ ଦାୟିତ୍ୱ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଧାୟକଙ୍କ ଉଦ୍ଦେଶ୍ୟରେ ବୁଧବାର ଆୟୋଜିତ କୋଭିଡ୍‌-୧୯ ସଚେତନତା କର୍ମଶାଳାକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କୋଭିଡ୍‌ ଯୋଦ୍ଧାଙ୍କ ମନୋବଳ ବଢ଼ାଇବା ସହ ରାଜ୍ୟବାସୀଙ୍କୁ ଏପରି ଆହ୍ବାନ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ କହିଲେ, କୋଭିଡ୍‌ ଯୋଦ୍ଧାମାନେ ମହାମାରୀ ବିରୋଧୀ ଲଢ଼େଇକୁ ମିଶନ ଭାବେ ଗ୍ରହଣ କରିଛନ୍ତି। ସେମାନେ ଦରମା ପାଇଁ ନୁହେଁ, ବରଂ ଲୋକଙ୍କ ଜୀବନ ରକ୍ଷା କରିବା ଲାଗି ଦିନରାତି ସେବା ଯୋଗାଇ ଚାଲିଛନ୍ତି। ଏମାନଙ୍କ ନିଃସ୍ବାର୍ଥପର ସେବା ପାଇଁ ରାଜ୍ୟର ୧୮ ହଜାର ରୋଗୀ କରୋନାରୁ ଆରୋଗ୍ୟ ଲାଭ କରିସାରିଲେଣି। ସେମାନଙ୍କ ତ୍ୟାଗ ଓଡ଼ିଶାବାସୀଙ୍କ ପାଇଁ ପ୍ରେରଣା। ଏହାକୁ ଓଡ଼ିଆ ଜାତି ସବୁଦିନ ମନେରଖିବ। କୋଭିଡ୍‌ ଯୋଦ୍ଧାଙ୍କ ମନୋବଳ ବଢ଼ାଇବା ଦିଗରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି।
ରାଜ୍ୟରେ କରୋନା ଚିକିତ୍ସା ସୁବିଧା ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅନ୍ୟ ରାଜ୍ୟରେ କୋଭିଡ୍‌ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଦାବି କରାଯାଉଥିବାବେଳେ ଓଡ଼ିଶା ସରକାର ରୋଗୀ ଚିକିତ୍ସା ଲାଗି ସବୁକିଛି ବିନାମୂଲ୍ୟରେ ଯୋଗାଇ ଦେଉଛନ୍ତି। ମହାମାରୀ ପାଇଁ ପୃଥିବୀର ପ୍ରତି ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ଏହା ସମଗ୍ର ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିଛି। ମହାମାରୀ ପ୍ରଭାବିତ ଅର୍ଥନୀତିକୁ ସଜାଡ଼ିବାକୁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। ଓଡ଼ିଶା ଅନେକ ବିପର୍ଯ୍ୟୟର ସଫଳ ମୁକାବିଲା କରିଛି। ପ୍ରତିକୂଳ ପରିିସ୍ଥିତିର ମୁକାବିଲା କରିବା ଏବଂ ପୁଣି ଥରେ ଦୃଢ଼ ଭାବେ ଫେରିଆସିବାର ଶକ୍ତି ପ୍ରତି ଓଡ଼ିଆଙ୍କ ନିକଟରେ ରହିଛି। ମହାମାରୀ ଚାଲିଯିବା ପରେ ଓଡ଼ିଶା ଅଧିକ ଦୃଢ଼ ଏବଂ ସମୃଦ୍ଧିଶାଳୀ ରାଜ୍ୟ ଭାବେ ସ୍ଥିତି ଜାହିର କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପୋଷଣ କରିଛନ୍ତି। ଏହି ଅବସରରେ ବିଧାୟକମାନଙ୍କୁ ବ୍ୟକ୍ତିଗତ ସ୍ବାସ୍ଥ୍ୟର ଯତ୍ନନେବା ସହ ନିଜ ଅଞ୍ଚଳରେ ପ୍ରେରଣାଦାୟୀ ନେତୃତ୍ୱ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏଥିସହ କରୋନାରୁ ୩ଜଣ ବିଧାୟକ ଆରୋଗ୍ୟ ଲାଭ କରିଥିବାରୁ ସେ ଖୁସିବ୍ୟକ୍ତ କରିଥିଲେ। ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ କରୋନା ମୁକାବିଲା ପାଇଁ ମିଳିମିଶି କାମ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କୋଭିଡ୍‌ ସ୍ଥିତିର ଅନୁଧ୍ୟାନ ପାଇଁ ଏକ ହାଉସ୍‌ କମିଟି ଗଠନ ପାଇଁ ପରାମର୍ଶ ଦେଇଛନ୍ତି। କର୍ମଶାଳାରେ ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ବିଧାୟକଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୃତିମ ସୂର୍ଯ୍ୟ ତିଆରି କରୁଛି ଚାଇନା, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମ୍ୟାଗନେଟ୍‌ର ପରୀକ୍ଷଣ ସଫଳ

ନୂଆଦିଲ୍‌ଲୀ,୨୮।୭: ପୃଥିବୀରେ ଶକ୍ତିର ସନ୍ଧାନ ମଧ୍ୟରେ ଚୀନ୍ ଏକ ବଡ଼ ସଫଳତା ହାସଲ କରିଛି। ଚୀନ୍ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍ ମ୍ୟାଗନେଟ୍ (Superconducting Fusion…

ଭଦ୍ରକରେ ବୁଧବାର ସମସ୍ତ ସ୍କୁଲ-ଅଙ୍ଗନବାଡ଼ି ଛୁଟି

ଭଦ୍ରକ,୨୮।୭: ପ୍ରବଳ ବର୍ଷା ଏବଂ ଖରାପ ପାଗକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଅର୍ଥାତ ବୁଧବାର ଜିଲାର…

ଟ୍ରେନ ଆଗକୁ ଡେଇଁ ପଡ଼ିଲେ ମହିଳା, ଆଉ ତା’ପରେ…

ବଲାଙ୍ଗୀର,୨୮।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଖୁଜେନପାଲି କବାଟପଡ଼ା ରେଳ ଲାଇନ୍‌ ନିକଟରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ରେଳବାଇ ପୋଲିସ ଉଦ୍ଧାର କରିଛି। ମହିଳାଙ୍କ ପରିଚୟ ମିଳି…

ଛାତ୍ର ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଗିରଫ ଛାତ୍ରଙ୍କୁ ମୁକ୍ତ କର…

ନୂଆଦିଲ୍‌ଲୀ,୨୮।୭: ମଙ୍ଗଳବାର, ସୁପ୍ରିମକୋର୍ଟ ଛାତ୍ର ପ୍ରଦର୍ଶନରେ ସାମିଲ ଥିବା ପ୍ରତିବାଦକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ବିଭିନ୍ନ ଆବେଦନର ଶୁଣାଣି ସମୟରେ, କୋର୍ଟ କହିଛନ୍ତି ଯେ ଦିଲ୍ଲୀର…

ବିପଦ ସଂକେତ ଉପରେ ବୁଢ଼ାବଳଙ୍ଗ: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ, ଏସ୍‌ପି

ବୈଶିଙ୍ଗା,୨୮।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ତଥା ବେତନଟୀ ବ୍ଲକ ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ପୋଲ ନିକଟରେ ମଙ୍ଗଳବାର ଦ୍ୱିପ୍ରହର ସୁଦ୍ଧା ଜଳସ୍ତର ବିପଦ…

ସଂସଦରେ ପ୍ରିୟଙ୍କାଙ୍କୁ କଟାକ୍ଷ କଲେ ରିଜିଜୁ; ‘ରାହୁଲଙ୍କ ଭାଷଣ ଚୋରି କରିଦେଲେ…

ନୂଆଦିଲ୍ଲୀ,୨୮।୭: ମଙ୍ଗଳବାର ଲୋକ ସଭାରେ ପେପର ଲିକ ବିରୋଧୀ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ କଂଗ୍ରେସ ଦଳ ପକ୍ଷରୁ ଭାଷଣ ଦେଇଥିଲେ।…

ପାଲଲହଡ଼ା-ବାଉଁଶଯୋଡ଼ା ବ୍ରିଜରେ ୫ ଫୁଟ ବନ୍ୟା ପାଣି

ଭୁବନେଶ୍ୱର,୨୮।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁ ପାଲଲହଡ଼ା-ବାଉଁଶଯୋଡ଼ା ନଦୀ ବ୍ରିଜ ଉପରେ…

ଅଚାନକ ଭାରତୀୟ କୋଚ୍‌ ଦେଲେ ଇସ୍ତଫା: କ୍ରିକେଟ ଜଗତରେ ହଇଚଇ, ଏମିତି ନିଷ୍ପତ୍ତି ନେଇ…

ମୁମ୍ବାଇ,୨୮।୭: ଅଚାନକ ଟିମ ଇଣ୍ଡିଆର ସହକାରୀ କୋଚ୍‌ ରୟାନ ଟେନ ଡୋଶେଟ (Ryan ten Doeschate) ନିଜ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁକେ (UK) ଗସ୍ତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri