ବ୍ୟାରିକେଡ୍‌ରେ ସାନଘାଗରା

କେନ୍ଦୁଝର, ୩୦ା୭ (ସ୍ବ.ପ୍ର.)- ମନୋରମ ପର୍ଯ୍ୟଟନସ୍ଥଳ ସାନଘାଗରା ଦୀର୍ଘ ପ୍ରାୟ ୪ ମାସ ହେଲା ତାଲା ବନ୍ଦ ରହିଛି। ବର୍ଷତମାମ ଚଳଚଞ୍ଚଳ ରହୁଥିବା ଏହି ସ୍ଥାନଟି କରୋନା ଶଟ୍‌ ଡାଉନ ଓ ଲକଡାଉନ ପାଇଁ ଏବେ ଖାଁ ଖାଁ ହୋଇ ପଡ଼ିଛି। ଏହାର ମୁଖ୍ୟ ଗେଟରେ ପର୍ଯ୍ୟଟକଙ୍କ ପ୍ରବେଶ ରୋକିବା ପାଇଁ ବାରିକେଡ ଲଗାଯାଇଛି। ଫଳରେ ଏହାର ବିକାଶ ପାଇଁ ହୋଇଥିବା କୋଟି କୋଟି ଟଙ୍କା ବ୍ୟୟ ପାଣିରେ ପଡ଼ିଲା ବୋଲି କୁହାଯାଉଛି। ରକ୍ଷଣାବେକ୍ଷଣ ଅଭାବରୁ ସେସବୁ ଧିରେ ଧିରେ ନଷ୍ଟ ହେବାକୁ ବସିଛି।
ପ୍ରକାଶ ଯେ, ଏଠାକୁ ପ୍ରତ୍ୟେକ ବର୍ଷ ଲକ୍ଷାଧିକ ପର୍ଯ୍ୟଟକ ରାଜ୍ୟ ତଥା ରାଜ୍ୟ ବାହାରୁ ବର୍ଷତମାମ ଆସିଥାନ୍ତି। ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ଜଳପ୍ରପାତର ମନୋରମ ଦୃଶ୍ୟ ଉପଭୋଗ କରିବା ସହ ଏଠାରେ ଭୋଜିଭାତ କରି ଥାନ୍ତି। ସେହିପରି ଏଠାରେ ପର୍ଯ୍ୟଟକମାନେ ବୋଟିଂର ମଜାନେବା ସହ ପାର୍କରେ ଖେଳକୁଦ କରିଥାନ୍ତି। ମାତ୍ର ଏବେ ସବୁ ବନ୍ଦ ହୋଇଯାଇଛି। ଏଭଳି ପରିସ୍ଥିତି କେନ୍ଦୁଝର ଜିଲାର ମାନ୍ୟତା ପାଇଥିବା ସମସ୍ତ ପର୍ଯ୍ୟଟନ କେନ୍ଦ୍ରରେ ଦେଖିବାକୁ ମିଳିଛି। କେନ୍ଦୁଝର ଜିଲା ଜଳପ୍ରପାତ ପର୍ଯ୍ୟଟନ ପାଇଁ ବେଶୀ ପ୍ରସିଦ୍ଧି ଲାଭ କରିଛି। ସମାନ ଅବସ୍ଥା ଖଣ୍ଡାଧାର, ହାଣ୍ଡିଭଙ୍ଗା, ମୁର୍ଗା, ଗୁଣ୍ଡିଚାଘାଗୀ, ଭୀମକୁଣ୍ଡ ଆଦିରେ ଅନ୍ୟାନ୍ୟ ଜଳପ୍ରପାତ ସମୃଦ୍ଧ ପର୍ଯ୍ୟଟନ କେନ୍ଦ୍ରରେ ଦେଖିବାକୁ ମିଳିଛି। ଏହା ବ୍ୟତୀତ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସିଦ୍ଧି ଥିବା ମା’ ତାରିଣୀ ପୀଠରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ବର୍ଷତମାମ ଭକ୍ତଙ୍କ ଭିଡ଼ ଲାଗୁଥିବା ଏହି ଦେବୀ ପୀଠ ଏବେ ଖାଁ ଖାଁ ହୋଇ ରହିଛି। ସେହିପରି ପୂଜାପାର୍ବଣ, ଯାନିଯାତ୍ରାରେ ପ୍ରବଳ ଭକ୍ତଙ୍କ ଭିଡ ଜମୁଥିବା ବେଳେ କରୋନା କଟକଣା ପାଇଁ ବିନା ଭକ୍ତରେ ପାଳନ କରାଯାଉଛି। ଏତଦ୍‌ବ୍ୟତୀତ ଶ୍ରାବଣ ମାସରେ ଜଳାଭିଷେକ କରିବା ପାଇଁ ଗୋନାସିକା, ଦେଓଗାଁ-କୁଶଳେଶ୍ୱର ମହାଦେବ, ମୁର୍ଗା ମହାଦେବ, ଆଦି ପର୍ଯ୍ୟଟନ କେନ୍ଦ୍ରରେ କାଉଡିଆଙ୍କ ପ୍ରବଳ ଭିଡ ଜମେ। ଚଳିତ ବର୍ଷ ତାହା ଦେଖିବାକୁ ମିଳୁନାହିଁ। କରୋନା ପାଇଁ ପର୍ଯ୍ୟଟନ ଶିଳ୍ପ କ୍ଷତିଗ୍ରସ୍ତ ହୋଇଛି। ତେବେ ସରକାରଙ୍କ ନିଷ୍ପତ୍ତି ପରେ ଖୋଲିବା ନେଇ ପଦକ୍ଷେପ ନିଆଯିବ ବୋଲି କେନ୍ଦୁଝର ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାୟକ କହିଛନ୍ତି। କେନ୍ଦୁଝର ଜିଲାରେ ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ପର୍ଯ୍ୟଟନ କେନ୍ଦ୍ର। ଏଣୁ ରାଜ୍ୟ ଓ ରାଜ୍ୟ ବାହାରୁ ବିଶେଷ କରି ଶୀତ, ଖରା ଦିନରେ ଏହାର ଥଣ୍ଡା ପରିବେଶ ଓ ଜଳପ୍ରପାତ ବୁଲିବାକୁ ବହୁ ଲୋକ ଆସିଥାନ୍ତି। ତେବେ କରୋନା ଯୋଗୁ ଲୋକ ମାନେ ଆସୁନାହାନ୍ତି ଏବଂ ଏହା କେବେ ସ୍ବାଭାବିକ ହେବ ତାହା ଜଣାପଡୁନାହିଁ ବୋଲି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ପଣ୍ଡା କହିଛନ୍ତି। ପର୍ଯ୍ୟଟନ କେନ୍ଦ୍ର ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସ୍ଥାନୀୟ ଅଧିବାସୀ ଏବଂ ଛୋଟ ଛୋଟ ବେପାରୀ ଲାଭବାନ ହେଉଥିଲେ। ଏଭଳି ବନ୍ଦ ଯୋଗୁ ଶହ ଶହ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ସାମାଜିକ କର୍ମୀ ଦେବରାଜ ଆଚାର୍ଯ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ତୋରଣ ଭଙ୍ଗା ଘଟଣା: ଜନପ୍ରିୟ ସରକାରକୁ ବଦନାମ କରିବାକୁ ଚାଲିଛି ଚକ୍ରାନ୍ତ,ବରଗଡ଼ ଏମପି…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା ସବୁଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ତୁରନ୍ତ ଭିଜିଲାନ୍ସ ତଦନ୍ତ କରିବା ପାଇଁ ବରଗଡ଼…

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

ଉତ୍କଟ ପାନୀୟ ଜଳ ସମସ୍ୟା: ଗରା-ମାଠିଆ ଧରି ୨୦ କିଲୋମିଟର ପଦଯାତ୍ରା କଲେ ଶତାଧିକ ମହିଳା,ପ୍ରତିବାଦ…

ବଲାଙ୍ଗିର, ୨୬।୫ (ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଏବେ ଉତ୍କଟ ରୂପ ଧାରଣ କରିଛି। ପିଇବା ପାଣି…

କଂଗ୍ରେସର ବଡ଼ ନିଷ୍ପତ୍ତି: ୧୭ କର୍ମୀଙ୍କ ନିଲମ୍ବନ ପ୍ରତ୍ୟାହାର, ଚିଠି ଲେଖିଲେ ରାଜ୍ୟ ସଭାପତି

ଦାରିଙ୍ଗବାଡି, ୨୬।୫ (ଅରୁଣ ସାହୁ): କନ୍ଧମାଳ ଜିଲା ପ୍ରଦେଶ କଂଗ୍ରେସ କମିଟିର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ପରିଡା ଗତ କିଛି ଦିନ ପୁର୍ବରୁ ଦାରିଙ୍ଗବାଡି ଏବଂ ରାଇକିଆ…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ: ଶତରୁଦ୍ର ମହାଯଜ୍ଞରେ ପୂଜାର୍ଚ୍ଚନା କଲେ ଖଣି ମନ୍ତ୍ରୀ

ଦିଗପହଣ୍ଡି,୨୬।୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା  ଦିଗପହଣ୍ଡି ସହର ଉପକଣ୍ଠ  କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ ଶତରୁଦ୍ର ମହାଯଜ୍ଞର…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri