ବ୍ୟାରିକେଡ୍‌ରେ ସାନଘାଗରା

କେନ୍ଦୁଝର, ୩୦ା୭ (ସ୍ବ.ପ୍ର.)- ମନୋରମ ପର୍ଯ୍ୟଟନସ୍ଥଳ ସାନଘାଗରା ଦୀର୍ଘ ପ୍ରାୟ ୪ ମାସ ହେଲା ତାଲା ବନ୍ଦ ରହିଛି। ବର୍ଷତମାମ ଚଳଚଞ୍ଚଳ ରହୁଥିବା ଏହି ସ୍ଥାନଟି କରୋନା ଶଟ୍‌ ଡାଉନ ଓ ଲକଡାଉନ ପାଇଁ ଏବେ ଖାଁ ଖାଁ ହୋଇ ପଡ଼ିଛି। ଏହାର ମୁଖ୍ୟ ଗେଟରେ ପର୍ଯ୍ୟଟକଙ୍କ ପ୍ରବେଶ ରୋକିବା ପାଇଁ ବାରିକେଡ ଲଗାଯାଇଛି। ଫଳରେ ଏହାର ବିକାଶ ପାଇଁ ହୋଇଥିବା କୋଟି କୋଟି ଟଙ୍କା ବ୍ୟୟ ପାଣିରେ ପଡ଼ିଲା ବୋଲି କୁହାଯାଉଛି। ରକ୍ଷଣାବେକ୍ଷଣ ଅଭାବରୁ ସେସବୁ ଧିରେ ଧିରେ ନଷ୍ଟ ହେବାକୁ ବସିଛି।
ପ୍ରକାଶ ଯେ, ଏଠାକୁ ପ୍ରତ୍ୟେକ ବର୍ଷ ଲକ୍ଷାଧିକ ପର୍ଯ୍ୟଟକ ରାଜ୍ୟ ତଥା ରାଜ୍ୟ ବାହାରୁ ବର୍ଷତମାମ ଆସିଥାନ୍ତି। ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ଜଳପ୍ରପାତର ମନୋରମ ଦୃଶ୍ୟ ଉପଭୋଗ କରିବା ସହ ଏଠାରେ ଭୋଜିଭାତ କରି ଥାନ୍ତି। ସେହିପରି ଏଠାରେ ପର୍ଯ୍ୟଟକମାନେ ବୋଟିଂର ମଜାନେବା ସହ ପାର୍କରେ ଖେଳକୁଦ କରିଥାନ୍ତି। ମାତ୍ର ଏବେ ସବୁ ବନ୍ଦ ହୋଇଯାଇଛି। ଏଭଳି ପରିସ୍ଥିତି କେନ୍ଦୁଝର ଜିଲାର ମାନ୍ୟତା ପାଇଥିବା ସମସ୍ତ ପର୍ଯ୍ୟଟନ କେନ୍ଦ୍ରରେ ଦେଖିବାକୁ ମିଳିଛି। କେନ୍ଦୁଝର ଜିଲା ଜଳପ୍ରପାତ ପର୍ଯ୍ୟଟନ ପାଇଁ ବେଶୀ ପ୍ରସିଦ୍ଧି ଲାଭ କରିଛି। ସମାନ ଅବସ୍ଥା ଖଣ୍ଡାଧାର, ହାଣ୍ଡିଭଙ୍ଗା, ମୁର୍ଗା, ଗୁଣ୍ଡିଚାଘାଗୀ, ଭୀମକୁଣ୍ଡ ଆଦିରେ ଅନ୍ୟାନ୍ୟ ଜଳପ୍ରପାତ ସମୃଦ୍ଧ ପର୍ଯ୍ୟଟନ କେନ୍ଦ୍ରରେ ଦେଖିବାକୁ ମିଳିଛି। ଏହା ବ୍ୟତୀତ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସିଦ୍ଧି ଥିବା ମା’ ତାରିଣୀ ପୀଠରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ବର୍ଷତମାମ ଭକ୍ତଙ୍କ ଭିଡ଼ ଲାଗୁଥିବା ଏହି ଦେବୀ ପୀଠ ଏବେ ଖାଁ ଖାଁ ହୋଇ ରହିଛି। ସେହିପରି ପୂଜାପାର୍ବଣ, ଯାନିଯାତ୍ରାରେ ପ୍ରବଳ ଭକ୍ତଙ୍କ ଭିଡ ଜମୁଥିବା ବେଳେ କରୋନା କଟକଣା ପାଇଁ ବିନା ଭକ୍ତରେ ପାଳନ କରାଯାଉଛି। ଏତଦ୍‌ବ୍ୟତୀତ ଶ୍ରାବଣ ମାସରେ ଜଳାଭିଷେକ କରିବା ପାଇଁ ଗୋନାସିକା, ଦେଓଗାଁ-କୁଶଳେଶ୍ୱର ମହାଦେବ, ମୁର୍ଗା ମହାଦେବ, ଆଦି ପର୍ଯ୍ୟଟନ କେନ୍ଦ୍ରରେ କାଉଡିଆଙ୍କ ପ୍ରବଳ ଭିଡ ଜମେ। ଚଳିତ ବର୍ଷ ତାହା ଦେଖିବାକୁ ମିଳୁନାହିଁ। କରୋନା ପାଇଁ ପର୍ଯ୍ୟଟନ ଶିଳ୍ପ କ୍ଷତିଗ୍ରସ୍ତ ହୋଇଛି। ତେବେ ସରକାରଙ୍କ ନିଷ୍ପତ୍ତି ପରେ ଖୋଲିବା ନେଇ ପଦକ୍ଷେପ ନିଆଯିବ ବୋଲି କେନ୍ଦୁଝର ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାୟକ କହିଛନ୍ତି। କେନ୍ଦୁଝର ଜିଲାରେ ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ପର୍ଯ୍ୟଟନ କେନ୍ଦ୍ର। ଏଣୁ ରାଜ୍ୟ ଓ ରାଜ୍ୟ ବାହାରୁ ବିଶେଷ କରି ଶୀତ, ଖରା ଦିନରେ ଏହାର ଥଣ୍ଡା ପରିବେଶ ଓ ଜଳପ୍ରପାତ ବୁଲିବାକୁ ବହୁ ଲୋକ ଆସିଥାନ୍ତି। ତେବେ କରୋନା ଯୋଗୁ ଲୋକ ମାନେ ଆସୁନାହାନ୍ତି ଏବଂ ଏହା କେବେ ସ୍ବାଭାବିକ ହେବ ତାହା ଜଣାପଡୁନାହିଁ ବୋଲି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ପଣ୍ଡା କହିଛନ୍ତି। ପର୍ଯ୍ୟଟନ କେନ୍ଦ୍ର ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସ୍ଥାନୀୟ ଅଧିବାସୀ ଏବଂ ଛୋଟ ଛୋଟ ବେପାରୀ ଲାଭବାନ ହେଉଥିଲେ। ଏଭଳି ବନ୍ଦ ଯୋଗୁ ଶହ ଶହ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ସାମାଜିକ କର୍ମୀ ଦେବରାଜ ଆଚାର୍ଯ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିବା ଟ୍ରକରୁ ଜବତ ହେଲା ୫ କୁଇଣ୍ଟାଲ ଗଞ୍ଜେଇ

ଭୁବନେଶ୍ୱର,୮।୯(ବ୍ୟୁରୋ)-ଭୁବନେଶ୍ୱର ଖଣ୍ଡଗିରି ନିକଟରୁ ମଙ୍ଗଳବାର ୫ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରାଯାଇଛି। ଏକ ବାଇଗଣ ଓ ବନ୍ଧାକୋବି ବୋଝେଇ ଟ୍ରକରେ ଗଞ୍ଜେଇ ଲୋଡ ହୋଇ...

୩୦ରୁ ବିଦ୍ୟୁତ୍‌ କର୍ମଚାରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ବିଦ୍ୟୁତ୍‌ ବିଭାଗରେ ସଂସ୍କାର ପାଇଁ ଆମୂଳଚୂଳ ପରିବର୍ତ୍ତନ କରାଯିବାର ୨୪ ବର୍ଷ ପୂରିଲା। ହେଲେ କର୍ମଚାରୀଙ୍କ ପାଇଁ ସର୍ଭିସ ରେଗୁଲେଶନ ହୋଇପାରିଲା ନାହିଁ।...

ପାଇଖାନା ନିର୍ମାଣ ଦୁର୍ନୀତିରେ ୨ ବିଡିଓ, ଯନ୍ତ୍ରୀ ନିଲମ୍ବିତ

ମାଲକାନଗିରି/ଚିତ୍ରକୋଣ୍ଡା/ଝରିଗାଁ,୧୬ା୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳରେ ପାଇଖାନା ନିର୍ମାଣରେ ଦୁର୍ନୀତି ହୋଇଥିବା ଅଭିଯୋଗର ତଦନ୍ତ ପରେ ଶନିବାର ଚିତ୍ରକୋଣ୍ଡା ବିଡିଓ ଲରିମନ...

ଦୁଇ ବାଇକ୍‌ ମୁହାଁମୁହିଁ: ଜଣେ ଆରୋହୀଙ୍କ ମୃତ୍ୟୁ

ପଦ୍ମପୁର,୧୩।୩(ଡି.ଏନ୍‌.ଏ.): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ କେଦାରପୁର ଗ୍ରାମରେ ଶୁକ୍ରବାର ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମୁହାଁମୁହିଁ ଧକ୍ତାରେ ଜଣେ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ...

ଆଜି କୋଟିଆ ଶୁଣାଣି

ନୂଆଦିଲ୍ଲୀ, ୧୨।୨:କୋରାପୁଟ୍‌ ଜିଲାର କୋଟିଆ ପଞ୍ଚାୟତ ଅନ୍ତର୍ଗତ ୩ଟି ଗାଁରେ ଆନ୍ଧ୍ରପ୍ରଦେଶ ସରକାର ନିର୍ବାଚନ କରାଉଥିବାରୁ ଏହା ବିରୋଧରେ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଅଦାଲତ ଅବମାନନା...

‘ଅଗ୍ନି ପ୍ରାଇମ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୨୧ା୧୦: ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଡିଆରଡିଏ ଅଧିନସ୍ଥ ଅବ୍‌ଦୁଲ କଲାମ ଦ୍ବୀପରୁ ‘ଅଗ୍ନି ପ୍ରାଇମ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଶୁକ୍ରବାର ପୂର୍ବାହ୍ନ ୯ଟା...

ଶିଆଳ କାମୁଡାରେ ଦୁଇ ଆହତ

ହାଟଡିହି, ୧୫।୧୦:ହାଟଡିହି ବ୍ଲକ ସରଳ ଗାଁ’ରେ ଶିଆଳ କାମୁଡାରେ ୩ ବର୍ଷର ଶିଶୁ ଆହତ ହୋଇ ଆନନ୍ଦପୁର ମେଡକାଲରେ ଚିକିତ୍ସାଧୀନ ଅଛନ୍ତି। ବିନୋଦ ଜେନାଙ୍କ ୩...

ଟ୍ରକ୍‌ ପରେ ଏବେ ଟ୍ରେନ୍‌

ଯୋଡ଼ା, ୯।୫ (ଡି.ଏନ.ଏ.): ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା ୨୦୦୯ ଖଣି ଦୁର୍ନୀତି। ଏହାକୁ ରୋକିବା ଲାଗି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ...

Advertisement
Archives

Model This Week