CORONAVIRUS UPDATE: ରାଜ୍ୟରେ ୩୦ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର, ୩୦।୭(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ କରୋନା ଭାଇରସ୍‌ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଯାହା ଏବେ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ରାଜ୍ୟରେ ଗୁରୁବାର ପୁଣି ୧୨୦୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ହଜାର ପାର କରିଛି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୭୫୮ କ୍ୱାରାଣ୍ଟାଇନ୍‌ ସେଣ୍ଟରର ଓ ୪୪୫ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୮ଟି ଜିଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ସର୍ବାଧିକ ଗଞ୍ଜାମ ଜିଲାର ୨୫୦ ଓ ଖୋର୍ଦ୍ଧାର ୨୨୦ ରହିଛନ୍ତି। ସେହିପରି କଟକରୁ ୯୭, ଅନୁଗୋଳ ୧୫, ବାଲେଶ୍ୱର ୨୦, ବରଗଡ଼ ୧୨, ଭଦ୍ରକ ୫୩, ବଲାଙ୍ଗୀର ୬, ବୌଦ୍ଧ ୩, ଦେବଗଡ଼ ୮, ଢ଼େଙ୍କାନାଳ ୩, ଗଜପତି ୭୨, ଜଗତସିଂହପୁର ୮, ଯାଜପୁର ୪୬, କଳାହାଣ୍ଡି ୪, କନ୍ଧମାଳ ୧୪, କେନ୍ଦ୍ରାପଡ଼ା ୧୪, କେନ୍ଦୁଝର ୧୧, କୋରାପୁଟ ୬୬, ମାଲକାନଗିରି ୬୫, ମୟୁରଭଞ୍ଜ ୧୬, ନବରଙ୍ଗପୁର ୪, ନୟାଗଡ଼ ୨୪, ପୁରୀ ୯, ରାୟଗଡ଼ା ୪୫, ସମ୍ବଲପୁର ୪୦, ସୋନପୁର ୪ ଓ ସୁନ୍ଦରଗଡ଼ ଜିଲାରୁ ୭୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟଙ୍କୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦,୩୭୮କୁ ବୃଦ୍ଧି ହୋଇଛି। ସେଥିମଧ୍ୟରୁ ୧୮,୯୩୮ ସୁସ୍ଥ ହୋଇଥିବା ବେଳେ ୧୧,୨୩୫ ଚିକିତ୍ସାଧିନ ରହିଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସକ୍ରିୟ ମାମଲା ୨୦ ହଜାର ଟପିଲା…

ନୂଆଦିଲ୍ଲୀ, ୮।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

ନିଃଶୁଳ୍କ ଟେଲିଫୋନ ସେବା ଆରମ୍ଭ କଲା ଓଏସ୍‌ଆରଟିସି

ଭୁବନେଶ୍ୱର,୩।୧୦(ବ୍ୟୁରୋ)-ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସ୍‌ଆରଟିସି) ପକ୍ଷରୁ ନିଃଶୁଳ୍କ ଟେଲିଫୋନ ସେବା ଆରମ୍ଭ କରିଛି ା ଏହି ଟେଲିଫୋନ ନମ୍ବରଟି ହେଉଛି ୧୮୦୦-୩୪୫-୧୧୨୨ । ଟେଲିଫୋନରେ...

ମାସ୍କ ବ୍ୟବହାର କରିବାକୁ ଅନୁରୋଧ କଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): କରୋନାର ନୂଆ ସଂକ୍ରମଣ ଏବେ ଚିନ୍ତା ବଢାଉଛି। ତେବେ ରାଜ୍ୟରେ କୋଭିଡ ମୁକାବିଲା ନେଇ ପ୍ରସ୍ତୁତି ଚାଲିଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର...

ଆନ୍ଧ୍ରକୁ ଏନ୍‌ଜିଟିଙ୍କ ନିର୍ଦ୍ଦେଶ: ଅନ୍ୟ ରାଜ୍ୟ ଅଭିଯୋଗ ଶୁଣ

ଭୁବନେଶ୍ୱର,୨୦ା୯(ବ୍ୟୁରୋ): ପୋଲାଭରମ୍‌ ପ୍ରକଳ୍ପ ନେଇ ଗୋଦାବରୀ ଉପରମୁଣ୍ଡରେ ଥିବା ରାଜ୍ୟଗୁଡିକ ସମସ୍ୟା କଥା ବୁଝ । ଏକ ମିଳିତ ବୈଠକ ଡାକି ସେମାନଙ୍କ ସମସ୍ୟା ସମାଧାନ...

ତାତି: ପଶ୍ଚିମରେ କମିଲା, ଉପକୂଳରେ ବଢ଼ିଲା

ଭୁବନେଶ୍ୱର, ୩୦ା୫(ବ୍ୟୁରୋ): ଗତ କିଛିଦିନ ହେବ ଗରମରେ ଛଟପଟ ହେଉଥିବା ପଶ୍ଚିମ ଓଡ଼ିଶାବାସୀଙ୍କୁ ମିଳିଛି ଆଶ୍ୱସ୍ତି। ଏଠାରେ ଲଗାତର ଭାବେ ତାପମାତ୍ରା ୪୨ରୁ ୪୫ଡିଗ୍ରୀ ମଧ୍ୟରେ...

‘ଇନ୍‌ସ୍ପାୟାର୍‌.. ଏମ୍‌ପାୱାର’ ଲୋକାର୍ପିତ

ଭୁବନେଶ୍ୱର,୭।୯(ବ୍ୟୁରୋ): ଓଡ଼ିଶାର କେତେଜଣ ଦିବ୍ୟାଙ୍ଗଙ୍କ ଅସାଧାରଣ ସଫଳତାର କାହାଣୀ ସମ୍ବଳିତ ଏକ କଫିଟେବୁଲ ବହି ‘ଇନ୍‌ସ୍ପାୟାର୍‌.. ଏମ୍‌ପାୱାର’ ସୋମବାର ଲୋକାର୍ପିତ ହୋଇଛି। ରାଜ୍ୟ ଭିନ୍ନକ୍ଷମ ଆୟୋଗ...

୨୨୬୧ ପଞ୍ଚାୟତରେ ୧,୨୫,୨୩୭ ଅସହାୟଙ୍କୁ ଖାଦ୍ୟ ବଣ୍ଟନ:୬୦ ପ୍ରତିଶତ ହିତାଧିକାରୀଙ୍କୁ ମିଳିଛି ପେନ୍‌ସନ

ଭୁବନେଶ୍ୱର,୩୧ା୩(ବ୍ୟୁରୋ)- ରାଜ୍ୟର ପ୍ରତି ପଞ୍ଚାୟତରେ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ଜରିଆରେ ଅସହାୟ ଓ ନିରାଶ୍ରୟ ବ୍ୟକ୍ତିଙ୍କୁ ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।...

କରୋନା ଆକ୍ରାନ୍ତଙ୍କଠାରେ ମିଶ୍ରିତ ସ୍ବରୂପରେ ବୃଦ୍ଧି, ୩ ମାସରେ ୭.୫ରୁ ୫୮ ପ୍ରତିଶତ ଛୁଇଁଛି…

ନୂଆଦିଲ୍ଲୀ,୨୬।୧୨ : ବିଭିନ୍ନ କରୋନା ଭାରିଆଣ୍ଟ ଏବଂ ଏହାର ଚିକିତ୍ସା ପ୍ରଭାବ ବିଷୟରେ ଇନସାକଗ୍‌ର ରିପୋର୍ଟ ପ୍ରକାଶ ପାଇଛି। ଏହା ଅନୁଯାୟୀ ଭାରତୀୟ କରୋନା ଆକ୍ରାନ୍ତଙ୍କଠାରେ...

Advertisement
Archives

Model This Week